ଭାରତୀୟ ମହିଳା

ଉଇକିପିଡ଼ିଆ ରୁ
Jump to navigation Jump to search

ବିହତ ସହସ୍ରର୍ଦ୍ଧୀ ଧରି ଭାରତୀୟ ମହିଳା ମାନଙ୍କ ସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତନ ଘଟିଛି । ସେମାନଙ୍କ ଜୀବନ ଧାରଣ ଶୈଳୀ , ସ୍ୱାଧୀନତା , ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପାଟଣା ଘଟିଛି । .[୧] ଅତି ପ୍ରାଚୀନ କାଳରୁ ମାଧ୍ୟମ କାଳ ମଧ୍ୟରେ ତାଙ୍କର ସ୍ଥିତି ଦ୍ରୁତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାର , ଯାହା ପୁରୁଷ ମାନେ ପାଉଥିଲେ , ସେଥିରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂଶର ବଶତା ସେମାନଙ୍କୁ ବିଦ୍ୟାଳୟରେ ପାଠ ପାଇଁ ବାରଣ କରାଯାଉଥିଲା । [୨][୩] ତେବେ ମାଧ୍ୟମ କାଳରେ ( ବ୍ରିଟିଶ ଶାସନ ସମୟରୁ ) ଅନେକ ଉଦାରବାଦୀ ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁ-ସଂସ୍କାରକୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତରେ ମହିଳା ମାନେ ରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ଲୋକ ସଭାର ବାଚସ୍ପତି , କେନ୍ଦ୍ର ମନ୍ତ୍ରୀ , ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ , ରାଜ୍ୟପାଳ , ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର , ଯଥା କ୍ରିଡା , ଆନ୍ତର୍ଜାତୀୟ କୂଟନୀତି  ରେ ଅବସ୍ଥାପିତ ହେଇପାରିଛନ୍ତି । 

ସ୍ୱାଧୀନ ଭରତର ସମ୍ବିଧାନରେ ମହିଳା ମାନଙ୍କ ଅଧିକାରକୁ ପୁରୁଷ ମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି ।ମହିଳା ମାନଙ୍କ ପୂର୍ଣା ସ୍ୱାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ୱାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭରତର ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦ୍ରୁଷ୍ଟି ଦିଆ ଯାଇଛି । .[୪][୫]

ଏପରି ଏକ ସମୟ ଥିଲା ଯେ 2011 ମସିହାରେ ଏକା ସମୟରେ ଭାରତର ରାଷ୍ଟ୍ରପତି ( ଶ୍ରୀମତୀ ପ୍ରତିଭା ପାଟିଲ ) , ଲୋକ ସଭାର ବାଚସ୍ପତି ( ମୀରା କୁମାର ) ଓ ଲୋକ ସଭାର ବିରୋଧୀ ଦଳର ନେତା ପଦବୀରେ ମହିଳା ମାନେ ରହିଥିଲେ । ଏହା ସତ୍ୱେ ଭାରତରେ ମହିଳା ମାନେ ଅନେକ ସମସ୍ଯାରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନରେ ବଳତ୍କାର , ଏସିଡ ଫିଙ୍ଗା , ଯୌତୁକ ଜନିତ ହତ୍ୟା , ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି ।.[୬][୭][୮] ୨୦୧୨ ମସିହାରେ ଥୋମସନ୍  ରଏଟର ଫାଉଣ୍ଡେସନ ତରଫରୁ କରାଯାଇଥିବା ସର୍ଭେରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶ ଠାରୁ ଭରତରେ ମହିଳାଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା । .[୯]

ଇତିହାସ [ସମ୍ପାଦନା]

ପ୍ରାଚୀନ ଭାରତ [ସମ୍ପାଦନା]

ଦିଲ୍ଲୀ ମିଉଜିଆମରେ ଗୌତମ ବୁଦ୍ଧଙ୍କୁ ସ୍ୱାଗତ କରୁଥିବା ମହିଳା ଚିତ୍ର ଫଳକ i

ପ୍ରାଚୀନ ବେଦିକ କାଳରେ ଭାରତୀୟ ମହିଳା ମାନେ ପୁରୁଷ ମାନଙ୍କ ସହ ସମସ୍ତ କ୍ଷେତ୍ରରେ ଅଧିକାର ପ୍ରାପ୍ତ ହଉଥିବା କଥା ଭାରତୀୟ ବେଦରୁ ପ୍ରମାଣ ମିଳେ । [୧୦] [୧୧] ପତଞ୍ଜଳି ଓ କାତ୍ୟାୟନଙ୍କ ପରି ପ୍ରାଚୀନ ବ୍ୟାକରଣ ବିଷାରଦଙ୍କ ଲେଖାରୁ ଜଣାପଡେ ଯେ ବେଦିକ ସମୟରେ ମହିଳା ମାନେ ମଧ୍ୟ ପୁରୁଷ ମାନଙ୍କ ପରି ବିଦ୍ୟା ଲାଭ କରୁଥିଲେ । [୧୨][୧୩] ଋଗ ବେଦର ଶ୍ଳୋକରୁ ଏହା ମଧ୍ୟ ପ୍ରମାଣ ହୁଏ ଯେ ସେ କାଳରେ ମହିଳା ମାନେ ଉପଯୁକ୍ତ ବୟସରେ ବିବାହ କରୁଥିଲେ ଓ ନିଜ ପସନ୍ଦର ପଟି ପାଉଥିଲେ । ସେ କାଳରେ ସ୍ୱୟଂବର ପ୍ରଥାଦ୍ୱାରା ମହିଳା ମାନେ ନିଜ ପସନ୍ଦର ବର ଚୟନ କରିବା ବିଧି ରହିଥିଲା । ଏହାକୁ " ଗନ୍ଧର୍ବ " ବିବାହ କୁହାଯାଉଥିଲା । .[୧୪] ଋଗ ବେଦ ଓ  ଉପନିଷଦ ମାନଙ୍କରେ ପ୍ରାଚୀନ କାଳରେ " ଗାର୍ଗୀ ଓ " ମୈତ୍ରେଇ "ଙ୍କ ପରି ଅନେକ ସାଧ୍ୱୀ ତଥା ବିଦ୍ୱାନ ମହିଲା ଥିବା କଥା ଉଲ୍ଲେଖ ରହିଛି । ,[୧୫]  

