ପାଲିପେରିଡୋନ

ଉଇକିପିଡ଼ିଆ‌ରୁ
ପାଲିପେରିଡୋନ
Clinical data
Trade namesInvega, Xeplion, Trevicta, others
Synonyms9-hydroxyrisperidone
AHFS/Drugs.commonograph
MedlinePlusa607005
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth (OROS tablets), intramuscular
Legal status
Legal status
Pharmacokinetic data
Bioavailability28% (by mouth)
Elimination half-life23 hours (by mouth)
Excretion1% unchanged in urine 18% unchanged in feces
Identifiers
  • (RS)-3-[2-[4-(6-fluoro-1,2-benzoxazol-3-yl)piperidin-1-yl]ethyl]-9-hydroxy-2-methyl-6,7,8,9-tetrahydropyrido[1,2-a]pyrimidin-4-one
ECHA InfoCard100.117.604 Edit this at Wikidata
Chemical and physical data
FormulaC23H27FN4O3
Molar mass୪୨୬.୪୯ g·mol−1
3D model (JSmol)
  • O=C/1N5/C(=N\C(=C\1CCN4CCC(c3noc2cc(F)ccc23)CC4)C)[C@H](O)CCC5
  • InChI=1S/C23H27FN4O3/c1-14-17(23(30)28-9-2-3-19(29)22(28)25-14)8-12-27-10-6-15(7-11-27)21-18-5-4-16(24)13-20(18)31-26-21/h4-5,13,15,19,29H,2-3,6-12H2,1H3/t19-/m1/s1 checkY
  • Key:PMXMIIMHBWHSKN-LJQANCHMSA-N checkY
  (verify)

ପାଲିପେରିଡୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇନଭେଗା, ହେଉଛି ଏକ ଅସ୍ୱାଭାବିକ ବା ଏଟିପିକାଲ୍ ଆଣ୍ଟିସାଇକୋଟିକ୍ ଔଷଧ ଯାହା ସିଜୋଫ୍ରେନିଆ ଏବଂ ସିଜୋଫେକ୍ଟିଭ୍ ବେମାରୀ ଇତ୍ୟାଦିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଇପାରେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଇପାରେ[୫] ଏହି ରୋଗର ଚିକିତ୍ସା ଫଳ ବିଷୟରେ ଯେତେବେଳେ ଅପ୍ରକାଶିତ ସାହିତ୍ୟକୁ ଅନ୍ତର୍ଭୁକ୍ତ କରାଯାଏ, ଲାଭଗୁଡ଼ିକ କମ୍ ହୋଇଥାଏ ଏବଂ କେବଳ ପ୍ରକାଶିତ ସାହିତ୍ୟକୁ ଦେଖିବା ଅପେକ୍ଷା କ୍ଷତି ଅଧିକ ହୋଇଥାଏ ।[୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରା ସମସ୍ୟା, ପାର୍କିନସୋନିଜ୍ମ, ଅନିଚ୍ଛାକୃତ ମାଂସପେଶୀ ଚଳନ, ମୁଣ୍ଡ ବୁଲାଇବା, ଉତ୍ତେଜନା, ଉଦାସୀନତା, ଓଜନ ବୃଦ୍ଧି, ଅଇ, ଶୁଖିଲା ପାଟି, କ୍ୟୁଟି (QT) ବିସ୍ତାର, ଏବଂ ଥକ୍କା ଅନ୍ତର୍ଭୁକ୍ତ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ମଧୁମେହ ଏବଂ ହାଇପରପ୍ରୋଲାକ୍ଟିନେମିଆ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଡିମେନସିଆ ରୋଗ‌ଗ୍ରସ୍ତ ବୟସ୍କ ବ୍ୟକ୍ତିଙ୍କ ଏହି ଔଷଧ ସେବନ ଯୋଗୁ ମୃତ୍ୟୁ ବ୍ୟବହାର ଆଶଙ୍କା ଢ଼ିଯାଇଥାଏ ।[୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।[୭] ଡୋପାମାଇନ୍ ଏବଂ ସେରୋଟୋନିନ୍ ଉପରେ ଏହାର ପ୍ରଭାବ ଯୋଗୁଁ ଉପକାର ମିଳୁଥିବା ବିଶ୍ୱାସ କରାଯାଏ ।[୫]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଲିପେରିଡୋନ ଅନୁମୋଦିତ ହୋଇଥିଲା ।[୫] [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୮] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଗୋଟିଏ ମାସରେ ବ୍ୟବ‌ହାର ଖର୍ଚ୍ଚ ପ୍ରାୟ £୧୦୫ ହୁଏ ।[୯] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୪୦୦ ଡଲାର ଅଟେ ।[୧୦]

ଆଧାର[ସମ୍ପାଦନା]

  1. "Invega- paliperidone tablet, extended release". DailyMed. Archived from the original on 24 January 2016. Retrieved 19 August 2020.
  2. "Invega Sustenna- paliperidone palmitate injection". DailyMed. 31 January 2019. Archived from the original on 13 May 2021. Retrieved 19 August 2020.
  3. "Invega Trinza- paliperidone palmitate injection, suspension, extended release". DailyMed. 31 January 2019. Archived from the original on 17 June 2021. Retrieved 19 August 2020.
  4. ୪.୦ ୪.୧ ୪.୨ "Invega". Archived from the original on 9 January 2021. Retrieved 25 October 2021.
  5. ୫.୦ ୫.୧ ୫.୨ ୫.୩ ୫.୪ "Paliperidone Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 25 October 2021.
  6. Hodkinson, A; Heneghan, C; Mahtani, KR; Kontopantelis, E; Panagioti, M (25 August 2021). "Benefits and harms of Risperidone and Paliperidone for treatment of patients with schizophrenia or bipolar disorder: a meta-analysis involving individual participant data and clinical study reports". BMC medicine. 19 (1): 195. doi:10.1186/s12916-021-02062-w. PMID 34429113.{{cite journal}}: CS1 maint: unflagged free DOI (link)
  7. "Paliperidone Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 25 October 2021.
  8. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 422. ISBN 978-0857114105.
  10. "Invega Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 January 2021. Retrieved 25 October 2021.