ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ

ଉଇକିପିଡ଼ିଆ‌ରୁ
ହନୁମାନଙ୍କ ସ୍କନ୍ଧ ଉପରେ ବସି ଦୈତ୍ୟ ରାବଣ ସହ ଯୁଦ୍ଧରେ ବ୍ୟସ୍ତ ରାମ 

ହିନ୍ଦୁ ଧାର୍ମିକ ମହାକାବ୍ୟ ରାମାୟଣର ବିଭିନ୍ନ ଭାଷାରେ ଅନ୍ୟୁନ ତିନି ଶହ ବିଭିନ୍ନ ରଚନା ରହିଥିବାର ଜଣାଯାଏ । ସେହି ମଧ୍ୟରୁ ସର୍ବପୁରାତନ ରାମାୟଣ ସନ୍ଥ ବାଲ୍ମୀକିଙ୍କ ରଚିତ ରାମାୟଣ ଓ ଅନେକ ରାମାୟଣ ସେହି ରାମାୟଣକୁ ଆଧାର କରି ଲେଖାଯାଇଛି । ମୂଳ କଥା ବସ୍ତୁ ସବୁ ରାମାୟଣରେ ସମାନ ରହିଥିଲେ ମଧ୍ୟ ବିଭିନ୍ନ ବିଷୟ ବସ୍ତୁରେ ବିବିଧତା ରହିଥାଏ । 

ଭାରତ ବାହାରେ ବିଭିନ୍ନ ଏସୀୟ ଦେଶ ମାନଙ୍କରେ ସେଠାକାର ଭାଷାରେ ରାମାୟଣ ଲେଖା ଯାଇଥିଲା । ବର୍ମା ( ମ୍ୟାନମାର) , ଇନ୍ଦୋନେଶିଆ , କମ୍ବୋଡିଆ , ଲାଓସ , ଫିଲିପାଇନ୍ସ, ଶ୍ରୀଲଙ୍କା , ନେପାଲ , ଥାଇଲାଣ୍ଡ,ମାଲେସିଆ , ଜାପାନ , ମଙ୍ଗୋଲିଆ , ଭିଏତନାମ , ଓ ଚୀନ [୧][୨]ଦେଶରେ ରାମାୟଣ ରଚିତ ହେଇ ଆଦୃତ ହେଇଥିଲା । ମୂଳ ବାଲ୍ମୀକି ରାମାୟଣକୁ ଅନୁବାଦ କରି କେତେକ କ୍ଷେତ୍ରରେ ତାହାକୁ ବିଭିନ୍ନ ସ୍ଥାନରେ କାଳ୍ପନିକ ଭାବରେ ପରିବର୍ତନ କରି ସେ ସବୁ ଲେଖା ଯାଇଥିଲା । ଏହି ସବୁ ଭାଷାନ୍ତରିକୃତ ରାମାୟଣ ମଧ୍ୟରେ ୧୨ ଶ ଶତାବ୍ଦୀରେ ରଚିତ ତାମିଲ ଭାଷାର " ରାମାଭରତମ " , ୧୪ ଶ ଶତାବ୍ଦୀରେ ରଚିତ ତେଲୁଗୁ ଭାଷାର " ଶ୍ରୀ ରଙ୍ଗନାଥ ରାମାୟଣମ " , " ଖାମେର ରିମକର " , ପ୍ରାଚୀନ ଜାଭା ଭାଷାର " କାକାୱିନ ରାମାୟଣ ", ଥାଇ ଭାଷାର " ରାମକିଏନ " , ଲାଓ ଭାଷାର " ଫରା ଲାକ ଫରା ଲାମ " ଓ ବର୍ମୀଜ ଭାଷାର " ୟମ ଜାତଦ୍ୟା " ପ୍ରସିଦ୍ଧି ଲାଭ କରିଥିଲା । 


