ମୁଲାୟମ ସିଂହ ଯାଦବ

ଉଇକିପିଡ଼ିଆ‌ରୁ
ମୁଲାୟମ ସିଂହ ଯାଦବ
୨୦୦୬ ମସିହାରେ ମୁଲାୟମ ସିଂହ ଯାଦବ
ପ୍ରତିରକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୫ ଡିସେମ୍ବର ୧୯୮୯ – ୧୯ ମାର୍ଚ୍ଚ ୧୯୯୮
ପ୍ରଧାନ ମନ୍ତ୍ରୀ
ପୂର୍ବ ଅଧିକାରୀପ୍ରମୋଦ ମହାଜନ
ପର ଅଧିକାରୀଜର୍ଜ ଫର୍ଣ୍ଣାଡେସ
୧୫ତମ ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶ
କାର୍ଯ୍ୟକାଳ
୨୯ ଅଗଷ୍ଟ ୨୦୦୩ – ୧୩ ମଇ ୨୦୦୭
ରାଜ୍ୟପାଳ
ପୂର୍ବ ଅଧିକାରୀମାୟାବତୀ
ପର ଅଧିକାରୀମାୟାବତୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-11-22)୨୨ ନଭେମ୍ବର ୧୯୩୯
ସାଇଫାଇ, ବ୍ରିଟିଶ ଭାରତ
ମୃତ୍ୟୁ୧୦ ଅକ୍ଟୋବର ୨୦୨୨(2022-10-10) (ବୟସ ୮୨)[୧]
ଗୁରୁଗ୍ରାମ, ହରିୟାଣା, ଭାରତ
ରାଜନୀତିକ ଦଳସମାଜବାଦୀ ପାର୍ଟି (୧୯୯୨–୨୦୨୨)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜୀବନ ସାଥୀ
  • ମାଳତୀ ଦେବୀ
    (m. ୧୯୫୭; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • ସାଧନା ଗୁପ୍ତା
    (m. ୨୦୦୩; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
[୨]
ସମ୍ପର୍କ
ସନ୍ତାନଅଖିଳେଶ ଯାଦବ[୩]
ଘରସାଇଫାଇ, ଏଟୱା, ଉତ୍ତର ପ୍ରଦେଶ
ଶିକ୍ଷାନୁଷ୍ଠାନ
ବୃତ୍ତିରାଜନେତା
ପେଷାଶିକ୍ଷକ

ମୁଲାୟମ ସିଂହ ଯାଦବ (୨୨ ନଭେମ୍ବର ୧୯୩୯ - ୧୦ ଅକ୍ଟୋବର ୨୦୨୨) ଜଣେ ଭାରତୀୟ ରାଜନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଥିଲେ। ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କ୍ରମାଗତ ତିନି ଥର କାର୍ଯ୍ୟ କରିଥିଲେ ଏବଂ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଉତ୍ତର ପ୍ରଦେଶ ବିଧାନ ସଭାକୁ ବିଧାୟକ ଭାବରେ ୧୦ ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାକୁ ସାଂସଦ ଭାବରେ ୭ ଥର ନିର୍ବାଚିତ ହୋଇଥିଲେ । ସେ ସାଂସଦ ଭାବରେ ମୈନପୁରୀ, ଆଜମଗଡ଼ ଓ ସମ୍ଭାଲ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।[୪] ୨୦୨୨ ମସିହାରେ ତାଙ୍କର ମୃତ୍ୟୁ ବେଳକୁ ତସେ ମୈନପୁରୀର ସାଂସଦ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କୁ ତାଙ୍କ ଦଳର ନେତା ତଥା କର୍ମୀମାନେ ନେତାଜୀ ଭାବରେ ସମ୍ବୋଧିତ କରୁଥିଲେ ।[୫]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ମୁଲାୟମ ସିଂହ ଯାଦ ୧୯୩୯ ମସିହାର ନଭେମ୍ବର ୨୨ ତରିଖରେ ଉତ୍ତର ପ୍ରଦେଶର ଏଟାୱା ଜିଲ୍ଲାର ସାଇଫାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଙ୍କ ନାମ ମୁର୍ତ୍ତୀ ଦେବୀ ଏବଂ ପିତାଙ୍କ ନାମ ସୁଘର ସିଂହ ଯାଦବ ।[୩] ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜନେତା ଅଖିଳେଶ ଯାଦବ ତାଙ୍କର ପ୍ରଥମ ପତ୍ନୀ ମାଲତି ଦେବୀଙ୍କ ଏକମାତ୍ର ପୁତ୍ର ।[୬]

