ବ୍ୟବହାରକାରୀଙ୍କ ଆଲୋଚନା:Tublu Nial

ଉଇକିପିଡ଼ିଆ ରୁ
Jump to navigation Jump to search
କିଛି ରସଗୋଲା ସହିତ ଆପଣଙ୍କୁ ପାଛୋଟି ନେଉଛୁ! Face-smile.svg
ଉଇକିପିଡ଼ିଆରେ କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି କି? ପ୍ରଶ୍ନଟିଏ ପଚାରନ୍ତୁ

ଆଦରର Tublu Nial,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:

ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}} ନକଲ କରି ପକାଇଦିଅନ୍ତୁ ।

--ସୁଭାସିସ ପାଣିଘରି (ଆଳାପ) ୦୮:୫୩, ୨୫ ଅପ୍ରେଲ ୨୦୧୮ (IST)

ଆପଣ ତିଆରିଥିବା ନୂଆ ପ୍ରସଙ୍ଗ[ସମ୍ପାଦନା]

ଆପଣ ନିକଟରେ ତିଆରିଥିବା ଅରିଜିତ ସିଂହ ଲେଖାରେ କେବଳ ତଥ୍ୟପେଡ଼ି (ଡାହାଣ ପାଖେ ଥିବା ବାକ୍ସ) ଅଛି କିନ୍ତୁ କିଛି ଲେଖା ନାହିଁ । ୭ ଦିନ ଭିତରେ କିଛି ଲେଖା ଯୋଡ଼ାନଗଲେ ଏହାକୁ ଲିଭାଇଦିଆଯାଇପାରେ । ଲେଖିବା ଆଗରୁ ଉଇକିପିଡ଼ିଆ:ଚାଟସଭାରୁ ଥରେ ସମ୍ପାଦନା ବାବଦରେ ଅଧିକ ଦେଖିପାରିବେ ଓ ଉଇକିପିଡ଼ିଆ:ନିୟମାବଳୀ ବାବଦରେ ମୋଟାମୋଟି ଧାରଣା ପାଇପାରିବେ । ଆପଣ ଉଇକିପିଡ଼ିଆରେ ନିକଟରେ ଲେଖିବା ଆରମ୍ଭ କରିଥିବାରୁ ଆଗରୁ ଥିବା ପ୍ରସଙ୍ଗ ଉନ୍ନତ କରିପାରିଲେ ଭଲହୁଅନ୍ତା । କିଛି ଦିନ ପୁରୁଣା ପ୍ରସଙ୍ଗରେ ଥିବା ବିଭିନ୍ନ ବନାନଗତ ଓ ତଥ୍ୟଗତ ଭୁଲ ସୁଧାରିବା ପରେ ନୂଆ ପ୍ରସଙ୍ଗ ଲେଖିବା ବେଳେ ସୁବିଧା ହୁଅନ୍ତା । ତେବେ କୌଣସି ସ୍ଥାନରେ କିଛି ଅସୁବିଧା ଭୋଗିଲେ ଉଇକିପିଡ଼ିଆ:ଚାଟସଭାରୁ ପୁରୁଖା ଉଇକିଆଳିମାନେ (ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ସମସ୍ତେ, ଆପଣ ବି ଜଣେ ଉଇକିଆଳି) ଆପଣଙ୍କୁ ସାହାଯ୍ୟ କରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୦୮:୫୩, ୨୫ ଅପ୍ରେଲ ୨୦୧୮ (IST)

ପ୍ରସଙ୍ଗ ଘୁଞ୍ଚେଇବା ବିଷୟରେ[ସମ୍ପାଦନା]

ପ୍ରିୟ @Tublu Nial:, ଉଇକିପଡ଼ିଆର ନିୟମ ଅନୁସାରେ କୌଣସି ପ୍ରସଙ୍ଗ ସେମାନଙ୍କର ଜଣାଶୁଣା ନାମ ଅନୁସାରେ ରଖାଯାଇଥାଏ । ତେଣୁ ସେହି ପ୍ରସଙ୍ଗକୁ ସେମାନଙ୍କର ମୂଳ ନାମକୁ ବଦଳାଇବା କିଛି ଆବଶ୍ୟକ ନାହିଁ । ଯେମିତି ବାବୁଶାନ୍‌ଙ୍କର ପ୍ରସଙ୍ଗଟି ତନ୍ମୟ ମହାନ୍ତି ବଦଳରେ ବାବୁଶାନ୍, ତ‌ତ୍ତ୍ୱପ୍ରକାଶ ଶତପଥୀ ବଦଳରେ ପପୁ ପମ ପମ ରଖାଯାଇଛି । ସେମିତି ପରିଚିତ ନାମଟି ରଖାଯାଇଥାଏ । ତେଣୁ କୌଣସି ପ୍ରସଙ୍ଗକୁ ଘୁଞ୍ଚେଇବା ଆଗରୁ ତା'ର ଆଲୋଚନା ପୃଷ୍ଠାରେ ପ୍ରଥମରେ ଲେଖିବାକୁ ଅନୁରୋଧ ।--ଗପୁ (ମୋ ଆଲୋଚନା) ୨୧:୦୨, ୨୮ ଅପ୍ରେଲ ୨୦୧୮ (IST)

ନୂଆ ପୃଷ୍ଠା ତିଆରି ନ କରି ବ୍ୟବହାରକାରୀ ନାମ ବଦଳ କରିବା ପାଇଁ ମତାମତ[ସମ୍ପାଦନା]

ଆପଣ ନୂଆ ପୃଷ୍ଠା ତିଆରି ନ କରି, ବ୍ୟବହାରକାରୀ ନାମ ବଦଳାଇବାକୁ ଚାହୁଁଥିଲେ ଏଇଠି ଅନୁରୋଧ କରନ୍ତୁ । ଧନ୍ୟବାଦ!--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୫୫, ୨୯ ଅପ୍ରେଲ ୨୦୧୮ (IST)