ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା

ଉଇକିପିଡ଼ିଆ ରୁ
Jump to navigation Jump to search
ପୃଥିବୀର ସର୍ବ ବୃହତ୍ ଲିଖିତ ସମ୍ବିଧାନ ଯେଉଁଥିରେ ୪୪୮ ଧାରା, ୧୨ଟି ଶିଡୁଲ୍ ୯୪ଟି ସଂବିଧାନ ସଂଶୋଧନ ସହିତ ୧୧୭,୩୬୯ ଶବ୍ଦ ରହିଅଛି

ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ରିଟିଶ ଅମଳରୁ ଏ ଯାଏଁ ବହୁ ଆଇନ ପ୍ରଣୟନ କରାଯାଇଛି [୧][୨][୩]ଭାରତୀୟ ସମ୍ବିଧାନର ଧାରା ୧୪ରେ ମହିଳାଙ୍କ ପାଇଁ ଆଇନରେ ସମାନ ବ୍ୟବସ୍ଥା Equality before law for women (Article 14)ରହିଛି ।[୪] ମହିଳାମାନେ କୌଣସି ଭେଦଭାବର ଶୀକାର ହେବେ ନାହିଁ, (Article 15(1)),[୫] ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନେ ସମାନ ସୂଯୋଗ ପାଇବେ (Article 16),[୪] ସମାନ କାମ ନିମନ୍ତେ ସମାନ ମଜୁରୀ ପାଇବେ (Article 39(d)) and Article 42.[୪] ଏତଦ ବ୍ୟତୀତ ଭାରତୀୟ ସମ୍ବିଧାନର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ପ୍ରତି ରାଜ୍ୟ ମହିଳା ତଥା ଶିଶୁମାନଙ୍କ ଅଧିକାର ପ୍ରଦାନ ଦିଗରେ ବିଶେଷ ପ୍ରାବଧାନ କରିବେ (Article 15(3)) ।[୬]

ପୂରାତନ ଭାରତରେ ହିନ୍ଦୁ ଧର୍ମରେ କୁସଂସ୍କାର ଫଳରେ ବିଧବା ପୁନର୍ବିବାହକୁ ଅନୈତିକ ମାନ୍ୟତା ଦିଆଯାଇଥିଲା । ଏପରିକି ଖୁବ୍ କମ୍ ବୟସରେ ବିଧବା ହୋଇଯିବାପରେ ବି ସେହି ମହିଳାମାନେ ଅବଶିଷ୍ଟ ଜୀବନ ସମାଜର ଲାଞ୍ଛନା ସହି ବଞ୍ଚି ରହୁଥିଲେ । ସମାଜ ତଥା ପରିବାର ସେମାନଙ୍କୁ ଏକ ବୋଝ ସଦୃଶ ମନେ କରୁଥିଲେ । ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏ ଦିଗରେ ହିନ୍ଦୁ ବିଧବାଙ୍କ ସ୍ଥିତି ସୁଧାରିବା ଦିଗରେ ପ୍ରଥମେ ବଙ୍ଗ ଦେଶରେ ଏକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ ବିଧବା ପୁନର୍ବିବାହ ଶାସ୍ତ୍ର ସମ୍ମତ ଅଟେ । ଯଦିଚ ଋଢିବାଦୀ କୂଳୀନ ହିନ୍ଦୁ ସମାଜ ଏହାର ଘୋର ବିରୋଧ କରିଥିଲେ, ପରିଶେଷରେ ସେ ବ୍ରିଟିଶ ସରକାରଙ୍କୁ ଏ କଥା ବୁଝାଇବାରେ ସଫଳ ହେଲେ । ଫଳରେ ବିଧବା ପୁନର୍ବିବାହକୁ ଆଇନଗତ ମାନ୍ୟତା ମିଳିଲା ଏବଂ ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ କମ୍ପାନୀ ଶାସିତ ଅଞ୍ଚଳରେ ଲାଗୁ ହେଲା ।[୭] [୮]

