ଟେସ୍ଟୋସ୍ଟିରନ

ଉଇକିପିଡ଼ିଆ‌ରୁ
ଟେସ୍ଟୋସ୍ଟିରନ
(INN, USAN, BAN, JAN)
Clinical data
Trade namesବେପାର ନାମ Androderm ଇତ୍ୟାଦି
SynonymsΔ4-Androsten-17β-ol-3-one
AHFS/Drugs.commonograph
MedlinePlusa614041
data
Pregnancy
category
  • US: X (Contraindicated)
Routes of
administration
ମାଂସପେଶୀ ଇଞ୍ଜେକସନ, ଚର୍ମ ମାଧ୍ୟମ (କ୍ରିମ, ଜେଲ ବା ପ୍ୟାଚ ଆକାର) ଓ ସବ୍-କ୍ୟୁ ପେଲେଟ ।
ATC code
Legal status
Legal status
Pharmacokinetic data
BioavailabilityLow (due to extensive first pass metabolism)
MetabolismLiver, testis and prostate
Elimination half-life2–4 hours
ExcretionUrine (90%), feces (6%)
Identifiers
  • (8R,9S,10R,13S,14S,17S)- 17-hydroxy-10,13-dimethyl- 1,2,6,7,8,9,11,12,14,15,16,17- dodecahydrocyclopenta[a]phenanthren-3-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.336 Edit this at Wikidata
Chemical and physical data
FormulaC19H28O2
Molar mass288.42
3D model (JSmol)
Specific rotation+110.2°
Melting point155 °C (311 °F)
  • O=C4\C=C2/[C@]([C@H]1CC[C@@]3([C@@H](O)CC[C@H]3[C@@H]1CC2)C)(C)CC4
  • InChI=1S/C19H28O2/c1-18-9-7-13(20)11-12(18)3-4-14-15-5-6-17(21)19(15,2)10-8-16(14)18/h11,14-17,21H,3-10H2,1-2H3/t14-,15-,16-,17-,18-,19-/m0/s1 checkY
  • Key:MUMGGOZAMZWBJJ-DYKIIFRCSA-N checkY
  (verify)

ଟେସ୍ଟୋସ୍ଟିରନ (ଇଂରାଜୀ ଭାଷାରେ Testosterone) ଏକ ଔଷଧ ଓ ଏହା ଦେହରେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏକ ସ୍ଟିରଏଡ ହରମୋନ ।[୧] ମେଲ ହାଇପୋଗୋନାଡିଜ୍ମ (male hypogonadism) ଓ କେତେକ ଧରଣର ସ୍ତନ କର୍କଟରେ ଏହି ଔଷଧ ଦିଆଯାଏ । ଏହାଦ୍ୱାରା କ୍ରୀଡ଼ା ସାମର୍ଥ୍ୟ (athletic ability) ବଢ଼ିଯାଏ ।[୧] ବୟସ୍କ ପୁରୁଷଙ୍କର ଟେସ୍ଟୋସ୍ଟିରନ ସ୍ତର ବଢ଼େଇବା ନିମନ୍ତେ ଏହା ଉପକାରୀ କି କ୍ଷତିକାରକ, ସେ ବିଷୟ ସ୍ପଷ୍ଟ ହୋଇ ନାହିଁ ।[୨] ଟେସ୍ଟୋସ୍ଟିରନ ଚର୍ମରେ ଲଗେଇ ଦିଆଯାଏ, ଇଞ୍ଜେକସନ ଆକାରରେ ଦିଆଯାଏ ବା ଗାଲରେ ଲଗାଯାଏ ।[୧]

ଟେସ୍ଟୋସ୍ଟିରନର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବ୍ରଣ (acne), ଫୁଲିବା ଓ ଗାଇନାକୋମାସ୍ଟିଆ ବା ପୁରୁଷ ସ୍ତନ ବୃଦ୍ଧି (breast enlargement in males) ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ (liver toxicity), ହୃତ୍‌ପିଣ୍ଡ ରୋଗ (heart disease) ଓ ବ୍ୟବ‌ହାରିକ ପରିବର୍ତ୍ତନ ହୁଏ । ମହିଳା ଓ ପିଲାଙ୍କ ଦେହରେ ଭିରିଲାଇଜେସନ (virilization) ବା ପୁରୁଷ ଚିହ୍ନ ପ୍ରକାଶ ପାଏ । ପ୍ରୋସ୍ଟେଟ କର୍କଟ ରୋଗୀ ଏହି ଔଷଧ ବ୍ୟବ‌ହାର କରିବା ଉଚିତ ନୁହେଁ । ଗର୍ଭାବସ୍ଥାସ୍ତନ୍ୟପାନ ସମ‌ୟରେ ଏହା ବିପଦ ସୃଷ୍ଟି କରିପାରେ ।[୧]