ତେବେ ଖ୍ରୀଷ୍ଟ ପୂର୍ବ ୫୦୦ ମସିହା ଆଡକୁ ଭାରତରେ ମହିଳା ମାନଙ୍କ ସ୍ଥିତିରେ କ୍ରମଶଃ ଅବନତି ଘଟିବାରେ ଲାଗିଥିଲା । .[୩] ଅବଶ୍ୟ ଜୈନ ଧର୍ମର ଆଗମନ ପରେ ମହିଳା ମାନଙ୍କୁ ମଧ୍ୟ ସେହି ଧର୍ମରେ ଅଂଶ ଗ୍ରହଣ କରିବାର ଅନୁମତି ଦିଆ ଯାଇଥିଲା , ସାଧାରଣତଃ ଭାବରେ ମହିଳା ମାନଙ୍କୁ ବିଭିନ୍ନ ବାଧା ମଧ୍ୟ ଅବଦ୍ଧ ହେଇ ରହିବାକୁ ହେଇଥିଲା । ବିଶ୍ୱାସ କରାଯାଏ ଯେ ଷଷ୍ଠ ଶତାବ୍ଦୀରେ ବାଲ୍ୟ ବିବାହ ପରମ୍ପରା ଭରତରେ ଆରମ୍ଭ ହେଇଯାଇଥିଲା । [୧୬]

ଏହି କାଳର କେତେକ ଧର୍ମଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ରହିଛି । "ମନୁ ସ୍ମୃତି "ରେ ଉଲ୍ଲେଖ ଯେ "ମହିଳା ମାନଙ୍କୁ ଶୈଶବରେ ପିତା , ଯୌବନରେ ସ୍ୱାମୀ ଓ ଜରାବସ୍ଥାରେ ପୁତ୍ର ସଙ୍ଗରକ୍ଷଣ ପ୍ରଦାନ କରିବେ । କାରଣ ଜଣେ  ମହିଳା ନିଜେ କିଛି ନିଷ୍ପତ୍ତି ନେବାପାଇଁ ଅଯୋଗ୍ୟ "  [୧୭]

ତେବେ ଏହା କେବଳ ବର୍ଣ୍ଣନା ମୂଳକ ବ୍ୟାଖ୍ୟା ଥିଲା ଓ ସେ ସମୟରେ ମଧ୍ୟ କେତେକ ମହିଳା ମାନେ ସନ୍ୟାସିନୀ ହେଇ ସ୍ୱାଧୀନ ଭାବରେ ରହିଥିବାର ଜନାଜାଏ । .[୧୮]

କେତେକ ସାମ୍ଭ୍ରାଜୀରେ ଜଣେ ବା ଅଧିକ " ନଗରବଧୂ " ବା ନଗରର ପତ୍ନୀ ଭାବରେ ରଖା ଯାଉଥିଲା ଓ ତାହା ଅତ୍ୟନ୍ତ ସମ୍ମାନଜନକ ତଥା ଶକ୍ତିଶାଳୀ ପଦବୀ ଭାବରେ ଗଣନା କରାଯାଉଥିଲା । ପ୍ରାଚୀନ " ଅମ୍ରାପାଳି " ତାହାର ଏକ ଉଦାହରଣ । 

ମଧ୍ୟମ କାଳ [ସମ୍ପାଦନା]

ମଧ୍ୟମ କାଳରେ ଭାରତୀୟ ନାରୀ ମାନଙ୍କ ସ୍ଥିତିରେ କ୍ରମଶଃ ଅବନତି ହେବାରେ ଲାଗିଥିଲା । ,ବାଲ୍ୟ ବିବାହ ପ୍ରଥା , ଓ ବିଧବା ବିବାହକୁ ନିଷେଧ କରିବା ପରମ୍ପରା ସହ ଭାରତୀୟ ଉପମହାଦେଶକୁ ମୁସଲମାନ ମାନଙ୍କ ଅଧିକାର ପରେ ରାଜପୁତ ମାନଙ୍କ ମଧ୍ୟରେ " ଯାଉହାର " ବା ପରଦା ପ୍ରଥା ଆରମ୍ଭ ହେଇଥିଲା । ଭାରତରେ କେତେକ ଅଞ୍ଚଳରେ ଦେବଦାସୀ ମାନଙ୍କ ଉପରେ ଯୌନ ଶୋଷଣ ମଧ୍ୟ ହଉଥିଲା ।ଅନେକ ଆଞ୍ଚଲରେ ବହୁ-ପତ୍ନୀ ପ୍ରଥାର ପ୍ରଚଳନ ମଧ୍ୟ ଚାଲିଲା । ଏହା ସାଧାରଣତଃ ରାଜନୈତିକ କାରଣରୁ କ୍ଷତ୍ରିୟ ଶାସକ ସଂପ୍ରଦାଯ ମଧ୍ୟରେ ବିବେଶ ଭାବରେ ଚଳୁଥିଲା ।     ଅନେକ ମୁସଲିମ ପରିବାରରେ ମହିଳାଙ୍କୁ " ଜନାନା " ଅଞ୍ଚଳ ମଧ୍ୟରେ ବନ୍ଦୀ ପରି ଆବଦ୍ଧ ଅବସ୍ଥାରେ ରହିବାକୁ ପଡୁଥିଲା । 

