Jump to content

ଶୁକ୍ରାଣୁନାଶକ

ଉଇକିପିଡ଼ିଆ‌ରୁ
Spermicide
A container of spermicide with a cervical cap
Background
TypeSpermicide
First useAncient[]
SynonymsContraceptive gel[]
Failure rates (first year)
Perfect use16%[]
Typical use21%[]
Usage
User remindersMore effective with a barrier method[]
Advantages and disadvantages
STI protectionNo[]

ଶୁକ୍ରାଣୁନାଶକ (ଇଂରାଜୀ ଭାଷାରେ Spermicide) ଏକ ପ୍ରକାର ଜନ୍ମ ନିରୋଧକାରୀ ଯାହା ଯୌନ ସମ୍ପର୍କ ପୂର୍ବରୁ ଯୋନୀପଥରେ ରଖାଯାଇଥାଏ ।[] ସାଧାରଣ ବ୍ୟବହାର ସହିତ ପ୍ରଥମ ବର୍ଷରେ ପ୍ରାୟ ଗର୍ଭଧାରଣ ୨୧% କ୍ଷେତ୍ରରେ ଘଟିଥାଏ, ଉପଯୁକ୍ତ ବ୍ୟବହାର କଲେ ଏହି ହାର ପ୍ରାୟ ୧୬% ହୁଏ ।[] କେତେକ ତୁରନ୍ତ ପ୍ରଭାବଶାଳୀ ହୋଇଥିବାବେଳେ ଅନ୍ୟ କେତେକ ସକ୍ରିୟ ହେବାକୁ ୧୫ ମିନିଟ୍ ଆବଶ୍ୟକ କରନ୍ତି ଓ ପ୍ରାୟ ଏକ ଘଣ୍ଟା ପାଇଁ କାମ କରନ୍ତି ।[] ସେଗୁଡିକ ଏକ ପ୍ରତିବନ୍ଧକ ପ୍ରଣାଳୀ ସହିତ ମଧ୍ୟ ବ୍ୟବହୃତ ହୋଇପାରେ ଯେପରିକି ଏକ ଡାଏଫ୍ରାମ, କଣ୍ଡୋମ, କିମ୍ବା ଜରାୟୁଗ୍ରୀବା ଠିପି ଯାହାର ଫଳାଫଳ ବୃଦ୍ଧି ପାଇଇଥାଏ ।[]

ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଆଲର୍ଜି ପ୍ରତିକ୍ରିୟା (୩%), ମୂତ୍ରନଳୀ ସଂକ୍ରମଣ ଏବଂ ଏଚଆଇଭି/ଏଡସ ହେବାର ଆଶଙ୍କା ରହିଥାଏ । [] [] ଛଅ ଘଣ୍ଟା ପରେ ଡୁସ ବା ଜଳପ୍ରକ୍ଷେପ କରିବା ଏବଂ ସମ୍ଭବତଃ ଗାଧୋଇବାଦ୍ୱାରା ପ୍ରଭାବ ହ୍ରାସ ହୋଇପାରେ ।[] ଏହା ଯୌନ ସଂକ୍ରମଣକୁ (STI) ପ୍ରତିରୋଧ କରେ ନାହିଁ ।[] ଏହାର ସକ୍ରିୟ ଉପାଦାନ ସାଧାରଣତ ନୋନୋକ୍ସିନୋଲ-୯ (N-9) ଅଟେ ଯାହା ଶୁକ୍ରାଣୁକୁ ବାଧା ଦେଇଥାଏ; ଯଦିଓ ଲାକ୍ଟିକ ଏସିଡ / ସାଇଟ୍ରିକ ଏସିଡ / ପୋଟାସିଅମ ବାଇଟ୍ରାଟ୍ରେଟ୍ ମଧ୍ୟ ଉପଲବ୍ଧ ଅଟେ ।[] ସେଗୁଡ଼ିକ ପରସ୍ତ ବା ଫିଲ୍ମ, ଫୋମ୍, କ୍ରିମ୍ ଏବଂ ସ୍ପଞ୍ଜ ସହିତ ଅନେକ ଆକାରରେ ଆସନ୍ତି ।[]

ହଜାରେ ବର୍ଷ ଧରି ଶୁକ୍ରାଣୁନାଶକ ବ୍ୟବହାର କରାଯାଇଆସୁଛି। [] ୨୦୨୦ ସୁଦ୍ଧା ଏହା ସର୍ବଭାରତୀୟ ସ୍ତରରେ ଜନ୍ମ ନିୟନ୍ତ୍ରଣର ଏକ ଅପେକ୍ଷାକୃତ କମ୍ ବ୍ୟବହୃତ ପଦ୍ଧତିରେ ଗଣାହୁଏ ।[] ଯୁକ୍ତରାଷ୍ଟ୍ରରେ ସେଗୁଡ଼ିକ ଦୋକାନରେ ଉପଲବ୍ଧ ।[] ୨୦୨୪ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ସାଧାରଣତଃ ୬୦ ସେଣ୍ଟ୍‌ରୁ 3 ଡଲାର୍ ଅଟେ ।[]

  1. ୧.୦ ୧.୧ ୧.୨ Grimes, David A; Lopez, Laureen M; Raymond, Elizabeth G.; Halpern, Vera; Nanda, Kavita; Schulz, Kenneth F (30 September 2013). Halpern, Vera (ed.). "Spermicide used alone for contraception". Cochrane Database of Systematic Reviews (12): CD005218.pub3. doi:10.1002/14651858.CD005218.pub4. PMID 24307556.
  2. ୨.୦ ୨.୧ ୨.୨ ୨.୩ "Spermicide and Contraceptive Gel | Spermicidal Lube, Gel & Foam". www.plannedparenthood.org (in ଇଂରାଜୀ). Archived from the original on 29 March 2024. Retrieved 9 April 2024.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Cason, Patty; Cwiak, Carrie; Kowal, Deborah; Edelman, Alison (26 September 2023). Contraceptive Technology (in ଇଂରାଜୀ) (22 ed.). Jones & Bartlett Learning. pp. 493–499. ISBN 978-1-284-25503-4. Archived from the original on 10 April 2024. Retrieved 9 April 2024.
  4. World Family Planning 2022 (PDF). United Nations. 2022. ISBN 9789211483765. Archived (PDF) from the original on 7 December 2023. Retrieved 22 March 2024.
  5. "Where Can I Buy Spermicide & How Much Will It Cost?". www.plannedparenthood.org (in ଇଂରାଜୀ). Archived from the original on 5 December 2023. Retrieved 10 April 2024.