ସେ ରାଜନୀତି ବିଜ୍ଞାନରେ ତିନିଥର ସ୍ନାତକ କରିଥିଲେ— ଏଟାୱାର କର୍ମ କ୍ଷେତ୍ର ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ବି.ଏ., ଶିକୋହାବାଦର ଏ.କେ. କଲେଜରୁ ବି.ଟି., ଏବଂ ଆଗ୍ରା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବି.ଆର୍. କଲେଜରୁ ଏମ୍.ଏ. କରିଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ରାମ ମନୋହର ଲୋହିଆ ଏବଂ ରାଜ ନାରାୟଣଙ୍କ ପରି ନେତାଙ୍କ ପ୍ରରୋଚନାରେ ମୁଲାୟମ ସିଂ ଯାଦବ ପ୍ରଥମେ ୧୯୬୭ ମସିହାରେ ଉତ୍ତରପ୍ରଦେଶର ବିଧାନ ସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୭] ୧୯୭୫ ମସିହାରେ, ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ଲାଗିବା ସମୟରେ ତାଙ୍କୁ ଗିରଫ କରାଯାଇ ୧୯ ମାସ ପର୍ଯ୍ୟନ୍ତ କାରାଗାରରେ ରଖାଯାଇଥିଲା ।[୮] ସେ ପ୍ରଥମେ ୧୯୭୭ ମସିହାରେ ରାଜ୍ୟ ମନ୍ତ୍ରୀ ହୋଇଥିଲେ । ପରେ, ୧୯୮୦ ମସିହାରେ, ସେ ଉତ୍ତରପ୍ରଦେଶର ଲୋକ ଦଳର (ପିପୁଲ୍ସ ପାର୍ଟି) ସଭାପତି ହୋଇଥିଲେ ଯାହାକି ପରବର୍ତ୍ତୀ କାଳରେ ଜନତା ଦଳର (ପିପୁଲ୍ସ ପାର୍ଟି) ଏକ ଅଂଶ ହୋଇଯାଇଥିଲା । ୧୯୮୨ ମସିହାରେ, ସେ ଉତ୍ତରପ୍ରଦେଶ ବିଧାନ ପରିଷଦରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୮୫ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ଯେତେବେଳେ ଲୋକ ଦଳ ବିଭାଜିତ ହୋଇଥିଲା, ସେ କ୍ରାନ୍ତିକାରୀ ମୋର୍ଚ୍ଚା ନାମକ ଏକ ରାଜନୈତିକ ସଂଗଠନ ଆରମ୍ଭ କରିଥିଲେ ।[୯]

ମୁଖ୍ୟମନ୍ତ୍ରୀ[ସମ୍ପାଦନା]

ପ୍ରଥମ ଅବଧି[ସମ୍ପାଦନା]

୧୯୮୯ ମସିହାରେ ସେ ପ୍ରଥମଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।[୧୦]

ନଭେମ୍ବର ୧୯୯୦ରେ ଭିପି ସିଂଙ୍କ ସରକାରର ପତନ ପରେ ସେ ଚନ୍ଦ୍ର ଶେଖରଙ୍କ ଜନତା ଦଳ (ସମାଜବାଦୀ) ଦଳରେ ଯୋଗ ଦେଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସହଯୋଗରେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିଥିଲେ । ୧୯୯୧ ମସିହାର ଅପ୍ରେଲ ମାସରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ଯୋଗୁଁ ତାଙ୍କ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଇଥିଲା । ୧୯୯୧ର ମଧ୍ୟଭାଗରେ ଉତ୍ତର ପ୍ରଦେଶ ବିଧାନ ସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୁଲାୟମ ସିଂଙ୍କ ଦଳ ଭାରତୀୟ ଜନତା ପାର୍ଟିଠାରୁ ପରାସ୍ତ ହୋଇ କ୍ଷମତା ହରାଇଥିଲା ।[୧୧]

