ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ

ଉଇକିପିଡ଼ିଆ ରୁ
Jump to navigation Jump to search
ହନୁମାନଙ୍କ ସ୍କନ୍ଧ ଉପରେ ବସି ଦୈତ୍ୟ ରାବଣ ସହ ଯୁଦ୍ଧରେ ବ୍ୟସ୍ତ ରାମ 

ହିନ୍ଦୁ ଧାର୍ମିକ ମହାକାବ୍ୟ ରାମାୟଣର ବିଭିନ୍ନ ଭାଷାରେ ଅନ୍ୟୁନ ତିନି ଶହ ବିଭିନ୍ନ ରଚନା ରହିଥିବାର ଜଣାଯାଏ । ସେହି ମଧ୍ୟରୁ ସର୍ବପୁରାତନ ରାମାୟଣ ସନ୍ଥ ବାଲ୍ମୀକିଙ୍କ ରଚିତ ରାମାୟଣ ଓ ଅନେକ ରାମାୟଣ ସେହି ରାମାୟଣକୁ ଆଧାର କରି ଲେଖାଯାଇଛି । ମୂଳ କଥା ବସ୍ତୁ ସବୁ ରାମାୟଣରେ ସମାନ ରହିଥିଲେ ମଧ୍ୟ ବିଭିନ୍ନ ବିଷୟ ବସ୍ତୁରେ ବିବିଧତା ରହିଥାଏ । 

ଭାରତ ବାହାରେ ବିଭିନ୍ନ ଏସୀୟ ଦେଶ ମାନଙ୍କରେ ସେଠାକାର ଭାଷାରେ ରାମାୟଣ ଲେଖା ଯାଇଥିଲା । ବର୍ମା ( ମ୍ୟାନମାର) , ଇନ୍ଦୋନେଶିଆ , କମ୍ବୋଡିଆ , ଲାଓସ , ଫିଲିପାଇନ୍ସ , ଶ୍ରୀଲଙ୍କା , ନେପାଲ , ଥାଇଲାଣ୍ଡ,ମାଲେସିଆ , ଜାପାନ , ମଙ୍ଗୋଲିଆ , ଭିଏତନାମ , ଓ ଚୀନ [୧][Versions_of_Ramayana#cite_note-Ramayana_in_Asia-3 [3]][୨]ଦେଶରେ ରାମାୟଣ ରଚିତ ହେଇ ଆଦୃତ ହେଇଥିଲା । ମୂଳ ବାଲ୍ମୀକି ରାମାୟଣକୁ ଅନୁବାଦ କରି କେତେକ କ୍ଷେତ୍ରରେ ତାହାକୁ ବିଭିନ୍ନ ସ୍ଥାନରେ କାଳ୍ପନିକ ଭାବରେ ପରିବର୍ତନ କରି ସେ ସବୁ ଲେଖା ଯାଇଥିଲା । ଏହି ସବୁ ଭାଷାନ୍ତରିକୃତ ରାମାୟଣ ମଧ୍ୟରେ ୧୨ ଶ ଶତାବ୍ଦୀରେ ରଚିତ ତାମିଲ ଭାଷାର " ରାମାଭରତମ " , ୧୪ ଶ ଶତାବ୍ଦୀରେ ରଚିତ ତେଲୁଗୁ ଭାଷାର " ଶ୍ରୀ ରଙ୍ଗନାଥ ରାମାୟଣମ " , " ଖାମେର ରିମକର " , ପ୍ରାଚୀନ ଜାଭା ଭାଷାର " କାକାୱିନ ରାମାୟଣ ", ଥାଇ ଭାଷାର " ରାମକିଏନ " , ଲାଓ ଭାଷାର " ଫରା ଲାକ ଫରା ଲାମ " ଓ ବର୍ମୀଜ ଭାଷାର " ୟମ ଜାତଦ୍ୟା " ପ୍ରସିଦ୍ଧି ଲାଭ କରିଥିଲା । 


