ଲୋକନାଥ ମିଶ୍ର (ରାଜନେତା, ୧୯୦୫ ଜନ୍ମ)

ଉଇକିପିଡ଼ିଆ‌ରୁ
ଲୋକନାଥ ମିଶ୍ର
ସାଂସଦ: ୧ମ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ପର ଅଧିକାରୀଚିନ୍ତାମଣି ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଦକ୍ଷିଣ ପୁରୀ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1905-04-04)୪ ଅପ୍ରେଲ ୧୯୦୫
ପୁରୀ, ଓଡ଼ିଶା, ବ୍ରିଟିଶ ଭରତ
ମୃତ୍ୟୁ୧୯୭୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପାର୍ବତୀ ଦେବୀ
ବାପା/ବୋଉସଦାଶିବ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଲୋକନାଥ ମିଶ୍ର (୧୯୦୫ - ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଓ ସ୍ୱାଧୀନତା ପରେ ଲୋକ ସଭାର ସାଂସାଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦକ୍ଷିଣ ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଭାରତୀୟ ସାଧାରଣ ନିର୍ବାଚନରେ ସେପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଲୋକନାଥ ମିଶ୍ର ୧୯୦୫ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଦାଶିବ ମିଶ୍ର ଓ ପତ୍ନୀଙ୍କ ନାମ ପାର୍ବତୀ ଦେବୀ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ଲୋକନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ଲୋକନାଥ ମିଶ୍ର ୧୯୭୫ ମସିହାରେ ମୃତ୍ୟବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. India. Parliament. Lok Sabha (1954). Lok Sabha Debates. Lok Sabha Secretariat. p. 7251. Retrieved 11 November 2019.
  2. India. Parliament. House of the People; India. Parliament. Lok Sabha (1956). Lok Sabha Debates. Lok Sabha Secretariat. p. 1847. Retrieved 11 November 2019.
  3. India. Parliament. Lok Sabha (1956). Lok Sabha Debates on the Report of the States Reorganisation Commission, 14th December to 23rd December, 1955. Lok Sabha Secretariat. p. 649. Retrieved 11 November 2019.
  4. ୪.୦ ୪.୧ "Shri Lokanath Mishra(Puri)". odishaassembly.nic.in. Odisha Assembly. Retrieved 19 December 2022.

ବାହାର ଲିଙ୍କ[ସମ୍ପାଦନା]