ମହିଳା ମାନଙ୍କ ସ୍ଥିତି ଉପରେ ଖ୍ରୀଷ୍ଟ ପୂର୍ବ ୪ ତମ ଶତାବ୍ଦୀର ଏକ ଲିପିରେ ଉଲ୍ଲେଖ ରହିଥିଲା , [୧୯]  .[୨୦] 

मुख्यो धर्मः स्मृतिषु विहितो भार्तृशुश्रुषानम हि  :
women are enjoined to be of service to their husbands.

ଏହା ସତ୍ୱେ କିଛି ଦୃଢମନା ମହିଳା ସାହିତ୍ଯ ରାଜନୀତି , ଶିକ୍ଷୟା ଆଦି ପରିସରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଥିଲେ । . " ରାଜିୟା ସୁଲତାନ " ଏକମାତ୍ର ମହିଳା ଥିଲେ ଯେ ଦିଲ୍ଲୀ ସାମ୍ରାଜ୍ୟ ସଫଳ ଭାବରେ ଶାସନ କରିଥିଲେ ।  ୧୫୬୪ ମସିହାରେ ମୋଗଲ ସମ୍ରାଟ ଆକବରଙ୍କ ସେନାପତି ଅସଫ ଖାନଙ୍କଦ୍ୱାରା ନିହତ ହେବା ପୂର୍ବରୁ ଗଣ୍ଡ ମହାରାଣୀ ଦୁର୍ଗାବତୀ ତାଙ୍କ ରାଜ୍ୟକୁ ୧୫ ବର୍ଷ କାଳ ଶାସନ କରିଥିଲେ । ୧୫୯୦ ଦଶକ ରେ" ଚାନ୍ଦ ବିବି "ଅହମଦନଗର ରାଜ୍ୟକୁ ମୋଗଲ ଆକ୍ରମଣରୁ ଦୃଢତାର ସହ ପ୍ରତିରକ୍ଷ୍ୟା ପ୍ରଦାନ କରିଥିଲେ ।ଏପରିକି ସମ୍ରାଟ ଜାହାଙ୍ଗୀରଙ୍କ ପତ୍ନୀ ନୁର ଜାହାନ ମଧ୍ୟ ଶାସନରେ ନିଜେ ନଥାଇ ମଧ୍ୟ ଅଖଣ୍ଡ ରାଜନୈତିକ ଶକ୍ତିର ଅଧିକାରୀ ଥିଲେ । ମୋଗଲ ରାଜକନ୍ୟା ଜହାନାରା ଓ ଜେବୁନନିଶା ତାଙ୍କର କବି ପ୍ରତିଭା ପାଇଁ ବିଖ୍ୟାତ ଥିଲେ । ଶିବାଜିଙ୍କ ମାଁ "ଜିଯାବାଇ " ମଧ୍ୟ ଜେନ ମହିଳା ଯୋଧ୍ୟା ଓ ପ୍ରଶଶକ ଭାବରେ ପ୍ରସିଦ୍ଧି ହାସଲ କରିଥିଲେ । ଅନ୍ୟ ଜେନ ମରାଠା ମହିଳା ତାରାବାଇ  ମଧ୍ୟ ଦକ୍ଷିଣ ଭାରତରେ ଶାସନ କରିଥିଲେ । ତାଙ୍କ ପରି ଆହୁରି ଅନେକ ମହିଳା ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବାର ଇତିହାସରେ ଉଲ୍ଲେଖ ରହିଛି । .

ସେହି ସମୟରେ ମହିଳା ସନ୍ଥ ମୀରାବାଈ ଙ୍କ ନେତୃତ୍ୱରେ ଭକ୍ତି ଆନ୍ଦୋଳନର ସୂତ୍ରପାତ ହେଇଥିଲା । ଏଥିରେ ମହିଳା ମାନଙ୍କ ଉପରେ ଲଦି ଦିଆଯାଇଥିବା ଅନେକ ବନ୍ଧନ ଉପରେ ସ୍ୱର ଉତ୍ତୋଳନ ହେଇଥିଲା । .ତାଙ୍କ ସହ ଅକା ମହାଦେବୀ , ରମି ଜନବାଇଙ୍କ ପରି ମହିଳାଙ୍କ ସହ ମହାନୁଭବ , ଭାରକରି ଓ ଅନେକ ମହାପୁରୁଷ ସ୍ୱର ମିଳେଇ କିଛି ମହିଳା ଓ ପୁରୁଷଙ୍କ ଅଧିକାର ଭିତରେ ଥିବା ଅସମାନତାର ପରିବର୍ତନ ପାଇଁ ଉଦ୍ୟମ କରିଥିଲେ ।  

