ଆଲଜିମର ରୋଗ

ଉଇକିପିଡ଼ିଆ‌ରୁ
ଆଲଜିମର ରୋଗ
ଗୋଟିଏ ସ୍ୱାଭାବିକ ମସ୍ତିଷ୍କ (ବାମ) ଓ ଆଉ ଗୋଟିଏ ଆଲଜିମର ରୋଗ ଥିବା ମସ୍ତିଷ୍କର (ଡାହାଣ) ତୁଳନାତ୍ମକ ବିବରଣୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G30., F00.
ଆଇସିଡ଼ି-୯-ସିଏମ୍331.0, 290.1
ଓଏମ୍‌ଆଇଏମ୍104300
ରୋଗ ଡାଟାବେସ490
ମେଡ଼ିସିନ-ପ୍ଲସ000760
ଇ-ମେଡ଼ିସିନneuro/13
Patient UKଆଲଜିମର ରୋଗ
MeSHD000544
GeneReviews

ଆଲଜିମର ରୋଗ (ଇଂରାଜୀରେ Alzheimer's disease (AD), ବା ଆଲ୍‌ଜ୍‌ହେମର୍‌ ରୋଗ Alzheimer disease, ବା କେବଳ ଆଲ୍‌ଜ୍‌ହେମର୍‌ସ୍ Alzheimer's,) ଡିମେନ୍ସିଆର ୬୦ରୁ ୭୦ % ଭାଗ ଅଧିକାର କରିଥାଏ । [୧][୨] ଏହା ଏକ ସ୍ନାୟୁ ଅପଜନନ‌କାରୀ (degenerative) ରୋଗ ଯାହା ଧୀରେ ଆରମ୍ଭ ହୁଏ ଓ ସମୟକ୍ରମେ ଖରାପ ଦିଗକୁ ଗତି କରେ । [୧][୨] ଏହାର ପ୍ରାଥମିକ ଲକ୍ଷଣ ମଧ୍ୟରେ ସଦ୍ୟ ଘଟଣାବଳୀ ପାଶୋରିବା (କ୍ଷଣସ୍ଥାୟୀ ସ୍ମୃତିଶକ୍ତି) ହ୍ରାସ ହେବା ଲକ୍ଷ କରାଯାଏ । [୧] ରୋଗ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ଅନ୍ୟ ଲକ୍ଷଣ ଯେପରିକି କଥାବାର୍ତ୍ତା ବା ଲିଖନ ଭିତ୍ତିକ ସମ୍ପର୍କରେ ଅବନତି, ସ୍ଥାନ କାଳ ପାତ୍ର ଅବସ୍ଥିତି ସମ୍ପର୍କରେ ଅବନତି, ସ‌ହଜରେ ହଜିଯିବା, ଅସ୍ଥିର ମାନସ, ପ୍ରେରଣାଶକ୍ତି ହାନୀ, ନିଜ ଯତ୍ନ ଅକ୍ଷମତା ଓ ଦୁର୍ବ୍ୟବ‌ହାର କରିବା ଦେଖାଯାଏ । [୧][୨] ରୋଗ ଆହୁରି ଆଗେଇଲେ ପରିବାର ଓ ସମାଜରୁ ରୋଗୀ ଦୂରେଇଯାଏ । [୧] ଶାରୀରିକ କ୍ରିୟାହାନୀ ହୋଇ ଧୀରେ ମୃତ୍ୟୁ ହୁଏ । [୩] ରୋଗର ଅଗ୍ରଗତି ସର୍ବଦା ସମାନ ନ ହେଲେ ମଧ୍ୟ ଆୟୁଷ ୩ରୁ ୯ ବର୍ଷ ରହେ । [୪][୫]