ରାମାୟଣ ମୂଳ କାହାଣୀ ଅନେକ ଭାଷାର ଲେଖାରେ ଅକ୍ଷୁର୍ଣ ରହିଥିଲେ ମଧ୍ୟ ଏଥିରେରେ ପାର୍ଶ୍ୱ ଘଟଣା ବଳି ଓ ଚରିତ୍ର ଚିତ୍ରଣରେ ବ୍ୟାପକ ପରିବର୍ତନ ଲକ୍ଷ୍ୟ କରାଯାଇଥାଏ । ଅନେକ ସ୍ଥଳରେ ସ୍ଥାନୀୟ ଘଟଣାବଳୀ , ସଂସ୍କୃତିର ପ୍ରବେଶ ଘଟିଥାଏ । ଉଦାହରଣ ସ୍ୱରୂପ " ଲାଖୟନ ଖାମର "ରେ କେରାଲା ଓ ଲକ୍ଷ୍ୟାଦ୍ୱୀପରେ ମାପିଲା ଗୀତ ଆକାରରେ ରାମାୟଣର ଉପସ୍ଥାପନ କରାଯାଇଛି । ଥାଇଲାଣ୍ଡର ୱାଟ ଫ୍ରା କେଉ ରାଜପ୍ରସାଦଠାରେ ଥିବା ରାଜମହଳର କାନ୍ଥରେ ରାମାୟଣର ଅଙ୍କିତା ଚିତ୍ର ବର୍ତମାନ ମଧ୍ୟ ରହିଛି । ଇଣ୍ଡୋନେସିଆର ଲୋକ ନୃତ୍ୟରେ ରାମାୟଣର କଥା ବସ୍ତୁକୁ ବ୍ଯାଲେ ହିସାବରେ ଏବେ ମଧ୍ୟ ପ୍ରଚଳିତ ରହିଛି । ପପେତ୍ତ ନୃତ୍ୟ , ମୁରାଳ ଅଙ୍କନରେ ଲଙ୍କା ଯୁଦ୍ଧର ସବିଶେଷ ଚିତ୍ର ସବୁ ପ୍ରତିଫଳିତ ହେଇଥାଏ । 

ସଂସ୍କୃତ ରାମାୟଣ ସବୁ [ସମ୍ପାଦନା]

ମୂଳ ବାଲ୍ମୀକି ରାମାୟଣ ପରେ ସଂସ୍କୃତରେ ଅନ୍ୟ ରାମାୟଣ ସବୁ ମଧ୍ୟ ରଚିତ ହେଇଥିଲା । ଏଠି ମଧ୍ୟରୁ କେତେକ ମୂଳ ରାମାୟଣର କାହାଣୀକୁ ପୁନର-ବର୍ଣିତ ହେଇଥିବା ସ୍ଥଳେ ଔ କେତେକ ରାମାୟଣରେ ଏଥିରେ ଥିବା ପାର୍ଶ୍ୱ କଥା ଉପରେ ଗୁରୁତ୍ୱ ଆଧାର କରି , ତଥା ଏହାର ଦାର୍ଶନିକ ଦିଗ ଉପରେ ବିଶେଷ ଆଲୋକପାତ କରି ଲେଖା ଯାଇଥିଲା । 

