ବ୍ୟବହାରକାରୀଙ୍କ ଆଲୋଚନା:Deletuser-2552

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Deletuser-2552,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! —Saileshpat (ମୋ ଆଲୋଚନା) ୦୦:୧୦, ୧୦ ଫେବୃଆରୀ ୨୦୧୮ (IST)🤗[reply]

ଆପଣ ନିକଟରେ କରିଥିବା ସମ୍ପାଦନା[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ସକ୍ରିୟ ଭାବେ ଲେଖୁଥିବାରୁ ଅନେକ ସାଧୁବାଦ । ଆଗକୁ ଆହୁରି ଅନେକ ନୂଆ ଲେଖାରେ ଆପଣ ଭାଗନେବେ ବୋଲି ଆଶା । ତେବେ ଲେଖିବା ବେଳେ କୌଣସି ସହାୟତା ଲୋଡ଼ାପଡ଼ିଲେ ବାକି ଉଇକିଆଳିଙ୍କୁ ଚାଟସଭାରେ ପ୍ରଶ୍ନ ପଚାରିପାରିବେ ।

ତେବେ ଆପଣ ନିକଟରେ କରିଥିବା କେତୋଟି ସମ୍ପାଦନା ବାବଦରେ ଜଣାଇବାକୁ ମଧ୍ୟ ଚାହୁଁଛି । ଯଥା ଉଇକିପିଡ଼ିଆ:ଆମ ସହ ଯୋଗାଯୋଗ । ଯଦିଓ ଇଂରାଜୀ ନାମଟି ରଖିବା ଆବଶ୍ୟକ ନ ଥିଲା କିନ୍ତୁ ଭୁଲ ଓଡ଼ିଆ ନାମ ମଧ୍ୟ ଅନାବଶ୍ୟକ । ଏହି ଭଳି ପ୍ରସଙ୍ଗସବୁ ସାଧାରଣତଃ ଦୀର୍ଘ ଦିନ ଅଭିଜ୍ଞତା ଥିବା ଉଇକିଆଳିମାନେ କରିଥାନ୍ତି । ତେବେ ଏଭଳି ଲେଖାର ସମ୍ପାଦନାରେ କୌଣସି କଟକଣା ନାହିଁ । କିନ୍ତୁ ସମ୍ପାଦନା ଆଗରୁ ଆପଣ ଉକ୍ତ ପୃଷ୍ଠାର ଆଲୋଚନା ପୃଷ୍ଠାରେ ନାମ ବଦଳ ପାଇଁ ଆଲୋଚନା କଲେ ଭଲହୁଅନ୍ତା । ଦ୍ୱିତୀୟତଃ ସମ୍ପୂର୍ଣ୍ଣ ଇଂରାଜୀ ବିଷୟବସ୍ତୁ ଥିବା ଲେଖା ଯଥା ଯୋଗାଯୋଗ ଓଡ଼ିଆ ଉଇକିପିଡ଼ିଆରେ ରଖାଯାଏ ନାହିଁ । ଏଭଳି ଲେଖା କିଛି ସମୟ ରହିବା ପରେ ଲିଭାଇଦିଆଯାଇପାରେ । ତେଣୁ ତା' ଆଗରୁ ଆପଣ ଲେଖାଟି ଆରମ୍ଭ କରିଥିବାକୁ ତାକୁ ଓଡ଼ିଆରେ ଅନୁବାଦ କରିବାକୁ ଅନୁରୋଧ । ସେଇଟି ହୁଏତ ଆଉ କେହି ମଧ୍ୟ ସମ୍ପାଦନା କରି ଓଡ଼ିଆରେ ଅନୁବାଦ କରିପାରନ୍ତି । କିନ୍ତୁ ଯଦି ନ କରନ୍ତି ତାହେଲେ ଲେଖାଟି ଲିଭାଇଦିଆଯାଇପାରେ । ବର୍ତ୍ତମାନ ପାଇଁ ଆପଣ ବାକି ଲେଖା ବିଶେଷ କରି ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮‎ ବା ଉଇକିପ୍ରକଳ୍ପ ମହିଳା କିମ୍ବା ଆଧାର ଗଣସମ୍ପାଦନା ଭଳି ପ୍ରକଳ୍ପରେ ଭାଗନେଇ ଆଗରୁ ଲିଖିତ ପ୍ରସଙ୍ଗର ମାନ ଉନ୍ନତ କରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୦:୧୩, ୧ ମାର୍ଚ୍ଚ ୨୦୧୮ (IST)[reply]

ନୂଆ ଲେଖା[ସମ୍ପାଦନା]

ଏହି ଲେଖାଗୁଡ଼ିକୁ ଉପପୃଷ୍ଠାକୁ ଆଣିଲି, ଯେହେତୁ ସେଥିରେ ବେଶୀ କିଛି ତଥ୍ୟ ଓ ଆଧାର ନାହିଁ ; User:Bhavesh Nial/ଆର୍. ମାଧବନ User:Bhavesh Nial/ବିପାଶା ବାସୁ, User:Bhavesh Nial/କାଥେରିନେ ଯେଟ-ଜୋନେସ, User:Bhavesh Nial/ବେନେଡିକ୍ଟ କମବେରବଟ୍ଚ । ଏସବୁ ଲେଖାକୁ ଉନ୍ନତ କଲା ପରେ ପୁଣି "Main Space" କୁ ଆଣିପାରିବା । ଅବଦାନ ପାଇଁ ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୭, ୫ ମାର୍ଚ୍ଚ ୨୦୧୮ (IST)[reply]