ଦ୍ୱିତୀୟ ଅବଧି[ସମ୍ପାଦନା]

୧୯୯୨ ମସିହାରେ ସେ ନିଜର ଏକ ରାଜନୈତିକ ଦଳ ସମାଜବାଦୀ ପାର୍ଟି ପ୍ରତିଷ୍ଠା କରିଥିଲେ । ୧୯୯୩ ମସିହାରେ, ସେ ନଭେମ୍ବର ୧୯୯୩ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିଥିଲେ ।[୧୨] ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ଯୋଗୁଁ ରାଜ୍ୟରେ ବିଜେପିକୁ କ୍ଷମତାକୁ ଫେରିବାରେ ଅସମର୍ଥ ହୋଇଥିଲା । କଂଗ୍ରେସ ଏବଂ ଜନତା ଦଳର ସମର୍ଥନରେ ସେ ୨ୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୦ ମସିହାରେ ଅଯୋଧ୍ୟା ଆନ୍ଦୋଳନରେ ତାଙ୍କ ଆଭିମୁଖ୍ୟ ଯେତିକି ବିବାଦୀୟ ଥିଲା ସେତିକି ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ ଗଠନ ପାଇଁ ହୋଇହଥିବା ଆନ୍ଦୋଳନରେ ତାଙ୍କର ଆଭିମୁଖ୍ୟ ସେତିକି ବିଦାଦୀୟ ଥିଲା । ୨ ଅକ୍ଟୋବର ୧୯୯୪ରେ ମୁଜାଫରନଗରରେ ଉତ୍ତରାଖଣ୍ଡ ପାଇଁ ଦାବି କରୁଥିବା କାର୍ଯ୍ୟକର୍ତ୍ତାଙ୍କ ଉପରେ ଗୁଳି ବିନିମୟ ହୋଇଥିଲା, ଯାହା ପାଇଁ ସମସ୍ତେ ତାଙ୍କୁ ହିଁ ଦାୟୀ କରିଥିଲେ । ତାଙ୍କୁ ସମର୍ଥନ ଦେଉଥିବା ଅନ୍ୟ ଦଳମାନେ ମେଣ୍ଟରୁ ଓହରି ଯିବାରୁ ଜୁନ ୧୯୯୫ରେ ତାଙ୍କ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଇଥିଲା ।[୧୩]

ତୃତୀୟ ଅବଧି[ସମ୍ପାଦନା]

୨୦୦୨ ମସିହାରେ, ଉତ୍ତର ପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ପରେ ଭାରତୀୟ ଜନତା ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମିଳିତ ଭାବରେ ସରକାର ଗଠନ କରିଥିଲେ ଓ ମୁଲାୟମ ସିଂହ ଯାଦବଙ୍କ ସବୁଠାରୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦୀ ତଥା ଦଳିତ ନେତା ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।[୧୪] ୨୫ ଅଗଷ୍ଟ ୨୦୦୩ରେ ବିଜେପି ସରକାରରୁ ଓହରି ଯାଇଥିଲା ଏବଂ ବହୁଜନ ସମାଜ ପାର୍ଟିର ଅନେକ ବିଦ୍ରୋହୀ ବିଧାୟକ ତଥା କିଛି ସ୍ୱାଧୀନ ଓ ଛୋଟଛୋଟ ଦଳର ବିଧାୟକଙ୍କ ସହଯୋଗରେ ମୁଲାୟମ ସିଂହ ଯାଦବ ପୁଣିଥରେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।[୧୫] ସେପ୍ଟେମ୍ବର ୨୦୦୩ରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।[୧୫]

୨୦୦୩ରେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ସମୟରେ ସେ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଥିଲେ । ଶପଥ ଗ୍ରହଣ କରିବାର ୬ ମାସ ମଧ୍ୟରେ ରାଜ୍ୟ ବିଧାନ ସଭାର ସଦସ୍ୟ ହେବାର ସାମ୍ବିଧାନିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ଜାନୁଆରୀ ୨୦୦୪ରେ ଗୁନ୍ନୌର ବିଧାନ ସଭା ଆସନରୁ ବିଧାନ ସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ନିର୍ବାଚନରେ ସେ ୧,୮୩,୮୯୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ, ଯାହାକି ସମୁଦାୟ ଭୋଟ୍‌ର ୯୧.୪୫ ପ୍ରତିଶତ ଭୋଟ୍ ଥିଲା ।[୧୬]

