ପ୍ରଭାସ୍ଟାଟିନ

ଉଇକିପିଡ଼ିଆ‌ରୁ
ପ୍ରଭାସ୍ଟାଟିନ
Clinical data
Trade namesPravachol, Selektine, other
AHFS/Drugs.commonograph
MedlinePlusa692025
Pregnancy
category
  • AU: D
  • US: X (Contraindicated)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability18%[୧]
Protein binding50%[୧]
MetabolismLiver (minimal)[୧]
Elimination half-life1-3 hours[୧]
Identifiers
  • (3R,5R)-3,5-dihydroxy-7-((1R,2S,6S,8R,8aR)-6-hydroxy-2-methyl-8-{[(2S)-2-methylbutanoyl]oxy}-1,2,6,7,8,8a-hexahydronaphthalen-1-yl)-heptanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
ECHA InfoCard100.216.225 Edit this at Wikidata
Chemical and physical data
FormulaC23H36O7
Molar mass424.528 g/mol
3D model (JSmol)
  • O=C(O)C[C@H](O)C[C@H](O)CC[C@H]2[C@H](/C=C\C1=C\[C@@H](O)C[C@H](OC(=O)[C@@H](C)CC)[C@@H]12)C
  • InChI=1S/C23H36O7/c1-4-13(2)23(29)30-20-11-17(25)9-15-6-5-14(3)19(22(15)20)8-7-16(24)10-18(26)12-21(27)28/h5-6,9,13-14,16-20,22,24-26H,4,7-8,10-12H2,1-3H3,(H,27,28)/t13-,14-,16+,17+,18+,19-,20-,22-/m0/s1 checkY
  • Key:TUZYXOIXSAXUGO-PZAWKZKUSA-N checkY
 ☒NcheckY (what is this?)  (verify)

ପ୍ରଭାସ୍ଟାଟିନ (ଇଂରାଜୀ ଭାଷାରେ Pravastatin, ଏକ ବିକ୍ରୟ ନାମ ପ୍ରାଭେକଲ/ Pravachol) ଏକ ସ୍ଟାଟିନ (statin) ଔଷଧ ଯାହା ଉଚ୍ଚ ସଙ୍କଟାପନ୍ନ ହୃଦରକ୍ତନାଳୀ ରୋଗର ପ୍ରତିଷେଧ ଓ ଡିସଲିପିଡେମିଆ (abnormal lipids) ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୨] ଏହି ଔଷଧ ସ‌ହିତ ଖାଦ୍ୟ ପରିବର୍ତ୍ତନ, ବ୍ୟାୟାମ ଓ ଓଜନ ହ୍ରାସ କରିବା ଆବଶ୍ୟକ ହୁଏ । [୨] ଏହା ପାଟିରେ ଦିଆଯାଏ ।[୨]

ପ୍ରଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା, ଅଇ, ମୁଣ୍ଡ ବିନ୍ଧା ଓ ପେଶୀ ଯନ୍ତ୍ରଣା ହୋଇପାରେ ।[୨] ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟା ଓ ମଧୁମେହ ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । [୨] ଅନ୍ୟ ସ୍ଟାଟିନ ଔଷଧ ଭଳି ଏହା ଯକୃତରେ ଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜ (HMG-CoA reductase)କୁ ଅବରୋଧ କରିଦିଏ ଯାହା କୋଲେଷ୍ଟ୍ରଲ୍‌ ପ୍ରସ୍ତୁତିରେ ଭୂମିକା ନିର୍ବାହ କରେ ।[୨]

ପ୍ରଭାସ୍ଟାଟିନ ସନ ୧୯୮୦ରେ ପେଟେଣ୍ଟ ହେବା ପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ଏକ ଡୋଜର ମୂଲ୍ୟ ୦.୨୦ ଡଲାର ଥିଲା ।[୪] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହା ନିମନ୍ତେ ଏକ ଡୋଜ ପାଇଁ ପ୍ରାୟ ୧ ପାଉଣ୍ଡ ଖର୍ଚ୍ଚ କରେ ।[୫] ସନ ୨୦୧୬ରେ ୨୪ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୭ତମ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ଥିଲା । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Neuvonen PJ, Backman JT, Niemi M (2008). "Pharmacokinetic comparison of the potential over-the-counter statins simvastatin, lovastatin, fluvastatin and pravastatin". Clinical Pharmacokinetics. 47 (7): 463–74. doi:10.2165/00003088-200847070-00003. PMID 18563955.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pravastatin Sodium Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 472. ISBN 9783527607495.
  4. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  5. British national formulary : BNF 76 (76 ed.). Pharmaceutical Press. 2018. p. 202. ISBN 9780857113382.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]