ପ୍ରତିବନ୍ଧକ କାର୍ଡିଓମାୟୋପାଥି

ଉଇକିପିଡ଼ିଆ‌ରୁ
Restrictive cardiomyopathy
Obliterative cardiomyopathy, infiltrative cardiomyopathy, constrictive cardiomyopathy[୧]
Micrograph of cardiac amyloidosis, a cause of restrictive cardiomyopathy. Congo red stain.
ବିଭାଗCardiology
ଲକ୍ଷଣDecreased ability to exercise, palpitations, shortness of breath, leg swelling[୨][୩]
କାରଣAmyloidosis, sarcoidosis, hemochromatosis, Loeffler endocarditis, storage diseases, diabetes, scleroderma, radiation therapy, certain medications, cancer[୨]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG), ultrasound of the heart, endomyocardial biopsy[୨]
ସଠିକ ରୋଗ ନିର୍ଣ୍ଣୟConstrictive pericarditis, hypertensive heart disease, hypertrophic cardiomyopathy[୨]
ଚିକିତ୍ସାBased on symptoms and the underlying cause[୨]
PrognosisLife expectancy 2 to 5 years[୨]
ପୁନଃପୌନିକRare[୨]

ପ୍ରତିବନ୍ଧକ କାର୍ଡିଓମାଇଓପାଥି (Restrictive cardiomyopathy/ RCM ) ହେଉଛି ହୃତ୍‌ପିଣ୍ଡ ମାଂସପେଶୀର ଏକ ରୋଗ ଯେଉଁଥିରେ ନିଳୟଗୁଡ଼ିକ ସଠିକ୍ ଭାବରେ ସଂକୋଚନ ସତ୍ତ୍ୱେ ଉପ‌ଯୁକ୍ତ ଭାବରେ ଶିଥିଳ ହୁଏ ନାହିଁ ଓ ରକ୍ତ ଭରି ପାରେ ନାହିଁ ।[୪] [୩] ଏହାର ଲକ୍ଷଣରେ ବ୍ୟାୟାମ କରିବା ଶକ୍ତି କମିଯିବାଠାରୁ ଆରମ୍ଭ କରି ଆଟ୍ରିଆଲ ଫିବ୍ରିଲେସନହୃଦ୍‌ପାତ ହୋଇପାରେ । [୨] କେତେକ କ୍ଷେତ୍ରରେ ହଠାତ୍ ହୃଦ୍‌‌ରୋଧ ହୋଇ ରୋଗର ପ୍ରଥମ ସୂଚନା ଦିଏ । [୨] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଯକୃତ ବିଫଳତା ଓ ରକ୍ତ ଜମାଟ ବାନ୍ଧିପାରେ ।[୨]

ଏହାର ସାଧାରଣ କାରଣ ହେଉଛି ଆମିଲଏଡୋସିସ, ସାର୍କଏଡୋସିସ୍, ହେମୋକ୍ରୋମାଟୋସିସ୍ ଏବଂ ଲୋଫଲର ଏଣ୍ଡୋକାର୍ଡ଼ାଇଟିସ । [୨] ଅନ୍ୟାନ୍ୟ କାରଣ ମଧ୍ୟରେ ଷ୍ଟୋରେଜ ରୋଗ, ମଧୁମେହ, ସ୍କ୍ଲେରୋଡର୍ମା, ବିକିରଣ ଥେରାପି, କେତେକ ଔଷଧ ଏବଂ କର୍କଟ ରୋଗ ଅନ୍ତର୍ଭୁକ୍ତ ଥାଏ | [୨] ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ, ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋକାର୍ଡ଼ିଆଲ ବାୟିପ୍ସି କରି ରୋଗ ସମର୍ଥିତ କରିପାରନ୍ତି ।[୨]

ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ | [୨] ମୂଳ କାରଣ ଏବଂ ହୃଦ୍‌ପାତ ନ ହେବା ପାଇଁ ପଦକ୍ଷେପ ନେଇ ଚିକିତ୍ସା କରାଯାଏ | [୨] ହୃଦ୍‌ଘାତକୁ ଡାଇୟୁରେଟିକ, ଫୁରୋସେମାଇଡ, କ୍ୟାଲସିଅମ ଚ୍ୟାନେଲ ବ୍ଲକର କିମ୍ବା ବିଟା ବ୍ଲକର ଦେଇ ଚିକିତ୍ସା କରାଯାଇପାରେ | [୨] ସାର୍କଏଡୋସିସ୍ ପାଇଁ ଆଣ୍ଟିଆରିଦମିକ ଏବଂ ଇମ୍ମ୍ୟୁନୋସପ୍ରେସାଣ୍ଟସ ସାଧାରଣ ଭାବରେ ବ୍ୟବହୃତ ହୋଇଥାଏ। [୨] ରକ୍ତ ଅପସାରଣ କରି ହେମୋକ୍ରୋମାଟୋସିସ ଚିକିତ୍ସା କରାଯାଏ । [୨] କେତେକ କ୍ଷେତ୍ରରେ ହୃତ୍‌ପିଣ୍ଡ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | [୨]

ପ୍ରତିବନ୍ଧକ କାର୍ଡିଓମୋପାଥି ଏକ ଅପେକ୍ଷାକୃତ ବିରଳ ରୋଗ | [୨] ଏହା କାର୍ଡ଼ିଓମାୟୋପାଥି ରୋଗୀଙ୍କ ମଧ୍ୟରୁ ୫% ଥାଆନ୍ତି; ଡାଇଲେଟେଡ ଓ ହାଇପରଟ୍ରଫିକ ଶ୍ରେଣୀ ଅଧିକ ଥାଏ ।[୨] ଆୟୁଷ ସାଧାରଣତଃ ୨ରୁ ୫ ବର୍ଷ ଅଟେ | [୨] ୧୯୩୦ ଦଶକରେ ଏହି ରୋଗ ବର୍ଣ୍ଣନା କରାଯାଇଥିଲା | [୫] ୧୯୬୧ ମସିହା ପର୍ଯ୍ୟନ୍ତ ଏହା ତିନି ମୁଖ୍ୟ ଦଳରେ ବିଭକ୍ତ କରାଯାଇ ନଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Hancock, EW (September 2001). "Differential diagnosis of restrictive cardiomyopathy and constrictive pericarditis". Heart. 86 (3): 343–9. doi:10.1136/heart.86.3.343 (inactive 2020-05-21). PMC 1729880. PMID 11514495.{{cite journal}}: CS1 maint: DOI inactive as of ମଇ 2020 (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ Brown, KN; Pendela, VS; Diaz, RR (January 2020). "Restrictive Cardiomyopathy". PMID 30725919. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Restrictive Cardiomyopathy - Heart and Blood Vessel Disorders". Merck Manuals Consumer Version. Retrieved 10 February 2021.
  4. Kouchoukos, Nicholas T.; Blackstone, Eugene H.; Hanley, Frank L.; Kirklin, James K. (2012). Kirklin/Barratt-Boyes Cardiac Surgery E-Book (in ଇଂରାଜୀ). Elsevier Health Sciences. p. 803. ISBN 978-1-4557-4605-7.
  5. Candell-Riera, J.; Ortega-Alcalde, D. (2012). Nuclear Cardiology in Everyday Practice (in ଇଂରାଜୀ). Springer Science & Business Media. ISBN 978-94-011-1984-9.