ଲିସିନୋପ୍ରିଲ/ଆମ୍ଲୋଡିପାଇନ

ଉଇକିପିଡ଼ିଆ‌ରୁ
ଲିସିନୋପ୍ରିଲ/ଆମ୍ଲୋଡିପାଇନ
Combination of
LisinoprilACE inhibitor
AmlodipineCalcium channel blocker
Clinical data
Trade namesLisonorm, Dironorm, others
Routes of
administration
By mouth
ATC code
Legal status
Legal status
  • EU: Rx-only [୧]
  • ℞ (Prescription only)
  (verify)

ଲିସିନୋପ୍ରିଲ/ଆମ୍ଲୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲିସନର୍ମ ନାମକ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଏହା ଏକ ଔଷଧ ମିଶ୍ରଣ ଯେଉଁଥିରେ କ୍ୟାଲସିଅମ ଚାନେଲ ବ୍ଲକର ଶ୍ରେଣୀର ଆମ୍ଲୋଡିପାଇନ୍ ସହିତ ଏସିଇ ଇନହିବିଟରର ଶ୍ରେଣୀର ଲିସିନୋପ୍ରିଲ୍ ଏକଥାଏ | [୨] ଏଥିରେ ଥିବା ପ୍ରତ୍ୟେକଟି ଔଷଧ ସ୍ୱାଧୀନ ଭାବରେ ରକ୍ତଚାପକୁ ଭଲରୂପେ ନିୟନ୍ତ୍ରଣ କରିପାରୁଥିଲେ ଏହି ମିଶ୍ରଣ ବ୍ୟବହୃତ ହୋଇପାରେ | [୩] ଏହା ପାଟିରେ ଦିଆଯାଏ | [୨]

ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ବୃକ୍‌କ ସମସ୍ୟା, ଯକୃତ ସମସ୍ୟା, କାଶ ଏବଂ ଉଚ୍ଚ ରକ୍ତ ପୋଟାସିୟମ ଅନ୍ତର୍ଭୁକ୍ତ ହୋଇପାରେ | [୩] ଯେଉଁମାନଙ୍କ ଏସିଇ ଇନହିବିଟର କାରଣରୁ ଆଞ୍ଜିଓଇଡିମା ଥିଲା ସେମାନଙ୍କର ଏହା ବ୍ୟବହାର କରାଯିବା ଉଚିତ ନୁହେଁ | [୪] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୪] ଆଞ୍ଜିଓଟେନସିନ ୨ ସ୍ତର ହ୍ରାସ କରି ଓ ବ୍ରାଡିକାଇନିନ ସ୍ତର ବୃଦ୍ଧି କରି ଲିସିନୋପ୍ରିଲ୍ କାର୍ଯ୍ୟ କରୁଥିବାବେଳେ ଆମ୍ଲୋଡିପାଇନ୍ ହୃତ୍‌ପିଣ୍ଡର ମାଂସପେଶୀ କୋଷମାନଙ୍କ ଓ ରକ୍ତ କଣିକାମାନଙ୍କ ମଧ୍ୟକୁ କ୍ୟାଲସିୟମର ପ୍ରବେଶକୁ ହ୍ରାସ କରି କାର୍ଯ୍ୟକ୍ଷମ ହୋଇଥାଏ | [୪]

ୟୁରୋପରେ ୨୦୦୮ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା | [୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[୫] ଏହା ଭାରତ ଏବଂ ୟୁରୋପରେ ଉପଲବ୍ଧ ଥିବାବେଳେ ୨୦୧୯ ମସିହା ସୁଦ୍ଧା କାନାଡା, ଅଷ୍ଟ୍ରେଲିଆ କିମ୍ବା ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ନୁହେଁ [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Lisonorm". European Medicines Agency (in ଇଂରାଜୀ). 17 September 2018. Retrieved 30 October 2019.
  2. ୨.୦ ୨.୧ "Lisonorm". European Medicines Agency (in ଇଂରାଜୀ). 17 September 2018. Retrieved 30 October 2019.
  3. ୩.୦ ୩.୧ "Summary of Product Characteritics" (PDF). EMA. Retrieved 15 November 2019.
  4. ୪.୦ ୪.୧ ୪.୨ "Summary of Product Characteritics" (PDF). EMA. Retrieved 15 November 2019.
  5. "World Health Organization model list of essential medicines: 21st list 2019". 2019. {{cite journal}}: Cite journal requires |journal= (help)
  6. "An application to include blood pressure lowering drug fixed dose combinations to the model list of essential medicines lists for the treatment of essential hypertension in adults" (PDF). WHO. p. 33. Retrieved 15 November 2019.