Jump to content

ପ୍ରବଳ ଋତୁରକ୍ତସ୍ରାବ

ଉଇକିପିଡ଼ିଆ‌ରୁ
Heavy menstrual bleeding
Hypermenorrhea, menorrhagia
Potential causes include fibroids and uterine polyp[]
ବିଭାଗGynecology
ଲକ୍ଷଣBleeding more or longer than typical[]
କାରଣStructural abnormalities of the reproductive tract, hormone-related problems, bleeding disorders, thyroid disease, pelvic inflammatory disease, miscarriage, ectopic pregnancy[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ଚିକିତ୍ସାBirth control pills, tranexamic acid, progesterone IUDs, NSAIDs, danazol, surgery[][][]
ପୁନଃପୌନିକCommon[]
Patient UKHeavy menstrual bleeding

ପ୍ରବଳ ଋତୁରକ୍ତସ୍ରାବ (ଇଂରାଜୀ ଭାଷାରେ Heavy menstrual bleeding/ HMB ), ଅନ୍ୟ ନାମ ମେନୋରେଜିଆ, ଏକ ମାସିକ ଋତୁସ୍ରାବ ଯାହା ଅତ୍ୟଧିକ ପରିମାଣରେ ହୁଏ ବା ୭ ଦିନରୁ ଅଧିକ ସମୟ ଧରି ରହିଥାଏ ।[] ପ୍ରବଳ ରକ୍ତସ୍ରାବ ଅର୍ଥ ପ୍ରତି ଦୁଇ ଘଣ୍ଟାରୁ ଅଧିକ ସମୟରେ ପ୍ୟାଡ୍ କିମ୍ବା ଟାମ୍ପନ୍ ବଦଳାଇବା ଦରକାର ହୁଏ କିମ୍ବା ବଡ଼ ଜମାଟ ରକ୍ତ ଯାହା ଏକ ଆମେରିକୀୟ କ୍ୱାର୍ଟର୍ (American quarter)ଠାରୁ ବଡ଼ । [] ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଅବସ୍ଥା ଜଟିଳ ହୋଇ ରକ୍ତ‌ହୀନତା, ଶରୀରରେ ଲୌହ ଅଂଶ ଅଭାବ ଏବଂ ଜୀବନର ଗୁଣବତ୍ତା ହ୍ରାସ ହୋଇପାରେ ।[] []

ଏହାର କାରଣଗୁଡ଼ିକ ମଧ୍ୟରେ ପ୍ରଜନନ ଅଙ୍ଗର ଗଠନମୂଳକ ଅସ୍ୱାଭାବିକତା ଯେପରିକି ଫାଇବ୍ରଏଡ୍ କିମ୍ବା କର୍କଟ, ହରମୋନ ସମ୍ବନ୍ଧୀୟ ସମସ୍ୟା ଯେପରିକି ଅଣ-ଡିମ୍ବାଣୁ କ୍ଷରଣ, ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ, ରକ୍ତସ୍ରାବ ଜନିତ ରୋଗ, ଥାଇରଏଡ୍ ରୋଗ, ପେଲଭିସ ପ୍ରଦାହ ରୋଗ, ସ୍ୱତଃ ଗର୍ଭପାତ ଏବଂ ଅଥାନ ଗର୍ଭଧାରଣ ହୋଇପାରେ ।[] [] କେତେକ ପ୍ରକାରର ଗର୍ଭାଶୟ ମଧ୍ୟସ୍ଥ ଉପକରଣ (IUD) ଯୋଗୁ ରକ୍ତସ୍ରାବ ପ୍ରଚୁର ହୋଇପାରେ ଓ ଆସ୍ପିରିନ ଯୋଗୁ ମଧ୍ୟ ହୋଇପାରେ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ତ‌ଥା ଏହାର ମୂଳ କାରଣ ଖୋଜିବା କିମ୍ବା ଜଟିଳତା ଖୋଜିବା ପାଇଁ ପରୀକ୍ଷା କରାଯାଏ ।[] ଏହା ଏକ ପ୍ରକାର ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ (AUB) ।[]