ରାମାୟଣ ମୂଳ କାହାଣୀ ଅନେକ ଭାଷାର ଲେଖାରେ ଅକ୍ଷୁର୍ଣ ରହିଥିଲେ ମଧ୍ୟ ଏଥିରେରେ ପାର୍ଶ୍ୱ ଘଟଣା ବଳି ଓ ଚରିତ୍ର ଚିତ୍ରଣରେ ବ୍ୟାପକ ପରିବର୍ତନ ଲକ୍ଷ୍ୟ କରାଯାଇଥାଏ । ଅନେକ ସ୍ଥଳରେ ସ୍ଥାନୀୟ ଘଟଣାବଳୀ , ସଂସ୍କୃତିର ପ୍ରବେଶ ଘଟିଥାଏ । ଉଦାହରଣ ସ୍ୱରୂପ " ଲାଖୟନ ଖାମର "ରେ କେରଳ ଓ ଲକ୍ଷ୍ୟାଦ୍ୱୀପରେ ମାପିଲା ଗୀତ ଆକାରରେ ରାମାୟଣର ଉପସ୍ଥାପନ କରାଯାଇଛି । ଥାଇଲାଣ୍ଡର ୱାଟ ଫ୍ରା କେଉ ରାଜପ୍ରସାଦଠାରେ ଥିବା ରାଜମହଳର କାନ୍ଥରେ ରାମାୟଣର ଅଙ୍କିତା ଚିତ୍ର ବର୍ତ୍ତମାନ ମଧ୍ୟ ରହିଛି । ଇଣ୍ଡୋନେସିଆର ଲୋକ ନୃତ୍ୟରେ ରାମାୟଣର କଥା ବସ୍ତୁକୁ ବ୍ଯାଲେ ହିସାବରେ ଏବେ ମଧ୍ୟ ପ୍ରଚଳିତ ରହିଛି । ପପେତ୍ତ ନୃତ୍ୟ , ମୁରାଳ ଅଙ୍କନରେ ଲଙ୍କା ଯୁଦ୍ଧର ସବିଶେଷ ଚିତ୍ର ସବୁ ପ୍ରତିଫଳିତ ହେଇଥାଏ । 

ସଂସ୍କୃତ ରାମାୟଣ ସବୁ [ସମ୍ପାଦନା]

ମୂଳ ବାଲ୍ମୀକି ରାମାୟଣ ପରେ ସଂସ୍କୃତରେ ଅନ୍ୟ ରାମାୟଣ ସବୁ ମଧ୍ୟ ରଚିତ ହେଇଥିଲା । ଏଠି ମଧ୍ୟରୁ କେତେକ ମୂଳ ରାମାୟଣର କାହାଣୀକୁ ପୁନର-ବର୍ଣିତ ହେଇଥିବା ସ୍ଥଳେ ଓ କେତେକ ରାମାୟଣରେ ଏଥିରେ ଥିବା ପାର୍ଶ୍ୱ କଥା ଉପରେ ଗୁରୁତ୍ୱ ଆଧାର କରି , ତଥା ଏହାର ଦାର୍ଶନିକ ଦିଗ ଉପରେ ବିଶେଷ ଆଲୋକପାତ କରି ଲେଖା ଯାଇଥିଲା । 

