ଲାମିଭୁଡିନ/ନେଭିରାପିନ/ସ୍ଟାଭୁଡିନ

ଉଇକିପିଡ଼ିଆ‌ରୁ
ଲାମିଭୁଡିନ/ନେଭିରାପିନ/ସ୍ଟାଭୁଡିନ
Combination of
Lamivudinenucleoside reverse transcriptase inhibitor
Nevirapinenon-nucleoside reverse transcriptase inhibitor
Stavudinenucleoside reverse transcriptase inhibitor
Clinical data
Trade namesTriomune, others
ATC code

ଲାମିଭୁଡିନ/ନେଭିରାପିନ/ସ୍ଟାଭୁଡିନ (ଇଂରାଜୀ ଭାଷାରେ Lamivudine/nevirapine/stavudine ବା 3TC/NVP/d4T) ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହା ଏକ ସ୍ଥିରୀକୃତ ମାତ୍ରାର ମିଶ୍ରିତ ଔଷଧ (fixed dose combination) ଯେଉଁଥିରେ ଲାମିଭୁଡିନ, ନେଭିରାପିନସ୍ଟାଭୁଡିନ ଅଛି । ଏହା ଏକ‌କ ଭାବରେ ବା ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ (antiretrovirals) ଔଷଧ ସ‌ହିତ ଦିଆଯାଏ । ଦିନ‌କୁ ଦୁଇଥର ପାଟିରେ ଦିଆଯାଏ ।[୧]

ଏହା ଔଷଧ ସାଧାରଣତଃ ଦେହ ସ‌ହନ କରିପାରେ ।[୨] ଏହାର ଉପାଦାନମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଅଗ୍ନାଶୟ ପ୍ରଦାହଉଚ୍ଚସ୍ତର ରକ୍ତ ଲାକ୍ଟେଟ (high blood lactate levels)‌ ହୋଇପାରେ । ଯକୃତ ସମସ୍ୟା (liver problems) ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ ନାହିଁ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନ ଥିବାରୁ ଯଦି ସମ୍ଭବ ଦ୍ୱିତୀୟ ତ୍ରୈମାସିକରୁ ଦେବା ଆରମ୍ଭ କରାଯାଏ ।[୨]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ କ୍ରୟ ମୂଲ୍ୟ ପ୍ରାୟ ୯.୫୬ ଆମେରିକୀୟ ଡଲାର ।[୪] ସନ ୨୦୧୫ ସୁଦ୍ଧା ଏହି ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁନାହିଁ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 160. ISBN 9789241547659. Retrieved 8 December 2016.
  2. ୨.୦ ୨.୧ "Nevirapine/stavudine/lamivudine" (PDF). aidsmap. Retrieved 18 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Lamivudine + Stavudine + Nevirapine". International Drug Price Indicator Guide. Retrieved 8 December 2016.[permanent dead link]
  5. Kasper, Dennis L.; Fauci, Anthony S.; Hauser, Stephen; Longo, Dan; Jameson, J. Larry; Loscalzo, Joseph (2015). Harrison's Principles of Internal Medicine 19/E (Vol.1 & Vol.2) (in ଇଂରାଜୀ). McGraw Hill Professional. p. 1277. ISBN 9780071802161.