Jump to content

ଲାମିଭୁଡିନ

ଉଇକିପିଡ଼ିଆ‌ରୁ
(Lamivudineରୁ ଲେଉଟି ଆସିଛି)
ଲାମିଭୁଡିନ
Clinical data
Trade namesଏପିଭିର (Epivir) ଓ ଅନ୍ୟାନ୍ୟ[]
SynonymsL-2′,3′-dideoxy-3′-thiacytidine
AHFS/Drugs.commonograph
MedlinePlusa696011
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability86%
    Protein bindingLess than 36%
    Elimination half-life5 to 7 hours
    ExcretionKidney (circa 70%)
    Identifiers
    • 4-amino-1-[(2R,5S)-2-(hydroxymethyl)-1,3-oxathiolan-5-yl]-1,2-dihydropyrimidin-2-one
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    NIAID ChemDB
    PDB ligand
    ECHA InfoCard100.132.250 Edit this at Wikidata
    Chemical and physical data
    FormulaC8H11N3O3S
    Molar mass229.26 g/mol
    3D model (JSmol)
    • O=C1/N=C(/N)\C=C/N1[C@@H]2O[C@@H](SC2)CO
    • InChI=1S/C8H11N3O3S/c9-5-1-2-11(8(13)10-5)6-4-15-7(3-12)14-6/h1-2,6-7,12H,3-4H2,(H2,9,10,13)/t6-,7+/m1/s1 checkY
    • Key:JTEGQNOMFQHVDC-RQJHMYQMSA-N checkY
     ☒NcheckY (what is this?)  (verify)

    ଲାମିଭୁଡିନ (ଇଂରାଜୀ ଭାଷାରେ Lamivudine, ସାଧାରଣ ନାମ 3TC), ଏଚଆଇଭି/ଏଡସ୍ (HIV/AIDS) ନିମନ୍ତେ ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ । [] ହେପାଟାଇଟିସ ବି ରୋଗରେ ମଧ୍ୟ ଏହା ଦିଆଯାଏ ଯେତେବେଳେ ଅନ୍ୟ ବିକଳ୍ପ ମିଳେନାହିଁ । ଉଭୟ ଏଚଆଇଭି-୧ଏଚଆଇଭି-୨ ନିମନ୍ତେ କାର୍ଯ୍ୟକାରୀ ହୁଏ । ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଜିଡୋଭୁଡିନ (zidovudine) ଓ ଆବାକାଭିର (abacavir) ସାଥିରେ ମିଶ୍ରିତ କରି ଦିଆଯାଏ । ଏଚଆଇଭି ସଂକ୍ରମିତ ହେବା ପରେ ମଧ୍ୟ ପ୍ରତିଷେଧକ ଭାବରେ ଲାମିଭୁଡିନ ଦିଆଯାଏ । ବଟିକା ବା ତରଳ ପଦାର୍ଥ ଭାବରେ ପାଟିରେ ଏହି ଔଷଧ ଖିଆଯାଏ । []

    ସାଧାରଣ ପାର୍ଶ୍ୱପ୍ରତିକ୍ରିୟା: ଅଇ, ତରଳ ଝାଡ଼ା, ମୁଣ୍ଡବଥା, ଥକ୍କାଣ ଓ କାଶ ହୁଏ । ସାଂଘାତିକ ପାର୍ଶ୍ୱପ୍ରତିକ୍ରିୟା: ଯକୃତ ରୋଗ, ଲାକ୍ଟିକ ଏସିଡୋସିସ (lactic acidosis) ଓ ହେପାଟାଇଟିସ ରୋଗ ଅଧିକ ଗମ୍ଭୀର ହୁଏ । ୩ ମାସ ବୟସ ପରଠାରୁ ଏହି ନିରାପଦ ଓ ଗର୍ଭାବସ୍ଥାରେ ବ୍ୟବ‌ହାର ଯୋଗ୍ୟ । ଏହି ଔଷଧର ଖାଦ୍ୟ ସାଥିରେ ସମ୍ପର୍କ ନାହିଁ, ଯେ କୌଣସି ସମୟରେ ଖାଇବାକୁ ଦିଆଯାଇପାରେ । ଲାମିଭୁଡିନ ଏକ ନ୍ୟୁକ୍ଲିଓସାଇଡ ରେଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleoside reverse transcriptase inhibitor), ଏହା ଏଚଆଇଭି ରେଭର୍ସ ଟ୍ରାନ୍ସକ୍ରିପ୍ଟେଜ (HIV reverse transcriptase) ଓ ହେପାଟାଇଟିସ ବି ଭାଇରସ ପଲିମରେଜମାନଙ୍କୁ ଅବରୋଧ କରେ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୫ରେ ଲାମିଭୁଡିନ ପ୍ରଥମେ ମଞ୍ଜୁରୀ ପାଇଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ ଏହାର ଦୈନିକ ହୋଲସେଲ ଖର୍ଚ୍ଚ ଦୈନିକ ପ୍ରାୟ ୦.୦୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨୦୦ ଡଲାର ।[]

    1. 1 2 3 4 5 "Lamivudine". The American Society of Health-System Pharmacists. Retrieved 31 July 2016.
    2. Therapy of Viral Infections Volume 15 of Topics in Medicinal Chemistry. Springer. 2015. p. 6. ISBN 9783662467596.
    3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. "Lamivudine". International Drug Price Indicator Guide. Retrieved 23 July 2016.[permanent dead link]
    5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 65. ISBN 9781284057560.