ଡେଫେରୋକ୍ସାମିନ
Skeletal formula and spacefill model of deferoxamine | |
| Clinical data | |
|---|---|
| Trade names | Desferal |
| Synonyms | desferrioxamine B, desferoxamine B, DFO-B, DFB,N'-[5-(Acetyl-hydroxy-amino)pentyl]-N-[5-[3-(5-aminopentyl-hydroxy-carbamoyl) propanoylamino]pentyl]-N-hydroxy-butane diamide |
| AHFS/Drugs.com | monograph |
| Pregnancy category |
|
| Routes of administration |
|
| ATC code | |
| Pharmacokinetic data | |
| Elimination half-life | 6 hours |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.671 |
| Chemical and physical data | |
| Formula | C25H48N6O8 |
| Molar mass | ୫୬୦.୬୯ g·mol−1 |
| 3D model (JSmol) | |
| |
| |
ଡେଫେରୋକ୍ସାମିନ (ଇଂରାଜୀ ଭାଷାରେ Deferoxamine ବା DFOA, ବିକ୍ରୟ ନାମ ଡେସଫେରାଲ/Desferal) ଏକ ଔଷଧ ଯାହା ଲୌହ (iron) ଓ ଆଲୁମିନିଅମ (aluminium) ସହିତ ସଂଯୁକ୍ତ ହୋଇଯାଏ ।[୧] ଏହି ଅବସ୍ଥା ସାଧାରଣତଃ ଲୌହ ମାତ୍ରାଧିକ (iron overdose) ହେଲେ, ସଂଖ୍ୟାଧିକ ରକ୍ତ ସଞ୍ଚାରଣ (blood transfusion) ବା ଜେନେଟିକ (genetic condition) ଦୋଷରୁ ହେମୋକ୍ରୋମାଟୋସିସ (hemochromatosis) ହେଲେ ଓ ଡାଏଲିସିସରେ (dialysis) ଥିବା ଲୋକର ଆଲୁମିନିଅମ ବିଷମୟ (aluminium toxicity) ହେଲେ ଏହି ଔଷଧ ବ୍ୟବହାର କରାଯାଏ ।[୧][୨] ଏହି ଔଷଧ ଇଞ୍ଜେକସନ ଆକାରରେ ମାଂସପେଶୀରେ (injection into a muscle) ବା ଶିରାଭ୍ୟନ୍ତରରେ (vein) ବା ଚର୍ମ ତଳେ (under the skin) ଦିଆଯାଏ ।[୧]
ଡେଫେରୋକ୍ସାମିନର ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଜାଗାରେ କଷ୍ଟ, ତରଳ ଝାଡ଼ା, ବାନ୍ତି, ଜ୍ୱର, ଶ୍ରବଣ ହାନୀ (hearing loss) ଓ ଚକ୍ଷୁ ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ସହିତ ଆଲର୍ଜି (allergic reactions) ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ । [୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଶିଶୁ ପ୍ରତି ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୩] ଡେଫେରୋକ୍ସାମିନ ଏକ ସିଡେରୋଫୋର (siderophore) ଯାହା ସ୍ଟ୍ରେପ୍ଟୋମାଇସେସ ପାଇଲୋସସ୍ (Streptomyces pilosus) ଜୀବାଣୁରୁ ପ୍ରସ୍ତୁତ ହୋଇଥାଏ ।[୪]
ଡେଫେରୋକ୍ସାମିନ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୬୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୬.୭୬ରୁ ୧୩.୫୨ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୦୦ ଡଲାରରୁ ଅଧିକ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Deferoxamine Mesylate". The American Society of Health-System Pharmacists. Retrieved 8 December 2016.
- ↑ WHO Model Formulary 2008 (PDF). World Health Organization. 2009. p. 61-62. ISBN 978-92-4-154765-9. Retrieved 8 December 2016.
- ↑ "Deferoxamine (Desferal) Use During Pregnancy". www.drugs.com. Retrieved 13 December 2016.
- ↑ Hoffman, Ronald; Jr, Edward J. Benz; Silberstein, Leslie E.; Heslop, Helen; Weitz, Jeffrey; Anastasi, John (2012). Hematology: Diagnosis and Treatment (in ଇଂରାଜୀ) (6 ed.). Elsevier Health Sciences. p. 515. ISBN 1-4557-4041-1.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Deferoxamine". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 470. ISBN 978-1-284-05756-0.