ବାଟ ମହାଦେବ, ଭୁବନେଶ୍ୱର

ଉଇକିପିଡ଼ିଆ‌ରୁ
(ବାଟ ମହାଦେବ, ଭୁବନେଶ୍ଵରରୁ ଲେଉଟି ଆସିଛି)
ବାଟ ମହାଦେବ (ମୁକ୍ତେଶ୍ୱର)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
StateOrissa
Countryଭାରତ
Architecture
Typeକଳିଙ୍ଗ ସ୍ଥପତ୍ୟ
Elevation18 m (59 ft)

ବାଟ ମହାଦେବ(ମୁକ୍ତେଶ୍ୱର ଶିବ), ଏକ ହିନ୍ଦୁ ଶିବ ମନ୍ଦିର । ଏହା ଭୁବନେଶ୍ୱରଠାରେ ଅବସ୍ଥିତ । 

ଅବସ୍ଥିତି [ସମ୍ପାଦନା]

ଏହା ଲିଙ୍ଗରାଜ ମନ୍ଦିର ନିକଟରୁ କେଦାରଗୌରୀ ଲେନକୁ ଯାଇଥିବା ବିନ୍ଦୁସାଗର ରାସ୍ତାର ମଧ୍ୟସ୍ଥଳୀରେ ଅବସ୍ଥିତ । ଏଠାରେ ଭଗବାନ ଶିବ ପ୍ରସ୍ତରର ଯୋନି ମଧ୍ୟରେ ଶିବଲିଙ୍ଗ ରୂପରେ ଆରାଧ୍ୟ ଦେବତା ଭାବରେ ରହିଛନ୍ତି । ଏହି ମନ୍ଦିରର ଚତୁର୍ଦିଗରେ ରାସ୍ତା ସମୂହ ରହିଥିବା ବେଳେ ପୂର୍ବ ଦିଗରେ ୧୫ ମିଟର ଦୂରରେ ବାସୁଦେବ ମନ୍ଦିର, ପଶ୍ଚିମ ଦିଗରେ ୧୦ମିଟର ଦୂରରେ ବିନ୍ଦୁସାଗର ପୁଷ୍କରିଣୀ ଦକ୍ଷିଣରେ ୧୦୦ ମିଟର ଦୂରରେ ଲିଙ୍ଗରାଜ ମନ୍ଦିର ରହିଛି । ମନ୍ଦିରର ମୁଖ ଭାଗ ପୂର୍ବ ଦିଗକୁ ରହିଛି । 

ପ୍ରବାଦ [ସମ୍ପାଦନା]

ସ୍ଥାନୀୟ ପ୍ରବାଦ ଅନୁସାରେ ମହାଦେବ ଯେତେବେଳେ ଏକାମ୍ର ନଗରୀକୁ ଭ୍ରମଣ ପାଇଁ ଆସିଥିଲେ ଏଠାରେ[୧] ବିଶ୍ରାମ ନେଇଥିଲେ । ତେଣୁ ଏହି ସ୍ଥାନ ବାଟ ମହାଦେବ ଭାବରେ ନାମିତ ହେଇଥିଲା । ଏହି ମନ୍ଦିର ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତିଦ୍ୱାରା ପରିଚାଳିତ ହେଇଥାଏ ।

ନିର୍ମାଣ କାଳ ଓ ସ୍ଥପତ୍ୟ ଶୈଳୀ[ସମ୍ପାଦନା]

ଏହାର ସ୍ଥପତ୍ୟ ଶୈଳୀ ଅନୁସାରେ ଏହା ୧୫ ଶ ଶତାବ୍ଦୀରୁ ୧୬ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହେଇଥିବାର ଅନୁମାନ କରାଯାଇଥାଏ । "ପିଢା" ଦେଉଳ ଶୈଳୀରେ ଏହି ମନ୍ଦିର ପ୍ରସ୍ତରଦ୍ୱାରା ନିର୍ମିତ ।

ନିର୍ମାଣ ଶୈଳୀ [ସମ୍ପାଦନା]

୧.୯୫ ବର୍ଗମିଟର ଆକାରର ଚର୍ତୁର୍ଭୁଜାକାର ଲିଙ୍ଗ ପିଠ ଥାଇ ଏହି ମନ୍ଦିର ପଞ୍ଚ-ରଥ ଶୈଳୀରେ ନିର୍ମିତ । ଉପାସନା ପୀଠର ଉଛତା ୧.୯୫ ମିଟର । ମରାମତି ଓ ଉନ୍ନୟନ କାର୍ଯ୍ୟ ହେଇଥିବାରୁ ବର୍ତ୍ତମାନ ମନ୍ଦିରର ସ୍ଥିତି ଭଲ ରହିଛି ।[୨]  

ଆଧାର [ସମ୍ପାଦନା]

  1. http://www.indiamapped.com/temples-in-india/odisha-bata-mahadeva-bhubaneswar/
  2. Pradhan, Dr. Sadasiba. Lesser Known Monuments of Bhubaneswar. ISBN 81-7375-164-1.

ବାହାର ଲିଙ୍କ [ସମ୍ପାଦନା]