Jump to content

ମାନଗୋବିନ୍ଦ ସାମଲ

ଉଇକିପିଡ଼ିଆ‌ରୁ
ମାନଗୋବିନ୍ଦ ସାମଲ
ସଭ୍ୟ, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭  ୧୯୮୦
ନିର୍ବାଚନ ମଣ୍ଡଳୀବଡ଼ଚଣା
କାର୍ଯ୍ୟକାଳ
୧୯୭୧  ୧୯୭୪
ନିର୍ବାଚନ ମଣ୍ଡଳୀବଡ଼ଚଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ମାନଗୋବିନ୍ଦ ସାମଲ

(1921-09-05)୫ ସେପ୍ଟେମ୍ବର ୧୯୨୧
କଳାଶ୍ରୀ, ଯାଜପୁର ଜିଲ୍ଲା
ମୃତ୍ୟୁ୧୨ ଜାନୁଆରୀ ୨୦୦୩(2003-01-12) (ବୟସ ୮୧)
ରାଜନୀତିକ ଦଳଜନତା ଦଳ, ଉତ୍କଳ କଂଗ୍ରେସ
ଜୀବନ ସାଥୀସୁଭଦ୍ରା ସାମଲ
ସନ୍ତାନ୪ ପୁଅ

ମାନଗୋବିନ୍ଦ ସାମଲ (ମାନ ବାବୁ) (୫ ସେପ୍ଟେମ୍ବର ୧୯୨୧ - ୧୨ ଜାନୁଆରୀ ୨୦୦୩), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସେବୀ ଥିଲେ । ସେ ୧୯୨୧ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ଓଡ଼ିଶାର ଯାଜପୁର ଜିଲ୍ଲାର କଳାଶ୍ରୀ ଗ୍ରାମରେ ଜନ୍ମ ନେଇଥିଲେ । ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ କଟକ ଜିଲ୍ଲା ସାଲେପୁର ସ୍କୁଲଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲଶିକ୍ଷା ପରେ ସେ କଲିକତାରେ ଓଡ଼ିଆ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ପ୍ରଥମେ ନବକୃଷ୍ଣ ଚୌଧୁରୀଙ୍କ ପ୍ରେରଣାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।

ପରିବାର

[ସମ୍ପାଦନା]

ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ସ୍ୱର୍ଗତ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସ୍ୱର୍ଗତ ସନ୍ତୋଶ କୁମାର ସାମଲ । ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ |

ରାଜନୈତିକ ଜୀବନ

[ସମ୍ପାଦନା]
ସାହାସପୁର ମହାବିଦ୍ୟାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି
ଗୋପାଳପୁର ଚିକିତ୍ସାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି

ମାନବାବୁ ପ୍ରଥମେ କଳାଶ୍ରୀ ଗୋପାଳପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ବଡଚଣା ବ୍ଲକର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ମସିହା ୧୯୭୧ରୁ ମସିହା ୧୯୮୫ ପର୍ଯ୍ୟନ୍ତ ବିଧାନ ସଭା ପାର୍ଥୀ ଭାବେ ଉତ୍କଳ କଂଗ୍ରେସ ଓ ଜନତା ଦଳ ତରଫରୁ ଲଢି ଥିଲେ । ମାନବାବୁ ୨ ଥର ବିଧାନ ସଭାକୁ ନିର୍ବାଚୀତ ହୋଇଥିଲେ | ସେ ଜଣେ ଲୋକପ୍ରିୟ ନେତା ଥିଲେ । ବଡଚଣା ବ୍ଲକର ଉନ୍ନତିରେ ମାନବାବୁଙ୍କ ଅବଦାନ ଶ୍ରେଷ୍ଠ । ସେ ବିଭିନ୍ନ ବଡଚଣା ବାସୀଙ୍କୁ କର୍ମ ନିଯୁକ୍ତି ଦେଇଥିଲେ ।

ମାନବାବୁ ମାତା ଦୁର୍ଗାଙ୍କର ଭକ୍ତ ଥିଲେ | ସେ ତାଙ୍କ ଘରେ ପ୍ରତି ବର୍ଷ ଦୁର୍ଗାପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଥିଲେ | ଏବେ ତାଙ୍କ ପୁଅ ଓ ନାତି ମନେ ଦୁର୍ଗା ପୂଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଛନ୍ତି |

ବିଧାନ ସଭା ନିର୍ବାଚନ ମଣ୍ଡଳୀମସିହାଦଳଫଳାଫଳା
ବଡ଼ଚଣା୧୯୮୫ଜନତାପରାଜୟ
ବଡ଼ଚଣା୧୯୮୦ଜନତାପରାଜୟ
ବଡ଼ଚଣା୧୯୭୭ଜନତାବିଜୟ
ବଡ଼ଚଣା୧୯୭୪ଉତ୍କଳ କଂଗ୍ରେସପରାଜୟ
ବଡ଼ଚଣା୧୯୭୧ଉତ୍କଳ କଂଗ୍ରେସବିଜୟ

ମାନଗୋବିନ୍ଦ ସାମଲଙ୍କଦ୍ୱାରା ସ୍ଥାପିତ ଅନୁଷ୍ଠାନ

[ସମ୍ପାଦନା]
  • କଳାଶ୍ରୀ ଉଚ ମାଧ୍ୟମିକ ସ୍କୁଲ
  • ବାଲିଚନ୍ଦ୍ରପୁର ହାଇ ସ୍କୁଲ
  • ସାହାସପୁର ମହାବିଦ୍ୟାଳୟ
  • ଗୋପାଳପୁର ଚିକିତ୍ସାଳୟ
  • ଗଜେନ୍ଦ୍ରପୁର ପଶୁ ଚିକିତ୍ସାଳୟ
  • ବଡଚଣା ବାଳିକା ହାଇ ସ୍କୁଲ

ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଅଧିକ ତଥ୍ୟ

[ସମ୍ପାଦନା]