  • ଆଧ୍ୟାତ୍ମ ରାମାୟଣ , ବ୍ୟାସଙ୍କ ରଚିତ ବ୍ରହ୍ମାଣ୍ଡ ପୁରାଣରେ ଅଧ୍ୟାତ୍ମିକା ଭାବନା ବିଶିଷ୍ଟ ରାମାୟଣ ରହିଥିବାର ଦେଖାଯାଏ । ଏହା ପରବର୍ତୀ କାଳରେ ସନ୍ଥ ତୁଳଶିଦାସଙ୍କ ରଚିତ "ରାମଚରିତମାନସ "କୁ ପ୍ରଭାବିତ କରିଥିବାର ଲକ୍ଷ୍ୟ କରାଯାଇଥାଏ । ବାଲ୍ମୀକି ରାମାୟଣ ରାମଙ୍କ ମାନବୀୟ ଗୁଣ ଉପରେ ବିଶେଷତ୍ୱ ପ୍ରଦାନ କରୁଥିବା ବେଳେ ଅଧ୍ୟାତ୍ମ ରାମାୟଣ ତାଙ୍କର ଈଶ୍ୱରୀୟ ଗୁଣକୁ ବେଶୀ  ଭାବରେ ପ୍ରତିପାଦନ କରିଥାଏ । ଏଥିରେ ମଧ୍ୟ ବାଲ୍ମୀକି ରାମାୟଣ ପରି ସାତ କାଣ୍ଡ ରହିଛି ।
  • ବଶିଷ୍ଠ ରାମାୟଣ ( ଯୋଗ ବଶିଷ୍ଠ ଭାବରେ ମଧ୍ୟ ପରିଚିତ )   ଏହା ମୁଖ୍ଯତଃ ମୁନି ବଶିଷ୍ଠ ଓ ରାମଙ୍କ ବର୍ତାଲାପ ଭାବରେ ରହି ବଶିଷ୍ଠଙ୍କ " ଅଦ୍ୱୈତ ବେଦାନ୍ତ " ବର୍ଣ୍ଣନା ଉପରେ ପରଜ୍ଯବେଶିତ । ଏଥିରେ ମୂଳ ରାମାୟଣର ଅନେକ କାହାଣୀ ଓ ଉଦାହରଣ ରହିଥିଲେ ମଧ୍ୟ  , ଏଥିରେ ବାଲ୍ମୀକି ରାମାୟଣର ସମ୍ପୂର୍ଣ ବର୍ଣ୍ଣନା ନାହି । 
  • ଲଘୁ ଯୋଗ ବଶିଷ୍ଠ , ଏହା କାଶ୍ମୀରର ଅଭିନନ୍ଦ ନାଅଙ୍କଦ୍ୱାରା ପ୍ରଣିତ ଓ ଏହା ଯୋଗ ବଶିଷ୍ଠ[୩]ର ସଂକ୍ଷିପ୍ତ ଅନୁବାଦ । 
  • ଆନନ୍ଦ ରାମାୟଣ , ଏହା ବାଲ୍ମୀକି ନିଜେ ରଚନା କରିଥିବା କୁହାଯାଏ । ଏଥିରେ ରାମାୟଣର ମୁଖ୍ୟ କାହାଣୀ ସଂକ୍ଷିପ୍ତ ଭାବରେ ରହିଥିଲେ ମଧ୍ୟ ଏହା ମୁଖ୍ୟତଃ ପାର୍ଶ୍ୱବର୍ତୀ କାହାଣୀ ସବୁର ବିଶଦ ବର୍ଣ୍ଣନା ଭାବରେ ଲିଖିତ ହେଇଥିଲା । ଏଥିରେ ସୀତା ହରଣ ସମୟର ବର୍ଣ୍ଣନାରେ ରାମେଶ୍ୱରମଠାରେ ରାମଙ୍କ ଶିବ ଲିଙ୍ଗ ସ୍ଥାପନ ବିଷୟ ବର୍ଣିତ ହେଇଛି ।[Versions_of_Ramayana#cite_note-8 [8]] 
  • ଅଗସ୍ତ୍ୟ ରାମାୟଣ , ଏହା ଅଗସ୍ତ୍ୟ ମୁନିଙ୍କଦ୍ୱାରା ରଚିତ ହେଇଥିଲା । 
  • ଅବଧୂତ ରାମାୟଣ , ଏହା ମଧ୍ୟ ବାଲ୍ମୀକି ରଚନା କରିଥିଲେ । ଏଥିରେ ସୀତା ଚରିତ୍ର ଓ ତାଙ୍କ ଜୀବନୀ ଓ ଅବଦାନ ବିଷୟକୁ ବିଶେଷ ଭାବରେ ଗୁରୁତ୍ୱ ଦେଇ ବର୍ଣ୍ଣନା କରାଯିଛି । ଏଥିରେ ରାବଣର ଜେଷ୍ଠ ଭ୍ରାତା ସାହାସତ୍ର ମସ୍କିସ୍କ ବିଶିଷ୍ଟ ରକ୍ଷ୍ୟସର ବଧ ଘଟନା ଉଲ୍ଲେଖ ରହିଛି । 
  • ରାମାୟଣ ର କାହାଣୀଗୁଡ଼ିକ ମହାକାବ୍ୟ ମହାଭାରତ[୪] ଓ ଧର୍ମ ପୁରାଣ ଭଗବତରେ ମଧ୍ୟ ଅନେକ ସ୍ଥାନରେ ଉଲ୍ଲେଖ ରହିଛି । ଭାଗବତ ପୁରାଣର ନବମ ସ୍କନ୍ଧ[୫]ରେ ରାମଙ୍କ କାହାଣୀ ରହିବା ସହ ବିଷ୍ଣୁ ପୁରାଣ ଓ ଅଗ୍ନି ପୂରଣରେ ମଧ୍ୟ ରାମାୟଣର ସଂକ୍ଷିପ୍ତ ବର୍ଣ୍ଣନା ଦେଖାଯାଏ । 
  • ଏକାଦଶ ଶତାବ୍ଦୀର ସଂସ୍କୃତ ଲେଖା "ମହାନାଟକ"ରେ ରାମଙ୍କ ବିଷୟରେ ଉଲ୍ଲେଖ କରାଯିଛି ।[୬]
  • ଷଷ୍ଠ ଶତାବ୍ଦୀର ଏକ ରଚନା "ଦଶ ଗ୍ରିବ ରାକ୍ଷସ ଚରିତମ ବଧ'ର ପାଁଡୁଲିପି ୨୦୧୫ରେ କୋଲକାତାରେ ଆବିସ୍କୃତ ହୋଇଥିଲ। ଏହି ପାଁଡୁଲିପିରେ ବାଳକାଣ୍ଡ ଓ ଉତ୍ତରାକାଣ୍ଡ ନଥାଇ ମଧ୍ୟ ରାମଙ୍କୁ ମାନବୀୟ ଆକାରରେ ବର୍ଣ୍ଣନା କରାଯାଇଛି । [୭]