  • ଆଧ୍ୟାତ୍ମ ରାମାୟଣ , ବ୍ୟାସଙ୍କ ରଚିତ ବ୍ରହ୍ମାଣ୍ଡ ପୁରାଣରେ ଅଧ୍ୟାତ୍ମିକା ଭାବନା ବିଶିଷ୍ଟ ରାମାୟଣ ରହିଥିବାର ଦେଖାଯାଏ । ଏହା ପରବର୍ତୀ କାଳରେ ସନ୍ଥ ତୁଳଶିଦାସଙ୍କ ରଚିତ "ରାମଚରିତମାନସ "କୁ ପ୍ରଭାବିତ କରିଥିବାର ଲକ୍ଷ୍ୟ କରାଯାଇଥାଏ । ବାଲ୍ମୀକି ରାମାୟଣ ରାମଙ୍କ ମାନବୀୟ ଗୁଣ ଉପରେ ବିଶେଷତ୍ୱ ପ୍ରଦାନ କରୁଥିବା ବେଳେ ଅଧ୍ୟାତ୍ମ ରାମାୟଣ ତାଙ୍କର ଈଶ୍ୱରୀୟ ଗୁଣକୁ ବେଶି  ଭାବରେ ପ୍ରତିପାଦନ କରିଥାଏ । ଏଥିରେ ମଧ୍ୟ ବାଲ୍ମୀକି ରାମାୟଣ ପରି ସାତ କାଣ୍ଡ ରହିଛି ।
  • ବଶିଷ୍ଠ ରାମାୟଣ ( ଯୋଗ ବଶିଷ୍ଠ ଭାବରେ ମଧ୍ୟ ପରିଚିତ )   ଏହା ମୁଖ୍ଯତଃ ମୁନି ବଶିଷ୍ଠ ଓ ରାମଙ୍କ ବର୍ତାଲାପ ଭାବରେ ରହି ବଶିଷ୍ଠଙ୍କ " ଅଦ୍ୱୈତ ବେଦାନ୍ତ " ବର୍ଣ୍ଣନା ଉପରେ ପରଜ୍ଯବେଶିତ । ଏଥିରେ ମୂଳ ରାମାୟଣର ଅନେକ କାହାଣୀ ଓ ଉଦାହରଣ ରହିଥିଲେ ମଧ୍ୟ  , ଏଥିରେ ବାଲ୍ମୀକି ରାମାୟଣର ସମ୍ପୂର୍ଣ ବର୍ଣ୍ଣନା ନାହି । 
  • ଲଘୁ ଯୋଗ ବଶିଷ୍ଠ , ଏହା କାଶ୍ମୀରର ଅଭିନନ୍ଦ ନାଅଙ୍କଦ୍ୱାରା ପ୍ରଣିତ ଓ ଏହା ଯୋଗ ବଶିଷ୍ଠ[୩]ର ସଂକ୍ଷିପ୍ତ ଅନୁବାଦ । 
  • ଆନନ୍ଦ ରାମାୟଣ , ଏହା ବାଲ୍ମୀକି ନିଜେ ରଚନା କରିଥିବା କୁହାଯାଏ । ଏଥିରେ ରାମାୟଣର ମୁଖ୍ୟ କାହାଣୀ ସଂକ୍ଷିପ୍ତ ଭାବରେ ରହିଥିଲେ ମଧ୍ୟ ଏହା ମୁଖ୍ୟତଃ ପାର୍ଶ୍ୱବର୍ତୀ କାହାଣୀ ସବୁର ବିଶଦ ବର୍ଣ୍ଣନା ଭାବରେ ଲିଖିତ ହେଇଥିଲା । ଏଥିରେ ସୀତା ହରଣ ସମୟର ବର୍ଣ୍ଣନାରେ ରାମେଶ୍ୱରମଠାରେ ରାମଙ୍କ ଶିବ ଲିଙ୍ଗ ସ୍ଥାପନ ବିଷୟ ବର୍ଣିତ ହେଇଛି ।[Versions_of_Ramayana#cite_note-8 [8]] 
  • ଅଗସ୍ତ୍ୟ ରାମାୟଣ , ଏହା ଅଗସ୍ତ୍ୟ ମୁନିଙ୍କଦ୍ୱାରା ରଚିତ ହେଇଥିଲା । 
  • ଅବଧୂତ ରାମାୟଣ , ଏହା ମଧ୍ୟ ବାଲ୍ମୀକି ରଚନା କରିଥିଲେ । ଏଥିରେ ସୀତା ଚରିତ୍ର ଓ ତାଙ୍କ ଜୀବନୀ ଓ ଅବଦାନ ବିଷୟକୁ ବିଶେଷ ଭାବରେ ଗୁରୁତ୍ୱ ଦେଇ ବର୍ଣ୍ଣନା କରାଯିଛି । ଏଥିରେ ରାବଣର ଜେଷ୍ଠ ଭ୍ରାତା ସାହାସତ୍ର ମସ୍କିସ୍କ ବିଶିଷ୍ଟ ରକ୍ଷ୍ୟସର ବଧ ଘଟନା ଉଲ୍ଲେଖ ରହିଛି । 
  • ରାମାୟଣ ର କାହାଣୀ ଗୁଡିକ ମହାକାବ୍ୟ ମହାଭାରତ[୪] ଓ ଧର୍ମ ପୁରାଣ ଭଗବତରେ ମଧ୍ୟ ଅନେକ ସ୍ଥାନରେ ଉଲ୍ଲେଖ ରହିଛି । ଭାଗବତ ପୁରାଣର ନବମ ସ୍କନ୍ଧ[୫]ରେ ରାମଙ୍କ କାହାଣୀ ରହିବା ସହ ବିଷ୍ଣୁ ପୁରାଣ ଓ ଅଗ୍ନି ପୂରଣରେ ମଧ୍ୟ ରାମାୟଣର ସଂକ୍ଷିପ୍ତ ବର୍ଣ୍ଣନା ଦେଖାଯାଏ । 
  • ଏକାଦଶ ଶତାବ୍ଦୀର ସଂସ୍କୃତ ଲେଖା "ମହାନାଟକ"ରେ ରାମଙ୍କ ବିଷୟରେ ଉଲ୍ଲେଖ କରାଯିଛି ।[୬]
  • ଷଷ୍ଠ ଶତାବ୍ଦୀର ଏକ ରଚନା " ଦଶ ଗରିବ ରାକ୍ଷସ ଚରିତମ ବଧ " ରେରେ ବାଳକାଣ୍ଡ ଓ ଉତ୍ତରାକାଣ୍ଡ ନଥାଇ ମଧ୍ୟ ରାମଙ୍କୁ ମାନବୀୟ ଆକାରରେ ବର୍ଣ୍ଣନା କରାଯାଇଛି । 