କେନ୍ଦ୍ର ସରକାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ଆଶାରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ମୈନପୁରୀ ନିର୍ବାଚନ ମଣ୍ଡଳୀରୁ ୨୦୦୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଏହି ନିର୍ବାଚନରେ ବିଜୟୀ ହେବା ସହିତ ତାଙ୍କ ଦଳ ସମାଜବାଦୀ ପାର୍ଟି ଅନ୍ୟ ସମସ୍ତ ଦଳ ଅପେକ୍ଷା ଉତ୍ତରପ୍ରଦେଶରେ ଅଧିକ ଆସନ ଜିତିଥିଲା । ତେବେ ନିର୍ବାଚନ ପରେ କେନ୍ଦ୍ରରେ ମିଳିତ ସରକାର ଗଠନ କରିଥିବା କଂଗ୍ରେସ ଦଳ କମ୍ୟୁନିଷ୍ଟ ଦଳର ସମର୍ଥନରେ ଲୋକ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ।[୧୭] ଫଳସ୍ୱରୂପ, ସେ କେନ୍ଦ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିନଥିଲେ, ତେଣୁ ସେ ଲୋକ ସଭାରୁ ଇସ୍ତଫା ଦେଇଥିଲେ ଏବଂ ୨୦୦୭ ମସିହାର ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୭ ମସିହାରେ ସେ ବହୁଜନ ସମାଜ ପାର୍ଟିଠାରୁ ପରାସ୍ତ ହୋଇଥିଲେ ।[୧୮]

ପଦବୀଗୁଡ଼ିକ[ସମ୍ପାଦନା]

ମୁଲାୟମ ସିଂହ ଯାଦବ ୧୯ ଥର ବିଧାୟକ ଭାବରେ ଏବଂ ୭ ଥର ଲୋକ ସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୧୯][୨୦][୨୧]

କ୍ରାମାଙ୍କ ଆରମ୍ଭ ସମୟ ଶେଷ ସମୟ ପଦବୀ ରାଜନୈତିକ ଦଳ
୧୯୬୭ ୧୯୬୯ ବିଧାୟକ (୧ମ ଥର), ୪ର୍ଥ ଉତ୍ତର ପ୍ରଦେଶ ବିଧାନ ସଭା (ଜସୱନ୍ତ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ) ସଂଯୁକ୍ତ ସମାଜବାଦୀ ପାର୍ଟି
୧୯୭୪ ୧୯୭୭ ବିଧାୟକ (୨ୟ ଥର), ଜସୱନ୍ତ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ କ୍ରାନ୍ତି ଦଳ
୧୯୭୭ ୧୯୮୦ ବିଧାୟକ (୩ୟ ଥର), ଜସୱନ୍ତ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଲୋକ ଦଳ
୧୯୮୨ ୧୯୮୫ ବିଧାନ ପରିଷଦ ସଭ୍ୟ (୧ମ ଥର), ଉତ୍ତର ପ୍ରଦେଶ ବିଧାନ ପରିଷଦ ଲୋକ ଦଳ
୧୯୮୫ ୧୯୮୯ ବିଧାୟକ (୪ର୍ଥ ଥର), ଜସୱନ୍ତ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ଦଳ
୧୯୮୯ ୧୯୯୧ ବିଧାୟକ (୫ମ ଥର), ଜସୱନ୍ତ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ

* ମୁଖ୍ୟମନ୍ତ୍ରୀ (୧ମ ଥର), ଉତ୍ତର ପ୍ରଦେଶ
ଜନତା ଦଳ
୧୯୯୧ ୧୯୯୩ ବିଧାୟକ (୬ଷ୍ଠ ଥର), ଜସୱନ୍ତ ନଗର, ନିଧଉଳି ଏବଂ ତିହାର (ଉପ) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି
୧୯୯୩ ୧୯୯୬ ବିଧାୟକ (୭ମ ଥର), ଜସୱନ୍ତ ନଗର ଓ ଶିକୋହାବାଦ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ

