କନ୍ଧମାଳ ଦଙ୍ଗା

ଉଇକିପିଡ଼ିଆ ରୁ
Jump to navigation Jump to search

୨୦୦୮ ମସିହାରେ କନ୍ଧମାଳଠାରେ ଧର୍ମାନ୍ତରୀକରଣ ହୋଇଥିବା ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ଏବଂ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ବହୁ ଚର୍ଚ୍ଚିତ ଦଙ୍ଗା ଅଟେ ।

ଦଙ୍ଗାର ସୂତ୍ରପାତ[ସମ୍ପାଦନା]

ଏକ ଧର୍ମପରିବର୍ତ୍ତନ କରିଥିବା ଖ୍ରୀଷ୍ଟିଆନ ବାଳିକା, ଯେ ଓଡ଼ିଶାରେ ୨୦୦୮ ମସିହାରେ ହୋଇଥିବା କନ୍ଧମାଳ ଦଙ୍ଗାରେ ପୋଡ଼ିଯାଇଥିଲା ।

୨୦୦୮ ମସିହାରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହିତ ବାବା ଅମୃତାନନ୍ଦ, ମାତା ଭକ୍ତିମୟୀ, କିଶୋର ବାବା ଓ ପୁରଞ୍ଜନ ଗାଣ୍ଠିଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା । ନିରୀହ ଆଦିବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଟଙ୍କାର ଲୋଭ ଦେଖାଇ ଖ୍ରୀଷ୍ଟ ଧର୍ମକୁ ଧର୍ମପରିବର୍ତ୍ତନ କରାଉଥିବାରୁ ହିନ୍ଦୁମାନଙ୍କଦ୍ୱାରା ଧର୍ମପରିବର୍ତ୍ତନ କରିଥିବା ହିନ୍ଦୁଙ୍କୁ ମିସନାରୀ ଓ ଚର୍ଚ୍ଚଗୁଡ଼ିକୁ ଆକ୍ରମଣ କରାଯାଇଥିଲା । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ଆଶଙ୍କାକୁ ଜିଲ୍ଲା ପୁଲିସ ପ୍ରଶାସନ ଗୁରୁତ୍ୱ ନଦେବା ଅଥଚ ରାଜ୍ୟ ପୁଳିସ ପ୍ରଶାସନ ଘଟଣା ଘଟିବାର କିଛି ସମୟପରେ ଏହା ମାଓବାଦୀଙ୍କ କାର୍ଯ୍ୟ ବୋଲି ପୁଲିସ ପ୍ରଶାସନ କହିଥିଲା । ଏହା ସେହି ସମୟରେ ଚର୍ଚ୍ଚିତ ଖବର ପାଲଟିଥିଲା।

ହତ୍ୟା ଅନ୍ତରାଳେ[ସମ୍ପାଦନା]

ଜନ୍ମାଷ୍ଟମୀ ସନ୍ଧ୍ୟାରେ ଦଳେ ଲୋକ ମାରଣାସ୍ତ୍ର ଧରି ଜଲେଶପେଟା ଆଶ୍ରମ ଭିତରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ହତ୍ୟା କରିଥିଲେ । ଏହା ଘଟିବ ବୋଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ଆଶଙ୍କାକରି ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ଯେ ସଠିକ ପଦକ୍ଷେପ କଲେ ନାହିଁ ତେବେ ଯେଉଁ ଦଳ ପଶି ଏହିଭଳି ହତ୍ୟା କଲେ, ସେମାନେ ମାଓବାଦୀ ବୋଲି ରାଜ୍ୟ ପୁଲିସ ପ୍ରଶାସନ ତରଫରୁ ସହସା ଘୋଷଣା କରିଦିଆଗଲା । ଏହା ତ ଭିନ୍ନ କଥା ଯେ ସଂଘ ପରିବାର ଏହି ହତ୍ୟାକାଣ୍ଡ ମାଓବାଦୀମାନେ ଘଟାଇ ନାହାନ୍ତି ବୋଲି ଦୃଢ଼ତାର ସହ କହୁଥିବାବେଳେ, ମାଓବାଦୀଙ୍କ ନାମରେ ପରସ୍ପରବିରୋଧୀ ବିବୃତ୍ତ ଗଣମାଧ୍ୟମରେ ବାହାରିବାରେ ଲାଗିଲା । ଭୂମିଗତ ମାଓବାଦୀ ସଙ୍ଗଠନ ପି.ଏଲ୍.ଜି.ଏ. (P.L.G.A) ନାମରେ ବଣ୍ଟାଯାଉଥିବା ଏକ ପ୍ରଚାରପତ୍ର (Leaflet)ରେ ଏହି ସଙ୍ଗଠନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ମୃତ୍ୟୁଦଣ୍ଡ ଦେଇଛି ବୋଲି କହୁଥିବା ବେଳେ [୧] ,ଏହି ସଙ୍ଗଠନ ନାଁରେ ବନ୍ଧା ହୋଇଥିବା ବ୍ୟାନରରେ ଲେଖାହୋଇଥିଲା ଯେ ‘ପୂଜନୀୟ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପଛରେ ଆମର ହାତ ନାହିଁ’ ।[୨] । ପ୍ରକୃତ ହତ୍ୟାକାରୀ ସନ୍ଧାନ ପାଇବା ଅଧିକରୁ ଅଧିକ ଜଟିଳ ହୋଇପଡ଼ିଥିଲା । [୩]

