Jump to content

ସଜନା

ଉଇକିପିଡ଼ିଆ‌ରୁ

ସଜନା
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
M. oleifera
Binomial name
Moringa oleifera

ସଜନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତ ଓ ରକ୍ତ ଭେଦରେ ଏହା ଦୁଇ ପ୍ରକାରର। ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ଥାଏ। ଏ ଦୁଇ ଜାତିର ସଜନାର ଗୁଣ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି। ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ।

ସଜନା ପତ୍ର ଓ ଫୁଲ

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷାନାମ
ଓଡ଼ିଆସଜନା
ସଂସ୍କୃତଶିଗ୍ରୁ, ଶୋଭାଞ୍ଜନ, ତୀକ୍ଷ୍ଣ ଗନ୍ଧକ, ଅକ୍ଷୀବ
ହିନ୍ଦୀସୈଜିନା सैजिना
ସାନ୍ତାଳୀମୁନଗା ᱢᱩᱱᱜᱟᱹ
ବଙ୍ଗଳାସଜୋନା সেজানা

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

କଟୁ ତିକ୍ତ ମିଶ୍ରିତ ମଧୁର ରସ। ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ, ରୁଚିକର, ତୀକ୍ଷ୍ଣ, ଚକ୍ଷୁ ହିତକାରି, ବୀର୍ଯ୍ୟ ବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତ ପିତ୍ତକର, ବାୟୁବର୍ଦ୍ଧକ, ଗଳଗଣ୍ଡ, ପ୍ଳୀହା, ମେଦରୋଗ, ଗୁଳ୍ମ, ବ୍ରଣ ଓ ପିତ୍ତଦୋଷ ବିନାଶକ।

ବ୍ୟବହାର

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ।
  • ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ। ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ।
ସଜନା ଛୁଇଁ
  • ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ।
  • ସଜନା ଛେଲି ଓ ଶ୍ୱେତସୋରିଷ ଏ ଦୁଇ ପଦାର୍ଥକୁ ଗୋମୂତ୍ରରେ ବାଟି ଲଗାଇଲେ ଗୋଡ଼ଫୁଲା ଭଲହୁଏ।
  • ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଯାଏ।
  • ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଲଗାଯାଏ।
  • ବାଗୀ, ଭଗନ୍ଦର, ବିଇଞ୍ଚି ଓ ବିବର୍ଚ୍ଚିକା ଆଦିରେ ସଜନା ଛାଲିକୁ ଜଳରେ ସିଝାଇ ସେଇ ଜଳରେ ଉଷୁମ ଥାଉଁଣୁ ଧୋଇଲେ ଉପକାର ମିଳେ।
  • ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ।
  • ବାୟୁ, ଅଜୀର୍ଣ୍ଣ, ମେଦବୃଦ୍ଧିରେ ସୋରିଷ ଓ ସଜନା ଛେଲିକୁ ଏକତ୍ର ବାଟି ସେବନ କରି କିଛି ଉଷୁମ ଜଳ ସେବନ କଲେ ଉପକାର ମିଳେ।
କଟା ସଜନା ଛୁଇଁ

ଅନ୍ୟାନ୍ୟ

[ସମ୍ପାଦନା]
  • ସଜନା ଏକ ଭଲ ପରିବା। ଏହାର ଛୁଇଁରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ତରକାରୀ ଓ ଭଜା ପ୍ରସ୍ତୁତ ହୁଏ। ଏହାଛଡା ସଜନା ଶାଗ ମଧ୍ୟ ଖୁବ୍ ସ୍ୱାଦିଷ୍ଠ। ମୁଗ ଓ ନଡିଆ କୋରା ଦେଇ ଭଜା ହୋଇଥିବା ସଜନା ଶାଗ ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞନ । ସଜନାର ଫୁଲକୁ ମଧ୍ୟ ଶାଗ ସହିତ ମିଶାଇ ଭଜା ଯାଏ ।
ଛୁଈଁ ଭଜା

ପୌଷ୍ଟିକତତ୍ତ୍ୱ

[ସମ୍ପାଦନା]

ସଜନା ପୌଷ୍ଟିକ ଗୁଣରେ ଭରା। ନିମ୍ନ ତାଲିକାରୁ ଏହା ସୁସ୍ପଷ୍ଟ। []

ପୌଷ୍ଟିକତତ୍ତ୍ୱସାଧାରଣ ଖାଦ୍ୟସଜନାର ସଜ ପତ୍ରସଜନାର ଶୁଖିଲା ପତ୍ର
ଭିଟାମିନ୍ ଏଗାଜର1.8 mg6.8 mg18.9 mg
କ୍ୟାଲସିୟମକ୍ଷୀର120 mg440 mg2003 mg
ପଟାସିୟମ୍କଦଳୀ88 mg259 mg1324 mg
ପ୍ରୋଟିନ୍ବସାଦହି3.1 g6.7 g27.1 g
ଭିଟାମିନ୍ ସିକମଳା ଲେମ୍ବୁ30 mg220 mg17.3 mg
  1. C. Gopalan, B. V. Rama Sastri, S. C. Balasubramanian (1989). Nutritive Value of Indian Foods. National Institute of Nutrition, Indian Council of Medical Research.{{cite book}}: CS1 maint: multiple names: authors list (link)
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

ବାହାର ତଥ୍ୟ

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Moringa oleifera-ସମ୍ପର୍କିତ ମିଡ଼ିଆ
  • Data related to ସଜନା at Wikispecies