ଆଞ୍ଚଳିକ ଭାଷାରେ ରାମାୟଣ [ସମ୍ପାଦନା]

ଦେବୀ ଦୂର୍ଗା ଉପାସନା ସମୟରେ ରାମା ନିଜର ନେତ୍ରାକୁ କମଲ ପୁଷ୍ପ ଭାବରେ ପ୍ରଦାନ କରୁଥିବା ଚିତ୍ର 

ବିଭିନ୍ନ ଭାରତୀୟ ଭାଷାରେ ରାମାୟଣ ଲିଖିତ ହେଇଥିଲା । 

  • ଆନ୍ଧ୍ରପ୍ରଦେଶ - ସପ୍ତକନ୍ଦ ରାମାୟଣ ଗୋଣା  ବୁଦ୍ଧ ରେଡ୍ଡୀ  ଓ ତେଲୁଗୁ କାବ୍ଯ ରୂପ ମୋଲଲଙ୍କଦ୍ୱାରା ଲିଖିତ । ଶ୍ରୀ ବିଶ୍ୱନଦ୍ଧ ସତ୍ୟନାରାୟଣଙ୍କ " ଶ୍ରୀମାଡ୍ରାମାୟନ କଳ୍ପବୃକ୍ଷୟମ " ଏକ ବହୁ ଆଦୃତ ଲେଖା ଭାବରେ ଲେଖି କବି ଜ୍ଞାନପୀଠ ପୁରସ୍କାର ପାଇଲେ ଓ ତାଙ୍କୁ କବି ସମ୍ରାଟ କୁହାଯାଏ  
  • ଆସାମ -କଥା ରାମାୟଣ ୧୪ ଶ ଶତାବ୍ଦୀରେ  ମହାକବି ମାଧବ କନ୍ଦଳୀଙ୍କଦ୍ୱାରା ଲିଖିତ ହେଇଥିଲା ।  
  • ଗୋଆ- ୧୫ ଶ ଶତାବ୍ଦୀରେ କୃଷ୍ଣଦଶ ଶର୍ମା 'ରାମୟାନୁ" ରଚନା କରିଥିଲେ । ଏହା କୋଙ୍କଣୀ ଭାଷାରେ ରହିଛି । 
  • ଗୁଜରାଟ - ୧୭ ଶ ଶତାବ୍ଦୀରେ କବି ପ୍ରେମାନନ୍ଦ ସ୍ୱାମୀ " ତୁଳାଷୀ କଥା ରାମାୟଣ " ନାମରେ ରାମାୟଣ ଲେଖିଥିଲେ 
  • ଜମ୍ମୁ ଓ କାଶ୍ମୀର - ୧୯ ଶ ଶତାବ୍ଦୀରେ କାଶ୍ମିରୀ ଭାଷାରେ " ରାମଚରିତର ମାନସ " ଲେଖା ଯାଇଥିଲା ।
  • କର୍ଣାଟକ- କାନ୍ନାଡ଼ା ଭାଷାରେ ୧୩ ଶ ଶତାବ୍ଦୀରେ " କୁମୁଦେନ୍ଦୁ ରାମାୟଣ " ୦ ୧୬ ଶ ଶତାବ୍ଦୀରେ " କୁମାର ବାଲ୍ମୀକି ତୋଭରେ ରାମାୟଣ " ତଥା ୧୩ ଶ ଶତାବ୍ଦୀର " ରାମଚନ୍ଦ୍ର ଚରିତା ପୁରାଣ " ରଚିତ ହେଇଥିଲା । 
  • କେରଲ - ମାଳୟାଲାମ ଭାଷାରେ " କାନନସା ରାମାୟଣ " ନାମରେ ନିରାନାମ ରାମ ପାଣିକରଙ୍କଦ୍ୱାରା ୧୬ ଶ ଶତାବ୍ଦୀରେ ଲିଖିତ ହେଇଥିଲା । ଅନ୍ୟ ଏକ ରାମାୟଣ " ମପ୍ପିଲା ରାମାୟଣ " ସେଠାକାର ମୁସଲିମ ସଂପ୍ରଦାଯଦ୍ୱାରା ଆଦୃତ ।[୭] 
  • ମହାରାଷ୍ଟ୍ର - ମରାଠୀ ଭାଷାରେ " ଭାବାର୍ଥ ରାମାୟଣ " ୧୬ ଶ ଶତାବ୍ଦୀରେ ଏକନାଥଙ୍କଦ୍ୱାରା ରଚିତ ହେଇଥିଲା । ୧୨ ଶ ଶତାବ୍ଦୀ ମରାଠୀ ଲେଖାରେ ମଧ୍ୟ ରାମାୟଣ ବିଷୟ ବସ୍ତୁ ରହିଥିଲା ।
  • ତାମିଲନାଡୁ - ତାମିଲ ଭାଷାରେ " କାମବାରମାୟନ " କବି କାମବାନଙ୍କଦ୍ୱାରା ୧୨ ଶ ଶତାବ୍ଦୀରେ ରଚିତ ହେଇଥିଲା । 
  • ଉତ୍ତରପ୍ରଦେଶ - ୧୬ ଶ ଶତାବ୍ଦୀରେ ଗୋସ୍ୱାମୀ ତୁଳଶୀଦାସ " ରାମଚରିତମାନସ " ଲେଖିଥିଲେ । ଏହା ଉତ୍ତର ଭାରତରେ ବହୁତ ଜନପ୍ରିୟତା ହାସଲ କରିଥିଲା । 