ରୋଗର କାରଣ ଏବଂ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ ।[] ଏଥିରେ ଜନ୍ମ ନିୟନ୍ତ୍ରଣ ବଟିକା, ଟ୍ରାନେକ୍ସାମିକ ଏସିଡ, ଆଇୟୁଡି ଉଇଥ ପ୍ରୋଜେସ୍ଟେରନ (IUD), ଜ‌ନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, କିମ୍ବା ଡାନାଜୋଲ ଦିଆଯାଇପାରେ ।[] [] ଆଇୟୁଡି ସାହାଯ୍ୟରେ ୮୮%, ଜନ୍ମ ନିୟନ୍ତ୍ରଣ ବଟିକା ସହିତ ୬୩%, ଟ୍ରାନେକ୍ସାମିକ ଏସିଡ୍ ସହିତ ଏବଂ ୩ ମାସର ବିନା ଚିକିତ୍ସାରେ ୧୮% ଉନ୍ନତି ଘଟିଥାଏ ।[] ଯେଉଁମାନଙ୍କର ଅନ୍ୟାନ୍ୟ ପଦକ୍ଷେପ ସହିତ ଲକ୍ଷଣ ଭଲ ଭାବରେ ନିୟନ୍ତ୍ରିତ ହୋଇନଥାଏ, ସେମାନଙ୍କ ପାଇଁ ଅସ୍ତ୍ରୋପଚାର ପ୍ରଭାବଶାଳୀ ହୋଇପାରେ ।[] ଅନ୍ୟାନ୍ୟ ଚିକିତ୍ସାରେ ଲୌହ ପରିପୂରକ କିମ୍ବା ଡେସମୋପ୍ରେସିନ ଦିଆଯାଇପାରେ ।[]

ମହିଳାମାନଙ୍କର ଏହି ପ୍ରକାର ରକ୍ତସ୍ରାବ ସାଧାରଣ ଭାବରେ ହୁଏ ଯାହା ଆକଳନ ଅନୁଯାୟୀ ଏହା ପ୍ରାୟ ୨୦%ରୁ ୩୩% ମହିଳାଙ୍କୁ ପ୍ରଭାବିତ କରିଥାଏ ।[] [] ଏହା ସାଧାରଣତଃ ଅଳ୍ପ ବୟସ୍କ ଯୁବତୀମାନଙ୍କଠାରେ ହୋଇପାରେ ।[] ହିପୋକ୍ରେଟସଙ୍କର ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ବର୍ଣ୍ଣନା ଅନୁସାରେ "ଅତ୍ୟଧିକ ଋତୁରକ୍ତସ୍ରାବ, ଅଯଥା ପ୍ରବାହ, ଅସ୍ଥିର ପ୍ରବାହ ଓ ଅତ୍ୟଧିକ ରକ୍ତ-ବନ୍ୟା ପରିସ୍ଥିତି" ଭଳି ବିଭିନ୍ନ ନାମରେ ଜଣାଶୁଣା ଥିଲା ।[]

  1. 1 2 3 4 5 6 7 8 9 10 11 12 13 14 15 "Heavy Menstrual Bleeding | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 17 August 2022. Archived from the original on 10 June 2023. Retrieved 13 July 2023.
  2. 1 2 3 4 O'Brien SH (2018). "Evaluation and management of heavy menstrual bleeding in adolescents: the role of the hematologist". Hematology. 30 (1): 390–398. doi:10.1182/asheducation-2018.1.390. PMC 6246024. PMID 30504337.
  3. 1 2 Bofill Rodriguez, M; Lethaby, A; Farquhar, C (19 September 2019). "Non-steroidal anti-inflammatory drugs for heavy menstrual bleeding". The Cochrane Database of Systematic Reviews. 2019 (9): CD000400. doi:10.1002/14651858.CD000400.pub4. PMC 6751587. PMID 31535715.
  4. 1 2 3 Ton, Joey (18 September 2022). "#323 How to Slow the Flow II: Levonorgestrel intrauterine systems for heavy menstrual bleeding". CFPCLearn. Archived from the original on 28 March 2023. Retrieved 14 June 2023.
  5. Bacon JL (June 2017). "Abnormal Uterine Bleeding: Current Classification and Clinical Management". Obstetrics and Gynecology Clinics of North America. 44 (2): 179–193. doi:10.1016/j.ogc.2017.02.012. PMID 28499529.
  6. Marjoribanks J, Lethaby A, Farquhar C (January 2016). "Surgery versus medical therapy for heavy menstrual bleeding". The Cochrane Database of Systematic Reviews. 2016 (1): CD003855. doi:10.1002/14651858.CD003855.pub3. PMC 7104515. PMID 26820670.
  7. "Heavy Menstrual Bleeding". www.acog.org (in ଇଂରାଜୀ). Archived from the original on 30 May 2023. Retrieved 13 July 2023.
  8. Chodankar, Rohan R.; Munro, Malcolm G.; Critchley, Hilary O. D. (28 February 2022). "Historical Perspectives and Evolution of Menstrual Terminology". Frontiers in Reproductive Health. 4. doi:10.3389/frph.2022.820029.{{cite journal}}: CS1 maint: unflagged free DOI (link)