ଆଥେରୋସ୍କ୍ଲେରୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଥେରୋସ୍କ୍ଲେରୋସିସ (Atherosclerosis)
ଆର୍ଟେରିଓସ୍କ୍ଲେରୋଟିକ ଭାସ୍କୁଲାର ଡିଜିଜ (Arteriosclerotic vascular disease/ ASVD)
Endo dysfunction Athero.PNG
ଆଥେରୋସ୍କ୍ଲେରୋସିସ ରୋଗର ଅଗ୍ରଗତି The progression of atherosclerosis (narrowing exaggerated)
ବିଭାଗହୃଦ୍‌ରୋଗ ବିଜ୍ଞାନ (Cardiology), ରକ୍ତନଳୀ ବିଜ୍ଞାନangiology
ଲକ୍ଷଣନାହିଁ[୧]
ଆକ୍ରାନ୍ତ ସମୟଯୁବାବସ୍ଥାର (ଅଧିକ ବୟସରେ ଅବନତି )[୨]
କାରଣଅଜ୍ଞାତ[୧]
ବିପଦ କାରକଉଚ୍ଚ ରକ୍ତଚାପ, ମଧୁମେହ, ଧୂମ୍ରପାନ (smoking), ମୋଟାପଣ, ପାରବିବାରିକ ଇତିହାସ, ଅସ୍ୱାସ୍ଥ୍ୟକର ଖାଦ୍ୟ[୩]
ପ୍ରତିକାରସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୂମ୍ରପାନ ନିଷେଧ, ସାଧାରଣ ଓଜନ କାଏମ [୪]
ଔଷଧସ୍ଟାଟିନ (Statins), ଉଚ୍ଚ ରକ୍ତଚାପ ଔଷଧ (high blood pressure medication), ଆସ୍ପିରିନ[୫]
ପୌନଃପୁନିକ~୧୦୦% (>୬୫ ବର୍ଷ ବୟସ)[୬]

ଆଥେରୋସ୍କ୍ଲେରୋସିସ (ଇଂରାଜୀ ଭାଷାରେ Atherosclerosis) ଏକ ବେମାରୀ ଯେଉଁଥିରେ ଆଥେରୋମା ନାମକ ଏକ ପ୍ଲେକ ବା ମଇଳା ପ୍ୟାଚ ଦାଗ ଧମନୀ (artery) ଭିତରେ ଜମା ହୋଇ ତାକୁ ଅଣଓସାରିଆ କରିଦିଏ ।[୭] ପ୍ରାରମ୍ଭରେ କୋଣସି ଲକ୍ଷଣ ଦେଖାଯାଏନାହିଁ ।[୧] ଅଧିକ ଅଣଓସାରିଆ ହୋଇଗଲେ ଧମନୀ ସ୍ଥାନ ଅନୁସାରେ କରୋନାରୀ ଧମନୀ ରୋଗ, ଷ୍ଟ୍ରୋକ, ପ୍ରାନ୍ତୀୟ ଧମନୀ ରୋଗ, ବୃକ୍‌କ ସମସ୍ୟା (kidney problems) ସୃଷ୍ଟି ହୁଏ । [୧] ପ୍ରାୟ ମଧ୍ୟ ବୟସ ନହେଲେ ଲକ୍ଷଣ ପ୍ରକାଶ ପାଏନାହିଁ । [୩]

ଏହି ରୋଗର ସଠିକ କାରଣ ନିର୍ଣ୍ଣୟ ହୋଇନାହିଁ ।[୧] ଉଚ୍ଚ ରକ୍ତଚାପ, ମଧୁମେହ, ଧୂମ୍ରପାନ (smoking), ମୋଟାପଣ, ପାରିବାରିକ ଇତିହାସ, ଅଧିକ କୋଲେସ୍ଟେରଲ ଥବା ଖାଦ୍ୟ (abnormal cholesterol levels) ଇତ୍ୟାଦି ଅବସ୍ଥା ଥିଲେ ଏହି ରୋଗ ସଙ୍କଟ ରହେ ।[୩] ରକ୍ତରେ ଥିବା ଚର୍ବି, କୋଲେସ୍ଟେରଲ (cholesterol), କ୍ୟାଲସିଅମ (calcium) ଓ ଅନ୍ୟାନ୍ୟ କେତେକ ପଦାର୍ଥକୁ ନେଇ ପ୍ଲେକ ଗଠିତ ହୁଏ । [୭] ଧମନୀରେ ଅଭ୍ୟନ୍ତର ସରୁ ହେବା ଫଳରେ ଅମ୍ଳଜାନ ଥବା ରକ୍ତ ସରବରାହ ବିଭିନ୍ନ ସ୍ଥାନ‌କୁ ଯାଇପାରେନାହିଁ ।[୭] ରୋଗୀ ପରୀକ୍ଷା, ଇସିଜି (electrocardiogram) କରି ରୋଗ ନିର୍ଣ୍ଣୟ କରାଯାଏ ।[୮]