ଓଡ଼ିଆ ଭାଷାରେ ରାମାୟଣ[ସମ୍ପାଦନା]

 ଓଡ଼ିଆ ଭାଷାରେ ଅନେକ ରାମାୟଣ ରଚିତ ହେଇଥିଲେ ମଧ୍ୟ ଶେଥି ମଧ୍ୟରୁ ୧୫ ଶ ଶତାବ୍ଦୀର ଭକ୍ତକବି ମଧ୍ୟରୁ ପଞ୍ଚସଖାର ଅନ୍ୟତମ କବି ବଲରାମ ଦାସଙ୍କ ରଚିତ ରାମାୟଣ ସର୍ବାପେକ୍ଷା ବେଶି ଆଦୃତ ହେଇଆସିଛି ।ଏହି ରାମାୟଣ " ଜଗମୋହନ ରାମାୟଣ " ବା " ଦଣ୍ଡି ରାମାୟଣ " କୁହାଯାଇଥାଏ ଓ ତାହା ଓଡ଼ିଆ ଭାଷାର ସମ୍ପୂର୍ଣ ରାମାୟଣ ଭାବରେ ରହିଛି ।[୮]


ଭିନ୍ନ ଧର୍ମରେ ରାମାୟଣ [ସମ୍ପାଦନା]

  •  ବୌଦ୍ଧ ଧର୍ମ - " ଦଶରତ ଜାତକ " ନାମରେ ବୌଦ୍ଧ ଧର୍ମ ପୁସ୍ତକରେ ରାମ ଓ ସୀତାଙ୍କ ବିଷୟ ଉଲ୍ଲେଖ ଓ ବର୍ଣ୍ଣନା ରହିଛି । ଏଥିରେ ରାମ ଓ ସୀତା ବାଲ୍ୟ ବିବାହ କରିଥିବା କଥା ସହ ବୁଦ୍ଧ ନିଜେ ରାମଙ୍କ ବଂଶ  "ଇଚ୍ଛାକୁ" ବଂଶ ଜାତ ହେଇଥିବା କଥା ଉଲ୍ଲେଖ ରହିଛି ।  
  • ଜୈନ ଧର୍ମ - ଏକ ମୁଖ୍ୟ ଜୈନ ସାହିତ୍ୟ ପୁସ୍ତକ " ପୌମାଚରିୟାମ "ରେ ଜୈନ ଚରିତ୍ର ହିସାବରେ ରାମାୟଣର ଚରିତ୍ର ମାନଙ୍କୁ ବର୍ଣ୍ଣନା କରାଯାଇଛି । ଏଥିରେ ରାମ ଓ ସୀତା ଆଶ୍ରମକୁ ନ ଯାଇ ଜୈନ ତୀର୍ଥ ଯାଇଥିବାର ଉଲ୍ଲେଖ କରା ଯାଇଛି । 