ପୁରୁଷଙ୍କର ମୁଷ୍କ (testicles) ବା ଟେସ୍ଟିକ୍ଲରେ ଟେସ୍ଟୋସ୍ଟିରନ ତିଆରି ହୁଏ । ଆଡ୍ରେନାଲ ଗ୍ରନ୍ଥି (adrenal gland) ଓ ଓଭାରିରେ (ovaries) ମଧ୍ୟ ଏହା ସ୍ୱଳ୍ପ ମାତ୍ରାରେ ତିଆରି ହୁଏ ।[୩] ଏହା ପୁରୁଷଙ୍କର ମୂଖ୍ୟ ଯୌନ ହରମୋନ ଓ ପୁରୁଷ ପ୍ରଜନନ ପ୍ରଣାଳୀରେ ମୂଖ୍ୟ ଭୂମିକା ନିର୍ବାହ କରିଥାଏ । ଯୁବାବସ୍ଥା ଆରମ୍ଭରେ ମାଂସପେଶୀ ବିକାଶ ଓ ପୁରୁଷ ସୁଲଭ ବାଳ (body hair) ତିଆରି ଆଦି ସେକେଣ୍ଡାରୀ ଯୌନ ଲକ୍ଷଣ (secondary sexual characteristic) ପ୍ରକାଶ ପାଏ ।[୪] ଯୁବତୀମାନଙ୍କ ଅପେକ୍ଷା ଯୁବା ପୁରୁଷଙ୍କର ଟେସ୍ଟୋସ୍ଟିରନ ସ୍ତର ୫ଗୁଣ ଅଧିକ ଥାଏ ।[୫]

ସନ ୧୯୩୫ରେ ପ୍ରଥମେ ଟେସ୍ଟୋସ୍ଟିରନ ତିଆରି କରାଯାଇଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ବ୍ୟବ‌ହାର ୨୦୦୧ରୁ ୨୦୧୧ ମଧ୍ୟରେ ୩ଗୁଣ ବଢ଼ିଯାଇଛି ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏହାର ମୂଲ୍ୟ ଏହାର ଆକାର ପ୍ରକାର ଉପରେ ନିର୍ଭର କରେ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Testosterone". Drugs.com. American Society of Health-System Pharmacists. December 4, 2015. Retrieved 3 September 2016.
  2. Staff (3 March 2015). "Testosterone Products: Drug Safety Communication – FDA Cautions About Using Testosterone Products for Low Testosterone Due to Aging; Requires Labeling Change to Inform of Possible Increased Risk of Heart Attack And Stroke". FDA. Retrieved 5 March 2015.
  3. Puri, Dinesh (2014). Textbook of Medical Biochemistry (in ଇଂରାଜୀ) (3 ed.). Elsevier Health Sciences. p. 631. ISBN 9788131238059.
  4. Heffner, Linda J.; Schust, Danny J. (2010). The Reproductive System at a Glance (in ଇଂରାଜୀ). John Wiley & Sons. p. 17. ISBN 9781405194525.
  5. Burtis, Carl A.; Ashwood, Edward R.; Bruns, David E. (2012). Tietz Textbook of Clinical Chemistry and Molecular Diagnostics (in ଇଂରାଜୀ) (5 ed.). Elsevier Health Sciences. p. 1975. ISBN 1455759422.
  6. N. Taylor, William (2002). Anabolic Steroids and the Athlete, 2d ed (in ଇଂରାଜୀ) (2 ed.). McFarland. p. 180. ISBN 9780786411283.
  7. Desroches, B; Kohn, TP; Welliver, C; Pastuszak, AW (April 2016). "Testosterone therapy in the new era of Food and Drug Administration oversight". Translational andrology and urology. 5 (2): 207–12. PMID 27141448.
  8. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 197. ISBN 9781284057560.