ମାନଗୋବିନ୍ଦ ସାମଲ
ମାନଗୋବିନ୍ଦ ସାମଲ | |
---|---|
ସଭ୍ୟ, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ନିର୍ବାଚନ ମଣ୍ଡଳୀ | ବଡ଼ଚଣା |
କାର୍ଯ୍ୟକାଳ ୧୯୭୧ – ୧୯୭୪ | |
ନିର୍ବାଚନ ମଣ୍ଡଳୀ | ବଡ଼ଚଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାନଗୋବିନ୍ଦ ସାମଲ ୫ ସେପ୍ଟେମ୍ବର ୧୯୨୧ କଳାଶ୍ରୀ, ଯାଜପୁର ଜିଲ୍ଲା |
ମୃତ୍ୟୁ | ୧୨ ଜାନୁଆରୀ ୨୦୦୩ | (ବୟସ ୮୧)
ରାଜନୀତିକ ଦଳ | ଜନତା ଦଳ, ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ସୁଭଦ୍ରା ସାମଲ |
ସନ୍ତାନ | ୪ ପୁଅ |
ମାନଗୋବିନ୍ଦ ସାମଲ (ମାନ ବାବୁ) (୫ ସେପ୍ଟେମ୍ବର ୧୯୨୧ - ୧୨ ଜାନୁଆରୀ ୨୦୦୩), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସେବୀ ଥିଲେ । ସେ ୧୯୨୧ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ଓଡ଼ିଶାର ଯାଜପୁର ଜିଲ୍ଲାର କଳାଶ୍ରୀ ଗ୍ରାମରେ ଜନ୍ମ ନେଇଥିଲେ । ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ କଟକ ଜିଲ୍ଲା ସାଲେପୁର ସ୍କୁଲଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲଶିକ୍ଷା ପରେ ସେ କଲିକତାରେ ଓଡ଼ିଆ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ପ୍ରଥମେ ନବକୃଷ୍ଣ ଚୌଧୁରୀଙ୍କ ପ୍ରେରଣାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।
ପରିବାର
[ସମ୍ପାଦନା]ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ସ୍ୱର୍ଗତ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସ୍ୱର୍ଗତ ସନ୍ତୋଶ କୁମାର ସାମଲ । ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ |
ରାଜନୈତିକ ଜୀବନ
[ସମ୍ପାଦନା]ମାନବାବୁ ପ୍ରଥମେ କଳାଶ୍ରୀ ଗୋପାଳପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ବଡଚଣା ବ୍ଲକର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ମସିହା ୧୯୭୧ରୁ ମସିହା ୧୯୮୫ ପର୍ଯ୍ୟନ୍ତ ବିଧାନ ସଭା ପାର୍ଥୀ ଭାବେ ଉତ୍କଳ କଂଗ୍ରେସ ଓ ଜନତା ଦଳ ତରଫରୁ ଲଢି ଥିଲେ । ମାନବାବୁ ୨ ଥର ବିଧାନ ସଭାକୁ ନିର୍ବାଚୀତ ହୋଇଥିଲେ | ସେ ଜଣେ ଲୋକପ୍ରିୟ ନେତା ଥିଲେ । ବଡଚଣା ବ୍ଲକର ଉନ୍ନତିରେ ମାନବାବୁଙ୍କ ଅବଦାନ ଶ୍ରେଷ୍ଠ । ସେ ବିଭିନ୍ନ ବଡଚଣା ବାସୀଙ୍କୁ କର୍ମ ନିଯୁକ୍ତି ଦେଇଥିଲେ ।
ମାନବାବୁ ମାତା ଦୁର୍ଗାଙ୍କର ଭକ୍ତ ଥିଲେ | ସେ ତାଙ୍କ ଘରେ ପ୍ରତି ବର୍ଷ ଦୁର୍ଗାପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଥିଲେ | ଏବେ ତାଙ୍କ ପୁଅ ଓ ନାତି ମନେ ଦୁର୍ଗା ପୂଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଛନ୍ତି |
ବିଧାନ ସଭା ନିର୍ବାଚନ ମଣ୍ଡଳୀ | ମସିହା | ଦଳ | ଫଳାଫଳା |
---|---|---|---|
ବଡ଼ଚଣା | ୧୯୮୫ | ଜନତା | ପରାଜୟ |
ବଡ଼ଚଣା | ୧୯୮୦ | ଜନତା | ପରାଜୟ |
ବଡ଼ଚଣା | ୧୯୭୭ | ଜନତା | ବିଜୟ |
ବଡ଼ଚଣା | ୧୯୭୪ | ଉତ୍କଳ କଂଗ୍ରେସ | ପରାଜୟ |
ବଡ଼ଚଣା | ୧୯୭୧ | ଉତ୍କଳ କଂଗ୍ରେସ | ବିଜୟ |
ମାନଗୋବିନ୍ଦ ସାମଲଙ୍କଦ୍ୱାରା ସ୍ଥାପିତ ଅନୁଷ୍ଠାନ
[ସମ୍ପାଦନା]- କଳାଶ୍ରୀ ଉଚ ମାଧ୍ୟମିକ ସ୍କୁଲ
- ବାଲିଚନ୍ଦ୍ରପୁର ହାଇ ସ୍କୁଲ
- ସାହାସପୁର ମହାବିଦ୍ୟାଳୟ
- ଗୋପାଳପୁର ଚିକିତ୍ସାଳୟ
- ଗଜେନ୍ଦ୍ରପୁର ପଶୁ ଚିକିତ୍ସାଳୟ
- ବଡଚଣା ବାଳିକା ହାଇ ସ୍କୁଲ
ଆଧାର
[ସମ୍ପାଦନା]ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଅଧିକ ତଥ୍ୟ
[ସମ୍ପାଦନା]- http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- Key Highlightsofgeneral Election, 1971
- Key Highlightsofgeneral Election, 1974
- Key Highlightsofgeneral Election, 1977
- Statistical report on General Election, 1980
- Statistical report on General Election, 1985
- Orissa Assembly Election 1985 Archived 2014-08-21 at the Wayback Machine.
- Orissa Assembly Election 1980 Archived 2014-08-21 at the Wayback Machine.
- Orissa Assembly Election 1977 Archived 2014-08-21 at the Wayback Machine.
- Santosh Bhavan google map
- [୧] Archived 2016-03-04 at the Wayback Machine.
- [୨][permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |