ଭିକୁ ସେଠ୍

ଉଇକିପିଡ଼ିଆ‌ରୁ
ମହେନ୍ଦ୍ର ଦାସ
Born
ମହେନ୍ଦ୍ର ଦାସ

Died୧୨ ସେପ୍ଟେମ୍ବର ୨୦୨୦(୨୦୨୦-୦୯-୧୨)
Nationalityଭାରତୀୟ
Occupationଓଡ଼ିଆ ଯାତ୍ରା କଳାକାର
Years active୧୯୮୪ - ୨୦୨୦

ଭିକୁ ସେଠ୍ (ମୃତ୍ୟୁ: ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ଯାତ୍ରା କଳାକାର ଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ମହେନ୍ଦ୍ର ଦାସ[୧] ସେ ଏକ ଯାତ୍ରା ନାଟକ ଶାଗୁଣା ବସିଛି ଡେଣା ମେଲାଇର ତାଙ୍କ ଭୂମିକା ଭିକୁ ସେଠ୍ ପାଇଁ ଏହି ନାମରେ ଲୋକପ୍ରିୟତା ଅର୍ଜନ କରିଥିଲେ ।[୨] ୨୦୨୦ ମସିହାରେ ଭିକୁ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଭିକୁ ସେଠ୍ ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଖଳାନାୟକ ଥିଲେ । ସେ ଓଡ଼ିଆ ଯାତ୍ରା ଜଗତ ସମେତ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୧୯୯୬ ମସିହାରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯଶୋଦାରେ ଭିକୁ ଖଳନାୟକ ଭାବରେ ଅଭିନୟ କରିଥିଲେ ।[୧] ସେ ୩୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଅଭିନେତା ଭାବରେ କାର୍ଯ୍ୟ କରୁଥିଲେ ।[୩]

୧୯୮୪ ମସିହାରେ ଭିକୁ ସାତଶଙ୍ଖ ଅପେରାରେ ପ୍ରଥମେ ଅଭିନୟ କରିଥିବା ଆରମ୍ଭ କରିଥିଲେ ।[୪] ଜନତା ଗଣନାଟ୍ୟର ନାଟକ ଶାଗୁଣା ବସିଛି ଡେଣା ମେଲାଇରେ ସେ ଭିକୁ ସେଠ୍ ଭୂମିକାରେ ଅଭିନୟ କରିଥିଲେ । ଏହି ନାଟକରେ ତାଙ୍କର ଲୋକପ୍ରିୟ ସଂଳାପ ଥିଲା, "ନାଁଟା ତା'ହେଲେ ମୀନା, ଭଲ ନାଚିଲ... ।"[୫] ତାଙ୍କର ଅନ୍ୟ ଏକ ଲୋକପ୍ରିୟ ସଂଳାପ ଥିଲା, "ଭଲକୁ ଭଲ କହିବା କ'ଣ ଖରାପ !"[୬] ଓ "ଖୁମ୍ପିଦେଲୁ, ଭଲ କଲୁ... ଧେତ୍ ।"[୭] ସେ ଧଉଳୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଆଦିରେ ସେ ଅଭିନୟ କରିଥିଲେ ।[୨]

କାମ କରିଥିବା ଗଣନାଟ୍ୟ[ସମ୍ପାଦନା]

  • ସାତଶଙ୍ଖ ଅପେରା
  • ଧଉଳୀ ଗଣନାଟ୍ୟ
  • ପାର୍ବତୀ ଗଣନାଟ୍ୟ
  • ଗୌରୀ ଗଣନାଟ୍ୟ
  • କଳିଙ୍ଗ ଗଣନାଟ୍ୟ
  • ଜନତା ଗଣନାଟ୍ୟ

ଅଭିନୀତ କଥାଚିତ୍ର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ଭିକୁ ସେଠ୍ ୨୦୨୦ ମସିହାରେ ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୮] ସେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ।[୯] ତାଙ୍କର ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୦] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।[୧୧] ପୁରୀ ଜିଲ୍ଲାସ୍ଥିତ ତାଙ୍କର ପୈତୃକ ଗ୍ରାମ ଚନ୍ଦନପୁରର କୁଶପଦାଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।[୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପ୍ରଖ୍ୟାତ ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ପରଲୋକ, ବହୁ ଯାତ୍ରା ନାଟକ ସମେତ ଏହି ଓଡ଼ିଆ ସିନେମାରେ କରିଥିଲେ ଅଭିନୟ". ସମ୍ବାଦ. sambad.in. 12 September 2020. Archived from the original on 12 September 2020. Retrieved 12 September 2020.
  2. ୨.୦ ୨.୧ Mahananda, Ramakanta (12 September 2020). "ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସ ତଥା ଭିକୁ ସେଠ୍‌ଙ୍କ ପରଲୋକ". Samaja Live. Archived from the original on 12 September 2020. Retrieved 12 September 2020.
  3. "ଆରପାରିରେ ଯାତ୍ରା ଖଳନାୟକ ଭିକୁ ସେଠ୍". Prameyanews7. 12 September 2020. Archived from the original on 12 September 2020. Retrieved 12 September 2020.
  4. "End of an era in Jollywood: Veteran artiste 'Viku Seth' no more". Sambad English. sambadenglish.com. 12 September 2020. Archived from the original on 12 September 2020. Retrieved 12 September 2020.
  5. "Noted Odia Jatra Artiste 'Viku Seth' Is No More". KalingaTV. 12 September 2020. Archived from the original on 12 September 2020. Retrieved 12 September 2020.
  6. "Remembering Legendary Jatra Actor Mahendra Das Aka Viku Seth". Odisha Television Ltd. 12 September 2020. Archived from the original on 12 September 2020. Retrieved 12 September 2020.
  7. "ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ". Zee Odisha. 12 September 2020. Archived from the original on 12 September 2020. Retrieved 12 September 2020.
  8. "Veteran Jatra artiste Viku Seth passes away at 55". Prameyanews. 12 September 2020. Archived from the original on 12 September 2020. Retrieved 12 September 2020.
  9. Rath, Anita (12 September 2020). "ପ୍ରସିଦ୍ଧ କଳାକାର ଭିକୁ ସେଠଙ୍କ ପରଲୋକ". ନନ୍ଦିଘୋଷ ଟିଭି. Archived from the original on 12 September 2020. Retrieved 12 September 2020.
  10. "ଯାତ୍ରା ଅଭିନେତା ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସଙ୍କ ପରଲୋକ". Odisha Reporter. 12 September 2020. Archived from the original on 12 September 2020. Retrieved 12 September 2020.
  11. Patri, Biranchi Narayan (12 September 2020). "ଯାତ୍ରା ଜଗତର ବେଶ୍ ପରିଚିତ କଳାକାର "ଭିକୁ ସେଠ୍", ମହେନ୍ଦ୍ର ଦାସଙ୍କ ପରଲୋକ". ଓଡ଼ିଆ ପୁଅ. Archived from the original on 12 September 2020. Retrieved 12 September 2020.
  12. "ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର 'ଭିକୁ ସେଠ୍‌' - Dharitri". Dharitri Odia News. 12 September 2020. Archived from the original on 12 September 2020. Retrieved 12 September 2020.

ବାହାର ଆଧାର[ସମ୍ପାଦନା]