ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ

ଉଇକିପିଡ଼ିଆ‌ରୁ
ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ (idiopathic intracranial hypertension)
ବିନାଇନ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ ବା ବିଆଇଏଚ (benign intracranial hypertension/ BIH),[୧] pseudotumor cerebri (PTC)[୨]
ମସ୍ତିଷ୍କ ସ୍କାନ କରି ଅନ୍ୟାନ୍ୟ କାରଣ ଗୁଡ଼ିକ ଅନୁସନ୍ଧାନ କରାଯାଏ ।
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology)
ଲକ୍ଷଣମୁଣ୍ଡ ବିନ୍ଧା, ଦୃଷ୍ଟି ସମସ୍ୟା, କାନନାଦ[୧][୨]
ଆକ୍ରାନ୍ତ ସମୟ୨୦–୫୦ ବର୍ଷ ବୟସ [୨]
ବିପଦ କାରକଅଧିକ ଓଜନ, ଟେଟ୍ରାସାଇକ୍ଲିନ[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି, ଲମ୍ବର ପଙ୍କଚର (lumbar puncture), ବ୍ରେନ ଇମେଜିଙ୍ଗ (brain imaging)[୧][୨]
ସଠିକ ରୋଗ ନିର୍ଣ୍ଣୟମସ୍ତିଷ୍କ ଅର୍ବୁଦ, ଆରକନଏଡାଇଟିସ (arachnoiditis), ମେନିଞ୍ଜାଇଟିସ୍[୩]
ଔଷଧଆସେଟାଜୋଲାମାଇଡ[୨]
ଚିକିତ୍ସାସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, କମ ଲୁଣ, ବ୍ୟାୟାମ, ଅପରେଶନ[୨]
Prognosisପରିବର୍ତ୍ତନଶୀଳ[୨]
ପୁନଃପୌନିକବର୍ଷକୁ ପ୍ରତି ୧୦୦,୦୦୦ରେ ୨ଜଣ[୪]

ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ ବା ଆଇଆଇଏଚ (ଇଂରାଜୀ ଭାଷାରେ idiopathic intracranial hypertension/ IIH) ଏକ ପ୍ରକାର ରୋଗ ଯେଉଁଥିରେ କୌଣସି ଅନୁସନ୍ଧାନରେ କୌଣସି କାରଣ ନଥାଇ ମଧ୍ୟ ମସ୍ତିଷ୍କ ଚାରିପଟେ ଚାପ (intracranial pressure) ବୃଦ୍ଧି ପ୍ରାପ୍ତ ହୋଇଯାଏ ।[୨] ଏହି ରୋଗରେ ମୁଣ୍ଡ ବିନ୍ଧା, ଦୃଷ୍ଟି ସମସ୍ୟା, ହୃତ୍‌ସ୍ପନ୍ଦନ ଅନୁସାରେ କାନନାଦ ଓ କାନ୍ଧ ଯନ୍ତ୍ରଣା ଆଦି ଲକ୍ଷଣ ପ୍ରକାଶିତ ହୁଏ ।[୧][୨] ରୋଗ ଜଟିଳ ହେଲେ ଦୃଷ୍ଟିହାନୀ (Vision loss) ହୁଏ ।[୨]

ଓଜନାଧିକ୍ୟ ବା ସଦ୍ୟ ଅଧିକ ଓଜନ ବୃଦ୍ଧି ହେଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧] ଟେଟ୍ରାସାଇକ୍ଲିନ ଔଷଧ ସେବନ କଲେ ମଧ୍ୟ ଏହି ରୋଗ ଟ୍ରିଗର ହୋଇପାରେ ।[୨] ଏହାର ଲକ୍ଷଣ ଦେଖାଗଲା ପରେ ଲମ୍ବର ପଙ୍କଚରରେ (lumbar puncture) ଅଧିକ ଚାପ ଥିଲେ ଓ ନିଉରୋଇମେଜିଙ୍ଗରେ (brain scan) ମଧ୍ୟ ଅନ୍ୟ କୌଣସି କାରଣ ନ ମିଳିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୧][୨]

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, କମ ଲୁଣ, ବ୍ୟାୟାମ, ଅପରେଶନ- ଏହି ଚାରି ଉପାୟରେ ଏହାର ଚିକିତ୍ସା କରାଯାଏ ।[୨] ବାରିଆଟ୍ରିକ ଅପରେଶନ (Bariatric surgery) କରି ଓଜନ କମାଯାଇପାରେ । [୨] ଏହା ସ‌ହିତ ଆସେଟାଜୋଲାମାଇଡ ଔଷଧ ମଧ୍ୟ ଆବଶ୍ୟକ ସ୍ଥଳେ ଦିଆଯାଏ ।[୨] ଅଳ୍ପ ସଂଖ୍ୟକ ରୋଗୀଙ୍କର ଚାପ କମେଇବା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[୨]

ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୪] ବୟସା ୨୫-୫୦ ମଧ୍ୟରେ ମହିଳାମାନଙ୍କୁ ଏହି ରୋଗ ସାଧାରଣତଃ ହୁଏ ।[୨] ପରୁଷଙ୍କ ଅପେକ୍ଷା ମହିଳାମାନେ ୨୦ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ସନ ୧୯୮୭ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ଦେଖିବାକୁ ମିଳିଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Wall, M (February 2017). "Update on Idiopathic Intracranial Hypertension". Neurologic Clinics. 35 (1): 45–57. doi:10.1016/j.ncl.2016.08.004. PMC 5125521. PMID 27886895.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ "Idiopathic Intracranial Hypertension". National Eye Institute (in ଇଂରାଜୀ). April 2014. Archived from the original on 8 July 2019. Retrieved 8 November 2017.
  3. "Idiopathic Intracranial Hypertension". NORD (National Organization for Rare Disorders). 2015. Retrieved 8 November 2017.
  4. ୪.୦ ୪.୧ Wakerley, BR; Tan, MH; Ting, EY (March 2015). "Idiopathic intracranial hypertension". Cephalalgia : an international journal of headache. 35 (3): 248–61. doi:10.1177/0333102414534329. PMID 24847166.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