କୁପୋଷଣ
କୁପୋଷଣ | |
---|---|
![]() କମଳା ରଙ୍ଗର ରିବନ—କୁପୋଷଣର ସଚେତକ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | endocrinology[*], intensive care medicine[*], nutrition[*] |
ଆଇସିଡ଼ି-୯-ସିଏମ୍ | 263.9 |
ମେଡ଼ିସିନ-ପ୍ଲସ | 000404 |
ଇ-ମେଡ଼ିସିନ | ped/1360 |
Patient UK | କୁପୋଷଣ |
MeSH | D044342 |
କୁପୋଷଣ (ଅପପୁଷ୍ଟି ବା ପୁଷ୍ଟିମାନ୍ଦ୍ୟ ନାମରେ ମଧ୍ୟ ଜଣା, ଇଂରାଜୀ: Malnutrition ବା malnourishment) ଏକ ସ୍ୱାସ୍ଥ୍ୟ ସମସ୍ୟା ଅବସ୍ଥା ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୁଏ ।[୧][୨] ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ । ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଖାଦ୍ୟ ଲବଣ ଓ କ୍ୟାଲୋରିକୁ ପୋଷକ କୁହାଯାଏ । [୨] କୁପୋଷଣ ଅଧିକାଂଶ ସମୟରେ ଅପପୁଷ୍ଟିକୁ ବୁଝାଏ ଯେଉଁଥିରେ ଯଥେଷ୍ଟ କ୍ୟାଲୋରି, ପୁଷ୍ଟିସାର କିମ୍ବା ମାଇକ୍ରୋପୋଷକ ନ ଥାଏ ତଥା ଅଧିକ ପୋଷଣକୁ (overnutrition) ମଧ୍ୟ ବୁଝାଏ । [୩][୪] ଗର୍ଭାବସ୍ଥା ଓ ଦୁଇ ବର୍ଷ ବୟସରୁ କମ ଥିବା ପିଲାଙ୍କର ଅପପୁଷ୍ଟି ହେଲେ ଶାରୀରିକ ତଥା ମାନସିକ ବୃଦ୍ଧି ହୋଇପାରେ ନାହିଁ । [୨] ଅତ୍ୟଧିକ ପୋଷକ ଅଭାବ ଯେପରିକି ଉପବାସ ଅବସ୍ଥା ହେଲେ ଉଚ୍ଚତା କମ୍ ହୁଏ, ପତଳା ଶରୀର ହୁଏ, ଶକ୍ତିସ୍ତର କମିଯାଏ ଓ ପେଟ ତଥା ଗୋଡ଼ ଫୁଲିଯାଏ । [୨][୩] ଏଥିରେ ଲୋକର ଅଧିକ ରୋଗ ସଂକ୍ରମଣ ହୁଏ ଓ ଦେହ ଥଣ୍ଡା ରହେ । ମାଇକ୍ରୋପୋଷକ ଅଭାବ ଲକ୍ଷଣ ତାହାର ପ୍ରକାର ଅନୁସାରେ ହୁଏ । [୩]
କୁପୋଷଣ ଏକ ଏପରି ଅବସ୍ଥା ଯାହା ଖାଉଥିବା ଖାଦ୍ୟରେ କେତେକ ପୋଷକର ଅଭାବ, ଆଧିକ୍ୟ, କିମ୍ବା ଅସନ୍ତୁଳିତ ଥିବା ଯୋଗୁ ଉପୁଜେ ।[୫][୬] ଏହାକୁ ଇଂରାଜୀରେ ମାଲ୍ନ୍ୟୁଟ୍ରିସନ୍ (Malnutrition) ବା ମାଲନରିସମେଣ୍ଟ (malnourishment) କହନ୍ତି । ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ ଯଥା ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଖାଦ୍ୟ ଲବଣ ଓ କ୍ୟାଲୋରିକୁ ପୋଷକ କୁହାଯାଏ । [୨] ଓଡ଼ିଆରେ ସାଧାରଣତଃ ଭୁଲ୍ କ୍ରମେ ଏହାକୁ ଖାଦ୍ୟାଭାବ ବୋଲି ଧରାଯାଏ । ତେଣୁ ପୋଷକର ପ୍ରାବଲ୍ୟ ବା ଅଭାବ ଭେଦରେ ବିଭିନ୍ନ ପ୍ରକାରର ପୋଷକ ରୋଗ ହୁଏ । ପୃଥିବୀର ଅଧିକାଂଶ ସ୍ଥାନରେ ଖାଦ୍ୟାଭାବ ତଥା କ୍ୟାଲୋରି ଓ ପ୍ରୋଟିନ ଅଭାବ ଜନିତ ଅପପୁଷ୍ଟି ଦେଖାଯାଏ[୭] । ସ୍ୱଳ୍ପ ବିକଷିତ ରାଷ୍ଟ୍ରମାନଙ୍କରେ ଅପପୁଷ୍ଟି ଦେଖାଯାଏ । କାରଖାନା ପ୍ରବଣ ଦେଶମାନଙ୍କରେ ମଧ୍ୟ ଏହା ଦେଖାଯାଏ । ଧନୀ ଦେଶମାନଙ୍କରେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଅଧିକ ଶକ୍ତି ସମ୍ପର୍ଣ୍ଣ ଚର୍ବି ଓ ଶ୍ୱେତସାର ଖାଦ୍ୟ ଖାଇବା ଯୋଗୁ ହୁଏ । ପୃଥୁଳତା ଗୋଟିଏ ଜନ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହେଲାଣି[୮] ।
ଉତ୍ତମ ମାନର ଖାଦ୍ୟ ଖାଇବାକୁ ନ ମିଳିଲେ ଅପପୁଷ୍ଟି ହୁଏ । [୯] ଖାଦ୍ୟର ଅତ୍ୟଧିକ ଦାମ୍ ଓ ଦାରିଦ୍ର୍ୟ ଯୋଗୁ ଏହା ସମ୍ଭବ ହୁଏ । [୨][୯] ସ୍ତନ୍ୟପାନ ନ କରିବା, ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ, ନିମୋନିଆ, ମ୍ୟାଲେରିଆ ଓ ମିଳିମିଳା ଭଳି ସଂକ୍ରାମକ ରୋଗ ହେଲେ ପୋଷଣ ଆବଶ୍ୟକତା ବଢ଼େ ଓ ଫଳତଃ ଏହି କୁପୋଷଣ କରିବାରେ ସାହାଯ୍ୟ କରନ୍ତି । [୯] ପୁଷ୍ଟିସାର-କୁପୋଷଣ ଓ ଖାଦ୍ୟାଭାବ, ଏହି ଦୁଇ ପ୍ରକାର ଅପପୁଷ୍ଟି ଦେଖାଯାଏ । [୪] ପୁଷ୍ଟିସାର କୁପୋଷଣ ଦୁଇ ଗମ୍ଭୀର ପ୍ରକାର ଥାଏ: ମାରାସ୍ମସ୍ (marasmus), ଯେଉଁଥିରେ କ୍ୟାଲୋରି ଓ ପୁଷ୍ଟିସାର ଅଭାବ ଥାଏ ଓ କ୍ୱାସିଓର୍କର (kwashiorkor) ଯେଉଁଥିରେ ପୁଷ୍ଟିସାର ଅଭାବ ଥାଏ । [୩] ସାଧାରଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ ମଧ୍ୟରେ ଲୌହ, ଆୟୋଡିନ ଓ ଭିଟାମିନ ଏ ଅଭାବ ଅଭାବ ମୂଖ୍ୟସ୍ଥାନରେ ଥାଏ ।[୩] ଗର୍ଭାବସ୍ଥାରେ ଅଧିକ ଚାହିଦା ଯୋଗୁ ପୋଷକ ନିଅଣ୍ଟ ଅଧିକ ପଡ଼େ ।