ବିଭୁଧେନ୍ଦ୍ର ପ୍ରତାପ ଦାସ

ଉଇକିପିଡ଼ିଆ‌ରୁ
ବିଭୁଧେନ୍ଦ୍ର ପ୍ରତାପ ଦାସ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀନୃସିଂହ ଚରଣ ସାହୁ
ପର ଅଧିକାରୀଧର୍ମେନ୍ଦ୍ର ପ୍ରଧାନ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୩୦ ଡିସେମ୍ବର ୧୯୮୯
ପୂର୍ବ ଅଧିକାରୀଧରଣୀଧର ପ୍ରଧାନ
ପର ଅଧିକାରୀନୃସିଂହ ଚରଣ ସାହୁ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1951-11-21) ୨୧ ନଭେମ୍ବର ୧୯୫୧ (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅନସୂୟା ଜଗଦେବ
ବାପା/ବୋଉରାଜ କିଶୋର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ବିଭୁଧେନ୍ଦ୍ର ପ୍ରତାପ ଦାସ (ଜନ୍ମ: ୨୧ ନଭେମ୍ବର ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ବିଭୁଧେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଭୁଧେନ୍ଦ୍ର ପ୍ରତାପ ଦାସ ୧୯୫୧ ମସିହାର ନଭେମ୍ବର ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ କିଶୋର ଦାସ ଓ ପତ୍ନୀଙ୍କ ନାମ ଅନସୂୟା ଜଗଦେବ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ବିଭୁଧେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୨][୩]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ପାଲଲହଡ଼ା କଂଗ୍ରେସ (ଇ)
୧୯୮୫ ୩୦ ଡିସେମ୍ବର ୧୯୮୯ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. "'ଢେଙ୍କାନାଳ-ଅନୁଗୁଳ ପର୍ଯ୍ୟଟନସ୍ଥଳୀର ବିକାଶ ହେଉ', ଉନ୍ନୟନ କମିସନରଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର | Sambad". 14 February 2020. Retrieved 26 July 2020.
  2. ୨.୦ ୨.୧ "Shri Bibhudhendra Pratap Das". odishaassembly.nic.in. Odisha Assembly. Retrieved 24 July 2020.
  3. "Major contestants are 'outsiders'". The New Indian Express. 22 April 2009. Retrieved 26 July 2020.