ଲୌହ ବିଷକ୍ରିୟା
Iron toxicity | |
ବିଭାଗ | Emergency medicine |
---|---|
ଲକ୍ଷଣ | Initial: Vomiting, diarrhea, abdominal pain, drowsiness[୧] Later: Liver problems, fever, bleeding, metabolic acidosis[୧] |
ଆକ୍ରାନ୍ତ ସମୟ | Within 6 hrs[୨] |
କାରଣ | >20 mg/kg elemental iron (>60 mg/kg severe)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, history of events, blood iron levels[୧][୪] |
ଚିକିତ୍ସା | Whole bowel irrigation, deferoxamine, hemodialysis[୧][୪] |
ପୁନଃପୌନିକ | Relatively common[୧] |
ଲୌହ ବିଷକ୍ରିୟା (ଇଂରାଜୀ ଭାଷାରେ Iron poisoning) ସୃଷ୍ଟି ହୁଏ ଯେତେବେଳେ ଅତ୍ୟଧିକ ଲୌହ ପରିପୂରକ ଦିଆଯାଏ ଯାହା ଫଳରେ ତୀବ୍ର ବିଷକ୍ରିୟା ସୃଷ୍ଟି ହୋଇଥାଏ ଓ ଯାହାର ଲକ୍ଷଣ ମଧ୍ୟରେ ପ୍ରଥମ ୬ ଘଣ୍ଟାରେ ବାନ୍ତି, ତରଳ ଝାଡ଼ା, ଉଦର ଯନ୍ତ୍ରଣା ଏବଂ ଢୁଳେଇବା ହୋଇପାରେ ।[୧] ଗୁରୁତର ଅବସ୍ଥାରେ ଦ୍ରୁତ ଶ୍ୱାସକ୍ରିୟା, ନିମ୍ନ ରକ୍ତଚାପ, ବାତ କିମ୍ବା କୋମା ହୋଇପାରେ ।[୧] ଅନେକ ଲୋକମାନଙ୍କର ସଂକ୍ଷେପରେ କିଛି ଉନ୍ନତି ହୋଇପାରେ ଓ ପରବର୍ତ୍ତୀ ସମୟରେ ଯକୃତ ସମସ୍ୟା, ଜ୍ୱର, ରକ୍ତସ୍ରାବ ଏବଂ ମେଟାବୋଲିକ ଏସିଡୋସିସ ହୋଇପାରେ ।[୧] ଏହି ଅବସ୍ଥାରେ ଲୋକମାନେ ମରିପାରନ୍ତି ଏବଂ ଉନ୍ନତି ହୋଇଥିବା ଲୋକଙ୍କର ଯକୃତ ସିରୋସିସ ହୋଇପାରେ ।[୧]
ଲୌହ ପରିପୂରକଗୁଡିକ ଦୋକାନ କାଉଣ୍ଟର ଉପରେ ଏକକ ଭାବରେ ମିଳେ କିମ୍ବା ପ୍ରସବକାଳୀନ ଜୀବସାର ଔଷଧ ପରି ମିଳିତ ଭାବରେ ଉପଲବ୍ଧ ହୁଏ ।[୪] ଅଜାଣତରେ ଅତିମାତ୍ରା ନେବା ଯୋଗୁ ଏହା ହୋଇପାରେ ଯାହା ମୁଖ୍ୟତଃ ଛୋଟ ପିଲାମାନଙ୍କ କ୍ଷେତ୍ରରେ ହୁଏ କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ଭଳି ପ୍ରତୀତ ହୁଏ ।[୪] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ, ଘଟଣାର ଇତିହାସ ଏବଂ ରକ୍ତ ଲୌହ ସ୍ତର ଉପରେ ଆଧାରିତ ହୁଏ ।[୧] [୪] ବେଳେବେଳେ ଅନ୍ତନଳୀରେ ବଟିକା ଉପସ୍ଥିତି ଦେଖିବା ପାଇଁ ରଞ୍ଜନରଶ୍ମୀ ବ୍ୟବହୃତ ହୋଇପାରେ । [୧]
ପ୍ରାରମ୍ଭିକ ପ୍ରୟାସରେ ସମ୍ପୂର୍ଣ୍ଣ ଅନ୍ତନଳୀ ଜଳସେଚନ କରାଯାଇପାରେ ।[୧] ଗୁରୁତର ଲକ୍ଷଣ ଥିଲେ କିମ୍ବା ରକ୍ତରେ ଉଚ୍ଚ ଲୌହ ସ୍ତର ଥିଲେ ଡାକ୍ତରଖାନାରେ ଡେଫେରୋକ୍ସାମିନ ଦେଇ ଚିକିତ୍ସା କରାଯାଏ ।[୧] ବେଳେବେଳେ ହେମୋଡାଏଲିସିସ୍ କିମ୍ବା ଅସ୍ତ୍ରୋପଚାର ଉପଯୋଗୀ ହୋଇପାରେ ।[୪] ଖାଇବାର ଛଅ ଘଣ୍ଟା ମଧ୍ୟରେ ଯଦି କୌଣସି ଲକ୍ଷଣ ଉପସ୍ଥିତ ନଥାଏ ତାହା ହେଲେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[୨]
