ବୋଇତ

ଉଇକିପିଡ଼ିଆ ରୁ
Jump to navigation Jump to search
ଓଡ଼ିଶାର ବ୍ରାହ୍ମଣୀ ନଦୀରେ ଭାସୁଥିବା ସୋଲ ବୋଇତ ।

ଶାସନର ଉତ୍ଥାନ କାଳରେ ବୋଇତସବୁ ପୁରାତନ କଳିଙ୍ଗରେ ତିଆରି ବିଶାଳ ନାଆ ଓ ଜାହାଜକୁ ବୁଝାଇଥାଏ ।[୧] କଳିଙ୍ଗର ସମୁଦ୍ରମୁଖୀ ଅଞ୍ଚଳ ଯଥା ଓଡ଼ିଶାପଶ୍ଚିମ ବଙ୍ଗଆନ୍ଧ୍ର ପ୍ରଦେଶରେ ଅନେକ ପ୍ରମୁଖ ବନ୍ଦର ଥିବା ହେତୁ ସେଠାରେ ବୋଇତସବୁ ବ୍ୟବହାର କରାଯାଉଥିଲା । ପୁରାତନ ବଣିକମାନେ କଳିଙ୍ଗରୁ ଏହି ବୋଇତରେ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଶ୍ରୀଲଙ୍କା, ମାଲେସିଆ, ଭିଏତନାମ, ଥାଇଲାଣ୍ଡ, କାମ୍ବୋଡ଼ିଆ, ଫିଲିପାଇନ୍ସଚୀନ ଆଦି ଦୂର ଦେଶମାନଙ୍କୁ ବେପାର ବଣିଜ ଓ ସାଂସ୍କୃତିକ କାରବାର ପାଇଁ ଯାତ୍ରା କରୁଥିଲେ ।[୨]

ତିଆରି[ସମ୍ପାଦନା]

ଏକ ପାରମ୍ପାରିକ ବୋଇତର ରୂପ ।
ପଶ୍ଚିମ ବଙ୍ଗରୁ ମିଳିଥିବା ପୋଡ଼ାମାଟି ମୋହରରେ ବୋଇତ, ଖ୍ରୀପୂ ୪୦୦-୧୦୦

ସଂସ୍କୃତ "ଯୁକ୍ତିକଳ୍ପତରୁ" ଓ ଓଡ଼ିଆ ମାଦଳା ପାଞ୍ଜିରେ ବୋଇତ ତିଆରିର ପ୍ରଣାଳୀ ଓ ନିୟମ ଉଲ୍ଲେଖ । ଏଥିରେ ରାଜା ଭୋଜ ସ୍ଥାନୀୟ କାଠରୁ ବୋଇତ ତିଆରି କରୁଥିଲେ ବୋଲି ଉଲ୍ଲେଖ ରହିଛି ।[୩] ଚିଲିକାରୁ ମିଳିଥିବା ବିଭିନ୍ନ କାଠକାମ ଯନ୍ତ୍ର ଓ ଅନ୍ୟାନ୍ୟ ବସ୍ତୁରୁ ପ୍ରମାଣ ମିଳେ ଯେ ନିକଟରେ ଥିବା ଗୋଳାବାଇଠାରେ ଏକ ବୋଇତ ତିଆରି କାରଖାନା ଥିଲା ।[୧]

ବର୍ଣ୍ଣନା[ସମ୍ପାଦନା]