ଭାରତ ବାହାରେ ରାମାୟଣ [ସମ୍ପାଦନା]

ଭରତ ବାହାରେ ଏହି ସବୁ ରାମାୟଣର ପ୍ରଚାଳନ ରହିଛି ,  ପୂର୍ବ ଏସିଆ 

  • ଚୀନ ଓ ତିବତ ଦେଶରେ ଦୁଙ୍ଘୁଆଙ୍ଗ ପାଣ୍ଡୁଲିପିରେ ରାମାୟଣର ବର୍ଣ୍ଣନା ରହିଛି ।[୧୦] 
  • ୟୂନାନଠାରେ " ଲେଙ୍ଗ କା ସିପ ହର " 
  • ଜାପାନ - "ରାମାୟେନ୍ନା" ବା " ରମଣଶୋ" 
    [୧୧]

ଦକ୍ଷିଣ ପୂର୍ବ ଏସିଆ 

  • କମ୍ବୋଡିଆ - ରେୟାମକର
  • ଇନ୍ଦୋନେଶିୟା , ବାଲି -ରାମକାଭାକ , ଜାଭା - କାକାବିନ ରାମାୟଣ , ଯୋଗେଶ୍ୱର ରାମାୟଣ , ସୁମାତ୍ରା- ରାମାୟଣ ସ୍ୱର୍ଣ ଦ୍ୱିପ

ଲାଓସ - ଫେର ଲକ ଫେରା  

  •  ଲାଓସ - ଫେର ଲକ ଫେରା

 - ଦକ୍ଷିଣ ଏସିଆ 

ପଶ୍ଚିମ ଏସିଆ 

ସମସାମୟିକ ଗଦ୍ୟ ରାମାୟଣ [ସମ୍ପାଦନା]

 ସମସାମୟିକ କାଳରେ ଗଦ୍ୟ ରୂପରେ ମଧ୍ୟ ରାମାୟଣ ଲିଖିତ ହଉଥିଲା । କନ୍ନଡ ଭାଷାରେ କେ . ବି . ପୁତ୍ତପ୍ପାଙ୍କ " ରାମାୟଣ ଦର୍ଶନମ "ଓ  ତେଲୁଗୁ ଭାଷାରେ ବିଶ୍ୱନାଥ ସତ୍ୟନାରାୟନଙ୍କ " ରାମାୟନକଳ୍ପବୃକ୍ଷ୍ୟମ " ଗଦ୍ୟ ଆକାରରେ ରହିଥିଲା ଓ ଉଭୟ ଶେଠୀ ନିମନ୍ତେ " ଜ୍ଞାନପୀଠ " ପୁରସ୍କାର ପାଇଥିଲେ । ମାରାଠିରେ ଗଦ୍ୟ ଆକାରରେ "ଗୀତ ରାମାୟଣ " ଲେଖାଯାଇ ତାହା ପରେ ସୁଧୀର ଫାଦକେଙ୍କଦ୍ୱାରା ସ୍ୱର ସଂଯୋଜନାରେ କବିତା ଭାବରେ ପ୍ରସିଦ୍ଧି ହାସଲ କରିଥିଲା । ଇଂରାଜୀ ଭାଷାରେ ମାର୍ଟିନ ବକଳେ ରାମାୟଣକୁ ଆଧାର କରି ଭ୍ରମଣ କାହାଣୀ ଲେଖିଥିଲେ । 

ପରଦାରେ ଉପସ୍ଥାପିତ ରାମାୟଣ [ସମ୍ପାଦନା]