ଲୌହ ବିଷକ୍ରିୟା ସମସ୍ୟା ଅପେକ୍ଷାକୃତ ସାଧାରଣ ଅଟେ ।[୧] ପିଲାମାନଙ୍କ କ୍ଷେତ୍ରରେ ଅତ୍ୟଧିକ ମାତ୍ରା ଯୋଗୁ ମୃତ୍ୟୁ ହେବାର ଏକ ସାଧାରଣ କାରଣ ଅଟେ ।[୩] ଭୟଙ୍କର ବିଷକ୍ରିୟା ଅବସ୍ଥାରେ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୯% ଅଟେ ।[୩] ଏହାର ପ୍ରତିକ୍ରିୟା ଭାବରେ ୧୯୯୭ ମସିହାରେ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ସଂସ୍ଥା ୩୦ ମିଗ୍ରାରୁ ଅଧିକ ଥିବା ଉତ୍ପାଦଗୁଡ଼ିକ ପାଇଁ ଚେତାବନୀ ଲେବଲ୍ ଏବଂ ଏକ ୟୁନିଟ ପ୍ୟାକ ଆବଶ୍ୟକ ହେଉଥିବା ନିୟମାବଳୀ କାର୍ଯ୍ୟକାରୀ କରିଥିଲେ ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Iron Poisoning - Injuries and Poisoning". Merck Manuals Consumer Version. Archived from the original on 23 November 2023. Retrieved 27 November 2023.
- ↑ ୨.୦ ୨.୧ Manoguerra, Anthony S.; Erdman, Andrew R.; Booze, Lisa L.; Christianson, Gwenn; Wax, Paul M.; Scharman, Elizabeth J.; Woolf, Alan D.; Chyka, Peter A.; Keyes, Daniel C. (2005-01-01). "Iron Ingestion: an Evidence-Based Consensus Guideline for Out-of-Hospital Management". Clinical Toxicology. 43 (6): 553–570. doi:10.1081/CLT-200068842. ISSN 1556-3650. PMID 16255338.
- ↑ ୩.୦ ୩.୧ ୩.୨ "Iron Poisoning - Injuries; Poisoning". Merck Manuals Professional Edition. Archived from the original on 28 November 2023. Retrieved 27 November 2023.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ Yuen, Ho-Wang; Becker, Wenxia (2020), "Iron Toxicity", StatPearls, Treasure Island (FL): StatPearls Publishing, PMID 29083637, archived from the original on 2022-05-17, retrieved 2020-12-30
- ↑ Tenenbein, Milton (1 June 2005). "Unit-Dose Packaging of Iron Supplements and Reduction of Iron Poisoning in Young Children". Archives of Pediatrics & Adolescent Medicine. 159 (6): 557–560. doi:10.1001/archpedi.159.6.557. ISSN 1072-4710. Archived from the original on 8 February 2012. Retrieved 28 November 2023.