ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪

ଉଇକିପିଡ଼ିଆ ରୁ
Jump to navigation Jump to search
ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪
ସ୍ୱତନ୍ତ୍ର (ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ)ବିବାହ ସମ୍ପର୍କିତ ଆଇନକୁ ସଂହିତାବଦ୍ଧ କରିବା ନିମିତ୍ତ ଏକ ଅଧିନିୟମ
ଆଧାରAct No.43 of 1954
Territorial extentWhole of India except Jammu and Kashmir
ନିୟମାକାରକଭାରତୀୟ ପାର୍ଲିଆମେଣ୍ଟ
Date enacted୧-ଜାନୁଆରୀ-୧୯୫୫
Date assented to୯-ଅକ୍ଟୋବର-୧୯୫୪
Date commenced୧-ଜାନୁଆରୀ-୧୯୫୫
Status: In force

ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ ହେଉଛି ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଦୁଇ ପକ୍ଷ ମଧ୍ୟରେ ବିବାହ ତଥା ବିବାହ ସମ୍ପର୍କିତ ବିବାଦର ସୁପରିଚାଳନା ନିମିତ୍ତ ୧୯୫୪ ମସିହାରେ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ପ୍ରଣୀତ ଏକ ଅଧିନିୟମ ।[୧] ବସ୍ତୁତଃ ବ୍ରିଟିଶ ଶାସନ କାଳରେ, Act-III of 1872ରେ ଏଭଳି ଏକ ଅଧିନିୟମର ଜାରି କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହାର ସଂଶୋଥିତ ରୂପରେ ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ୧୯୫୪ ମସିହାରେ ଗୃହିତ ହୋଇଥିଲା ।

ପୃଷ୍ଠଭୂମି[ସମ୍ପାଦନା]

ବ୍ରିଟିଶ ଶାସିତ ଭାରତରେ ଇଂରେଜମାନେ ଦେଶରେ ଥିବା ହିନ୍ଦୁ, ମୁସଲିମ ଏବଂ ପାର୍ସୀ ଧର୍ମାବଲମ୍ବୀଙ୍କ ବିବାହ ଭଳି ଧାର୍ମିକ ଅନୁଷ୍ଠାନ/ସଂସ୍କାରରେ ଶାସକ ଭାବେ କୋଣସି ପ୍ରକାର ହସ୍ତକ୍ଷେପ କରିବାକୁ ଚାହୁଁଁ ନ ଥିଲେ । ହିନ୍ଦୁ, ମୁସଲିମ ତଥା ପାର୍ସୀ ଧର୍ମାବଲମ୍ବୀ ମାନେ ତେଣୁ ନିଜ ନିଜର ଧାର୍ମିକ ପରମ୍ପରା ତଥା ତଦନୁସାରେ ବିବାହ ଅନୁଷ୍ଠାନ ପରିଚାଳିନା କରିବାରେ ମୁକ୍ତ ଥିଲେ । ଏହାଛଡା ବିବାହ ଏକ ବ୍ୟକ୍ତିଗତ ବ୍ୟାପାର ହୋଇଥିବା ଯୋଗୁଁଁ ସରକାରୀ ଆଇନକାନୁନ ଉର୍ଦ୍ଧ୍ୱରେ ଥିଲା । ତେଣୁ ଇଂରେଜ ଶାସନ କାଲରେ ଇଂରେଜମାନେ ଏଭଳି ଏକ ଆଇନ ଆଣିବାକୁ ଚାହିଁଁଲେ ଯାହା ଦୁଇ ପକ୍ଷଙ୍କୁ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ବିବାହ କରିବାରେ ସହାୟକ ହେବ । ଏଭଳି ଏକ କାନୁନ Act-III of 1872 ପ୍ରକାରେ ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ଘୋର ବିରୋଧ ହେବାରୁ ସରକାର ଏଥିଲେ ଆବଶ୍ୟକ ସଂଶୋଧନ ଆଣିପାରି ନ ଥିଲେ ।

ଅଧିନିୟମ ସଂପର୍କରେ[ସମ୍ପାଦନା]

ପ୍ରଯୁଜ୍ୟତା[ସମ୍ପାଦନା]

ସ୍ୱତନ୍ତ୍ର ବିବାହ ଅଧିନିୟମର ଧାରା ୪ ଅନୁସାରେ ଉକ୍ତ ଅଧିନିୟମ ଯେ କୌଣସି ଧର୍ମାବଲମ୍ବୀର ଲୋକଙ୍କ ପାଇଁଁ ପ୍ରଜୁଯ୍ୟ-

ବିଶେଷ ଧାରା ଓ ଉପଧାରା[ସମ୍ପାଦନା]

ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ର କେତୋଟି ବିଶେଷ ଧାରା -

୧) ଉକ୍ତ ଅଧିନିୟମର ଧାରା ୪ ଅନୁସାରେ ଆଇନସମ୍ମତ ସ୍ୱତନ୍ତ୍ର ବିବାହ ପାଇଁଁ ସର୍ତ୍ତଗୁଡିକ ହେଲା-

  • ବିବାହ ସମୟରେ ବର କିମ୍ବା କନ୍ୟା ପକ୍ଷର ଜୀବିତ ସ୍ତ୍ରୀ କିମ୍ବା ସ୍ୱାମୀ ନ ଥିବେ,
  • ବର କିମ୍ବା କନ୍ୟା ପକ୍ଷ ବିବାହ ସମୟରେ ଏପରି ମାନସିକ ବିକୃତିର ଶିକାର ହୋଇ ନ ଥିବେ ଯାହାଦ୍ୱାରା ବୈଧ ସମ୍ମତି ଦେବାରେ ଅସମର୍ଥ ଥିବେ,
  • ବର କିମ୍ବା କନ୍ୟା ପକ୍ଷ ବିବାହ ସମୟରେ ଏପରି ମାନସିକ ବିକୃତିର ଶିକାର ହୋଇ ନ ଥିବେ ଯାହାଦ୍ୱାରା ବୈଧ ସମ୍ମତି ଦେଇପାରିବା ସତ୍ତ୍ୱେ ସନ୍ତାନ ଜନ୍ମ କରିବାରେ ଅସମର୍ଥ ଥିବେ,
  • ବର ୨୧ ବର୍ଷରୁ ଏବଂ କନ୍ୟା ୧୮ ବର୍ଷରୁ କମ୍ ହୋଇ ନ ଥିବେ,
  • ବର ଏବଂ କନ୍ୟା ଅଧିନିୟମର ପ୍ରଥମ ଶିଡୁଲ ପ୍ରକାରେ ନିଷିଦ୍ଧ ସମ୍ପର୍କର ଅନ୍ତଭୁକ୍ତ ହୋଇ ନ ଥିବେ,

(ପ୍ରଥମ ଶିଡୁଲ ପ୍ରକାରେ ପୁରୁଷ ଏବଂ ସ୍ତ୍ରୀ ପାଇଁଁ ନିଷିଦ୍ଧ ସମ୍ପର୍କ ନିମ୍ନ ପ୍ରକାରେ ବର୍ଣ୍ଣିତ)

ପୁରୁଷ↓ ମହିଳା↓
୧) ମାଆ ୧) ବାପା
୨) ଗୋସେଇଁଁ ମାଆ ୨) ଗୋସେଇଁଁ ବାପା
୩) ବାପା କିମ୍ବା ଗୋସେଇଁଁ ବାପାଙ୍କ ପୂର୍ବତନ ସ୍ତ୍ରୀ ୩) ମାଆ କିମ୍ବା ଗୋସେଇଁଁ ମାଆଙ୍କ ପୂର୍ବତନ ସ୍ୱାମୀ
୪) ଭାଇର ପୂର୍ବତନ ସ୍ତ୍ରୀ ୪) ପୂର୍ବତନ ସ୍ୱାମୀଙ୍କ ଭାଇ
୫) ବାପା କିମ୍ବା ମାଆଙ୍କର ଭାଇର ପୂର୍ବତନ ସ୍ତ୍ରୀ ୫) ପୂର୍ବତନ ସ୍ୱାମୀଙ୍କ ପୁତୁରା
୬) ଗୋସେଇଁଁ ବାପା କିମ୍ବା ଗୋସେଇଁଁ ମାଆଙ୍କ ଭାଇର ପୂର୍ବତନ ସ୍ତ୍ରୀ ୬) ପୂର୍ବତନ ସ୍ୱାମୀଙ୍କ ଅଣ-ପୁତୁରା
୭) ଭଉଣି ୭) ଭାଇ
୮) ବାପା କିମ୍ବା ମାଆଙ୍କର ଭଉଣି ୮) ବାପା କିମ୍ବା ମାଆଙ୍କର ଭାଇ
୯) ଭାଇ କିମ୍ବା ଭଉଣିର ଝିଅ ୯) ଭାଇ କିମ୍ବା ଭଉଣିର ପୁଅ
୧୦) ବାପା କିମ୍ବା ମାଆଙ୍କର ଭାଇର ଝିଅ ୧୦) ବାପା କିମ୍ବା ମାଆଙ୍କର ଭାଇର ପୁଅ
୧୧) ବାପା କିମ୍ବା ମାଆଙ୍କର ଭଉଣିର ଝିଅ ୧୧) ବାପା କିମ୍ବା ମାଆଙ୍କର ଭଉଣିର ପୁଅ

ତେବେ ଜାତି/ସଂପ୍ରଦାୟଦ୍ୱାରା ଗୃହିତ ପ୍ରଥାରେ ଏହାର ବ୍ୟତିକ୍ରମ ମଧ୍ୟ ଆଇନଗତ ହେବ ।

୨) ଧାରା ୧୫-ଅନ୍ୟାନ୍ୟ ରୀତୀରେ ହୋଇଥିବା ବିବାହର ମଧ୍ୟ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜିକରଣ ହୋଇପାରିବ ।