ତଦନ୍ତ[ସମ୍ପାଦନା]

ତୁରନ୍ତ ଜିଲ୍ଲା ଏସ.ପି.ଙ୍କର ନିଲମ୍ବନ ହୋଇଥିଲା । ରାଜ୍ୟ ସରକାର ଉଭୟ ଘଟଣାର ତଦନ୍ତ ପାଇଁ ସେହିବର୍ଷ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ ମହାପାତ୍ର ଅକ୍ଟୋବର ୩୦ରେ ତଦନ୍ତ ଆରମ୍ଭ କରିଥିଲେ । କମିଶନ ୨୧୩ଟି ସିଟିଂ କରିଥିଲେ ଓ ୨୦୦୯ ଜୁନ ୩୦ତାରିଖରେ ସରକାରଙ୍କୁ ତାଙ୍କର ମଧ୍ୟବର୍ତ୍ତି କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ୮ଥର ବୃଦ୍ଧି କରାଯାଇଥିଲା ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହା ପରବର୍ତ୍ତି ହିଂସା କାଣ୍ଡ ତଦନ୍ତ ପାଇଁ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ କମିଶନ ଅଧ୍ୟକ୍ଷ ପରେ ସରକାର ଅବସ୍ଥାପିତ କରିଥିଲେ । ଜଷ୍ଟିସ ମହାପାତ୍ରଙ୍କର ଗତ ୨୦୧୨ ମେ ୧୨ତାରିଖରେ ପରଲୋକ ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଝିରେ ଅଟକି ରହିଥିଲା । ଜଷ୍ଟିସ ମହାପାତ୍ରଙ୍କର କମିଶନଙ୍କୁ ୫୫୭ଟି ସତ୍ୟପାଠ ମିଳିଥିବାବେଳେ ୬୫ଜଣ ସରକାରୀ ସାକ୍ଷୀଙ୍କ ସହ୧୪୩ ଜଣ ବେସରକାରୀ ସାକ୍ଷୀ ସେମାନଙ୍କର ସାକ୍ଷ ପ୍ରଦାନ କରିଥିଲେ ।[୪]

ଅଭିଯୁକ୍ତ[ସମ୍ପାଦନା]

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ତର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସବ୍ୟସାଚୀ ପଣ୍ଡା ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହେଇଥିଲେ । [୫] କନ୍ଧମାଳ ଦଙ୍ଗା ମାମଲାରେ ଅାବେଦନକାରୀ ଫାଦର ଥୋମସ ଚାଲାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କନ୍ଧମାଳ ପରିବର୍ତ୍ତେ କଟକର ଟ୍ରାୟଲ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଉ । ଅାବେଦନର ଶୁଣାଣି କରି ମାନ୍ୟବର ହାଇକୋର୍ଟ କଟକରେ ଏହି ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କନ୍ଧମାଳ ଦଙ୍ଗା ମାମଲାରେ ହାଇକୋର୍ଟ ପୂର୍ବରୁ ଦୁଇଜଣ ଅଭିଯୁକ୍ତ ଯଥାକ୍ରମେ ଦିଲୁ ମହାନ୍ତି ଓ ମଙ୍ଗୁଳୁ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଅଭିଯୁକ୍ତ ଦିଲୁ ମହାନ୍ତି ୨୦୧୧ ମସିହାରେ ଗିରଫ ହୋଇଥିବାବେଳେ ମଙ୍ଗୁଳୁ ବେହେରା ୨୦୦୯ ମସିହାରେ ଗିରଫ ହୋଇଥିଲା । [୬]

ଆଧାର[ସମ୍ପାଦନା]

  1. "କନ୍ଧମାଳ ଦଂଗା". ଧରିତ୍ରୀ. Retrieved 9 October 2015.
  2. "କନ୍ଧମାଳ ଦଂଗା". ଧରିତ୍ରୀ. Retrieved 9 October 2015.
  3. ନାୟକ, ବିରେନ୍ଦ୍ର. "କନ୍ଧମାଳରେ ଦଙ୍ଗା : ଧର୍ମ ଅନୁରକ୍ତିର ଅଭିବ୍ୟକ୍ତି ନା ଆଦିବାସୀର ହଂସଗୀତି!". Retrieved 9 October 2015.
  4. "ସରକାର କନ୍ଧମାଳ ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ ଚାହୁଁନାହିଁ : ବିଜେପି". ଓଡ଼ିଶା ଡଟ କମ. Retrieved 9 October 2015.
  5. "Odisha's top Maoist Sabyasachi Panda arrested in Ganjam district". IANS. news.biharprabha.com. Retrieved 20 July 2014.
  6. "କନ୍ଧମାଳ ଦଙ୍ଗା : ପରବର୍ତୀ ଶୁଣାଣି ୨୪ ରେ". NEWSHUNT. Retrieved 9 October 2015.