ଆଞ୍ଚଳିକ ଭାଷାରେ ରାମାୟଣ [ସମ୍ପାଦନା]

ଦେବୀ ଦୂର୍ଗା ଉପାସନା ସମୟରେ ରାମା ନିଜର ନେତ୍ରାକୁ କମଲ ପୁଷ୍ପ ଭାବରେ ପ୍ରଦାନ କରୁଥିବା ଚିତ୍ର 

ବିଭିନ୍ନ ଭାରତୀୟ ଭାଷାରେ ରାମାୟଣ ଲିଖିତ ହେଇଥିଲା । 

  • ଆନ୍ଧ୍ରପ୍ରଦେଶ - ସପ୍ତକନ୍ଦ ରାମାୟଣ ଗୋଣା  ବୁଦ୍ଧ ରେଡ୍ଡୀ  ଓ ତେଲୁଗୁ କାବ୍ଯ ରୂପ ମୋଲଲଙ୍କଦ୍ୱାରା ଲିଖିତ । ଶ୍ରୀ ବିଶ୍ୱନଦ୍ଧ ସତ୍ୟନାରାୟଣଙ୍କ " ଶ୍ରୀମାଡ୍ରାମାୟନ କଳ୍ପବୃକ୍ଷୟମ " ଏକ ବହୁ ଆଦୃତ ଲେଖା ଭାବରେ ଲେଖି କବି ଜ୍ଞାନପୀଠ ପୁରସ୍କାର ପାଇଲେ ଓ ତାଙ୍କୁ କବି ସମ୍ରାଟ କୁହାଯାଏ  
  • ଆସାମ -କଥା ରାମାୟଣ ୧୪ ଶ ଶତାବ୍ଦୀରେ  ମହାକବି ମାଧବ କନ୍ଦଳୀଙ୍କଦ୍ୱାରା ଲିଖିତ ହେଇଥିଲା ।  
  • ଗୋଆ- ୧୫ ଶ ଶତାବ୍ଦୀରେ କୃଷ୍ଣଦଶ ଶର୍ମା 'ରାମୟାନୁ" ରଚନା କରିଥିଲେ । ଏହା କୋଙ୍କଣୀ ଭାଷାରେ ରହିଛି । 
  • ଗୁଜରାଟ - ୧୭ ଶ ଶତାବ୍ଦୀରେ କବି ପ୍ରେମାନନ୍ଦ ସ୍ୱାମୀ " ତୁଳାଷୀ କଥା ରାମାୟଣ " ନାମରେ ରାମାୟଣ ଲେଖିଥିଲେ 
  • ଜମ୍ମୁ ଓ କାଶ୍ମୀର - ୧୯ ଶ ଶତାବ୍ଦୀରେ କାଶ୍ମିରୀ ଭାଷାରେ " ରାମଚରିତର ମାନସ " ଲେଖା ଯାଇଥିଲା ।
  • କର୍ଣାଟକ- କାନ୍ନାଡ଼ା ଭାଷାରେ ୧୩ ଶ ଶତାବ୍ଦୀରେ " କୁମୁଦେନ୍ଦୁ ରାମାୟଣ " ୦ ୧୬ ଶ ଶତାବ୍ଦୀରେ " କୁମାର ବାଲ୍ମୀକି ତୋଭରେ ରାମାୟଣ " ତଥା ୧୩ ଶ ଶତାବ୍ଦୀର " ରାମଚନ୍ଦ୍ର ଚରିତା ପୁରାଣ " ରଚିତ ହେଇଥିଲା । 
  • କେରଲ - ମାଲାୟାଲାମ ଭାଷାରେ " କାନନସା ରାମାୟଣ " ନାମରେ ନିରାନାମ ରାମ ପାଣିକରଙ୍କଦ୍ୱାରା ୧୬ ଶ ଶତାବ୍ଦୀରେ ଲିଖିତ ହେଇଥିଲା । ଅନ୍ୟ ଏକ ରାମାୟଣ " ମପ୍ପିଲା ରାମାୟଣ " ସେଠାକାର ମୁସଲିମ ସଂପ୍ରଦାଯଦ୍ୱାରା ଆଦୃତ ।[୮] 
  • ମହାରାଷ୍ଟ୍ର - ମରାଠୀ ଭାଷାରେ " ଭାବାର୍ଥ ରାମାୟଣ " ୧୬ ଶ ଶତାବ୍ଦୀରେ ଏକନାଥଙ୍କଦ୍ୱାରା ରଚିତ ହେଇଥିଲା । ୧୨ ଶ ଶତାବ୍ଦୀ ମରାଠୀ ଲେଖାରେ ମଧ୍ୟ ରାମାୟଣ ବିଷୟ ବସ୍ତୁ ରହିଥିଲା ।
  • ତାମିଲନାଡୁ - ତାମିଲ ଭାଷାରେ " କାମବାରମାୟନ " କବି କାମବାନଙ୍କଦ୍ୱାରା ୧୨ ଶ ଶତାବ୍ଦୀରେ ରଚିତ ହେଇଥିଲା । 
  • ଉତ୍ତରପ୍ରଦେଶ - ୧୬ ଶ ଶତାବ୍ଦୀରେ ଗୋସ୍ୱାମୀ ତୁଳଶୀଦାସ " ରାମଚରିତମାନସ " ଲେଖିଥିଲେ । ଏହା ଉତ୍ତର ଭାରତରେ ବହୁତ ଜନପ୍ରିୟତା ହାସଲ କରିଥିଲା । 