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୂମ୍ରପାନ ନିଷେଧ, ସାଧାରଣ ଓଜନ କାଏମ ସାହାଯ୍ୟରେ ଏ ରୋଗ ପ୍ରତିରୋଧ କରିବା ସମ୍ଭବପର ହୁଏ ।[୪] ରୋଗ ନିଶ୍ଚିତ ହେଲା ପରେ ଉଚ୍ଚ ରକ୍ତଚାପ କମେଇବା ଔଷଧ, ରକ୍ତ ଜମାଟ କମ କରିବା ଔଷଧ ଯେପରିକି ଆସ୍ପିରିନ ଓ ସ୍ଟାଟିନ (statin) ଭଳି କୋଲେସ୍ଟେରଲ କମ କରିବା ଔଷଧ ଦିଆଯାଏ ।[୫] ଏହା ବ୍ୟତୀତ ଆବଶ୍ୟକ ସ୍ଥଳେ ପରକ୍ୟୁଟାନିଅସ କରୋନାରି ଇଣ୍ଟରଭେନସନ (percutaneous coronary intervention), କରୋନାରୀ ଅର୍ଟେରି ବାଇପାସ ଗ୍ରାଫ୍ଟ (coronary artery bypass graft) ବା କ୍ୟାରୋଟିଡ ଏଣ୍ଡଆର୍ଟେରେକ୍ଟୋମି (carotid endarterectomy) ଆଦି ଅପରେଶନ କରାଯାଇପାରେ ।[୫]

ଯୁବାବସ୍ଥାରେ ଲୋକଙ୍କୁ ଏହି ରୋଗ ଆରମ୍ଭ ହୋଇ ବୟସ ବୃଦ୍ଧି ସ‌ହିତ ଦିନ‌କୁ ଦିନ ଖରାପ ଆଡ଼କୁ ଯାଏ ।[୨] ୬୫ ବର୍ଷ ବୟସ ବେଳକୁ ପ୍ରାୟ ସବୁ ମଣିଷଙ୍କର ଆଥେରୋସ୍କ୍ଲେରୋସିସ ହୋଇଯାଏ ।[୬] ବିକଶିତ ଦେଶରେ (developed world) ପଙ୍ଗୁତ୍ୱ ଓ ମୃତ୍ୟୁର ପ୍ରଥମ କାରଣ ରୁପେ ଏ ରୋଗ ବିବେଚିତ ହୁଏ ।[୯] ସନ ୧୫୭୫ରେ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା ।[୧୦] କିନ୍ତୁ ପ୍ରାୟ ୫,୦୦୦ ବର୍ଷ ପୂର୍ବରୁ ଏହି ରୋଗ ଆକ୍ରମଣ କରୁଥିବାର ପ୍ରମାଣ ମିଳୁଛି ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "What Are the Signs and Symptoms of Atherosclerosis? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 5 November 2017.
  2. ୨.୦ ୨.୧ "What Causes Atherosclerosis? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 6 November 2017.
  3. ୩.୦ ୩.୧ ୩.୨ "Who Is at Risk for Atherosclerosis? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 5 November 2017.
  4. ୪.୦ ୪.୧ "How Can Atherosclerosis Be Prevented or Delayed? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 6 November 2017.
  5. ୫.୦ ୫.୧ ୫.୨ "How Is Atherosclerosis Treated? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 6 November 2017.
  6. ୬.୦ ୬.୧ Aronow, Wilbert S.; Fleg, Jerome L.; Rich, Michael W. (2013). Tresch and Aronow's Cardiovascular Disease in the Elderly, Fifth Edition (in ଇଂରାଜୀ). CRC Press. p. 171. ISBN 9781842145449.
  7. ୭.୦ ୭.୧ ୭.୨ "What Is Atherosclerosis? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 6 November 2017.
  8. "How Is Atherosclerosis Diagnosed? - NHLBI, NIH". www.nhlbi.nih.gov (in ଇଂରାଜୀ). 22 June 2016. Retrieved 6 November 2017.
  9. Topol, Eric J.; Califf, Robert M. (2007). Textbook of Cardiovascular Medicine (in ଇଂରାଜୀ). Lippincott Williams & Wilkins. p. 2. ISBN 9780781770125.
  10. ୧୦.୦ ୧୦.୧ Shor, Allan (2008). Chlamydia Atherosclerosis Lesion: Discovery, Diagnosis and Treatment (in ଇଂରାଜୀ). Springer Science & Business Media. p. 8. ISBN 9781846288104.

ବାହ୍ୟ ଲିଙ୍କ[ସମ୍ପାଦନା]


ଶ୍ରେଣୀବିଭାଗ
ବାହାର ଉତ୍ସ