[୧୦] କେତେକ ବିକାଶଶୀଳ ଦେଶମାନଙ୍କରେ ଅପପୁଷ୍ଟି ସାଥିରେ କେତେକ ଗୋଷ୍ଠୀରେ ମୋଟାପଣ ମଧ୍ୟ ଦେଖାଯାଉଛି । [୧୧] କୁପୋଷଣର ଅନ୍ୟ କାରଣମାନଙ୍କ ମଧ୍ୟରେ ଆନୋରେକ୍ସିଆ ନର୍ଭୋସା (anorexia nervosa) ଓ ବାରିଆଟ୍ରିକ ଅପରେଶନ (bariatric surgery) ଅନ୍ୟତମ । [୧୨][୧୩] ବୟସ୍କମାନଙ୍କ କ୍ଷେତ୍ରରେ ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ପ୍ରଭାବ ଯୋଗୁ ଅଧିକ କୁପୋଷଣ ଦେଖାଯାଏ । [୧୪]
ବିକାଶ ଯୋଜନାରେ ପୋଷକ ଉନ୍ନତି ପ୍ରଚେଷ୍ଟା ଅତି ଫଳପ୍ରଦ ବ୍ୟବସ୍ଥା ଅଟେ । [୧୫] ସ୍ତନ୍ୟପାନ କରାଇଲେ ଶିଶୁ କୁପୋଷଣ ଓ ମୃତ୍ୟୁ ହାର କମାଏ, [୨] ଓ ପ୍ରଚେଷ୍ଟାଦ୍ୱାରା ଉନ୍ନତି ହାର ବଢ଼େ । [୧୬] ୬ ମାସରୁ ୨ ବର୍ଷ ବୟସ ମଧ୍ୟରେ ସ୍ତନ୍ୟପାନ ସହ ଅନ୍ୟ ଖାଦ୍ୟ ଦେଲେ ଫଳାଫଳ ଉନ୍ନତ ହୁଏ । [୧୬] ବିକାଶଶୀଳ ଦେଶମାନଙ୍କରେ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଦେଇ ଖାଦ୍ୟପୂର୍ତ୍ତି (supplementation) କଲେ ଉପକାରର ପ୍ରମାଣ ମିଳୁଛି । [୧୬] ଅଭାବୀ ଲୋକଙ୍କୁ ଅର୍ଥ ସାହାଯ୍ୟ କରିବାଦ୍ୱାରା ସେମାନେ ସ୍ଥାନୀୟ ବଜାରରୁ ଖାଦ୍ୟ କିଣି ଖାଇବା ଫଳପ୍ରଦ ହୁଏ ।[୧୫][୧୭] କେବଳ ସ୍କୁଲରେ ଖାଦ୍ୟ ଖୁଏଇବା ଯଥେଷ୍ଟ ନୁହେଁ । [୧୫] ଅଧିକାଂଶ ସମୟରେ ଗମ୍ଭୀର କୁପୋଷଣ ରୋଗୀକୁ ତାଙ୍କର ନିଜ ଘରେ ପ୍ରସ୍ତୁତ-ଖାଦ୍ୟ ଦେବା ସମ୍ଭବ । [୧୬] ଅବସ୍ଥା ଅତି ଗମ୍ଭୀର ଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । [୧୬] ନିମ୍ନ ରକ୍ତ ଶର୍କରା, କମ୍ ଶରୀର ଉତ୍ତାପ, ନିର୍ଜଳନର ଚିକିତ୍ସା ସହ କ୍ରମାନ୍ୱୟ ଖାଦ୍ୟ ଦେବା ବ୍ୟବସ୍ଥା କରାଯାଏ । [୧୬][୧୮] ସଂକ୍ରମଣ ସମ୍ଭାବନା ଥିବାରୁ ନିୟମିତ ଆଣ୍ଟିବାୟୋଟିକ୍ ଦେବାକୁ ପରାମର୍ଶ ଦିଆଯାଏ । [୧୮] ଦୀର୍ଘକାଳୀନ ବ୍ୟବସ୍ଥାରେ କୃଷି ବ୍ୟବସ୍ଥା ଆବଶ୍ୟକ, [୧୯] ଯାହାଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ଉନ୍ନତ ପରିମଳ ବ୍ୟବସ୍ଥା ଓ ମହିଳା ସଶକ୍ତିକରଣ ହୋଇପାରିବ । [୧୫]