ଏହା ପରେ ଶିଖ ଧର୍ମର ପ୍ରଥମ ଗୁରୁ , ଗୁରୁ ନାନକ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାରର ବାର୍ତାର ପ୍ରଚାର କରିଥିଲେ ।ସେ ମହିଳା ମାନଙ୍କୁ ମଧ୍ୟ ଧାର୍ମିକ ସ୍ୱାଧୀନତା ଦେବା ସପକ୍ଷରେ ଯୁକ୍ତି କରୁଥିଲେ ।ସେ ମହିଳା ମାନଙ୍କୁ ତାଙ୍କ ଭଜନ କୀର୍ତନ  ସଭାରେ  ଯୋଗଦାନ କରିବାକୁ ଅନୁମତି ଦେଇଥିଲେ ଓ ଧାର୍ମିକ ପରିଚାଳନାରେ ଅଂଶ ନେବାକୁ ମଧ୍ୟ ଆଗ୍ରହ କରୁଥିଲେ । ଏହା ପରେ ଶିଖ ଧର୍ମର ଅନ୍ୟ ଗୁରୁ ମାନେ ମଧ୍ୟ ମହିଳା ମାନଙ୍କୁ ଧର୍ମାନୁଷ୍ଠାନରେ ଗ୍ରହଣ କରିଥିଲେ ।   

ଏଇତିହାସିକ ପରମ୍ପରା ସବୁ [ସମ୍ପାଦନା]

ମଧ୍ୟମ ଯୁଗରୁ ଚାଲି ଆସିଥିବା ସତୀ , ଯାଉହାର , ଦେବଦାସୀ ପରମ୍ପରା ସବୁ ଆଧୁନିକ ଯୁଗରେ ଉଚ୍ଛେଦ କରାଯାଇଛି । ତେବେ ଆଜି ମଧ୍ୟ କେତେକଆଭ୍ୟନ୍ତରୀଣ ସ୍ଥାନରେ ଏହି ଅନ୍ଧବିଶ୍ୱାସମୂଳକ କାର୍ଯ୍ୟ ଚାଲିଥିବାର ଜଣାପଡେ । ପରଦା ପ୍ରଥା ମଧ୍ୟ କେତେକ ସ୍ଥାନରେ ରହିଆସିଛି । ବାଲ୍ୟ ବିବାହ ମଧ୍ୟ ବିରଳ ଭାବରେ କେତେକ ସ୍ଥାନରେ ହାଉଥିବାର ଜଣାପଡିଥାଏ । 

ସତୀ ପ୍ରଥା 
ଏହି ନିର୍ଦୟ ପ୍ରଥା ବର୍ତମାନ ପ୍ରାୟ ସମ୍ପୂର୍ଣ ଭାବରେ ବିଲୁପ୍ତ ହେଇଯାଇଛି । ପ୍ରାଚୀନ କାଳରେ ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀଙ୍କୁ ସ୍ୱାମୀଙ୍କ ଚିଟାରେ ଜୀବନ୍ତ ଦହନ କରାଯାଉଥିଲା । ଅନେକ କ୍ଷେତ୍ରରେ ବିଧବା ପତ୍ନୀଙ୍କୁ ସଂପ୍ରଦାଯର ଲୋକେ ଜୋର- ଜବରଦସ୍ତି କରି ଚିଟା ନିଆରେ ଜାଳି ଦଉଥିଲେ । ଏହାକୁ ଇଚ୍ଛାମୂଳକ ବୋଲି କୁହାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏଥିପାଇଁ ବାଧ୍ୟ କରାଯାଉଥିଲା । . ବିଦେଶୀ ଆକ୍ରମଣ ପରେ ଭାରତରେ ଏହି ପ୍ରଥା ଅଧିକ ପ୍ରଚାଳନ ହେଇଥିଲା , କାରଣ କେତେକ କ୍ଷେତ୍ରରେ ବିଧବା ମାନଙ୍କ ଉପରେ ବିଦେଶୀ ମାନେ ଯୌନ ଶୋଷଣ , ବଳତ୍କାର ମଧ୍ୟ କରୁଥିଲେ ।  .[୨୧] ୧୯୮୭ ମସିହାରେ ରାଜସ୍ଥାନରେ ' ରୂପ କଂବାର " ମାମଲା ପରେ ସରକାର ଏକ କମିଶନ ଗଠନ କରି ଏହାର ସମ୍ପୂର୍ଣ ନିରାକରଣ ପାଇଁ ଆଇନ ପ୍ରଣୟନ କରିଥିଲେ । 
ଯଉହାର ପ୍ରଥା 
ବର୍ତମାନ ସମ୍ପୂର୍ଣ ବିଲୁପ୍ତ ଏହି ପ୍ରଥା ରାଜପୁତ ଯୋଦ୍ଧା ମାନଙ୍କ ପରିବାରରେ ପ୍ରଚାଳନ ଥିଲା । ଯୋଦ୍ଧା ମାନେ ଯୁଦ୍ଧରେ ନିହତ ହେଲେ ତାଙ୍କର ପତ୍ନୀ ଓ ଝିଅ ମାନେ ସ୍ୱ-ଇଚ୍ଛାରେ ଆତ୍ମଦାହ କରୁଥିଲେ । ଏହାଦ୍ୱାରା ସେମାନେ ଶତ୍ରୁଦ୍ୱାରା ବଳତ୍କାରରୁ ନିଜକୁ ରକ୍ଷା  କରୁଥିଲେ । ଏହି ପ୍ରଥା ମୁଖ୍ଯତଃ ମୁସଲମାନ ମାନଙ୍କ ଆକ୍ରମଣ ସମୟରେ ପ୍ରଚଳିତ ଥିଲା । .[୨୨]
ପରଦା ପ୍ରଥା 
ଏହି ପ୍ରଥା ଭାରତ ତଥା ଅନ୍ୟ ମୁସଲିମ  ଦେଶର ମୁସଲିମ ମହିଳାଙ୍କ ମଧ୍ୟରେ ପ୍ରଚଳିତ । ପୁରୁଷ ମାନଙ୍କ ସାମ୍ନାରେ ମହିଳା ମାନେ ସମ୍ପୂର୍ଣ ଭାବରେ ମୁଖ ଆଚ୍ଛାଦନ କରିବା ପ୍ରଥା ଅଜିମଧ୍ୟ ଅନେକ ସ୍ଥାନରେ ରହିଛି । 
ଡେବଡଶି ପ୍ରଥା 
ମୁଖ୍ଯତଃ ଦକ୍ଷିଣ ଭାରତରେ ମନ୍ଦିର ମାନଙ୍କରେ ଅବିବାହିତ ମହିଳା ମାନଙ୍କୁ ଆରାଧ୍ୟ ଦେବତାଙ୍କ ମୂର୍ତି ସହ ବିବାହ କରାଯାଉଥିଲା । ସେମାନେ ଆଜୀବନ ମନ୍ଦିରରେ ଦେବତାଙ୍କ ପୂଜା ଆରାଧନାରେ ସହାୟତା କରୁଥିଲେ । ୧୦ ମ ଶତାବ୍ଦୀରୁ ଚାଲି ଆସୁଥିବା ଏହି ପ୍ରଥାକୁ ସରକାର ୧୯୮୮ ମସିହାରୁ ଆଇନଦ୍ୱାରା ବନ୍ଦ କରିଛନ୍ତି । . .[୨୩]

