ବ୍ୟବହାରକାରୀଙ୍କ ଆଲୋଚନା:Tublu Nial

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି ରସଗୋଲା ସହିତ ଆପଣଙ୍କୁ ପାଛୋଟି ନେଉଛୁ!
ଉଇକିପିଡ଼ିଆରେ କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି କି? ପ୍ରଶ୍ନଟିଏ ପଚାରନ୍ତୁ

ଆଦରର Tublu Nial,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:

ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}} ନକଲ କରି ପକାଇଦିଅନ୍ତୁ ।

--ସୁଭାସିସ ପାଣିଘରି (ଆଳାପ) ୦୮:୫୩, ୨୫ ଅପ୍ରେଲ ୨୦୧୮ (IST)[reply]

ଆପଣ ତିଆରିଥିବା ନୂଆ ପ୍ରସଙ୍ଗ[ସମ୍ପାଦନା]

ଆପଣ ନିକଟରେ ତିଆରିଥିବା ଅରିଜିତ ସିଂହ ଲେଖାରେ କେବଳ ତଥ୍ୟପେଡ଼ି (ଡାହାଣ ପାଖେ ଥିବା ବାକ୍ସ) ଅଛି କିନ୍ତୁ କିଛି ଲେଖା ନାହିଁ । ୭ ଦିନ ଭିତରେ କିଛି ଲେଖା ଯୋଡ଼ାନଗଲେ ଏହାକୁ ଲିଭାଇଦିଆଯାଇପାରେ । ଲେଖିବା ଆଗରୁ ଉଇକିପିଡ଼ିଆ:ଚାଟସଭାରୁ ଥରେ ସମ୍ପାଦନା ବାବଦରେ ଅଧିକ ଦେଖିପାରିବେ ଓ ଉଇକିପିଡ଼ିଆ:ନିୟମାବଳୀ ବାବଦରେ ମୋଟାମୋଟି ଧାରଣା ପାଇପାରିବେ । ଆପଣ ଉଇକିପିଡ଼ିଆରେ ନିକଟରେ ଲେଖିବା ଆରମ୍ଭ କରିଥିବାରୁ ଆଗରୁ ଥିବା ପ୍ରସଙ୍ଗ ଉନ୍ନତ କରିପାରିଲେ ଭଲହୁଅନ୍ତା । କିଛି ଦିନ ପୁରୁଣା ପ୍ରସଙ୍ଗରେ ଥିବା ବିଭିନ୍ନ ବନାନଗତ ଓ ତଥ୍ୟଗତ ଭୁଲ ସୁଧାରିବା ପରେ ନୂଆ ପ୍ରସଙ୍ଗ ଲେଖିବା ବେଳେ ସୁବିଧା ହୁଅନ୍ତା । ତେବେ କୌଣସି ସ୍ଥାନରେ କିଛି ଅସୁବିଧା ଭୋଗିଲେ ଉଇକିପିଡ଼ିଆ:ଚାଟସଭାରୁ ପୁରୁଖା ଉଇକିଆଳିମାନେ (ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ସମସ୍ତେ, ଆପଣ ବି ଜଣେ ଉଇକିଆଳି) ଆପଣଙ୍କୁ ସାହାଯ୍ୟ କରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୦୮:୫୩, ୨୫ ଅପ୍ରେଲ ୨୦୧୮ (IST)[reply]

ପ୍ରସଙ୍ଗ ଘୁଞ୍ଚେଇବା ବିଷୟରେ[ସମ୍ପାଦନା]

ପ୍ରିୟ @Tublu Nial:, ଉଇକିପଡ଼ିଆର ନିୟମ ଅନୁସାରେ କୌଣସି ପ୍ରସଙ୍ଗ ସେମାନଙ୍କର ଜଣାଶୁଣା ନାମ ଅନୁସାରେ ରଖାଯାଇଥାଏ । ତେଣୁ ସେହି ପ୍ରସଙ୍ଗକୁ ସେମାନଙ୍କର ମୂଳ ନାମକୁ ବଦଳାଇବା କିଛି ଆବଶ୍ୟକ ନାହିଁ । ଯେମିତି ବାବୁଶାନ୍‌ଙ୍କର ପ୍ରସଙ୍ଗଟି ତନ୍ମୟ ମହାନ୍ତି ବଦଳରେ ବାବୁଶାନ୍, ତ‌ତ୍ତ୍ୱପ୍ରକାଶ ଶତପଥୀ ବଦଳରେ ପପୁ ପମ ପମ ରଖାଯାଇଛି । ସେମିତି ପରିଚିତ ନାମଟି ରଖାଯାଇଥାଏ । ତେଣୁ କୌଣସି ପ୍ରସଙ୍ଗକୁ ଘୁଞ୍ଚେଇବା ଆଗରୁ ତା'ର ଆଲୋଚନା ପୃଷ୍ଠାରେ ପ୍ରଥମରେ ଲେଖିବାକୁ ଅନୁରୋଧ ।--ଗପୁ (ମୋ ଆଲୋଚନା) ୨୧:୦୨, ୨୮ ଅପ୍ରେଲ ୨୦୧୮ (IST)[reply]

ନୂଆ ପୃଷ୍ଠା ତିଆରି ନ କରି ବ୍ୟବହାରକାରୀ ନାମ ବଦଳ କରିବା ପାଇଁ ମତାମତ[ସମ୍ପାଦନା]

ଆପଣ ନୂଆ ପୃଷ୍ଠା ତିଆରି ନ କରି, ବ୍ୟବହାରକାରୀ ନାମ ବଦଳାଇବାକୁ ଚାହୁଁଥିଲେ ଏଇଠି ଅନୁରୋଧ କରନ୍ତୁ । ଧନ୍ୟବାଦ!--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୫୫, ୨୯ ଅପ୍ରେଲ ୨୦୧୮ (IST)[reply]