ଆଲଜିମର ରୋଗ କେଉଁ କାରଣରୁ ହୁଏ ତାହା ବୋଧଗମ୍ୟ ହୋଇନାହିଁ । [୧] ଏହି ରୋଗ ସଙ୍କଟ ୭୦ % କେଶ୍‌ରେ ଅନେକ ଜୀନଦ୍ୱାରା ହେଉଥିବା ବିଶ୍ୱାସ କରାଯାଏ । [୬] ଅନ୍ୟ ସଙ୍କଟଜନ‌କ ଅବସ୍ଥା ମଧ୍ୟରେ ମୁଣ୍ଡ ଆଘାତ, ଅବସାଦଉଚ୍ଚ ରକ୍ତଚାପ ଉଲ୍ଲେଖନୀୟ । [୧] ଏହି ରୋଗ ସ‌ହିତ ମସ୍ତିଷ୍କରେ କେତେକ ପ୍ଲେକ୍ ଓ ମୋଡ଼ିମାଡ଼ି ହୋଇ ରହିଥିବା ସ୍ନାୟୁ ତନ୍ତୁ ଦେଖାଯାଏ । [୬] ରୋଗୀର ଇତିହାସରୁ ସମ୍ଭାବ୍ୟ ରୋଗ ନିର୍ଣ୍ଣୟ କରାଯାଏ ଓ କଗ୍‌ନିଟିଭ୍ ଟେଷ୍ଟ, ମେଡିକାଲ ଇମେଜିଙ୍ଗରକ୍ତ ପରୀକ୍ଷା କରି ଅନ୍ୟ ରୋଗ ନ ଥିବା ସ୍ପଷ୍ଟ କରାଯାଏ । [୭] ପ୍ରାରମ୍ଭରୁ ଏହାର ଲକ୍ଷଣମାନଙ୍କୁ ସ୍ୱାଭାବିକ ବୃଦ୍ଧାବସ୍ଥାର ଲକ୍ଷଣ ବୋଲି ଧରାଯାଏ । [୧] ନିଶ୍ଚିତ ନିର୍ଣ୍ଣ‌ୟ ନିମନ୍ତେ ମସ୍ତିଷ୍କ ତନ୍ତୁ ପରୀକ୍ଷା ଆବଶ୍ୟକ । [୬] ଶାରୀରିକ ଓ ମାନସିକ ବ୍ୟାଯାମ କରିବାଦ୍ୱାରା ଓ ମୋଟା ନ ହେବା ପାଇଁ ବ୍ୟବସ୍ଥା କଲେ ଏହି ରୋଗ ସଙ୍କଟ କମିଯାଏ । [୬] ଏହି ରୋଗ ନିମନ୍ତେ ବା ଉପଶମ ନିମନ୍ତେ କୌଣସି ଔଷଧ ବାହାରି ନାହିଁ । [୮]

ଏହି ରୋଗର ପ୍ରଗତିକୁ ବନ୍ଦ କରିହୁଏନି ବା ପଛକୁ ଫେରାଇ ହୁଏନି ଯଦିଓ କିଛି ଲକ୍ଷଣର ସାମୟିକ ଉନ୍ନତି ହୋଇପାରେ । [୨] ରୋଗୀ ତାଙ୍କର ଯତ୍ନ ନେଉଥିବା ଲୋକଙ୍କ ସାହାଯ୍ୟ ଉପରେ ଅଧିକ ନିର୍ଭର କରନ୍ତି ଓ ତାଙ୍କ ଉପରେ ବୋଝ ହୋଇ ସାମାଜିକ, ମାନସିକ ଓ ଅର୍ଥନୈତିକ ଚାପ ସୃଷ୍ଟ କରନ୍ତି । [୯] ବ୍ୟାୟାମ କାର୍ଯ୍ୟକ୍ରମଦ୍ୱାରା ଦୈନ‌ନ୍ଦିନ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୁଏ ।[୧୦] ବ୍ୟବ‌ହାରିକ ସମସ୍ୟା ଓ ସାଇକୋସିସ୍ ରୋଗର ଚିକିତ୍ସା କରାଯାଉଥିଲେ ମଧ୍ୟ କୌଣସି ଉପକାର ମିଳେନି ଅଧିକନ୍ତୁ ମୃତ୍ୟୁ ନିକଟତର ହୁଏ । [୧୧][୧୨]