ବ୍ରିଟିଶ ଶାସନ ସମୟରେ ଭାରତୀୟ ମହିଳା [ସମ୍ପାଦନା]

ସରୋଜିନୀ ନାଇଡୁ ,  କବି ଓ ସ୍ୱାଧୀନତା ସଂଗ୍ରାମୀ । ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଧ୍ୟ ରହିଥିଲେ । 
କଲିକତାରେ ବେଙ୍ଗଲି ବାଳିକା ବିଦ୍ୟାଳୟ , ୧୮୬୯ ମସିହାରେ ଖ୍ରୀଷ୍ଟିୟାନ ମିସନଦ୍ୱାରା ସ୍ଥାପିତ  
[୨୪]

ବ୍ରିଟିଶ ରାଜ ସମୟରେ ଅନେକ ସମାଜ ସଂସ୍କାରକଙ୍କ ଆବିର୍ଭାବ ହେଇଥିଲା । ସେମାନଙ୍କ ମଧ୍ୟରୁ ରାଜା ରାମ ମୋହନ ରୟ , ଇଶ୍ୱର ଚନ୍ଦ୍ର ବିଦ୍ୟସାଗର , ଜ୍ୟୋତିରାୟ ଫୁଲେ ପ୍ୟାରି ଚରଣ ସରକାର ଅନ୍ୟତମ । ସେମାନେ ଭରତରେ ପ୍ରଚଳିତ ଥିବା ଅନେକ କୁସଂସ୍କାର , ଅନ୍ଧବିଶ୍ୱାସ ଭିତ୍ତିକ ପ୍ରଥା ବିରୁଦ୍ଧରେ ଜନମତ ଜାଗରଣ କରି ସେଗୁଡିକୁ ବର୍ଜନ କରିବା ପାଇଁ ଚେଷ୍ଟା କରି ଅନେକାଂଶରେ ସଫଳ ହେଇଥିଲେ । ସେ ସମୟରେ ବାଳିକା ମାନଙ୍କୁ  ସ୍କୁଲ ଶିକ୍ଷା ଦିଆ ଯାଉନଥିବା ବେଳେ କଲିକତା ସହରରେ ପ୍ୟାରି ଚରଣ ସରକାର ୧୮୭ ମସିହାରେ ବାରାସାତଠାରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ତାହା ସମ୍ପ୍ରତି କାଳୀକୃଷ୍ଣ ବାଳିକା ହାଇ ସ୍କୁଲ ଭାବରେ ବିଦ୍ୟମାନ । 

ବ୍ରିଟିଶ ସରକାର ମଧ୍ୟ ମହିଳା ମାନଙ୍କ ଅଧିକାର ପାଇଁ କିଛି ଉଦ୍ୟମ କରିଥିଲେ । ବିଲାତି ମିସସନାରୀ ମାନଙ୍କ ପତ୍ନୀ ମାନେ ( ମାର୍ଥା ମଉଲ୍ଟ, , ଏଲିଜା କାଳଦବେଳ , ଆଦି ) ଭାରତରେ ମହିଳା ମାନଙ୍କ ଶିକ୍ଷା ପାଇଁ ଉଦ୍ୟମ କରିଥିଲେ । ସେମାନେ ପ୍ରଥମରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିରୋଧର ସମ୍ମୁଖୀନ ହେଇଥିଲେ ମଧ୍ୟ ପରେ ସେଥିରେ ସହଯୋଗ ପାଇଥିଲେ । ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଉଦ୍ୟମ ଫଳରେ ବ୍ରିଟିଶ ମାନେ ସତୀ ପ୍ରଥାର ଉଚ୍ଛେଦ ପାଇଁ ଓ ବିଧବା ବିବାହ ପ୍ରଚାଳନ ପାଇଁ ୧୮୫୬ ମସିହାରେ Widdow Remarriage Act ଆଣିଥିଲେ । 

