Topic on ଉଇକିପିଡ଼ିଆ:ଆଲୋଚନା ସଭା

ମାସିକ ଅନ୍‌ଲାଇନ୍ ଆଲୋଚନା ବିଷୟରେ

9
Ssgapu22ଙ୍କ ଲିଖିତ ସାରାଂଶ

ଏହି ମେଳଣଟି ଆୟୋଜନ ହୋଇସାରିଛି ଏବଂ ଆଲୋଚିତ ପ୍ରସଙ୍ଗର ସବିଶେଷ ବିବରଣୀ ଲେଖା ସରିଛି ।

Ssgapu22 (ଆଲୋଚନାଅବଦାନ)

ନମସ୍କାର । ଆମ ଇଉଜର୍ ଗ୍ରୁପ ତରଫରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ସନ୍ଧ୍ୟା ୭ଟାରୁ ୭ଟା ୩୦ ଯାଏଁ ଅନ୍‌ଲାଇନ୍‌ରେ (ଗୁଗୁଲ୍ ମିଟ୍ କିମ୍ବା ଜୁମ୍) ଏକ ଅଧଘଣ୍ଟିଆ ମେଳଣ ଆୟୋଜନ ସମ୍ପର୍କରେ ପ୍ରସ୍ତାବ ରଖୁଛି । ଅଳ୍ପ ସମୟ ମଧ୍ୟରେ ସେହି ମାସରେ ହୋଇଥିବା କାମ, ଆଗାମୀ ମାସର ଯୋଜନା, କର୍ମଶାଳା, ଗଣ-ସମ୍ପାଦନା, ଉଇକିଆଳିମାନେ ଭୋଗୁଥିବା ଅସୁବିଧା, ଉଇକିଆଳିମାନଙ୍କର ବ୍ୟକ୍ତିଗତ ମତାମତ ଆଦି ବିଷୟରେ ଆଲୋଚନା ହେବ ।

ଏହି ମାସ (ଜୁଲାଇ ୨୦୨୩) ପାଇଁ ଆଗାମୀ ୩୦ ତାରିଖ ସନ୍ଧ୍ୟାରେ ଏହା ଆରମ୍ଭ କରିଲେ ଭଲ ହୁଅନ୍ତା । ସଭିଙ୍କର ମତାମତ ଅପେକ୍ଷାରେ ।

@MKar @Psubhashish @Jnanaranjan sahu @Chinmayee Mishra @Aliva Sahoo @Subas Chandra Rout @Soumendrak @Saileshpat @Skumarm @Hpsatapathy @Hellohappy

Soumendrak (ଆଲୋଚନାଅବଦାନ)

ହଁ, ହେବା କଥା। ସମର୍ଥନ।

Hellohappy (ଆଲୋଚନାଅବଦାନ)

ନିଶ୍ଚିତ କରାଯାଉ ।

Jnanaranjan sahu (ଆଲୋଚନାଅବଦାନ)

ଭଲ କଥା । ସମର୍ଥନ ।

Hpsatapathy (ଆଲୋଚନାଅବଦାନ)

ନିଶ୍ଚିତ କରାଯାଉ ````

Psubhashish (ଆଲୋଚନାଅବଦାନ)

ସମର୍ଥନ । ଆଲୋଚନା ପାଇଁ କିଛି ଅନୁରୋଧ: ଜଣେ (ଆୟୋଜନକାରୀ ଭାବେ ଗପୁଠୁ ଆରମ୍ଭ ହୋଇପାରେ) ସମୟ ଓ ନିର୍ଘଣ୍ଟ ଜଗିଲେ ଭଲ । ନହେଲେ ଅଧ ଘଣ୍ଟା ୩ ଘଣ୍ଟା ହେବ । ଆମେ ସମସ୍ତେ ମୁହାଁମୁହିଁ ବେଶୀ ଭେଟିପାରୁନୁ ତେଣୁ ଅନଲାଇନ ବିକଳ୍ପ ଭଲ ହେଲେ ସମସ୍ତେ ହୁଏତ ଅଧିକ ସମୟ କାଢ଼ିପାରିବେନି । ଦ୍ୱିତୀୟରେ ପ୍ରତି ମିଟିଂ ପାଇଁ ୨-୩ଟା ମୁଖ୍ୟ ଜିନିଷ ଆଗୁଆ ପ୍ଲାନ ହେଲେ ଭଲ । ସମୟକୁ ଆଖିରେ ରଖି ସମସ୍ତେ ଯେତେ ଅଳ୍ପରେ କହିବା ପାଇଁ ଚେଷ୍ଟା କରିବେ ସେତେ ଭଲ । ସମସ୍ତେ ସମାନ ଭାବେ ଭାଗନେବା କଥା ହେଲେ ସମସ୍ତେ ସବୁ ଜିନିଷ ବାବଦରେ ଜାଣିଥିବା ବା ଆଗ୍ରହୀ ଥିବା ସମ୍ଭବ ନୁହେଁ । ତେଣୁ ୨-୩ଟି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ପାଇଁ ୧୦ ମିନିଟ ଲେଖା ରଖିଲେ ଭଲ । ସେ ସମୟ ଭିତରେ ଯେଉଁମାନେ ତାଙ୍କ ମତ ଆଦି ରଖିବା କଥା ରଖିବେ । ଶେଷରେ ଅଳ୍ପକୁହାମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ପାଇଁ ଅନୁରୋଧ । ବଡ଼କୁହାଙ୍କ ପାଇଁ ଅଳ୍ପକୁହାଙ୍କ ତୁଣ୍ଡ ଯେମିତି ତୁନି ନ ପଡ଼ୁ ।

Ssgapu22 (ଆଲୋଚନାଅବଦାନ)

ଠିକ କଥା । ଆସନ୍ତା କଲ୍ ବିଷୟରେ ଆଗରୁ ଆମେ କ'ଣ ଆଲୋଚନା କରିବା ସେସବୁ ଉପରେ ଏକ ପୃଷ୍ଠା ଗଢ଼ିବା । ଅନ୍ୟମାନେ ମଧ୍ୟ ସେ ମାସରେ ଆଲୋଚନା ହେବାକୁ ଥିବା ବିଷୟରେ ନିଜ ମତ ଯୋଡ଼ିପାରିବେ । କ'ଣ ଆଲୋଚନା ହେଲା, ସେ ସମ୍ପର୍କରେ ବି ସବିଶେଷ ତଥ୍ୟ ସେହି ପୃଷ୍ଠାରେ ଯୋଡ଼ିବା ।

Soumendrak (ଆଲୋଚନାଅବଦାନ)

++ @Psubhashish ଙ୍କ ମତକୁ ସମର୍ଥନ

ପ୍ରତି ଆଲୋଚନା ପାଇଁ ଏମିତି ଦଲିଲ ରଖିଲେ ଭଲ:

  1. ଆଲୋଚନା ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ
  2. ଆଲୋଚିତ ବିଷୟବସ୍ତୁ
  3. Action Items on which person with deadline
Ssgapu22 (ଆଲୋଚନାଅବଦାନ)

ଆଗାମୀ ୩୦ ତାରିଖର କଲ୍ ପାଇଁ ପୃଷ୍ଠାଟିଏ ତିଆରି କରାଯାଇଛି । ସଭିଙ୍କୁ ଅନୁରୋଧ ଏଥିରେ ନିଜର ମତାମତ ବି ରଖିପାରିବେ ।