ପୃଥିବୀରେ ସନ ୨୦୧୦ରେ ଏହି ରୋଗରେ ୨୧ରୁ ୩୫ ନିୟୁତ ଲୋକ ପୀଡ଼ିତ ଥିଲେ । [୨][୪] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ ଯଦିଓ ୪ରୁ ୫ % କେଶ୍‌ରେ ଏହି ବୟସ ପୂର୍ବରୁ (early-onset Alzheimer's) ହୁଏ । [୧୩] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୬ % ଲୋକଙ୍କୁ ଏହି ରୋଗ ହୁଏ । [୧] ସନ ୨୦୧୦ରେ ଡିମେନ୍ସିଆ ରୋଗରେ ୪୮୬,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । [୧୪] ସନ ୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଓ ପାଥୋଲୋଜିସ୍ଟ ଆଲଇସ୍ ଆଲ୍‌ଜ୍‌ହେମର୍‌ସ୍‌ ଏହି ରୋଗ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ବିକଶିତ ଦେଶମାନଙ୍କରେ ଆର୍ଥିକ ଦୃଷ୍ଟିରୁ ଅତି ଖର୍ଚ୍ଚାନ୍ତ ରୋଗ । [୧୫][୧୬]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Burns A, Iliffe S (5 February 2009). "Alzheimer's disease". BMJ (Clinical research ed.). 338: b158. doi:10.1136/bmj.b158. PMID 19196745.
  2. ୨.୦ ୨.୧ ୨.୨ ୨.୩ ୨.୪ "Dementia Fact sheet N°362". World Health Organization. April 2012. Retrieved 28 November 2014.
  3. "About Alzheimer's Disease: Symptoms". National Institute on Aging. Retrieved 28 December 2011.
  4. ୪.୦ ୪.୧ Querfurth HW, LaFerla FM (28 January 2010). "Alzheimer's disease". The New England Journal of Medicine. 362 (4): 329–44. doi:10.1056/NEJMra0909142. PMID 20107219.
  5. Todd S, Barr S, Roberts M, Passmore AP (November 2013). "Survival in dementia and predictors of mortality: a review". International journal of geriatric psychiatry. 28 (11): 1109–24. doi:10.1002/gps.3946. PMID 23526458.{{cite journal}}: CS1 maint: multiple names: authors list (link)
  6. ୬.୦ ୬.୧ ୬.୨ ୬.୩ Ballard C, Gauthier S, Corbett A,; et al. (19 March 2011). "Alzheimer's disease". Lancet. 377 (9770): 1019–31. doi:10.1016/S0140-6736(10)61349-9. PMID 21371747.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  7. "Dementia diagnosis and assessment" (PDF). National Institute for Health and Care Excellence (NICE). Archived from the original (PDF) on 5 December 2014. Retrieved 30 November 2014.
  8. "More research needed on ways to prevent Alzheimer's, panel finds". National Institute on Aging. 29 August 2006. Archived from the original (PDF) on 28 January 2012. Retrieved 29 February 2008.
  9. Thompson CA, Spilsbury K, Hall J, Birks Y, Barnes C, Adamson J. Systematic Review of Information and Support Interventions for Caregivers of People with Dementia. BMC Geriatrics. 2007;7:18. doi:10.1186/1471-2318-7-18. PMID 17662119.
  10. Forbes D, Thiessen EJ, Blake CM, Forbes SC, Forbes S (4 December 2013). "Exercise programs for people with dementia". The Cochrane database of systematic reviews. 12: CD006489. doi:10.1002/14651858.CD006489.pub3. PMID 24302466.{{cite journal}}: CS1 maint: multiple names: authors list (link)
  11. National Institute for Health and Clinical Excellence. "Low-dose antipsychotics in people with dementia". National Institute for Health and Care Excellence (NICE). Retrieved 29 November 2014.
  12. "Information for Healthcare Professionals: Conventional Antipsychotics". US Food and Drug Administration. 16 June 2008. Retrieved 29 November 2014.
  13. Mendez MF (November 2012). "Early-onset Alzheimer's disease: nonamnestic subtypes and type 2 AD". Archives of medical research. 43 (8): 677–85. doi:10.1016/j.arcmed.2012.11.009. PMID 23178565.
  14. Lozano R, Naghavi M, Foreman K (15 December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.{{cite journal}}: CS1 maint: multiple names: authors list (link)
  15. Bonin-Guillaume S, Zekry D, Giacobini E, Gold G, Michel JP. Impact économique de la démence (English: The Economical Impact of Dementia). Presse Médicale. 2005;34(1):35–41. French. PMID 15685097.
  16. Meek PD, McKeithan K, Schumock GT. Economic Considerations in Alzheimer's Disease. Pharmacotherapy. 1998;18(2 Pt 2):68–73; discussion 79–82. PMID 9543467.