ସାମ୍ପ୍ରତିକ ପରିସ୍ଥିତିରେ ନୂତନ ସମସ୍ୟାର ମୁକାବିଲା କରିବା ପାଇଁ ନୂଆ ନୂଆ ଆଇନ ସବୁ କାର୍ଯ୍ୟକାରୀ ହୋଇଛି । ନିକଟ ଅତୀତରେ କ୍ରିମିନାଲ୍ ଲା ଆମେଣ୍ଡମେଣ୍ଟ ଆକ୍ଟ୍-୨୦୧୩[୯]ଦ୍ୱାରା ନାରୀ ସୁରକ୍ଷା ପାଇଁ ଅଧିକ ଜୋର ଦିଆଯାଇଛି । ତଥାପି, ମହିଳାଙ୍କ ସୁରକ୍ଷା ନିମିତ୍ତ ପ୍ରଣୀତ ଏକାଧିକ ଆଇନର ସତ୍ତ୍ୱେ ନାରୀ ବିରୋଧୀ ହିଂସାରେ ଆଶାନୁରୂପ ହ୍ରାସ ହୋଇନାହିଁ [୧୦]ମହିଳାଙ୍କ ପାଇଁ ଆଇନ ବିଷୟରେ ଅଜ୍ଞତା ହିଁ ଏହାର ଅନ୍ୟ ଏକ କାରଣ ହୋଇପାରେ [୧୧] । ନିକଟରେ ଓଡ଼ିଶା ସରକାର ମହିଳାଙ୍କ ବିରୋଧରେ ଅତ୍ୟାଚାରର ତ୍ୱରିତ ତଦନ୍ତ ପାଇଁ ସାତୋଟି ସ୍ୱତନ୍ତ୍ର ୟୁନିଟ ଗଠନ କରିଛନ୍ତି । [୧୨]

ସମ୍ପତ୍ତିଗତ ଅଧିକାର କ୍ଷେତ୍ରରେ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ହେଉଛି ମୂଳ ଅଧିନିୟମର ଏକ ଐତିହାସିକ ସଂଶୋଧନ । ଏହା ଏକ ସଂଶୋଧନ ଅଧିନିୟମ ଭାବେ ୫ ସେପ୍ଟେମ୍ବର ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ୦୯ ସେପ୍ଟେମ୍ବର ୨୦୦୫ରେ ଭାରତରେ ଲାଗୁ ହେଲା [୧୩] ଏହି ଅଧିନିୟମ ଫଳରେ ହିନ୍ଦୁ ଆଇନରେ ସମ୍ପତ୍ତିଗତ ଅଧିକାରରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ଲୋପ ପାଇଲା । ଏଣୁ ଯେଉଁ କ୍ଷେତ୍ରରେ ପିତାମାନେ ୯ ସେପ୍ଟେମ୍ବର ୨୦୦୫ ବା ତା ପରେ ମୃତ୍ୟୁବରଣ କରୁଛନ୍ତି, ସେଭଳି ମାମଲାରେ ଝିଅମାନେ ସେମାନଙ୍କର ଭାଇମାନଙ୍କ ପରି ପିତୃପୈତୃକ ସମ୍ପତ୍ତିରୁ ସମାନ ଅଂଶ ପାଇପାରିବେ । ଖାଲି ସେତିକି ନୁହେଁ, ବର୍ତ୍ତମାନ ଝିଅମାନେ ସେମାନଙ୍କ ଭାଇମାନଙ୍କ ପରି ବାପାଙ୍କ ଠାରୁ ବାପାଙ୍କ ଜୀବିତ ଅବସ୍ଥାରେ ପିତୃପୈତୃକ ସମ୍ପତ୍ତିରୁ ଭାଗ ମାଗି ପାରିବେ ।

୧୯୯୭ ମସିହାରେ ଉଚ୍ଚତମ ନ୍ୟାୟାଳୟ ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ଜନ ହିତ ମାମଲାରେ କର୍ମ କ୍ଷେତ୍ରରେ କର୍ମଜୀବି ମହିଳାଙ୍କ ଯୌନ ଉତ୍ପୀଡନ ନିରାକରଣ ଦିଗରେ ଏକ ଦିଶାନିର୍ଦ୍ଦେଶ ଜାରି କରିଥିଲେ । ତେବେ ୨୦୧୩ ମସିହାରେ ଭାରତ ସରକାର ଏହି ସବୁ ଦିଶା ନିର୍ଦ୍ଦେଶର ପାଳନ ନିଶ୍ଚିତ କରିବା ଉଦ୍ଦେଶ୍ୟରେ "କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩" ଅଧିନିୟମିତ କରିଥିଲେ । ଉକ୍ତ ଅଧିନିୟମ 23 ଏପ୍ରିଲ ୨୦୧୩ ମସିହାରୁ କାର୍ଯ୍ୟକାରୀ ହେଲା ।[୧୪]

ଏହାଛଡା ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ୧୨୫ ଧାରାର ପ୍ରଜୁଯ୍ୟତା ସମ୍ପର୍କରେ ଏହି କଥା ସ୍ପଷ୍ଟ କଲେ ଯେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଏହି ପ୍ରାବଧାନ ସମସ୍ତ ମହିଳାଙ୍କ ପାଇଁ ପ୍ରଜୁଯ୍ୟ ।