ସନ ୨୦୧୦ ସୁଦ୍ଧା ପୃଥିବୀରେ ୯୨୫ ନିୟୁତ ଅପପୁଷ୍ଟି ରୋଗୀ ଥିଲେ ଯାହା ୧୯୯୦ ସନ ଅପେକ୍ଷା ୮୦ ନିୟୁତ ଅଧିକ ଥିଲା ।[୨୦][୨୧] ଆଉ ଏକ ବିଲିଅନ ଲୋକ ଭିଟାମିନ ଓ ଖାଦ୍ୟ ଲବଣ ଅଭାବରେ ପୀଡ଼ିତ ଅଛନ୍ତି । [୧୫] ସନ ୨୦୧୦ରେ ପୁଷ୍ଟିସାର-ଶକ୍ତି କୁପୋଷଣ ମୃତ୍ୟୁ ସଂଖ୍ୟା ୬୦୦,୦୦୦ ଥିଲା ଯାହା ସନ ୧୯୯୦ର ଉଲ୍ଲିଖିତ ସଂଖ୍ୟା ଥିଲା ୮୮୩,୦୦୦ । [୨୨] ଅନ୍ୟାନ୍ୟ ପୋଷକ ଅଭାବ ନାମ ଆୟୋଡିନ ଅଭାବ, ଲୌହାଭାବ ଆନିମିଆ ଯୋଗୁ ୮୪,୦୦୦ ମୃତ୍ୟୁ ହୋଇଥିଲା । [୨୨] ଅନୁପୋଷଣ (undernutrition) ଯୋଗୁ ସନ ୨୦୧୦ରେ ୧.୪% ବିକଳାଙ୍ଗ ନିୟନ୍ତ୍ରିତ ଜୀବନବର୍ଷ (disability adjusted life years) ଥିଲା । [୧୫][୨୩] ପିଲାଙ୍କ ମୃତ୍ୟୁ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଅନୁପୋଷଣ ଯୋଗୁ ହେବା ବିଶ୍ୱାସ କରାଯାଥିଲା କିନ୍ତୁ ସମସ୍ତ ରୋଗୀଙ୍କୁ ଏହି ଦଳରେ ନିଆଯାଇ ନ ଥିଲା । [୯] ସନ ୨୦୧୦ର ହିସାବ ଅନୁସାରେ ଏହି ରୋଗ ଯୋଗୁ ମହିଳା ଓ ପିଲାଙ୍କ ମୃତ୍ୟୁ ୧.୫ ନିୟୁତ ଥିଲା, [୨୪] ଯଦିଓ କେତେକ ହିସାବ ଅନୁସାରେ ଏହା ୩ ନିୟୁତରୁ ଅଧିକ ହେବା ସମ୍ଭାବନା ଅଛି । [୧୬] ଏହି ରୋଗ ଯୋଗୁ ଅଧିକ ୧୬୫ ନିୟୁତ ପିଲାଙ୍କର ବାମନ-ବିକାଶ ଥିଲା । [୧୬] ବିକାଶଶୀଳ ଦେଶମାନଙ୍କରେ ଅନୁପୋଷଣ ସାଧାରଣତଃ ଦେଖାଯାଏ । [୨୫]
ଡବ୍ଲ୍ୟୁ.ଏଚ୍.ଓ. ରିପୋର୍ଟ ଅନୁସାରେ ଭୋକ ଓ ତତ୍ ସମ୍ବନ୍ଧୀୟ ଅପପୁଷ୍ଟି ବର୍ତ୍ତମାନ ଏକକ ଜନ ସ୍ୱାସ୍ଥ୍ୟ ସଙ୍କଟ ହେଲାଣି[୨୬][୨୬][୨୭] । ଉପଯୁକ୍ତ ପୋଷକ ପାଇଲେ ଏହାର ସମାଧାନ ହେବ । ଅପପୁଷ୍ଟିର କାରଣ ଅନୁସାରେ ଉପଯୁକ୍ତ ପୋଷକ ଦେଇ ପାରିଲେ ଅର୍ଥର ଉପଯୁକ୍ତ ବିନିଯୋଗ ହୋଇ ପାରିବ[୨୮] । ଅତ୍ୟଧିକ ଅଭାବ ଥିଲେ ଆପାତ କାଳୀନ ଭିତ୍ତିରେ ଉନ୍ନତ ମାଇକ୍ରୋପୋଷକ (Micronutrient) ସ୍ୟାଚେଟ (Sachet) ଭିତରେ ବା ଖାଦ୍ୟ ସହ ଦିଆଯାଏ[୨୯][୩୦] [୩୧] । ଦେହରେ ଅତି ସ୍ୱଳ୍ପ ମାତ୍ରାରେ ଆବଶ୍ୟକ ହେଉଥିବା ଖଣିଜ ପଦାର୍ଥକୁ ମାଇକ୍ରୋପୋଷକ କୁହାଯାଏ । ଆପାତ ସ୍ଥିତିରେ ଅତ୍ୟଧିକ ଅପପୁଷ୍ଟି ହେଲେ ପୂର୍ବ ପ୍ରସ୍ତୁତ ଉପଯୁକ୍ତ ଖାଦ୍ୟ ଦେବାଦ୍ୱାରା ଓଜନ ବଢିବା ଦେଖା ଯାଉଥିବାରୁ ଡବ୍ଲ୍ୟୁ.ଏଚ୍.ଓ., ୟୁନିସେଫ୍ ଓ ୟୁ.ଏନ୍.