ପ୍ରାରମ୍ଭିକ ସମୟରେ ବ୍ରିଟିଶ ମାନେ ଭରତର ଅନେକ ରାଜ୍ୟ ଅଧିକାର ପାଇଁ " Doctrine of Lapse" ନାମକ ଏକ ଚକ୍ରାନ୍ତ ମୂଳକ ନିୟମ ପ୍ରଣୟନ କରି  ଯେଉଁ ରାଜ୍ୟର ରାଜା ବିନା ପୁରୁଷ ସନ୍ତାନରେ ମୃତ୍ୟୁ ବରଣ କାଲେ ସେହି ରାଜ୍ୟ ବ୍ରିଟିଶ ସାମ୍ଭ୍ରାଜୀରେ ସିଧା ସଳଖ ମିଶ୍ରଣ ପାଇଁ ନିୟମ କଲେ । ଏହି ନିୟମ ବିରୁଦ୍ଧରେ କରଣତକର କିତ୍ତୁର ରାଜ୍ୟର ମହାରାଣୀ ସସଶ୍ର ବିଦ୍ରୋହ କରି ଥିଲେ । ସେହିପରି କର୍ଣାତକର ଅବକକା ରାଣୀ ମଧ୍ୟ ଯୁଦ୍ଧ କରିଥିଲେ । ଝାଁସୀର ରାଣୀ ଲକ୍ଷ୍ମୀବାଇ ୧୮୫୭ ମସିହାରେ ଭାରତୀୟ ବିଦ୍ରୋହର ନେତୃତ୍ୱ ନେଇଥିଲେ ।  ବେଗମ ହଜରତ ମହଲ ମଧ୍ୟ ସେ ସମୟରେ ଅୱଧ ରାଜ୍ୟ ଶାସନ କରିଥିଲେ । ଭୋପାଲର ବେଗମ ମଧ୍ୟ ଜଣେ ଶକ୍ତିଶାଳୀ ଶାସକ ରହିଥିଲେ । ସେ ମୁସଲମାନ ହେଲେ ମଧ୍ୟ ପରଦାରେ ନ ରହି ଯୁଦ୍ଧକୁ ମଧ୍ୟ ଯାଉଥିଲେ । [୨୫] 

ଡିଗ୍ରୀ ଶିକ୍ଷା ହାସଲ କରିଥିବା ସର୍ବପ୍ରଥମ ମହିଳା ମାନଙ୍କ ଭିତରେ ଚନ୍ଦ୍ରମୁଖୀ ବସ , କାଦମ୍ବିନୀ ଗାଙ୍ଗୁଲୀ ଓ ଆନନ୍ଦି ଗୋପାଳ ଯୋଶୀ ଅଗ୍ରଣୀ ଥିଲେ । 

୧୯୧୭ ମସିହାରେ ମହିଳା ମାନେ ରାଜନୀତିରେ ଅଂଶ ଗ୍ରହଣ କରିବାକୁ ଭାରତୀୟ ଜାତୀୟ କଂଗ୍ରେସର ସମର୍ଥନରେ ଦାବି ଜଣେଇଥିଲେ । ପୁନେଠାରେ ୧୯୨୭ ମସିହାରେ ସର୍ବ ଭାରତୀୟ ମହିଳା ଶିକ୍ଷା କାନଫେରେନସେ ହେଇଥିଲା । ତାହା ମହଲା ଶିକ୍ଷା ଦିଗରେ ବହୁତ ଉନ୍ନତି ଆଣିଥିଲା । .[୨୬] ୧୯୨୯ରେ ବାଲ୍ୟ ବିବାହ ( ନିରୋଧ ) ଆଇନ ପ୍ରଣିତ ହେଇ ୧୪ ବର୍ଷକୁ ନ୍ୟୁନତମ ବୟସ ଭାବରେ ବିବାହ ପାଇଁ ସ୍ଥିର ହେଇଥିଲା । .[୨୭][full citation needed] ମହାତ୍ମା ଗାନ୍ଧୀ ନିଜେ ବାଲ୍ୟ ବିବାହ କରିଥିଲେ ମଧ୍ୟ ସେ ଏହି ନିୟମ ଗଠନ ପାଇଁ ଉଦ୍ୟମ କରିଥିଲେ । .

ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ମହିଳାଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା ।ଭିକାଜି କାମା , ଡାଃ ଆନି ବେଶାନ୍ତ , ପ୍ରୀତି ବାଡେଲାଲ , ବିଜୟଲକ୍ଷ୍ମୀ ପଣ୍ଡିତ , ରାଜକୁମାରୀ ଅମୃତ କୌର , ସୁଚେତା କୃପାଳନୀ , ଅରୁଣା ଆସଫ ଅଲି , , କସ୍ତୁରବା ଗାନ୍ଧୀ ଓ ଆହୁରି ଅନେକ ନହିଲା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ତ୍ୟାଗ ସ୍ୱୀକାର କରିଥିଲେ । ଏପରିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝାଁସୀ ରେଜିମେଣ୍ଟରେ କେବଳ ମହିଳା ମାନେ ସେନା ଭାବରେ ଯୋଗ ଦେଇ ଲଢେଇ କରିଥିଲେ । ସେଥିରେ କେପଟେନ ଲକ୍ଷ୍ମୀ ସହଗଳ ମଧ୍ୟ ରହିଥିଲେ । ,ସରୋଜିନୀ ନାଇଡୁ ଜଣେ କବି ହେବା ସହ ସ୍ୱାଧୀନତା ସଂଗ୍ରାମରେ ଅଂଶ ନେଇଥିଲେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ଦେଇଥିଲେ । 

ସ୍ୱାଧୀନ ଭରତର ମହିଳା [ସମ୍ପାଦନା]

Female Safety Index per state according to the Tata Strategic Management Group. Light green indicates greatest safety; yellow, medium safety and light red, least safety.