୩) ଧାରା ୭-ବିବାହ ଦରଖାସ୍ତକୁ ଆପତ୍ତି ଦାଖଲ କରିପାରିବେ

୪) ଧାରା ୩୦-ବିବାହ ବିଚ୍ଛେଦ ପରେ ପୁନର୍ବିବାହର ପ୍ରାବଧାନ

୫) ଧାରା ୪୩-ଏକପତ୍ନୀ/ଏକପତି ହିଁଁ ଆଇନ ସମ୍ମତ, ଦ୍ୱିତୀୟ ବିବାହ(ପ୍ରଥମ ସ୍ୱାମୀ/ସ୍ତ୍ରୀର ଜୀବନ କାଳରେ) ଦଣ୍ଡନୀୟ ଅପରାଧ,

ବିବାହ ବିଚ୍ଛେଦ[ସମ୍ପାଦନା]

ଉକ୍ତ ଅଧିନିୟମର ଧାରା ୨୭ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

  • ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟପ୍ରତି ନିଷ୍ଠୁରତା ଆଚରଣ,
  • ବିବାହ ପରେ ଇଚ୍ଛାକୃତ ଭାବେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ସହ ବ୍ୟଭିଚାରରେ ଲିପ୍ତ ହେବା,
  • କମ୍ ସେ କମ୍ ଦୁଇ ବର୍ଷ ପାଇଁଁ ଜୀବନସାଥୀଠାରୁ ଇଚ୍ଛାକୃତ ଭାବେ ଦୂରେଇ ରହିବା,
  • ଚିକିତ୍ସାଦ୍ୱାରା ଭଲ ହୋଇ ପାରୁ ନ ଥିବା ମାନସିକ ରୋଗ,
  • କୁଷ୍ଠ ତଥା ଯୌନରୋଗ ସଂକ୍ରମଣ,
  • ଭାରତୀୟ ଦଣ୍ଡ ସଂହିତା ପ୍ରକାରେ ଏକ ଅପରାଧ ପାଇଁଁ ଦୋଷୀ ସାବ୍ୟସ୍ତ ହୋଇ ଅନ୍ତତଃ ସାତ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପାଇଁଁ କାରାବଦ୍ଧ ହୋଇଥିବେ
  • ଅନ୍ତତଃ ସାତ ବର୍ଷ ପର୍ଯ୍ୟନ୍ତ ଫେରାର ରହିବା ଇତ୍ୟାଦି

ଉକ୍ତ ଅଧିନିୟମର ଧାରା ୨୮(କ୍) ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ସଂଶୋଧନ[ସମ୍ପାଦନା]

ବିବାହ ଅଧିନିୟମ ସଂଶୋଧନ ବିଲ୍-୨୦୧୦[ସମ୍ପାଦନା]

ଉକ୍ତ ସଂଶୋଧନ ବିଲଦ୍ୱାରା ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ଏବଂ ସ୍ୱତନ୍ତ୍ର ବିବାହ ଅଧିନିୟମ-୧୯୫୪ରେ ବିବାହ ବିଚ୍ଛେଦ ନିମିତ୍ତ ଆଉ ଏକ ପ୍ରାବଧାନର ବ୍ୟବସ୍ଥା ରହିଛି । ୨୦୧୦ ମସିହାରେ ଅଣାଯାଇଥିବା ଏହି ବିଲ ଅନୁସାରେ ଯେତେବେଳେ କୌଣସି କାରଣରୁ ଅଲଗା ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କ ପୁନଃ ମିଳନ ଅସମ୍ଭବ ମନେହୁଏ, ତେବେ ସେଭଳି ସ୍ଥଳେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦିଆଯାଇପାରେ । ଏଭଳି ପ୍ରାବଧାନ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୨୦୦୬ ମସିହାର ଏକ ଆଦେଶ ଉପରେ ଆଧାରିତ ।[୨] ଏହାଦ୍ୱାରା ବିବାହ ବିଚ୍ଛେଦ ସମ୍ପର୍କିତ ଆଇନ ପୂର୍ବାପେଷା ସହଜ ହୋଇପାରିବ ବୋଲି ଦର୍ଶାଯାଇଥିଲା । ତେବେ ବିଲଟି ରାଜ୍ୟ ସଭାରେ ପାରିତ ହୋଇଥିଲେ[୩] ବି ଲୋକ ସଭାରେ ପାସ ହୋଇ ପାରିନାହିଁ ।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

en:Special Marriage Act, 1954

ଆଧାର[ସମ୍ପାଦନା]

  1. "A brief analysis of The Special Marriage Act, 1954". Retrieved 9 May 2018.
  2. "Naveen Kohli vs Neelu Kohli on 21 March, 2006". Retrieved 19 December 2017.
  3. "Rajya Sabha approves bill to make divorce friendly for women". Retrieved 31 March 2018.
  4. "Bill to make divorce easier may be dropped". Retrieved 19 December 2017.