ଫୁଡ ପ୍ରୋଗ୍ରାମ ଏହାକୁ ସୁପାରିଶ କରିଛନ୍ତି । ଦୁର୍ଭିକ୍ଷ ସମୟରେ ଅର୍ଥ (Cash) ବା କ୍ୟାସ ଭାଉଚର୍ (Cash voucher) ଲୋକଙ୍କୁ ଦେଲେ ସେମାନେ ସ୍ଥାନୀୟ ଚାଷୀଙ୍କଠାରୁ ଖାଦ୍ୟ କିଣି ଖାଇଲେ ଦାନରୁ ମିଳିଥିବା ଖାଦ୍ୟଠାରୁ ଭଲ ହେବ । ଉଡାଜାହାଜରୁ ଖାଦ୍ୟ ତଳକୁ ପକାଇଲେ ତଳେ ଥିବା ଲୋକମାନେ ଆଘାତପ୍ରାପ୍ତ ହେବା ଆଶଙ୍କା ଥାଏ[୩୨][୩୩] ।
ଦୀର୍ଘ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇ ଉନ୍ନତ କୃଷି ପ୍ରଣାଳିରେ ଚାଷ କଲେ ଭବିଷ୍ୟତରେ ଖାଦ୍ୟାଭାବ ଦୂର ହେବ, କିନ୍ତୁ ବିଯୁକ୍ତାତ୍ମକ ଫଳ ପ୍ରତି ସତର୍କ ରହିବାକୁ ହେବ[୧୯] । ଆଧୁନିକ ସ୍ଥିତିରେ ଚାଷୀକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟା କରାଯାଉଛି[୩୪] । ବର୍ଲ୍ଡ ବ୍ୟାଙ୍କ ଚାଷୀଙ୍କୁ ସବସିଡି ଦେବାରେ କିଛି ବାଧକ ରଖିଛି, ସାର ବ୍ୟବହାରରେ[୩୫] ମଧ୍ୟ ପରିବେଶ କ୍ଷତିଗ୍ରସ୍ତ ଓ ମାନବ ସ୍ୱାସ୍ଥ୍ୟ ହାନୀ[୩୬] ହେବାର ସମ୍ଭାବନା ଅଛି ଓ ଅନେକ ସୋସାଇଟି ଏହାକୁ ବିରୋଧ କରୁଛନ୍ତି[୩୭] ।
ମହିଳା, ପିଲା ଓ ବୟସ୍କ ଲୋକମାନଙ୍କର ଅପପୁଷ୍ଟି ଅଧିକ ଧ୍ୟାନ ଆକର୍ଷଣକାରୀ ଅଟେ । ସ୍ତନ୍ୟ ପାନ ଓ ଗର୍ଭ ଯୋଗୁ ମହିଳାମାନେ ଅଧିକ ପୋଷକ ଆବଶ୍ୟକ କରନ୍ତି । ଗର୍ଭଧାରୀ ମାତାର ଅପପୁଷ୍ଟି ଥିଲେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଅପପୁଷ୍ଟି ପ୍ରଭାବ ପଡେ । ସ୍ତନ୍ୟ ପାନଦ୍ୱାରା ନୂତନ ଶିଶୁର କୁପୋଷଣ କମି ଯାଏ । ମାତା ଶିକ୍ଷିତ ହେଲେ ତାହାର ପ୍ରଭାବ ପଡ଼ିବ[୩୮] । ବୟଷ୍କମାନଙ୍କର କମ୍ ଭୋକ, ଚୋବେଇବା ତଥା ଗିଳିବା ଅସୁବିଧା ଓ କମ ଏନର୍ଜି ଯୋଗୁ ଅପପୁଷ୍ଟି ସଙ୍କଟ ଅଧିକ ରହେ । ଏମାନଙ୍କର ଅଧିକ ଯତ୍ନ ଆବଶ୍ୟକ ।
ଆଧାର[ସମ୍ପାଦନା]
- ↑ "malnutrition" at Dorland's Medical Dictionary
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Facts for life (PDF) (4th ed. ed.). New York: United Nations Children's Fund. 2010. pp. 61 and 75. ISBN 978-92-806-4466-1.