ବର୍ତମାନ ଭାରତରେ ମହିଳା ମାନେ ସମସ୍ତ କ୍ଷେତ୍ରରେ ରହିଛନ୍ତି । ଶିକ୍ଷା , ବିଜ୍ଞାନ , କ୍ରିଡା , ରାଜନୀତି , ସମ୍ବାଦିକତା ଓ ଅନ୍ୟ ମେଡ଼ିଆ , ଫିଲ୍ମ ସବୁଥିରେ ମହିଳା ମାନେ ତାଙ୍କ ସ୍ଥାନ ଦାଖଲ କରିଛନ୍ତି । . ଇନ୍ଦିରା ଗାନ୍ଧୀ ଭରତର ପ୍ରଧାନ ମନ୍ତ୍ରୀ ଭାବରେ ୧୫ ବର୍ଷ ରହିଥିଲେ ଯାହା ମହିଳା ଭାବରେ ବିଶ୍ୱର ସର୍ବାଧିକ ସମୟ ରାଷ୍ଟ୍ରମୁଖ୍ୟ ଭାବେ ରହିବା ରେକର୍ଡ । .[୨୮]

 ଭାରତୀୟ ସମ୍ବିଧାନର ଧାରା ୧୪ , ୧୫(୧) ୧୬ , ୩୯(ଡି) , ୧୫(୩)୫୧(A) ଓ ୪୨ ଅନୁସାରେ ଭାରତୀୟ ମହିଳା ମାନଙ୍କୁ ସମାନ ଅଧିକାର , ନିରାପତ୍ତାର ସମ୍ପୂର୍ଣ ଅଧିକାର ପ୍ରାପ୍ତ କରାଯାଇଛି । [୨୯]

୧୯୭୦ ମସିହା ପରେ ମହିଳା ମାନଙ୍କ ଅର୍ଥନୈତିକ ଓ ସାମାଜିକ ନିରାପତ୍ତା ପାଇଁ ଆନ୍ଦୋଳନ ପରିଚାଳିତ ହେଇଥିଲା । ମଥୁରା ଧର୍ଷଣ ବିରୋଧରେ ସ୍ୱର ଉତ୍ତୋଳିତ ହେଇ ଧର୍ଷଣ ନିୟମ ଆହୁରି କଠୋର ହେଇଥିଲା । . ମଦ ବିରୋଧୀ ଆନ୍ଦୋଳନ  ମଧ୍ୟ ବିଭିନ୍ନ ରାଜ୍ୟରେ ହେଇଥିଲା ।   

   ,[୩୦]  .  ଏହା ବ୍ଯତୀତ ମୁସଲିମ ସଂପ୍ରଦାଯ ମହିଳାଙ୍କ ପାଇଁ ତ୍ରିପଲ ତଲାକ ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳିତ ହେଇ ତାହାର ଆଇନ ବର୍ତମାନ ପ୍ରକ୍ରିୟାରେ ରହିଛି । 

୨୦୧୦ ମସିହାରେ ଭରତରେ ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭା ମାନଙ୍କୁ  ରେ ୩୩% ସ୍ଥାନ ସଙ୍ଗରକ୍ଷଣର ବ୍ୟବସ୍ଥା କରାଗଲା । women.

ରାଜନୀତିରେ ମହିଳା [ସମ୍ପାଦନା]

ରାଜନୀତି କ୍ଷତ୍ରରେ ଭାରତରେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ତୁଳନାରେ ସର୍ବାଧିକ ଅନୁପାତରେ ମହିଳା ଉଚ୍ଛପଦରେ ଅବସ୍ଥାପିତ ହେଇଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ , ରାଜ୍ୟପାଳ , ବିରୋଧୀ ଦଳ ନେତ୍ରୀ , ମିଖ୍ୟମନ୍ତ୍ରୀ , କେନ୍ଦ୍ର ମନ୍ତ୍ରୀ ଭାବରେ ମହିଳା ମାନେ ବହୁ ସଂଖ୍ୟାରେ ରହି ଆସିଛନ୍ତି ।  [୩୧][୩୨][୩୩][୩୪]

ସେନାବାହିନୀରେ ମହିଳା [ସମ୍ପାଦନା]

ଭାରତୀୟ ସେନା ବାହିନୀର ମହିଳା ଅଫିସର 

୧୯୯୨ ମସିହାରୁ ଭାରତୀୟ ସେନା ବାହିନୀରେ ମହିଳା ମାନଙ୍କୁ ପ୍ରବେଶ ଦିଆ ଯାଇଥିଲା । ତନୁଶ୍ରୀ ପାରିଖ ଭାରତୀୟ ସେନାରେ ପ୍ରଥମ ସୈନିକ ମହିଳା ଅଫିସର ଭାବେ ୨୦୧୩ ମସିହାରେ ଯୋଗ ଦେଇଥିଲେ [୩୫].[୩୬] ସରକାର ବାୟୁ ସେନାରେ ମଧ୍ୟ ପାଇଲତ ଭାବରେ ମହିଳାଙ୍କ ନିଯୁକ୍ତି ପାଇଁ ନିୟମ ପ୍ରଣଯନ କରିଛନ୍ତି । 

ଶିକ୍ଷା ଓ ଅର୍ଥନୈତିକ ଉନ୍ନୟନ [ସମ୍ପାଦନା]

୧୯୯୨ ମସିହା ସୁଦ୍ଧା ୯.୨% ଗୃହରେ ମହିଳା ମାନେ ମୁଖ୍ୟ ଭାବରେ ରହିଥିବା ଜଣା ଯାଏ । .[୩୭]

ଶିକ୍ଷା [ସମ୍ପାଦନା]

School girls in the classroom, Lakhiganj High School, Assam

କର୍ମ କ୍ଷେତ୍ରରେ ମହିଳା [ସମ୍ପାଦନା]

ଆଧାର କେନ୍ଦ୍ରରେ କାର୍ଯ୍ୟରତ ମହିଳା 

 [ଆଧାର ଲୋଡ଼ା]

