ଭାଗିରଥୀ ଗମାଙ୍ଗ
ଭାଗିରଥୀ ଗମାଙ୍ଗ | |
---|---|
![]() | |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ) | |
କାର୍ଯ୍ୟକାଳ ୯ ମଇ ୧୯୯୬ – ୨୦୦୦ | |
ପୂର୍ବ ଅଧିକାରୀ | ଅକ୍ଷୟ କୁମାର ଗମାଙ୍ଗ |
ପର ଅଧିକାରୀ | ରାମମୂର୍ତ୍ତି ଗମାଙ୍ଗ |
ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ, ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୯୦ | |
ପୂର୍ବ ଅଧିକାରୀ | ନରସିଂହ ପାତ୍ର |
ପର ଅଧିକାରୀ | ରାମମୂର୍ତ୍ତି ଗମାଙ୍ଗ |
ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
ସାଂସଦ: ୫ମ ଲୋକ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୯ ଜୁନ ୧୯୩୮ |
ମୃତ୍ୟୁ | ୫ ଅକ୍ଟୋବର ୨୦୧୨ | (ବୟସ ୭୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଆର୍) |
ଜୀବନ ସାଥୀ | ହରବତି ଗମାଙ୍ଗ |
ସନ୍ତାନ | ୫ |
ବାପା/ବୋଉ | ମଲିଅୟା ଗମାଙ୍ଗ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଭାଗିରଥୀ ଗମାଙ୍ଗ (ଜନ୍ମ: ୨୯ ଜୁନ ୧୯୩୮ - ୫ ଅକ୍ଟୋବର ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୪, ୧୯୭୭, ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ଏବଂ ୧୯୯୬ର ଗୁଣୁପୁର ଉପ-ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ, ୭ମ, ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୧ ଭାରତୀୟ ସାଧାରଣ ନିର୍ବାଚନରେ ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଭାଗିରଥୀ ଗମାଙ୍ଗ ୧୯୩୮ ମସିହାର ଜୁନ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଲିଅୟା ଗମାଙ୍ଗ ଓ ପତ୍ନୀଙ୍କ ନାମ ହରବତି ଗମାଙ୍ଗ[୧]
ରାଜନୈତିକ ଜୀବନ
[ସମ୍ପାଦନା]ଭାଗିରଥୀ ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସାତ ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୩ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଗୁଣୁପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଗୁଣୁପୁର | କଂଗ୍ରେସ (ଆର୍) |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଗୁଣୁପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଗୁଣୁପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଗୁଣୁପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଗୁଣୁପୁର | ଭାରତୀୟ ଜାତୀୟ କଂଗ୍ରେସ |
୯ ମଇ ୧୯୯୬ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଗୁଣୁପୁର | ନିର୍ଦ୍ଦଳୀୟ |
ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୭ | ସଭ୍ୟ, ୫ମ ଲୋକ ସଭା | କୋରାପୁଟ | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Bhagirathi Gomango". odishaassembly.nic.in. Odisha Assembly. Retrieved 7 February 2022.
- ୧୯୩୮ ଜନ୍ମ
- ୨୦୧୨ ମୃତ୍ୟୁ
- ଓଡ଼ିଆ ଲୋକ
- କୋରାପୁଟ ଜିଲ୍ଲାର ଲୋକ
- ୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ
- ୫ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ
- ୭ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୮ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୯ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ
- ୫ମ ଲୋକ ସଭା ସଭ୍ୟ
- ଓଡ଼ିଶାର ଲୋକ ସଭା ସଦସ୍ୟ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା