ଭାସ୍କୁଲାର ଡିମେନ୍ସିଆ

ଉଇକିପିଡ଼ିଆ‌ରୁ
Vascular dementia
Arteriosclerotic dementia, multi-infarct dementia, vascular cognitive impairment
Brain atrophy on MRI from vascular dementia
ବିଭାଗNeurology, psychiatry
ଆକ୍ରାନ୍ତ ସମୟ60 to 75 years old[୧]
ଅବଧିLong-term[୨]
ବିପଦ କାରକHyperlipidemia, high blood pressure, diabetes, tobacco use[୨]
ରୋଗ ନିର୍ଣ୍ଣୟ ପଦ୍ଧତିCognitive testing, medical imaging[୨][୧]
ସଠିକ ରୋଗ ନିର୍ଣ୍ଣୟAlzheimer's, depression, thyroid disorder, medications (benzodiazepines or anticholinergics), alcohol misuse, neurosyphilis, delirium[୨][୧]
ପ୍ରତିକାରHealthy diet, exercise, not smoking, healthy weight, alcohol in moderation[୧]
PrognosisShorter life expectancy[୨]
ପୁନଃପୌନିକ16% of dementia cases[୨]

ଭାସ୍କୁଲାର ଡିମେନ୍ସିଆ (ଇଂରାଜୀ ଭାଷାରେ Vascular dementia VaD ) ରୋଗ ହେବା କୁହାଯାଏ ଯେତେବେଳେ ମସ୍ତିଷ୍କକୁ ଯଥେଷ୍ଟ ରକ୍ତ ପ୍ରବାହ ଅଭାବ ହେତୁ ଜ୍ଞାନଗତ ପ୍ରଗତିଶୀଳ ଅବନତି ଅଟେ | [୨] ଏହା ସ୍ମୃତି, କାର୍ଯ୍ୟନିର୍ବାହ, ସ୍ଥାନିକ ଦକ୍ଷତା, ଭାଷା, କିମ୍ବା ଧ୍ୟାନକୁ ପ୍ରଭାବିତ କରିପାରେ | [୨] ଧୀରେ ଧୀରେ, ହଠାତ୍ କିମ୍ବା ପାଦେ ପାଦେ ହୋଇ ଏହା ଆରମ୍ଭ ହୋଇପାରେ | [୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପାରାନୋଇଆ ଏବଂ ଦୃଷ୍ଟି ଭ୍ରମ ହୋଇପାରେ | [୨] ଜଟିଳତା ମଧ୍ୟରେ ପଡ଼ିଯିବା, ଆସ୍ପିରେସନ ନିମୋନିଆ ଏବଂ ଚାପ ଘାଅ ହୋଇପାରେ | [୨] ଏହା ସ‌ହିତ ହୃଦରୋଗ ଅନ୍ତର୍ଭୁକ୍ତ ହୋଇପାରେ। [୨]

ବିପଦ କାରକଗୁଡ଼ିକ ମଧ୍ୟରେ ହାଇପରଲିପିଡେମିଆ, ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ତମାଖୁ ବ୍ୟବହାର ଉଲ୍ଲେଖନୀୟ ଅଟେ | [୨] ଅନ୍ତର୍ନହିତ କାର୍ଯ୍ୟଧାରାରେ ଆଥେରୋସ୍କ୍ଲେରୋସିସ୍, ଥ୍ରୋମ୍ବୋସିସ କିମ୍ବା ଭାସ୍କୁଲୋପାଥି ଥାଇପାରେ। [୨] ରୋଗୀର ସ‌ହାୟକ ଲୋକ ସ‌ହିତ କଥାବାର୍ତ୍ତା କରି ଓ ଜ୍ଞାନ ପରୀକ୍ଷା ତ‌ଥା ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ | [୨] [୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ବିଚାରକୁ ନିଆଯାଇପାରେ | [୨]

ଏହି ରୋଗ ଆରୋଗ୍ୟ ହୁଏ ନାହିଁ । [୨] ଚିକିତ୍ସାରେ ବିପଦର କାରଣ ଏବଂ ଆଚରଣରେ ଉନ୍ନତି ଆଣିବାକୁ ପ୍ରୟାସ କରି ଅଧିକ ଖରାପ ହେବାକୁ ରୋକାଯାଇଥାଏ। [୨] କୋଲିନଇସ୍ଟରେଜ ଇନହିବିଟର କିମ୍ବା ମେମାଣ୍ଟାଇନ ଦିଆଯାଇପାରେ | [୨] ଯେଉଁମାନଙ୍କଠାରେ ଷ୍ଟ୍ରୋକର ପ୍ରମାଣ ଅଛି ସେମାନଙ୍କୁ ଆସ୍ପିରିନ୍, ୱାର୍ଫାରିନ୍, କିମ୍ବା କ୍ୟାରୋଟିଡ ଏଣ୍ଡଆର୍ଟେରେକ୍ଟୋମି ଅପରେଶନ ସାହାଯ୍ୟ କରିପାରେ | [୨] ଏହି ରୋଗରେ ଆୟୁଷ କମିଯାଏ । | [୨]

ଭାସ୍କୁଲାର ଡିମେନ୍ସିଆ ରୋଗ ମୋଟ ଡିମେନ୍ସିଆ ରୋଗର ପ୍ରାୟ 16% ପ୍ରତିନିଧିତ୍ୱ କରେ, ଅଲଜିମର ପରେ ଏହା ଦ୍ୱିତୀୟ ସାଧାରଣ କାରଣ ଅଟେ | [୨] [୩] ବୟସ ବୃଦ୍ଧି (୬୦ରୁ ୭୫ ମଧ୍ୟରେ) ସ‌ହିତ ଏହା ସାଧାରଣତଃ ଏହା ହୁଏ । [୨] [୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। [୧] ଷ୍ଟ୍ରୋକଗୁଡିକ ଡିମେନ୍ସିଆରେ ପରିଣତ ହୋଇପାରେ, ଏହି କଥା ୧୮୦୦ ଶତାବ୍ଦୀରୁ ବର୍ଣ୍ଣନା କରାଯାଇଛି | [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Multi-Infarct Dementia Information Page | National Institute of Neurological Disorders and Stroke". www.ninds.nih.gov. Retrieved 19 December 2020.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ Uwagbai, O; Kalish, VB (January 2020). "Vascular Dementia". PMID 28613567. {{cite journal}}: Cite journal requires |journal= (help)
  3. Cunningham EL, McGuinness B, Herron B, Passmore AP (May 2015). "Dementia". The Ulster Medical Journal. 84 (2): 79–87. PMC 4488926. PMID 26170481.
  4. Festa, Joanne; Lazar, Ronald (2009). Neurovascular Neuropsychology (in ଇଂରାଜୀ). Springer Science & Business Media. p. 2. ISBN 978-0-387-70715-0.