ରାମାନନ୍ଦ ସାଗରଙ୍କ ଟିଭି ଧାରାବାହିକ " ରାମାୟଣ " ଦର୍ଶକଙ୍କଦ୍ୱାରା ବହୁଳ ଆଦୃତ ହେଇଥିଲା । ସଞ୍ଜୟ ଖାନ ୧୯୯୦ ଦଶକରେ ରାମାୟଣ ଉପରେ ଆଧାର କରି " ଜୟ ହନୁମାନ " ନାମକ ଫିଲ୍ମ ନିର୍ମାଣ କରିଥିଲେ । " ରାମାୟଣ " ନାମକ ଏକ ଜାପାନି ଫିଲ୍ମ , " ରାମାୟଣ" ନାମରେ ଏକ ଭାରତୀୟ ଆନିମେସନ ଫିଲ୍ମ ମଧ୍ୟ ନିର୍ମିତ ହେଇଥିଲା । 

ମଞ୍ଚରେ ପ୍ରଦର୍ଶିତ ରାମାୟଣ [ସମ୍ପାଦନା]

୧୯୭୮ ମସିହାରୁ କାଲିଫରଣିଆର ବାତସାନଭିଲଲେ[୧୨]ଠାରେ ରାମାୟଣ ବାବା ହଋ ଦାସଙ୍କଦ୍ୱାରା ଅଭିନୀତ ହେଇଆସୁଛି । ,[୧୩] ଆମେରିକାର ସାନ ଜୋସଠାରେ ରାମାୟଣର କାହାଣୀକୁ ଆଧୂନିକୀକରଣ କରାଯାଇ ପ୍ରଦର୍ଶନ କରାଯାଉଛି । .[୧୪]


କାର୍ତୂନ ଚିତ୍ର ଧାରାବାହିକରେ ରାମାୟଣ [ସମ୍ପାଦନା]

ଚିତ୍ରକାର ବିକାଶ ଗୋୟେଲ ଓ ଲେଖକ ବିଜୟେନ୍ଦ୍ର ମହାନ୍ତି ଏକ ୧୦ - ଭାଗ କରତୂନ ଧାରାବାହିକ ନିର୍ମାଣ କରିଛନ୍ତି । ଏଥିରେ ରାବଣ ଚରିତ୍ରକୁ ବିଶେଷ ଭାବରେ ପ୍ରଦର୍ଶନ କରାଯାଇଛି । [୧୫]

ପୁନଶ୍ଚ ଦେଖଣା [ସମ୍ପାଦନା]

ଫୁଟ ନୋଟ ସମୂହ [ସମ୍ପାଦନା]

  1. "Ramayana(s) retold in Asia". The Hindu. 19 February 2012. Retrieved 2015-02-07.
  2. "History of Rama and Ramayan". Hindu Online. 2010. Retrieved 2015-02-07.
  3. Leslie, Julia (2003).
  4. Mahabharata. Parimal Publications. 2006.
  5. Srimad Bhagavata Mahapurana. Gita Press, Gorakhpur. ISBN 81-293-0155-5.
  6. Schuyler, Montgomery (1877). A bibliography of the Sanskrit drama: with an introductory sketch of the dramatic literature of India. Columbia University Press, the Macmillan Company, agents.
  7. "A different song".
  8. https://archive.org/details/Jagmohan.ramayan-dandi.ramayan.odia-language.Devanagari-script
  9. Jhimli Mukherjee Pandey (18 December 2015). "6th-century Ramayana found in Kolkata, stuns scholars". The Times of India.
  10. de Jong, J.W. 1971.
  11. de Jong, J.W. 1971.
  12. website editor (June 6–8, 2014). "Ramayana". 36th Annual Ramayana!. Mount Madonna School. Retrieved Aug 8, 2014.CS1 maint: Extra text: authors list (link)
  13. Jha, Ritu (July 8, 2011). "California school celebrates Ramayan for 33 years". rediff News,. rediff.com. Retrieved Aug 3, 2014.
  14. "Superstar of Tamil theatre". October 2, 2000.
  15. Banerjee, Manali (2011-07-09). "The Ramayana as Ravana saw it". Hindustan Times. New Delhi: HT Media. Retrieved 2011-07-23.

Bibliography[ସମ୍ପାଦନା]

  • Many Ramayanas: The Diversity of a Narrative Tradition in South Asia, ed. by Paula Richman. University of California Press, 1991.