{{cite book}}
:|edition=
has extra text (help);|first1=
missing|last1=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ Young, E.M. (2012). Food and development. Abingdon, Oxon: Routledge. pp. 36–38. ISBN 9781135999414.
- ↑ ୪.୦ ୪.୧ Essentials of International Health. Jones & Bartlett Publishers. 2011. p. 194. ISBN 9781449667719.
- ↑ "malnutrition" at Dorland's Medical Dictionary
- ↑ Arthur Sullivan; Steven M. Sheffrin (2003). Economics: Principles in action. Upper Saddle River, New Jersey 07458: Prentice Hall. p. 481. ISBN 0-13-063085-3.
{{cite book}}
: CS1 maint: location (link) - ↑ "Facts for Life" (PDF). UNICEF. Retrieved March 2012.
{{cite web}}
: Check date values in:|accessdate=
(help) - ↑ "Progress For Children: A Report Card On Nutrition" (PDF). UNICEF.
- ↑ ୯.୦ ୯.୧ ୯.୨ ୯.୩ "Maternal, newborn, child and adolescent health". WHO. Retrieved 4 July 2014.
- ↑ Konje, editor, Mala Arora ; co-editor, Justin C. (2007). Recurrent pregnancy loss (2nd ed. ed.). New Delhi: Jaypee Bros. Medical Publishers. ISBN 9788184480061.
{{cite book}}
:|edition=
has extra text (help);|first1=
has generic name (help) - ↑ "Progress For Children: A Report Card On Nutrition" (PDF). UNICEF.
- ↑ Prentice, editor-in-chief, Benjamin Caballero ; editors, Lindsay Allen, Andrew (2005). Encyclopedia of human nutrition (2nd ed. ed.). Amsterdam: Elsevier/Academic Press. p. 68. ISBN 9780080454283.