* ମୁଖ୍ୟମନ୍ତ୍ରୀ (୨ୟ ଥର), ଉତ୍ତର ପ୍ରଦେଶ (୧୯୯୩-୧୯୯୫)
ସମାଜବାଦୀ ପାର୍ଟି
୧୯୯୬ ୧୯୯୬ ବିଧାୟକ (୮ମ ଥର), ସହାସ୍ୱନ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ (୧୯୯୬ରେ ଇସ୍ତଫା) ସମାଜବାଦୀ ପାର୍ଟି
୧୦ ୧୯୯୬ ୧୯୯୮ ସାଂସଦ (୧ମ ଥର), ୧୧ଶ ଲୋକ ସଭା (ମୈନପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ)

* ପ୍ରତିରକ୍ଷା ମନ୍ତ୍ରୀ, ଭାରତ ସରକାର
ସମାଜବାଦୀ ପାର୍ଟି
୧୧ ୧୯୯୮ ୧୯୯୯ ସାଂସଦ (୨ୟ ଥର), ୧୨ଶ ଲୋକ ସଭା (ସମ୍ଭାଲ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ) ସମାଜବାଦୀ ପାର୍ଟି
୧୨ ୧୯୯୯ ୨୦୦୪ ସାଂସଦ (୩ୟ ଥର), ୧୩ଶ ଲୋକ ସଭା (ସମ୍ଭାଲ ଏବଂ କନ୍ନୌଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ)(୨୦୦୦ ମସିହାରେ କନ୍ନୌଜରୁ ଇସ୍ତଫା) ସମାଜବାଦୀ ପାର୍ଟି
୧୩ ୨୦୦୩ ୨୦୦୭ ମୁଖ୍ୟମନ୍ତ୍ରୀ (୩ୟ ଥର), ଉତ୍ତର ପ୍ରଦେଶ

ବିଧାୟକ (୯ମ ଥର), ଗୁନ୍ନୌର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ (୨୦୦୪-୨୦୦୭)
ସମାଜବାଦୀ ପାର୍ଟି
୧୪ ୨୦୦୪ ୨୦୦୪ ସାଂସଦ (୪ର୍ଥ ଥର), ୧୪ଶ ଲୋକ ସଭା (ମୈନପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ (୨୦୦୪ରେ ଇସ୍ତଫା) ସମାଜବାଦୀ ପାର୍ଟି
୧୫ ୨୦୦୭ ୨୦୦୯ ବିଧାୟକ (୧୦ମ ଥର), ଗୁନ୍ନୌର ଓ ଭାରଥାନ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ (୨୦୦୯ରେ ଇସ୍ତଫା) ସମାଜବାଦୀ ପାର୍ଟି
୧୬ ୨୦୦୯ ୨୦୧୪ ସାଂସଦ (୫ମ ଥର), ୧୫ଶ ଲୋକ ସଭା (ମୈନପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ) ସମାଜବାଦୀ ପାର୍ଟି
୧୭ ୨୦୧୪ ୨୦୧୯ ସାଂସଦ (୬ଷ୍ଠ ଥର), ୧୬ଶ ଲୋକ ସଭା (ମୈନପୁରୀ ଓ ଆଜମଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ) (୨୦୧୪ରେ ମୈନପୁରୀରୁ ଇସ୍ତଫା) ସମାଜବାଦୀ ପାର୍ଟି
୧୮ ୨୦୧୯ ୨୦୨୨ ସାଂସଦ (୭ମ ଥର), ୧୭ଶ ଲୋକ ସଭା (ମୈନପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ) (୨୦୨୨ ମୃତ୍ୟୁ) ସମାଜବାଦୀ ପାର୍ଟି

ପରିବାର[ସମ୍ପାଦନା]