ଓଡ଼ିଆ ଭାଷାରେ ରାମାୟଣ[ସମ୍ପାଦନା]

 ଓଡ଼ିଆ ଭାଷାରେ ଅନେକ ରାମାୟଣ ରଚିତ ହେଇଥିଲେ ମଧ୍ୟ ସେଥି ମଧ୍ୟରୁ ପଞ୍ଚଦଶ ଶତାବ୍ଦୀର ଭକ୍ତକବି ମଧ୍ୟରୁ ପଞ୍ଚସଖାର ଅନ୍ୟତମ କବି ବଳରାମ ଦାସଙ୍କ ରଚିତ ରାମାୟଣ ସର୍ବାପେକ୍ଷା ଜନାଦୃତ । ଏହି ରାମାୟଣକୁ " ଜଗମୋହନ ରାମାୟଣ " ବା " ଦାଣ୍ଡି ରାମାୟଣ" ଭାବରେ ଜଣାଯାଏ । ଏହା ଓଡ଼ିଆ ଭାଷାର ଏକ ସମ୍ପୂର୍ଣ ରାମାୟଣ ଭାବରେ ଗୃହିତ ।[୯]

ଭିନ୍ନ ଧର୍ମରେ ରାମାୟଣ [ସମ୍ପାଦନା]

  •  ବୌଦ୍ଧ ଧର୍ମ - " ଦଶରତ ଜାତକ " ନାମରେ ବୌଦ୍ଧ ଧର୍ମ ପୁସ୍ତକରେ ରାମ ଓ ସୀତାଙ୍କ ବିଷୟ ଉଲ୍ଲେଖ ଓ ବର୍ଣ୍ଣନା ରହିଛି । ଏଥିରେ ରାମ ଓ ସୀତା ବାଲ୍ୟ ବିବାହ କରିଥିବା କଥା ସହ ବୁଦ୍ଧ ନିଜେ ରାମଙ୍କ ବଂଶ  "ଇଚ୍ଛାକୁ" ବଂଶ ଜାତ ହେଇଥିବା କଥା ଉଲ୍ଲେଖ ରହିଛି ।  
  • ଜୈନ ଧର୍ମ - ଏକ ମୁଖ୍ୟ ଜୈନ ସାହିତ୍ୟ ପୁସ୍ତକ " ପୌମାଚରିୟାମ "ରେ ଜୈନ ଚରିତ୍ର ହିସାବରେ ରାମାୟଣର ଚରିତ୍ର ମାନଙ୍କୁ ବର୍ଣ୍ଣନା କରାଯାଇଛି । ଏଥିରେ ରାମ ଓ ସୀତା ଆଶ୍ରମକୁ ନ ଯାଇ ଜୈନ ତୀର୍ଥ ଯାଇଥିବାର ଉଲ୍ଲେଖ କରା ଯାଇଛି । 