୨୦୧୧ ଜନଗଣନା ଅନୁସାରେ ଭାରତରେ ଲିଙ୍ଗ ଅନୁପାତ ହେଉଛି ୯୪୩ । ଲିଙ୍ଗ ଅନୁପାତରେ ଏଭଳି ହ୍ରାସର ମୁଖ୍ୟ କାରଣ ହେଉଛି; କନ୍ୟା ଭୃଣହତ୍ୟା, ପୁତ୍ର ଏବଂ କନ୍ୟା ସନ୍ତାନକୁ ନେଇ ତଥା କଥିତ ଅନେକ ଅନ୍ଧ ବିଶ୍ୱାସ ଏବଂ ନାରୀ ନିର୍ଯ୍ୟାତନା ବୃଦ୍ଧି । ଭାରତରେ ନାରୀମାନଙ୍କର ଅଧିକାର ସାବ୍ୟସ୍ତ ନିମନ୍ତେ ବହୁ ଆଇନ ପ୍ରଣୀତ ହୋଇସାରିଛି । ଏହାବ୍ୟତୀତ ନାରୀ ନିର୍ଯ୍ୟାତନା ତଥା ଘରୋଇ ହିଂସା ରୋକିବାପାଇଁଁ ବହୁ ଆଇନ କାର୍ଯ୍ୟକାରୀ ହୋଇଛି । ମହିଳାଙ୍କ ପାଇଁ ଭାରତରେ ଏ ଯାବତ୍‌ ପ୍ରଣୀତ ଆଇନ ସବୁର ଏକ ଅସମ୍ପୂର୍ଣ୍ଣ ତାଲିକା ହେଉଛି ଏହିଭଳି ।

ତାଲିକା[ସମ୍ପାଦନା]

  1. ଅଭିଭାବକ ଆଇନ, ୧୮୯୦ (Guardians & Wards Act, 1890)[୧୫]
  2. ଭାରତୀୟ ଦଣ୍ଡ ସଂହିତା,୧୮୬୦ (Indian Penal Code, 1860)
  3. ଖ୍ରୀଷ୍ଟିୟାନ୍‌ ବିବାହ ଆଇନ, ୧୮୭୨ (Christian Marriage Act, 1872)
  4. ଭାରତୀୟ ସାକ୍ଷ୍ୟ ଆଇନ, ୧୮୭୨ (Indian Evidence Act, 1872)[୧୬]
  5. ବିବାହିତ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଆଇନ, ୧୮୭୪ (Married Women's Property Act, 1874)
  6. କର୍ମଜୀବି ମହିଳାଙ୍କ କ୍ଷତିପୂରଣ ଆଇନ, ୧୯୨୩ (Workmen's compensation Act, 1923)
  7. ଆଇନ ଅଭ୍ୟାସକାରୀ(ମହିଳା) ଆଇନ, ୧୯୨୩
  8. ଭାରତୀୟ ଉତ୍ତରାଧିକାରୀ ଆଇନ, ୧୯୨୫ (Indian Successions Act, 1925)
  9. ବେଆଇନ ମହିଳା ଚାଲାଣ(ନିରୋଧ) ଆଇନ, ୧୯୫୬ {Immoral Traffic (prevention) Act, 1956}
  10. ଯୌତୁକ ନିଷେଧ ଆଇନ, ୧୯୬୧ (Dowry Prohibition Act, 1961)[୧୭]
  11. ସତୀ ପ୍ରଥା ନିଷେଧ ଅଧିନିୟମ, ୧୯୮୭ {Commission of Sati(Prevention) Act, 1987}
  12. ସିନେମାଟୋଗ୍ରାଫ୍ ଆଇନ, ୧୯୫୨ (Cinematograph Act, 1952)
  13. ଜନ୍ମ, ମୃତୃ ଓ ବିବାହ ପଞ୍ଜିକରଣ ଆଇନ,୧୮୮୬ (Births, Deaths & Marriages Registration Act, 1886)
  14. ସର୍ବନିମ୍ନ ମଜୁରୀ ଆଇନ,୧୯୪୮(Minimum Wages Act, 1948)
  15. ଶିଶୁ ପ୍ରତି ଯୌନ ଅପରାଧ ସୁରକ୍ଷା ଆଇନ, ୨୦୧୨ (Prevention of Children from Sexual Offences Act, 2012)
  16. ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬(The prohibition of Child Marriage Act, 2006)
  17. ମୁସଲିମ୍‌ ପର୍ସନାଲ୍‌ ଲ (ସରୀୟାତ୍‌) ବ୍ୟବହାର ଆଇନ,୧୯୩୭ {Muslim Personal Law (Shariat) Application Act,1937}
  18. ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬ -Indecent Representation of Women(Prevention) Act,1986
  19. ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪(Special Marriage Act)[୧୮]
  20. ହିନ୍ଦୁ ବିବାହ ଅଧିନିୟମ, ୧୯୫୫ (Hindu Marriage Act, 1955)
  21. ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫-(Hindu Succession (Amendment)Act, 2005)
  22. ବିଦେଶୀ ବିବାହ ଆଇନ, ୧୯୬୯ (Foreign Marriage Act, 1969)
  23. ପାରିବାରିକ ଅଦାଲତ ଅଧିନିୟମ, ୧୯୮୪ (Family Courts Act, 1984)
  24. ମାତୃତ୍ୱ ସୁବିଧା ଆଇନ, ୧୯୬୧ (Maternity Benefit Act,1861)
  25. ହିନ୍ଦୁ ପୋଷ୍ୟ ଗ୍ରହଣ ଓ ଭରଣ ପୋଷଣ ଆଇନ,୧୯୫୬ (Hindu Adoption & Maintenance ACT,1956)
  26. କ୍ରିମିନାଲ୍‌ ଆଇନ (ସଂଶୋଧନ) ଅଧିନିୟମ, ୨୦୧୩(The Criminal Law Amendment Act, 2013)
  27. ଗର୍ଭାବସ୍ଥାରେ ମେଡିକାଲ୍ ଟର୍ମିନେସନ୍ ଆଇନ, ୧୯୭୧ (Medical Termination of Pregnancy Act,1971)
  28. ଜାତୀୟ ମହିଳା କମିଶନ୍ ଆଇନ, ୧୯୯୦ (National Commission for Women Act, 1990)
  29. ଭୃଣାବସ୍ଥାରେ ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ, ୧୯୯୪ (Pre-natal Diagnostic Techniques (Regulation and Prevention of Misuse) Act, 1994)
  30. ପାରିବାରିକ ହିଂସା ନିରୋଧ ଆଇନ, ୨୦୦୫ -Protection of Women from Domestic Violence Act, 2005[୧୯]
  31. କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩[୨୦]{Sexual Harassment of Women at Work Place (Prevention, Prohibition & Redressal) Act, 2013}
  32. ଭାରତୀୟ ବିବାହ ବିଚ୍ଛେଦ ଆଇନ, ୧୯୬୯ (Indian Divorce Act, 1969)
  33. ସମାନ ମଜୁରୀ ଆଇନ, ୧୯୭୬ (Equal Remuneration Act, 1976)
  34. ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ (Hindu Widows Remarriage Act, 1856)
  35. ମୁସଲିମ ମହିଳା (ବିବାହ ବିଚ୍ଛେଦ ଅଧିକାର ସୁରକ୍ଷା) ଆଇନ, ୧୯୮୬ (Muslim women (protection of rights on divorce) Act, 1986)
  36. ଆଇନ ସେବା ପ୍ରାଧୀକରଣ ଅଧିନିୟମ (The Legal Services Authority Act, 1987)