{{cite book}}
:|edition=
has extra text (help);|first1=
has generic name (help) - ↑ Stoelting's anesthesia and co-existing disease (6th ed. ed.). Philadelphia: Saunders/Elsevier. 2012. p. 324. ISBN 9781455738120.
{{cite book}}
:|edition=
has extra text (help) - ↑ editors, Ronnie A. Rosenthal, Michael E. Zenilman, Mark R. Katlic, (2011). Principles and practice of geriatric surgery (2nd ed. ed.). Berlin: Springer. p. 78. ISBN 9781441969996.
{{cite book}}
:|edition=
has extra text (help);|last1=
has generic name (help)CS1 maint: extra punctuation (link) - ↑ ୧୫.୦ ୧୫.୧ ୧୫.୨ ୧୫.୩ ୧୫.୪ ୧୫.୫ "An update of 'The Neglected Crisis of Undernutrition: Evidence for Action'" (PDF). www.gov.uk. Department for International Development. Oct 2012. Retrieved 5 July 2014.
- ↑ ୧୬.୦ ୧୬.୧ ୧୬.୨ ୧୬.୩ ୧୬.୪ ୧୬.୫ ୧୬.୬ ୧୬.୭ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "World Food Programme, Cash and Vouchers for Food" (PDF). WFP.org. April 2012. Retrieved 5 July 2014.
- ↑ ୧୮.୦ ୧୮.୧ Guidelines for the inpatient treatment of severely malnourished children. Geneva: World Health Organization. 2003. ISBN 9241546093.
{{cite book}}
:|first1=
missing|last1=
(help) - ↑ ୧୯.୦ ୧୯.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Global hunger declining, but still unacceptably high International hunger targets difficult to reach" (PDF). Food and Agriculture Organization of the United Nations. September 2010. Retrieved 1 July 2014.
- ↑ Food; (FAO), Agriculture Organization of the United Nations (2008). The state of food insecurity in the world, 2008 : high food prices and food security : threats and opportunities. Rome: Food and Agriculture Organization of the United Nations (FAO). p. 2. ISBN 978-92-5-106049-0.
FAO's most recent estimates put the number of hungry [actually, malnourished] people at 923 million in 2007, an increase of more than 80 million since the 1990–92 base period.
- ↑ ୨୨.୦ ୨୨.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Liz Young (2002). World Hunger Routledge Introductions to Development. p. 20. ISBN 9781134774944.
- ↑ ୨୬.୦ ୨୬.୧ "Malnutrition The Starvelings". The Economist. 2008-01-24.
- ↑ Scaling Up Nutrition: Unlocking puzzles to transform thinking and action by R4D
- ↑ Anderson, Tatum (2009-06-24). "Firms target nutrition for the poor". BBC News.
- ↑ "Can one pill tame the illness no one wants to talk about?". Time. 2009-08-17.
- ↑ doi: 10.1016/S0140-6736(07)61693-6
This citation will be automatically completed in the next few minutes. You can jump the queue or expand by hand - ↑ "UN aid debate: give cash not food?". Christian Science Monitor. 2008-06-04.
- ↑ "Cash roll-out to help hunger hot spots". World Food Programme. December 8, 2008.
- ↑ Baker, Peter; Dugger, Celia W. (2009-07-09). "Obama enlists major powers to aid poor farmers with $15 billion". The New York Times.
- ↑ "Forgotten benefactor of humanity". The Atlantic.
- ↑ David Biello (March 14, 2008). "Fertilizer Runoff Overwhelms Streams and Rivers--Creating Vast "Dead Zones"". Scientific American.
- ↑ Dugger, Celia W. (2007-12-02). "Ending Famine, Simply by Ignoring the Experts". New York Times.
- ↑ UNICEF. "Introduction to Nutrition". UNICEF. Retrieved March 2012.
{{cite web}}
: Check date values in:|accessdate=
(help)