ଭାରତ ବାହାରେ ରାମାୟଣ [ସମ୍ପାଦନା]

ଭରତ ବାହାରେ ଏହି ସବୁ ରାମାୟଣର ପ୍ରଚାଳନ ରହିଛି ,  ପୂର୍ବ ଏସିଆ 

  • ଚୀନ ଓ ତିବତ ଦେଶରେ ଦୁଙ୍ଘୁଆଙ୍ଗ ପାଣ୍ଡୁଲିପିରେ ରାମାୟଣର ବର୍ଣ୍ଣନା ରହିଛି ।[୧୦] 
  • ୟୂନାନଠାରେ " ଲେଙ୍ଗ କା ସିପ ହର " 
  • ଜାପାନ - "ରାମାୟେନ୍ନା" ବା " ରମଣଶୋ" 
    [୧୧]

ଦକ୍ଷିଣ ପୂର୍ବ ଏସିଆ 

  • କମ୍ବୋଡିଆ - ରେୟାମକର
  • ଇନ୍ଦୋନେଶିୟା , ବାଲି -ରାମକାଭାକ , ଜାଭା - କାକାବିନ ରାମାୟଣ , ଯୋଗେଶ୍ୱର ରାମାୟଣ , ସୁମାତ୍ରା- ରାମାୟଣ ସ୍ୱର୍ଣ ଦ୍ୱିପ

ଲାଓସ - ଫେର ଲକ ଫେରା  

  •  ଲାଓସ - ଫେର ଲକ ଫେରା

 - ଦକ୍ଷିଣ ଏସିଆ 

ପଶ୍ଚିମ ଏସିଆ 

ସମସାମୟିକ ଗଦ୍ୟ ରାମାୟଣ [ସମ୍ପାଦନା]

 ସମସାମୟିକ କାଳରେ ଗଦ୍ୟ ରୂପରେ ମଧ୍ୟ ରାମାୟଣ ଲିଖିତ ହଉଥିଲା । କନ୍ନଡ ଭାଷାରେ କେ . ବି . ପୁତ୍ତପ୍ପାଙ୍କ " ରାମାୟଣ ଦର୍ଶନମ "ଓ  ତେଲୁଗୁ ଭାଷାରେ ବିଶ୍ୱନାଥ ସତ୍ୟନାରାୟନଙ୍କ " ରାମାୟନକଳ୍ପବୃକ୍ଷ୍ୟମ " ଗଦ୍ୟ ଆକାରରେ ରହିଥିଲା ଓ ଉଭୟ ଶେଠୀ ନିମନ୍ତେ " ଜ୍ଞାନପୀଠ " ପୁରସ୍କାର ପାଇଥିଲେ । ମାରାଠିରେ ଗଦ୍ୟ ଆକାରରେ "ଗୀତ ରାମାୟଣ " ଲେଖାଯାଇ ତାହା ପରେ ସୁଧୀର ଫାଦକେଙ୍କଦ୍ୱାରା ସ୍ୱର ସଂଯୋଜନାରେ କବିତା ଭାବରେ ପ୍ରସିଦ୍ଧି ହାସଲ କରିଥିଲା । ଇଂରାଜୀ ଭାଷାରେ ମାର୍ଟିନ ବକଳେ ରାମାୟଣକୁ ଆଧାର କରି ଭ୍ରମଣ କାହାଣୀ ଲେଖିଥିଲେ । 

ପରଦାରେ ଉପସ୍ଥାପିତ ରାମାୟଣ [ସମ୍ପାଦନା]

