ଶଙ୍କର୍ଷଣ ମଙ୍ଗରାଜ

ଉଇକିପିଡ଼ିଆ‌ରୁ
ଶଙ୍କର୍ଷଣ ମଙ୍ଗରାଜ
Born (1943-05-17) ୧୭ ମଇ ୧୯୪୩ (ବୟସ ୮୦)
ତରାପି, ଖୋର୍ଦ୍ଧା
Nationalityଭାରତୀୟ
Citizenshipଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ, ରାଧାନାଥ ଟ୍ରେନିଂ କଲେଜ

ଶଙ୍କର୍ଷଣ ମଙ୍ଗରାଜ (ଜନ୍ମ: ୧୭ ମଇ ୧୯୪୩)[୧], ଆକାଶବାଣୀ କଟକର ଜଣେ ଅବସରପ୍ରାପ୍ତ ଭାଷ୍ୟକାର । "ଅନୁଚିନ୍ତା" କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ସେ ଶ୍ରୋତାମାନଙ୍କ ନିକଟରେ ପରିଚିତ ।

ଶଙ୍କର୍ଷଣ, ୧୯୪୩ ମସିହାରେ[୨] ଖୋର୍ଦ୍ଧା ଜିଲ୍ଲାର ଗାଁ ତରାପିରେ ଜନ୍ମଗ୍ରହଣ କରିଥିଲେ । ସେ କୁହୁଡି ଜନତା ହାଇସ୍କୁଲରୁ ଏକାଦଶ ତଥା ପୁରୀର ଏସ.ସି.ଏସ କଲେଜରୁ ପ୍ରି-ଇଉନିଭରସିଟି ପାସ କରିଥିଲେ । ତାପରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ରାଧାନାଥ ଟ୍ରେନିଂ କଲେଜରୁ ବି.ଇ.ଡି ପାସ କରି ଶିକ୍ଷକତା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପଢ଼ିବା ଇଚ୍ଛାରେ, ଚାକିରି ଛାଡି ପୁଣି ରେଭେନ୍ସାରେ ନାମ ଲେଖାଇଥିଲେ । ସ୍କୁଲବେଳରୁ ସେ ଗପ, କବିତା, ପ୍ରବନ୍ଧ ଓ ଜୀବନୀ ଆଦି ଲେଖିବା ଆରମ୍ଭ କରିଥିଲେ । ପତ୍ରପତ୍ରିକାରେ ତାଙ୍କ ଲେଖା ମଧ୍ୟ ପ୍ରକାଶ ପାଉଥିଲା । ସ୍ନାତକୋତ୍ତର ପଢ଼ିବା ବେଳକୁ ଜଣେ ଆକାଶବାଣୀରେ କାମ କରୁଥିବା ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଏକ ପରିବାର କଲ୍ୟାଣ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗନେବାକୁ କହିଲେ । ସେହି ପ୍ରଥମ ବେତାର କାର୍ଯ୍ୟକ୍ରମରେ ତାଙ୍କୁ ୬୦ ଟଙ୍କା ପାରିଶ୍ରମିକ ମିଳିଥିଲା । ତା ପରେ ଆକଶବାଣୀରେ ସେ ଆନାଉନ୍ସର ଭାବରେ ଯୋଗ ଦେଇଥିଲେ ଓ ଜୟପୁରରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । ୨୫୦ଟଙ୍କା ଦରମା ମିଳୁଥିଲା । ପାଞ୍ଚ ବର୍ଷ ଜୟପୁରରେ ରହିଲା ପରେ, ତାଙ୍କର କଟକ ବଦଳି ହୋଇଥିଲା । କଟକରେ ଯୋଗଦେବାର ବର୍ଷେ ପରେ ସେ ଛୁଟି ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ପାଠ ପଢ଼ିଥିଲେ । ପୁଣି ଆସି କଟକ କେନ୍ଦ୍ରରେ ଯୋଗଦେଇଥିଲେ । ୨୦୦୨ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରରୁ ସିନିୟର ଆନାଉନ୍ସର ଭାବରେ ସେବାନିବୃତ ହୋଇଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଅବସର ପରେ ଶଙ୍କର୍ଷଣ ସାହିତ୍ୟ ସାଧନାରେ ବ୍ରତି ଅଛନ୍ତି । ଦିବ୍ୟ ସନ୍ଦେଶ ନାମକ ଏକ ମାସିକିଆ ଓଡ଼ିଆ ପତ୍ରିକାର ସମ୍ପାଦନା କରୁଛନ୍ତି । "ଅନୁଚିନ୍ତା" ନାମରେ ତାଙ୍କର ଏକ ଆଧାତ୍ମିକ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି ।[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୨୦୧୮[୪]
  • ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ୨୦୧୦ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. "ଆକାଶବାଣୀ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ". ଧରିତ୍ରୀ. Retrieved 6 June 2021.
  2. Orissa reference: glimpses of Orissa. TechnoCAD Systems. 2001.
  3. "ପ୍ରଥମ ରୋଜଗାର". ଧରିତ୍ରୀ ଛୁଟିଦିନ ୧୧-୧୭ ୨୦୧୬ ପୃଷ୍ଠା ୧୦. Retrieved 17 September 2016.
  4. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 6 June 2021.