ଭୂମି ଓ ସମ୍ପତି ଅଧିକାର [ସମ୍ପାଦନା]

Women harvesting rice paddy in Tamil Nadu. Women rarely own land in their own names, although they often work in agriculture

ଆହୁରି ଦେଖିବେ =[ସମ୍ପାଦନା]

  • Category:Lists of Indian women
  • Dancers
  • Film actresses
  • Writers
  • Sportswomen

ଆଧାର ସମୂହ [ସମ୍ପାଦନା]

  1. "Rajya Sabha passes Women's Reservation Bill". The Hindu. Chennai, India. 10 March 2010. Retrieved 25 August 2010.
  2. Jayapalan, N. (2001), "Status of women in Hindu society", in Jayapalan, N., Indian society and social institutions, New Delhi, India: Atlantic Publishers and Distributors, p. 145, ISBN 9788171569250.
  3. ୩.୦ ୩.୧ Empty citation (help)
  4. Parihar, Lalita Dhar (2011). Women and law: from impoverishment to empowerment. Lucknow: Eastern Book Company. ISBN 9789350280591.
  5. Rao, Mamta (2008). Law relating to women and children (3rd ed.). Lucknow: Eastern Book Co. ISBN 9788170121329. ...women and the protection provided under various criminal, personal and labour laws in India
  6. Tilak, Sudha G. (11 March 2013). "Crimes against women increase in India - Features". Al Jazeera English. Retrieved 7 February 2014.
  7. Upreti, Deepak K. (14 November 2011). "India is home of unspeakable crimes against women". Deccan Herald. Retrieved 7 February 2014.
  8. Kumar, Madhuri (8 March 2013). "Atrocities against women on the rise". The Times of India.
  9. Baldwin, Katherine (13 June 2012). "Canada best G20 country to be a woman, India worst - TrustLaw poll". Thomson Reuters Foundation News.
  10. Madhok, Sujata. "Women: Background & Perspective". InfoChange India. Archived from the original on 24 July 2008. Retrieved 24 December 2006.
  11. Mishra, R. C. (2006). Women in India: towards gender equality. New Delhi: Authorspress. ISBN 9788172733063.
  12. Varttika by Katyayana, 125, 2477
  13. Comments to Ashtadhyayi 3.3.21 and 4.1.14 by Patanjali
  14. Majumdar, R.C.; Pusalker, A.D. (1951), "Chapter XX: Language and literature", The history and culture of the Indian people, volume I, the Vedic age, Bombay: Bharatiya Vidya Bhavan, p. 394
  15. 17.
  16. Empty citation (help)
  17. Manava Dharmasastra 9.3, cited in Olivelle (1993), p. 185
  18. Olivelle (1993), p. 189-190
  19. Singh, Shweta (2009), "Examining the Dharma driven identity of women: Mahabharata's Kunti", in Swami, Indu, The women question in the contemporary Indian women writings in English, New Delhi: Sarup Book Publishers, ISBN 9788176256087 More than one of |ISBN= and |isbn= specified (help)
  20. Tryambakayajvan (1995). Stridharmapaddhati [The perfect wife (guide to the duties of women)]. Julia Leslie (translator). New Delhi New York: Penguin Books. ISBN 9780140435986.
  21. Dang, Vimla (19 June 1998). "Feudal mindset still dogs women's struggle". The Tribune. Archived from the original on 19 December 2006. Retrieved 24 December 2006.
  22. Jain, Pratibha; Śarmā, Saṅgītā (2004). Honour, status & polity. Jaipur: Rawat Publications. ISBN 9788170338598.
  23. "Devadasi (definition)", Encyclopædia Britannica, 2007 Retrieved 4 July 2007.
  24. London Missionary Society, ed. (1869). Fruits of Toil in the London Missionary Society. London: John Snow & Co. p. 12. OCLC 746963117. Retrieved 12 September 2016.
  25. Saraswati English Plus. New Saraswati House. p. 47.
  26. Nelasco, Shobana (2010). Status of women in India. New Delhi: Deep & Deep Publications. p. 11. ISBN 9788184502466.
  27. Ambassador of Hindu Muslim Unity, Ian Bryant Wells
  28. "Oxford University's famous south Asian graduates (Indira Gandhi)". BBC News. 5 May 2010.
  29. Empty citation (help)
  30. Velkoff, Victoria A.; Adlakha, Arjun (October 1998). Women of the World: Women's Health in India (PDF). U.S. Department of Commerce, Economics and Statistics Administration. Archived from the original (pdf) on 4 June 2011. Retrieved 25 December 2006.
  31. "50pc reservation for women in panchayats". Oneindia News. 27 August 2009. Retrieved 28 July 2013.
  32. "50% reservation for women in AP, Bihar Panchayats". Sify News. 25 November 2011. Retrieved 28 July 2013. More than one of |accessdate= and |access-date= specified (help)
  33. "Mayor Malayalam News". Mathrubhumi (in Malayalam). 26 November 2015.CS1 maint: Unrecognized language (link)
  34. "Woman's Malayalam News". Mathrubhumi (in Malayalam). 25 November 2015.CS1 maint: Unrecognized language (link)
  35. Reuters/jb (24 February 2016). "Indian armed forces to recruit women for all combat roles: President". Channel NewsAsia. Archived from the original on 10 March 2016.
  36. Empty citation (help)
  37. "Asia's women in agriculture, environment and rural production: India". fao.org. Food and Agriculture Organization of the United Nations. Archived from the original on 30 June 2014. Retrieved 24 December 2006.

ପୁନଶ୍ଚ ପଠନ [ସମ୍ପାଦନା]

Traces the beginnings of feminism in modern India to social and religious reform movements in Maharashtra, Western India.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]