ରାମାନନ୍ଦ ସାଗରଙ୍କ ଟିଭି ଧାରାବାହିକ " ରାମାୟଣ " ଦର୍ଶକଙ୍କଦ୍ୱାରା ବହୁଳ ଆଦୃତ ହେଇଥିଲା । ସଞ୍ଜୟ ଖାନ ୧୯୯୦ ଦଶକରେ ରାମାୟଣ ଉପରେ ଆଧାର କରି " ଜୟ ହନୁମାନ " ନାମକ ଫିଲ୍ମ ନିର୍ମାଣ କରିଥିଲେ । " ରାମାୟଣ " ନାମକ ଏକ ଜାପାନି ଫିଲ୍ମ , " ରାମାୟଣ" ନାମରେ ଏକ ଭାରତୀୟ ଆନିମେସନ ଫିଲ୍ମ ମଧ୍ୟ ନିର୍ମିତ ହେଇଥିଲା । 

ମଞ୍ଚରେ ପ୍ରଦର୍ଶିତ ରାମାୟଣ [ସମ୍ପାଦନା]

୧୯୭୮ ମସିହାରୁ କାଲିଫରଣିଆର ବାତସାନଭିଲଲେ[୧୨]ଠାରେ ରାମାୟଣ ବାବା ହଋ ଦାସଙ୍କଦ୍ୱାରା ଅଭିନୀତ ହେଇଆସୁଛି । ,[୧୩] ଆମେରିକାର ସାନ ଜୋସଠାରେ ରାମାୟଣର କାହାଣୀକୁ ଆଧୂନିକୀକରଣ କରାଯାଇ ପ୍ରଦର୍ଶନ କରାଯାଉଛି । .[୧୪]


କାର୍ତୂନ ଚିତ୍ର ଧାରାବାହିକରେ ରାମାୟଣ [ସମ୍ପାଦନା]

ଚିତ୍ରକାର ବିକାଶ ଗୋୟେଲ ଓ ଲେଖକ ବିଜୟେନ୍ଦ୍ର ମହାନ୍ତି ଏକ ୧୦ - ଭାଗ କରତୂନ ଧାରାବାହିକ ନିର୍ମାଣ କରିଛନ୍ତି । ଏଥିରେ ରାବଣ ଚରିତ୍ରକୁ ବିଶେଷ ଭାବରେ ପ୍ରଦର୍ଶନ କରାଯାଇଛି । [୧୫]

ପୁନଶ୍ଚ ଦେଖଣା [ସମ୍ପାଦନା]

ଫୁଟ ଟୀକା [ସମ୍ପାଦନା]

  1. "Ramayana(s) retold in Asia". The Hindu. 19 February 2012. Retrieved 2015-02-07.
  2. "History of Rama and Ramayan". Hindu Online. 2010. Retrieved 2015-02-07.
  3. Leslie, Julia (2003).
  4. Mahabharata. Parimal Publications. 2006.
  5. Srimad Bhagavata Mahapurana. Gita Press, Gorakhpur. ISBN 81-293-0155-5.
  6. Schuyler, Montgomery (1877). A bibliography of the Sanskrit drama: with an introductory sketch of the dramatic literature of India. Columbia University Press, the Macmillan Company, agents.
  7. Pandey, Jhimli Mukherjee (2015-12-18). "6th-century Ramayana found in Kolkata, stuns scholars - Kolkata News". The Times of India. Retrieved 2020-08-14.
  8. "A different song". Archived from the original on 2007-11-26. Retrieved 2017-01-27.
  9. https://archive.org/details/Jagmohan.ramayan-dandi.ramayan.odia-language.Devanagari-script
  10. de Jong, J.W. 1971.
  11. de Jong, J.W. 1971.
  12. website editor (June 6–8, 2014). "Ramayana". 36th Annual Ramayana!. Mount Madonna School. Retrieved Aug 8, 2014. {{cite web}}: |last= has generic name (help)
  13. Jha, Ritu (July 8, 2011). "California school celebrates Ramayan for 33 years". rediff News,. rediff.com. Retrieved Aug 3, 2014.{{cite web}}: CS1 maint: extra punctuation (link)
  14. "Superstar of Tamil theatre". October 2, 2000. Archived from the original on February 2, 2012. Retrieved January 27, 2017.
  15. Banerjee, Manali (2011-07-09). "The Ramayana as Ravana saw it". Hindustan Times. New Delhi: HT Media. Archived from the original on 2012-10-22. Retrieved 2011-07-23.

Bibliography[ସମ୍ପାଦନା]

  • Many Ramayanas: The Diversity of a Narrative Tradition in South Asia, ed. by Paula Richman. University of California Press, 1991.=========