ଆଧାର[ସମ୍ପାଦନା]

  1. ଜାତୀୟ ମହିଳା କମିଶନ
  2. "National Legal Research Desk"
  3. "Hanumant.com"
  4. "Women related law:- All compiled - Into Legal World". Into Legal World (in ଇଂରାଜୀ). Retrieved 7 December 2017.
  5. Menon-Sen, Kalyani; Kumar, A.K. Shiva (2001). "Women in India: How Free? How Equal?". United Nations. Archived from the original on 11 September 2006. Retrieved 24 December 2006.
  6. "Marking a Milestone - The Hindu Remarriage Act". www.livehistoryindia.com. Retrieved 21 July 2018.
  7. fyea24yÂɚ. "ISHWAR CHANDRA VIDYASAGAR". www.hinduweb.org. Retrieved 2008-12-20.
  8. "Criminal Law (Amendment) Act, 2013"
  9. "Status of Women in India" Women empowerment in India
  10. "Cause of attrocity on women" The Hindu.com
  11. "ମହିଳାଙ୍କ ବିରୋଧରେ ଅତ୍ୟାଚାରର ତ୍ୱରିତ ତଦନ୍ତ". 21 June 2015. Retrieved 21 June 2015.
  12. "Hindu Succession (Amendment) Act, 2005 comes into force from today". www.pib.nic.in. Retrieved 6 July 2018.
  13. "India's New Labour Law - Prevention Of Sexual Harassment At The Workplace - Employment and HR - India". www.mondaq.com. Retrieved 31 July 2018.
  14. "Guardians and Wards Act" Wcd.nic.in
  15. "Indian Evidence Act" Lawnotes.in
  16. "Dowry Prohibition Act"
  17. "Special Marriage Act" Indiankanoon
  18. "ପାରିବାରିକ ହିଂସା ନିରୋଧ ଆଇନ, ୨୦୦୫"
  19. "କର୍ମକ୍ଷେତ୍ରରେ ମହିଳାଙ୍କ ବିରେଧରେ ଯୌନ ଉତ୍ପୀଡନ ନିରୋଧ ଆଇନ, ୨୦୧୩"

ଆହୁରି ପଢ଼ନ୍ତୁ[ସମ୍ପାଦନା]