ସ୍ଟାଭୁଡିନ
| Clinical data | |
|---|---|
| Trade names | ଜେରିଟ (Zerit) |
| Synonyms | 2′,3′-didehydro-2′,3′-dideoxythymidine |
| AHFS/Drugs.com | monograph |
| MedlinePlus | a694033 |
| Pregnancy category | |
| Routes of administration | ପାଟିରେ ଦିଆଯାଏ |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | >୮୦% |
| Protein binding | Negligible |
| Metabolism | ବୃକ୍କ ନିସ୍କାଷନ (~୪୦%) |
| Elimination half-life | ୦.୮–୧.୫ ଘଣ୍ଟା (ବୟଃପ୍ରାପ୍ତ ଲୋକଙ୍କର) |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| NIAID ChemDB | |
| ECHA InfoCard | 100.169.180 |
| Chemical and physical data | |
| Formula | C10H12N2O4 |
| Molar mass | 224.213 g/mol |
| 3D model (JSmol) | |
| |
| |
| (verify) | |
ସ୍ଟାଭୁଡିନ (ଇଂରାଜୀ ଭାଷାରେ Stavudine ବା d4T), ବିକ୍ରୟ ନାମ ଜେରିଟ, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ପ୍ରତିଷେଧ ତଥା ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । ଏହା ସାଧାରଣତଃ ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ବ୍ୟବହାର କରାଯାଏ । ନିଡଲସ୍ଟିକ ଇନଜ୍ୟୁରି (needlestick injury) ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂସ୍ପର୍ଶର ସନ୍ଦେହ ଥିଲେ ପ୍ରତିଷେଧ ନିମନ୍ତେ ଦିଆଯାଇପାରେ । ଏହି ଔଷଧ ପ୍ରଥମ ଧାଡ଼ିର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏନାହିଁ । ଏହା ପାଟିରେ ଦିଆଯାଏ । [୧]
ଏହାର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ବାନ୍ତି, ରାସ ଓ ପ୍ରାନ୍ତୀୟ ସ୍ନାୟୁ (peripheral nerve) ସମସ୍ୟା ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ରକ୍ତରେ ଅଧିକ୍କ ଲାକ୍ଟେଟ ସ୍ତର, ଅଗ୍ନାଶୟ ପ୍ରଦାହ ଓ ବର୍ଦ୍ଧିତ ଯକୃତ ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleoside analog reverse-transcriptase inhibitor ବା NRTI) ଶ୍ରେଣୀର ଔଷଧମାନଙ୍କ ମଧ୍ୟରୁ ସ୍ଟାଭୁଡିନ ଗୋଟିଏ ଔଷଧ । [୧]
ସ୍ଟାଭୁଡିନ ପ୍ରଥମେ ସନ ୧୯୬୬ରେ ବର୍ଣ୍ଣନା କରାଯାଇଥିଲା ଓ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୪ରେ ସ୍ୱିକୃତୀପ୍ରାପ୍ତ ହୋଇଥିଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ମାସିକ ଖର୍ଚ୍ଚ ପ୍ରାୟ ୧.୮୬ରୁ ୫.୪୦ ଆମେରିକୀୟ ଡଲାର ।[୪] ପାର୍ଶ ପ୍ରତିକ୍ରିୟା ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବ୍ୟବହାର କମେଇବାକୁ ସୁପାରିସ କରୁଛି । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Stavudine Monograph for Professionals - Drugs.com". www.drugs.com. Archived from the original on 2019-09-30. Retrieved 2016-11-09.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
- ↑ "WHO Model Lists of Essential Medicines 19th" (PDF). World Health Organization (in ବ୍ରିଟିଶ୍ ଇଂରାଜୀ). Retrieved 2016-11-09.
- ↑ "Stavudine". International Drug Price Indicator Guide. Retrieved 30 November 2016.[permanent dead link]
- ↑ Magula, N; Dedicoat, M (28 January 2015). "Low dose versus high dose stavudine for treating people with HIV infection". The Cochrane database of systematic reviews. 1: CD007497. doi:10.1002/14651858.CD007497.pub2. PMID 25627012.