ବଣଗଡ଼ଚନ୍ଦ୍ରକେତୁଗଡ଼ରୁ ମିଳିଥିବା ଖ୍ରୀ.ପୂ. ୪୦୦-୧୦୦ ଭିତରର ପୋଡ଼ାମାଟି ମୋହରରୁ ଜଣାପଡ଼େ ଯେ ବୋଇତରେ ମକା ଆଦି ଶସ୍ୟ ବୋଝେଇ ହୋଇ ସମୁଦ୍ରରେ ଯାଉଥିଲା । ବୋଇତଗୁଡ଼ିକର ଗୋଟିଏ ମାସୁଲ ଓ ଏକ ଚାରିକୋଣିଆ ପାଲ ରହୁଥିଲା ।[୪] ଓଡ଼ିଶାରେ ପ୍ରଥମ ବୋଇତର ଚିତ୍ର ଏକ ମୂର୍ତ୍ତିରେ ଖୋଦିତ ଦୁଇଟି ଜାହାଜ । ଏହା ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରୁ ମିଳିବା ପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇରହିଛି । ପ୍ରଥମ ବୋଇତଟିର ଆଗ ଭାଗରେ ଛିଡ଼ାହୋଇଥିବା ହାତୀ ଥିଲା ବେଳେ ମଝିରେ ଦୁଇଜଣ ଲୋକ ବସିଛନ୍ତି ଓ ତାଙ୍କ ଭିତରୁ ଜଣେ ନାବିକ ମଙ୍ଗ ଧରି ବୋଇତଟିକୁ ଚଳାଉଛନ୍ତି ।[୧] ଭୁବନେଶ୍ୱରର ଏକ ଦେଉଳର ଉପରିଭାଗ ଓଲଟା ବୋଇତସମ ହୋଇଥିବାରୁ ଏହାର ନାମ ବଇତାଳ ଦେଉଳଲିଙ୍ଗରାଜ ମନ୍ଦିରରେ ଥିବା ୧୧ଶ ଖୀଷ୍ଟାବ୍ଦର ଏକ ମୂର୍ତ୍ତିରେ ନାରୀଜଣେ ବୋଇତଟି ଚଳାଉଥିବା ଖୋଦିତ । କୋଣାର୍କରେ ୧୩ଶ ଶତାବ୍ଦୀର ଏକ ମୂର୍ତ୍ତିରେ ବୋଇତଟିଏ ଚାରିଜଣ ନାବିକଙ୍କ ଦେଇ ଚାଳିତ ହେବା ଦେଖିବାକୁ ମିଳେ । ଏହି ବୋଇତରେ ମଝିଭାଗରେ ଏକ ଛୋଟ କୋଠରୀ ଭିତରେ ଧନୁଶର ଧରି ବସିଥିବାର ଦେଖିବାକୁ ମିଳେ । କୋଣାର୍କ ମନ୍ଦିରରେ ଥିବା ଏକ ବୋଇତରେ କଳିଙ୍ଗ ସହ ଆଫ୍ରିକାର ବାଣିଜ୍ୟିକ କାରବାର ବାବଦରେ ଜଣାଉଥିବା ଜିରାଫଟିଏ ଖୋଦିତ ।[୧]

ବାଲି ଯାତ୍ରା[ସମ୍ପାଦନା]

ପିଲାମାନଙ୍କ ଖେଳନା ଭାବେ ଛୋଟ ବୋଇତସବୁ ଓଡ଼ିଶାରେ ଓ ମୁଖ୍ୟତ କଟକରେ ପାଳିତ ମେଳା ବାଲିଯାତ୍ରାରେ ଦେଖିବାକୁ ମିଳିଥାଏ ।[୫] ବାଲିଯାତ୍ରାର ଅର୍ଥ ବାଲି ଦ୍ୱୀପକୁ ଯାତ୍ରା । ଏହା ବାଲି ସହ ପୁରାତନ ବେପାର ବଣିଜ କାରବାରକୁ ସୂଚାଇଥାଏ । ଏହି ମେଳାରେ ପୁରୁଷ, ମହିଳା ଓ ଶିଶୁଗଣ ନୂଆ ପାରମ୍ପରିକ ଲୁଗା ପିନ୍ଧି କଦଳୀ ପାଟୁକା ତିଆରି ଛୋଟ ଡଙ୍ଗାରେ ଦୀପ ଜଳାଇ ଗାଡ଼ିଆ ଆଦିରେ ଭସାଇଥାଆନ୍ତି । ଏହି ଦିନ ସାଙ୍କେତିକ ଭାବେ ସାଧବମାନଙ୍କୁ ପାଛୋଟିବା ଲାଗି "ବୋଇତ ବନ୍ଦାଣ" ପାଳନ କରାଯାଇଥାଏ । ଏହା ବାଲିର "ମାସକପାନ କେ ଟୁକଡ଼" ପର୍ବ ଓ ଥାଇଲାଣ୍ଡର "ଲୋଇ କରାଥଙ୍ଗ" ପର୍ବ ସହ ସମାନ । ଏ ସମସ୍ତ ପର୍ବ ବର୍ଷର ଏକା ସମୟରେ ପାଳିତ ହୁଏ ଓ ପାରମ୍ପାରିକ ବୋଇତର ଅବିକଳ ଛୋଟ ସାଙ୍କେତିକ ଡଙ୍ଗା ଭସାଯାଇଥାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Sushanta Ku. Patra & Dr. Benudhar Patra. "ARCHAEOLOGY AND THE MARITIME HISTORY OF ANCIENT ORISSA" (PDF). OHRJ, Vol. XLVII, No. 2. Retrieved 2010-11-16.
  2. Kandarpa Patel. "MARITIME RELATION OF KALINGA WITH SRILANKA" (PDF). OHRJ, Vol. XLVII, No. 2. Retrieved 2010-11-17.
  3. Nirakar Mahalik (September 2004). "Maritime Trade of Ancient Orissa" (PDF). Orissa Review. Retrieved 2010-11-17.
  4. Sila Tripati. "Early Maritime Activities of Orissa on the East Coast of India: Linkages in Trade and Cultural Developments" (PDF). Marine Archaeology Centre, National Institute of Oceanography, Dona Paula. Retrieved 2010-11-17.
  5. "Bali Yatra". Odisha Tourism. Retrieved 2010-11-16.