ପେଟେଣ୍ଟ ଡକ୍ଟସ ଆର୍ଟେରିଓସସ

ଉଇକିପିଡ଼ିଆ‌ରୁ
Patent ductus arteriosus
Persistent ductus arteriosus
Diagram of a cross-section through a heart with PDA
ବିଭାଗCardiac surgery, paediatrics
ଲକ୍ଷଣShortness of breath, decreased ability to exercise[୧]
ଆକ୍ରାନ୍ତ ସମୟPresent at birth[୨]
କାରଣUnknown[୧]
ବିପଦ କାରକPreterm birth, maternal diabetes, cocaine, calcium channel blockers, birth at high elevation, genetic syndromes[୩]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a heart murmur, confirmed by ultrasound of the heart[୩]
ସଠିକ ରୋଗ ନିର୍ଣ୍ଣୟTotal anomalous pulmonary venous return, persistent truncus arteriosus, pulmonary arteriovenous fistula[୩]
ଚିକିତ୍ସାWatchful waiting, NSAIDs, surgery[୩]
PrognosisGenerally good[୩]
ପୁନଃପୌନିକRelatively common[୨]

ପେଟେଣ୍ଟ ଡକ୍ଟସ ଆର୍ଟେରିଓସସ ( PDA ) ଜନ୍ମ ପୂର୍ବର ଏକ ସଂଯୋଗକାରୀ ନଳୀର ନାମ ଯାହା ଆଓର୍ଟା ଓ ଫୁସଫୁସ ଧମନୀ ଦ୍ୱୟ ସ‌ହ ସଂଯୁକ୍ତ ହୋଇଥାଏ ଓ ଜନ୍ମ ପରେ ଏହି ନଳି ବନ୍ଦ ହୋଇଯିବା ପରିବର୍ତ୍ତେ ରହିଯାଏ ।[୨] ପ୍ରାରମ୍ଭରେ ସାଧାରଣଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ପରବର୍ତ୍ତୀ ସମୟରେ ଅଣନିଶ୍ୱାସ, ଓଜନ ବୃଦ୍ଧି ହୋଇପାରେନି, କିମ୍ବା ବ୍ୟାୟାମ କରିବାରେ ଅସୁବିଧା ହୋଇପାରେ | [୧] [୪] ରୋଗ ଜଟିଳ ହେଲେ ଅନ୍ତର୍ଭୁକ୍ତ କରିପାରେ ହୃଦ୍‌ପାତ, ପଲମୋନାରି ହାଇପରଟେନସନ, ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ, ବୃକ୍‌କ ବିଫଳତା, ଏବଂ ନିଳୟ ଭିତରେ ରକ୍ତସ୍ରାବ । [୩]

ଏହାର କାରଣ ଅଦ୍ୟାବଧି ଜଣା ପଡିନାହିଁ | [୧] ଅକାଳ ଜନ୍ମ, ମାତୃ ମଧୁମେହ, କୋକେନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର ଏବଂ ଅତ୍ୟଧିକ ଉଚ୍ଚ ସ୍ଥାନରେ ଜନ୍ମ ହେଲେ ଏହି ବିପଦ ସଙ୍କଟ ରହିପାରେ | [୩] ଏହା ଅନେକ ଗୁଡ଼ିଏ ଜେନେଟିକ ସିଣ୍ଡ୍ରୋମ ସ‌ହିତ ଜଡ଼ିତ ଥାଏ ଯେପରିକି ଟ୍ରାଇସୋମି ୧୩, ଡାଉନ ସିଣ୍ଡ୍ରୋମ ଏବଂ ଡାଇଜର୍ଜ ସିଣ୍ଡ୍ରୋମ | [୩] ଡକ୍ଟସ ଆର୍ଟେରିଓସ ହେଉଛି ଏକ ଭ୍ରୁଣ ରକ୍ତବାହୀ ନଳୀ ଯାହା ସାଧାରଣତଃ ଜନ୍ମ ହେବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ବନ୍ଦ ହୋଇଯାଏ | [୩] ନିରନ୍ତର ହୃତ୍‌ପିଣ୍ଡ ମରମର ଶବ୍ଦ ଶୁଣାଯାଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ 'ଅଲଟ୍ରାସାଉଣ୍ଡ'ଦ୍ୱାରା ନିଶ୍ଚିତ କରାଯାଇଥାଏ | [୩]

ଲକ୍ଷଣ‌ଯୁକ୍ତ ଲୋକଙ୍କର ଚିକିତ୍ସା ନିମନ୍ତେ ସୁପାରିଶ କରାଯାଇପାରେ | [୩] ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ ଯେପରିକି ଆଇବୁପ୍ରୋଫେନ୍ ଦିଆଯାଇପାରେ କିମ୍ବା ଅସ୍ତ୍ରୋପଚାର କରାଯାଇପାରେ | [୩] ଯଦି ଏହା ୮ ସପ୍ତାହରେ ସ୍ୱତଃ ବନ୍ଦ ନହୁଏ, ତେବେ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ | [୩] ଫଳାଫଳ ସାଧାରଣତ ଭଲ ଅଟେ | [୩]

ଏହା ସାମଗ୍ରିକ ଭାବରେ ଏକ ସାଧାରଣ ରୋଗ କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ଶିଶୁ ଅବସ୍ଥାରେ ବିରଳ | [୨] [୩] ଜନ୍ମ ସମୟରେ ୧ କିଲୋଗ୍ରାମରୁ କମ୍ ଓଜନ ଥିବା ଶିଶୁମାନଙ୍କ ମଧ୍ୟରୁ ୭ ଦିନରେ ୭୦% ପ୍ରଭାବିତ ହୁଅନ୍ତି | [୩] ଅନ୍ୟାନ୍ୟ ଜନ୍ମଗତ ହୃଦ୍‌ରୋଗ ମଧ୍ୟରୁ ୧୦% ଲୋକଙ୍କଠାରେ ମଧ୍ୟ ଏହି ରୋଗ ଥାଏ | [୩] ପ୍ରଥମେଦ୍ୱାରା ୧୦୦ ଶତାବ୍ଦୀରେ ଗ୍ୟାଲେନ ବର୍ଣ୍ଣନା କରିଥିଲେ ।[୫] ଅପରେଶନ ଚିକିତ୍ସା ପ୍ରଥମେ ୧୯୩୮ରେ ଆରମ୍ଭ ହୋଇଥିଲା । [୬]

ଆଧର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Ho, Vincent; Reddy, Gautham P. (2010). Cardiovascular Imaging E-Book (in ଇଂରାଜୀ). Elsevier Health Sciences. p. 583. ISBN 978-1-4557-0697-6.
  2. ୨.୦ ୨.୧ ୨.୨ ୨.୩ "Congenital Heart Defects | NHLBI, NIH". www.nhlbi.nih.gov. Retrieved 7 February 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ Gillam-Krakauer, M; Mahajan, K (January 2020). "Patent Ductus Arteriosus". PMID 28613509. {{cite journal}}: Cite journal requires |journal= (help)
  4. "Patent Ductus Arteriosus - Children's Health Issues". Merck Manuals Consumer Version. Retrieved 7 February 2021.
  5. Sebastian, Anton (2018). A Dictionary of the History of Medicine (in ଇଂରାଜୀ). Routledge. p. PT641. ISBN 978-1-351-46999-9.
  6. Satpathy, M. (2015). Clinical Diagnosis of Congenital Heart Disease (in ଇଂରାଜୀ). JP Medical Ltd. p. 116. ISBN 978-93-5152-912-5.