ମୁଲାୟମ ସିଂହ ଯାଦବ ଦୁଇଥର ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀ ମାଳତୀ ଦେବୀଙ୍କୁ ସେ ୧୯୫୭ ମସିହାରେ ବିବାହ କରିଥିଲେ । ୧୯୭୪ ମସିହାରୁ ୨୦୦୩ ମସିହାରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଅସୁସ୍ଥ ଥିଲେ । ଅଖିଳେଶ ଯାଦବ ଏହି ଦମ୍ପତିଙ୍କର ଏକମାତ୍ର ପୁତ୍ର, ଯିଏକି ୨୦୧୨ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୨୨][୨୩]

୯୦ ଦଶକରେ ମୁଲାୟମ ସିଂହଙ୍କର ସାଧନା ଗୁପ୍ତାଙ୍କ ସହିତ ସମ୍ପର୍କ ଥିଲା ।[୨୪][୨୫] ଫେବୃଆରୀ ୨୦୦୭ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ସ୍ୱୀକୃତି ନପାଇବା ପର୍ଯ୍ୟନ୍ତ ତାଙ୍କୁ କେହି ଜାଣିନଥିଲେ ।[୨୬] ସାଧନା ଓ ତାଙ୍କ ପ୍ରଥମ ସ୍ୱାମୀ ଚନ୍ଦ୍ର ପ୍ରକାଶ ଗୁପ୍ତାଙ୍କର ଗୋଟିଏ ପୁଅ ଅଛି, ପ୍ରତୀକ ଗୁପ୍ତା ।[୨୭][୨୮] ସାଧନା ଜୁଲାଇ ୨୦୨୨ରେ ମୃତ୍ୟୁବରଣ କରିଥିଲେ ।[୨୯]

ତାଙ୍କର ଚାରି ଭାଇ ଏବଂ ଭଉଣୀ କମଳା ଦେବୀ ଥିଲେ । ରାମ ଗୋପାଳ ଯାଦବ ଏବଂ ତାଙ୍କ ଭଉଣୀ ଗୀତା ଦେବୀ ତାଙ୍କର ସମ୍ପର୍କୀୟ ଭାଇଭଉଣୀ । ଯାଦବ ପରିବାରର ପାରିବାରିକ ଗ୍ରାଫ୍ ଏହିପରି:[୩୦][୩୧]

Family tree of Mulayam Singh Yadav
ମେୱା ରାମ ଯାଦବ
(ଜେଜେବାପା)
ସୁଘର ସିଂହ ଯାଦବ
(ବାପା)
ମୂର୍ତ୍ତୀ ଦେବୀ
(ମାଆ)
ବଚ୍ଛିଲାଲ ଯାଦବ
(କକା)
ରତନ ସିଂହ ଯାଦବ
(ବଡ଼ ଭାଇ)
ମୁଲାୟମ ସିଂହ ଯାଦବ ଅଭୟ ରାମ ଯାଦବ
(ସାନ ଭାଇ)
ରାଜପାଲ ସିଂହ ଯାଦବ
(ସାନ ଭାଇ)
ଶିବପାଲ ସିଂହ ଯାଦବ
(ସବା ସାନ ଭା)
କମଳା ଦେବୀ
(ଭଉଣୀ)
ରାମ ଗୋପାଳ ଯାଦବ
(କକାପୁଅ ଭାଇ)
ଗୀତା ଦେବୀ
(କକାଝିଅ ଭଉଣୀ)
ରଣବୀର ସିଂହ ଯାଦବ
(ପୁତୁରା)
ଅଖିଳେଶ ଯାଦବ
(ପୁଅ)
ଧର୍ମେନ୍ଦ୍ର ଯାଦବ
(ପୁତୁରା)
ଅକ୍ଷୟ ଯାଦବ ଅରବିନ୍ଦ ପ୍ରତାପ
ତେଜ ପ୍ରତାପ ସିଂହ ଯାଦବ
(ନାତି)

ଆଧାର[ସମ୍ପାଦନା]

