ସତୀ ପ୍ରଥା ନିଷେଧ ଅଧିନିୟମ, ୧୯୮୭

ଉଇକିପିଡ଼ିଆ‌ରୁ


ସତୀ ପ୍ରଥା ନିଷେଧ ଅଧିନିୟମ, ୧୯୮୭ ଭାରତ ସରକାରଙ୍କ ପାର୍ଲିଆମେଣ୍ଟରେ ପାରିତ ଏକ ଅଧିନିୟମ । ତେବେ ପ୍ରଥମେ ଏହା ରାଜସ୍ଥାନ ସରକାରଙ୍କଦ୍ୱାରା ୧୯୮୭ ମସିହାରେ "ସତୀ ନିଷେଧ ଆଇନ, ୧୯୮୭" ନାମରେ ରାଜ୍ୟ ସରକାରଙ୍କଦ୍ୱାରା ଅଧିନିୟମିତ ହୋଇଥିଲା । ୧୯୮୮ ମସିହାରେ ଭାରତର ପାର୍ଲିଆମେଣ୍ଟରେ ପାରିତ ହେବା ପରେ ଏହା ସାରା ଭାରତରେ ଏକ ଅଧିନିୟମ ଭାବେ ଲାଗୁ ହେଲା ।[୧]

ଅଧିନିୟମ ସଂପର୍କରେ[ସମ୍ପାଦନା]

ଇଂରେଜ ଶାସିତ ଭାରତରେ ଯେଉଁ କେତୋଟି କୁତ୍ସିତ କୁସଂସ୍କାର ଭାରତରେ ପ୍ରଚଳିତ ଥିଲା ତନ୍ମଧ୍ୟରୁ ସତୀ ପ୍ରଥା ଅତ୍ୟନ୍ତ ଘୃଣ୍ୟ ତଥା ନିନ୍ଦନୀୟ ।[୨] ଏହି ପ୍ରଥାରେ ସ୍ତ୍ରୀ ବଞ୍ଚି ଥାଉ ଥାଉ ଯଦି ସ୍ୱାମୀର ମୃତ୍ୟୂ ହୁଏ ତେବେ ସ୍ତ୍ରୀକୁ ସ୍ୱାମୀର ଚିତାଗ୍ନୀରେ ଝାସ ଦେବାକୁ କୁହାଯାଉଥିଲା । ଅନେକ ସ୍ଥଳରେ ସ୍ତ୍ରୀକୁ ଜୋର ଜବରଦସ୍ତ ମୃତ ସ୍ୱାମୀର ଚିତାଗ୍ନୀରେ ଜୀବନ୍ତ ଜାଳିଦିଆଯାଉଥିଲା । ଇଂରେଜଙ୍କ ଶାସନ କାଳରେ "Bengal Sati Regulation, 1829" ବଳରେ ଏହି ପ୍ରଥାକୁ ନିଷେଧ କରାଯାଇଥିଲା । ତେବେ ସ୍ୱାଧୀନ ଭାରତରେ ୧୯୮୮ ମସିହାର ଏହି ଅଧିନିୟମ ବଳରେ ଏଭଳି କୁତ୍ସିତ ପ୍ରଥାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ ଥିବା ସମସ୍ତ ବ୍ୟକ୍ତି ବିଶେଷ ତଥା ଏହି ପ୍ରଥାକୁ ମହିମାମଣ୍ଡନ କରୁଥିବା ସମସ୍ତ୍ ବ୍ୟକ୍ତି ବିଶେଷଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ଥିଲା ।

ଆଧାର[ସମ୍ପାଦନା]

  1. Ministry of Women and Child DevelopmentThe Commission of Sati (Prevention) Act, 1987
  2. "Sati: Re-examining the Historical Evidence from 1900BCE to 1900CE | IndiaFacts". IndiaFacts. 30 November 2017. Retrieved 27 July 2018.