ବିଳମ୍ବିତ ଯୌବନାବସ୍ଥା
Delayed puberty | |
---|---|
ବିଭାଗ | Endocrinology |
ଲକ୍ଷଣ | Females: No breast development by 13, no menstruation by 16[୧] Boys: No testicle enlargement by 14[୧] |
କାରଣ | Family history, long term health problems, failure of the gonads, conditions affecting the hypothalamic pituitary gonadal axis[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | FSH, LH, testosterone, estradiol, bone age X-rays[୩] |
ଚିକିତ୍ସା | Depends on the underlying cause[୨] |
ପୁନଃପୌନିକ | ~2%[୪] |
ବିଳମ୍ବିତ ଯୌବନାବସ୍ଥା (ଇଂରାଜୀ: Delayed puberty) ଏକ ଅବସ୍ଥା ଯେଉଁଥିରେ ବୟସାନୁକ୍ରମେ ଯୌବନ ଆରମ୍ଭ ହେଉଥିବା ଲକ୍ଷଣ ଗୁଡ଼ିକର ବିକାଶ ହୁଏ ନାହିଁ । [୨] ଝିଅମାନଙ୍କ କ୍ଷେତ୍ରରେ ୧୩ ବର୍ଷ ବୟସ ସୁଦ୍ଧା ସ୍ତନର ବିକାଶ ନହେଲେ କିମ୍ବା ୧୬ ବର୍ଷ ବୟସ ସୁଦ୍ଧା ଋତୁସ୍ରାବ ନହେଲେ; ବାଳକମାନଙ୍କ କ୍ଷେତ୍ରରେ ୧୪ ବର୍ଷ ବୟସ ସୁଦ୍ଧା ଅଣ୍ଡକୋଷର ବିକାଶ ନହେଲେ ବିଳମ୍ବିତ ଯୌବନାବସ୍ଥା ହେବା କୁହାଯାଏ । [୧] ଏହି କାରଣରୁ ମୁଖ ବ୍ରଣ, ଯୌନାଙ୍ଗ କେଶ ଏବଂ ଶରୀରର ଗନ୍ଧ ରହିପାରେ ବା ନ ରହିପାରେ | [୧] ଜଟିଳତା ମଧ୍ୟରେ ସ୍ୱଳ୍ପ ଉଚ୍ଚତା, ଓଷ୍ଟିଓପୋରୋସିସ୍ ଏବଂ ମାନସିକ ଚାପ ଅନ୍ତର୍ଭୁକ୍ତ ହୋଇପାରେ | [୪]
ଜଣାଶୁଣା ସବୁଠାରୁ ସାଧାରଣ କାରଣ ହେଉଛି ଏକ ଅସ୍ଥାୟୀ ବିଳମ୍ବ ଯାହା ପରିବାରରେ ଚାଲିଥାଏ | [୨] ପରବର୍ତ୍ତୀ ସାଧାରଣ ଗୋଷ୍ଠୀରେ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ମଧୁମେହ, ଆନୋରେକ୍ସିଆ, ସିଷ୍ଟିକ୍ ଫାଇବ୍ରୋସିସ୍ କିମ୍ବା କୁପୋଷଣ ନାମ ଉଲ୍ଲେଖ କରାଯାଇପାରେ | [୨] ତୃତୀୟ ଗୋଷ୍ଠୀରେ ଜନନ ଗ୍ରନ୍ଥି ବା ଗୋନାଡଗୁଡିକର ବିଫଳତା, ଯାହା ହାଇପରଗୋନାଡୋଟ୍ରୋପିକ୍ ହାଇପୋଗୋନାଡିଜିମ୍ ଅଟେ, ଯାହା ଅଣନିମ୍ନଗାମୀ ଅଣ୍ଡକୋଷ, ଗୋନାଡାଲ୍ ଡିଜେନେସିସ୍, କେମୋଥେରାପି, ଟର୍ନର ସିଣ୍ଡ୍ରୋମ କିମ୍ବା କ୍ଲିନଫେଲ୍ଟର ସିଣ୍ଡ୍ରୋମ କାରଣରୁ ହୋଇପାରେ | [୨] ଅନ୍ତିମ ଗୋଷ୍ଠୀରେ ହାଇପୋଥାଲାମିକ୍ ପିଟୁଇଟାରୀ ଗୋନାଡାଲ୍ ଆକ୍ସିସକୁ ପ୍ରଭାବିତ କରିଥିବା କଲମ୍ୟାନ୍ ସିଣ୍ଡ୍ରୋମ କିମ୍ବା ମସ୍ତିଷ୍କ ଟ୍ୟୁମର୍ ହୋଇପାରେ | [୨] [୧] ରକ୍ତ ଏଫଏସଏଚ (FSH), ଏଲଏଚ (LH), ଏବଂ ଟେଷ୍ଟୋଷ୍ଟେରନ୍ କିମ୍ବା ଏଷ୍ଟ୍ରାଡିୟଲ୍ ମାପ କରିବା ସହିତ ଏକ୍ସ-ରେ କରି ହାଡ଼ ବୟସ ନିର୍ଦ୍ଧାରଣ କରି ରୋଗ ନିର୍ଣ୍ଣୟ କରାଯାଏ | [୩]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଶାରୀରିକ ବିଳମ୍ବ ଥିଲେ ସରଳ ଆଶ୍ୱାସନା କିମ୍ବା ସ୍ୱଳ୍ପ ମିଆଦି ହରମୋନ ବ୍ୟବହାରଦ୍ୱାରା ଚିକିତ୍ସା କରାଯାଇପାରେ | [୨] ଦୀର୍ଘକାଳୀନ ସମସ୍ୟା ଥିବା ବ୍ୟକ୍ତିମାନଙ୍କୁ ଦୀର୍ଘକାଳୀନ ହରମୋନ୍ ପ୍ରତିସ୍ଥାପନ, ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ଏବଂ ମହିଳାମାନଙ୍କରେ ପ୍ରୋଜେଷ୍ଟେରନ୍ ସହିତ ଇଷ୍ଟ୍ରୋଜେନ୍ ଚିକିତ୍ସା କରାଯାଏ। [୧] ଅନ୍ତର୍ନିହିତ ଅବସ୍ଥା ଉପରେ ଫଳାଫଳ ନିର୍ଭର କରେ | [୧]
ବିଳମ୍ବିତ ଯୌବନାବସ୍ଥା ପ୍ରାୟ ୨% କିଶୋରଙ୍କୁ ପ୍ରଭାବିତ କରିଥାଏ | [୪] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] ପୁରୁଷଙ୍କ କ୍ଷେତ୍ରରେ ପ୍ରାୟ ୬୦% ଏବଂ ବାଳିକାମାନଙ୍କରେ ୩୦% ଶାରୀରିକ ବିଳମ୍ବ ଯୋଗୁ ହୁଏ । [୩] ୧୮୦୦ ଶତାବ୍ଦୀ ପରଠାରୁ ଋତୁସ୍ରାବର ହାରାହାରି ବୟସ ହ୍ରାସ ହୋଇଥାଇପାରେ, [୫] ଯୌବନାବସ୍ଥାର ଅନ୍ୟ ଲକ୍ଷଣଗୁଡ଼ିକର ଆରମ୍ଭ ସମୟ ସହିତ ଅଧିକ ପରିବର୍ତ୍ତିତ ହୋଇନଥିବାର ଦେଖାଯାଏ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Tang, C; Zafar Gondal, A; Damian, M (January 2020). "Delayed Puberty". PMID 31335042.
{{cite journal}}
: Cite journal requires|journal=
(help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Ferri, Fred F. (2018). Ferri's Clinical Advisor 2019 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 412.e3. ISBN 978-0-323-55076-5. Retrieved 21 February 2021.
- ↑ ୩.୦ ୩.୧ ୩.୨ Klein DA, Emerick JE, Sylvester JE, Vogt KS (November 2017). "Disorders of Puberty: An Approach to Diagnosis and Management". American Family Physician. 96 (9): 590–599. PMID 29094880.
- ↑ ୪.୦ ୪.୧ ୪.୨ Howard SR, Dunkel L (2018). "The Genetic Basis of Delayed Puberty". Neuroendocrinology (in english). 106 (3): 283–291. doi:10.1159/000481569. PMID 28926843.
{{cite journal}}
: CS1 maint: unrecognized language (link) - ↑ Schultz, James Alfred (2015). The Knowledge of Childhood in the German Middle Ages, 1100-1350 (in ଇଂରାଜୀ). University of Pennsylvania Press. p. 11. ISBN 978-1-5128-0667-0.