  1. "Mulayam Singh Yadav: Indian political stalwart dies, aged 82". BBC News. 10 October 2022. Retrieved 10 October 2022.
  2. India Today (10 July 2022). "Who was Sadhna Gupta, Mulayam Singh Yadav's second wife" (in ଇଂରାଜୀ). Archived from the original on 10 October 2022. Retrieved 10 October 2022.
  3. ୩.୦ ୩.୧ ୩.୨ "Mulayam Singh Yadav| National Portal of India".
  4. "Lok Sabha member profile". Lok Sabha. Archived from the original on 1 February 2013.
  5. "Mulayam Singh Yadav". {{cite web}}: |archive-date= requires |archive-url= (help)
  6. Yadav, Shyamlal (7 March 2012). "The Samajwadi Parivar". Indian Express. Retrieved 10 October 2013.
  7. Singh, Ram; Yadav, Anshuman (1998). Mulayam Singh: A Political Biography. Konark Publishers. pp. 13–14. ISBN 978-81-220-0530-1.
  8. Dixit, Neha. "Akhilesh Yadav in the family business". The Caravan. Retrieved 22 May 2019.
  9. Business Standard Political Profiles of Cabals and Kings. Business Standard Books. 2009. p. 47. ISBN 978-81-905735-4-2.
  10. "Mulayam Singh Yadav Biography in Hindi: About Family, Political life, Age, Photos, Videos". Patrika News (in ହିନ୍ଦୀ). Retrieved 18 November 2020.
  11. Singh, Ram; Yadav, Anshuman (1998). Mulayam Singh: A Political Biography. Konark Publishers. pp. 34–39. ISBN 978-81-220-0530-1.
  12. Mulayam Singh Yadav Aur Samajvad (in ହିନ୍ଦୀ). Rajpal & Sons. pp. 56–57. ISBN 978-81-7028-712-4.
  13. "Mulayam Singh Yadav Biography – About family, political life, awards won, history". Elections in India. Retrieved 18 November 2020.
  14. "Mulayam may be keen to shake hands with Maya but is she?". www.dailyo.in. Retrieved 5 July 2016.
  15. ୧୫.୦ ୧୫.୧ "UP governor invites Mulayam to form government". Rediff. Retrieved 5 July 2016.
  16. "Record win for Mulayam from Gunnaur | India News - Times of India".
  17. "Mulayam singh News and Updates from The Economic Times – Page 4". The Economic Times. Archived from the original on 4 November 2021. Retrieved 18 November 2020.{{cite web}}: CS1 maint: bot: original URL status unknown (link)
  18. "Mulayam concedes defeat, it's Maya in UP". The Times of India. 11 May 2007. Retrieved 21 September 2016.
  19. "Member Profile". Lok Sabha. Retrieved 29 September 2022.
  20. "Results of Uttar Pradesh Assembly Elections". eci.gov.in. Election Commission of India. Retrieved 10 October 2022.
  21. "Mulayam Singh Yadav shifted to critical care unit of Gurugram's Medanta Hospital". Hindustan Times. 3 October 2022.
  22. Yadav, Shyamlal (7 March 2012). "The Samajwadi Parivar". Indian Express. Retrieved 10 October 2013.
  23. "Tributes paid to Mulayam's wife". The Times of India. Retrieved 10 October 2013.[dead link]
  24. "Warring Yadavs star in Kalyug's Ramayan". Times of India Blog. 26 October 2016.
  25. "What befalls a hubby who forgets a Kaikeyisque boon". www.telegraphindia.com.
  26. Bhatt, Sheela (6 March 2007). "Will this man bring down Mulayam?". rediff.com. Retrieved 10 October 2007.
  27. "मुलायम के अकेले वारिस हैं अखिलेश, प्रतीक नहीं हैं बेटे!". आज तक (in ହିନ୍ଦୀ). 2016-10-26. Retrieved 2022-08-03.
  28. "मुलायम के अकेले वारिस हैं अखिलेश, प्रतीक नहीं हैं बेटे!". 26 October 2016.
  29. "Mulayam Singh Yadav's wife Sadhana Gupta cremated in Lucknow | Lucknow News - Times of India". The Times of India.
  30. "Mulayam Singh Family Tree : ये है मुलायम सिंह यादव का कुनबा, जानिए मुलायम परिवार की किस महिला ने सबसे पहले राजनीति में कदम रखा?". Amar Ujala. 19 January 2022.
  31. "ये हैं यूपी के 'यादव एंड सन्स'! जानें, कौन से पायदान पर हैं CM अखि‍लेश". Aaj Tak. 30 December 2016.

ବାହାର ଆଧାର[ସମ୍ପାଦନା]