ବିଶ୍ୱନାଥ ସାହୁ (ବୈଜ୍ଞାନିକ)
ଦେଖଣା
ବିଶ୍ୱନାଥ ସାହୁ | |
|---|---|
| ବୃତ୍ତି |
|
| ଭାଷା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ସାହିତ୍ୟ କୃତି | ପୁଷ୍ପଚାଷ (ବିଜ୍ଞାନ ସାହିତ୍ୟ) |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୫୬-୫୮ |
ବିଶ୍ୱନାଥ ସାହୁ ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ବୈଜ୍ଞାନିକ, ଯିଏକି ୧୯୫୬-୫୮ ମସିହାରେ ତାଙ୍କ ରଚିତ ପୁସ୍ତକ ପୁଷ୍ପଚାଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଜୀବନୀ
[ସମ୍ପାଦନା]ବିଶ୍ୱନାଥ ସାହୁ ଜଣେ ବୈଜ୍ଞାନିକ ଭାବରେ କୃଷିକ୍ଷେତ୍ରରେ ଅନେକ ଗବେଷଣାମୂଳକ ପୁସ୍ତକ ରଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷି ମହାବିଦ୍ୟାଳୟର କ୍ଷେତ୍ରବିଜ୍ଞାନ ବିଭାଗର ଜଣେ ବୈଜ୍ଞାନିକ ଭାବରେ ସେ କାର୍ଯ୍ୟ କରୁଥିଲେ ।[୨]
ରଚନାବଳୀ
[ସମ୍ପାଦନା]| ବର୍ଷ | ବହିର ନାମ | ପ୍ରକାର | ପ୍ରକାଶକ |
|---|---|---|---|
| ୧୯୫୧ | ଶାଗ ଜାତୀୟ ଫସଲ | ଖାଦ୍ୟ, କୃଷି, ସ୍ୱାସ୍ଥ୍ୟ, ଖଡ଼ା, ସଜନା, କଳମ | |
| ୧୯୫୨ | ଫଳ ଚାଷ, ଭାଗ ୬ | କୃଷି, ଫଳ | |
| ୧୯୫୩ | କଖାରୁ ଜାତି ଫସଲ | କୃଷି, କଖାରୁ, ଫସଲ | |
| ୧୯୫୩ | କପାଚାଷ | କୃଷି, କପା | |
| ୧୯୫୩ | ପିଆଜ ଜାତି ଫସଲ | କୃଷି, ପରିବା, ଚାଷ | |
| ୧୯୫୬ | ଘାସ ଓ ଗୋଖାଦ୍ୟ ଫସଲ | କୃଷି ବିଜ୍ଞାନ, ଡୃଣ, ଦୁବ, ଶୁଆଁ, ପଶୁରୋଗ | |
| ୧୯୫୬ | ଫଳ ଚାଷ, ଭାଗ ୧ | କୃଷି, ଫଳ | |
| ୧୯୫୭ | ଆମ ମାଛ ସମ୍ପଦ | କୃଷିବିଜ୍ଞାନ, ମାଛଚାଷ, ଶୁଖୁଆ, ଯାଆଁଳ, ଚିଲିକା | |
| ୧୯୬୪ | ଫଳ ଚାଷ, ଭାଗ ୫ | କୃଷି, ଫଳ | |
| ୧୯୬୫ | ଧାନ | ପ୍ରବନ୍ଧ | |
| ୧୯୬୬ | କୃଷି ପ୍ରବଚନ | ପ୍ରବନ୍ଧ, କୃଷି, ସୂଚନା, ଚାଷୀ | |
| ୧୯୭୭ | ପ୍ରାଚୀନ ଭାରତରେ କୃଷି | କୃଷି, ଇତିହାସ | |
| ୧୯୮୦ | ପ୍ରାଚୀନ ଭାରତରେ କୃଷି, ଊାଗ ୨ | କୃଷି, ଇତିହାସ | |
| ୧୯୮୭ | ଓଡ଼ିଶାର ନଦୀବନ୍ଧ ଯୋଜନା ଓ ପରିବେଶ | ପ୍ରବନ୍ଧ, ନଦୀ, ନଦୀବନ୍ଧ, ଜଳ ଭଣ୍ଡାର, ପରିବେଶ | |
| ୧୯୮୮ | ଆମ ପରିବେଶ – ପ୍ରଦୂଷଣ ଓ ସୁରକ୍ଷା | ବିଜ୍ଞାନ, ଜନପ୍ରିୟ, ପରିସ୍ଥିକୀ, କୃଷି, ଶିଳ୍ପ, ଜନସଂଖ୍ୟା | |
| ୧୯୯୧ | ଫସଲ ଉତ୍ପାଦନର ମୌଳିକ ତତ୍ତ୍ୱ | କୃଷି, ଶସ୍ୟ | ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର |
| ପନି ପରିବା ଚାଷ | ପ୍ରବନ୍ଧ, ଚାଷ | ||
| ପୁଷ୍ପଚାଷ |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ) - ୧୯୫୬-୫୮[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.
- ↑ ସାହୁ, ବିଶ୍ୱନାଥ (1991). ଫସଲ ଉତ୍ପାଦନର ମୌଳିକ ତତ୍ତ୍ୱ (in Odia).
{{cite book}}: CS1 maint: unrecognized language (link)