ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ

ଉଇକିପିଡ଼ିଆ ରୁ
Jump to navigation Jump to search
ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (Neuroleptic malignant syndrome)
Haloperidol (Haldol).jpg
ହାଲୋପେରିଡଲ, ଏକ ଜଣାଶୁଣା ଏନଏମଏସ
ବିଭାଗକ୍ରିଟିକାଲ କେୟାର ମେଡିସିନ (Critical care medicine), ସ୍ନାୟୁରୋଗ ବିଜ୍ଞାନ (neurology), ମାନସିକ ଚିକିତ୍ସା ବିଜ୍ଞାନ psychiatry
ଲକ୍ଷଣଅତ୍ୟୁଚ୍ଚ ତାପାମାତ୍ରା (High fever
ଆକ୍ରାନ୍ତ ସମୟକିଛି ସପ୍ତାହ ମଧ୍ୟରେ[୧]
କାରଣଆଣ୍ଟିସାଇକୋଟିକ (Neuroleptic or antipsychotic medication)[୨]
ବିପଦ କାରକନିର୍ଜଳନ (Dehydration), ସାଇକୋମୋଟୋର ଏଜିଟେସନ (agitation), କାଟାଟୋନିଆ catatonia[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୪]
ସଠିକ ରୋଗ ନିର୍ଣ୍ଣୟଅଂଶୁଘାତ Heat stroke, ମାଲିଗନାଣ୍ଟ ହାଇପରଥର୍ମିଆ, ସେରୋଟୋନିନ ସିଣ୍ଡ୍ରୋମ serotonin syndrome, ଲେଥାଲ କାଟାଟୋନିଆ (lethal catatonia)[୪]
ଔଷଧଡାନଟ୍ରୋଲିନ (Dantrolene), ବ୍ରୋମୋକ୍ରିପଟିନ (bromocriptine), ଡାଏଜେପାମ [୪]
ଚିକିତ୍ସାରୋଗ କରାଉଥିବା ଔଷଧ ବନ୍ଦ କରାଯିବା, ଦୃତ ଥଣ୍ଡା କରିବା ଓ ଅନ୍ୟାନ୍ୟ ଔଷଧ ବ୍ୟବ‌ହାର କରିବା । [୪]
ପୌନଃପୁନିକବାର୍ଷକ ପ୍ରତି ୧୦୦,୦୦୦ରେ ୧୫ ଜଣ (ନିଉରୋଲେପ୍ଟିକରେ)[୨]

ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ବା ଏନଏମଏସ (ଇଂରାଜୀ ଭାଷାରେ Neuroleptic malignant syndrome or NMS) ଏକ ପ୍ରାଣ ଘାତକ ପ୍ରତିକ୍ରିୟା ଯାହା ନିଉରୋଲେପ୍ଟିକ ବା ଆଣ୍ଟିସାଇକୋଟିକ (neuroleptic or antipsychotic medication) ଔଷଧ ସେବନ କଲେ ହୋଇପାରେ ।[୨] ଅତ୍ୟୁଚ୍ଚ ତାପାମାତ୍ରା (High fever|, ଦ୍ୱନ୍ଦ୍ୱ (confusion), ଶକ୍ତ ମାଂସପେଶୀ, ଭିନ୍ନ ଭିନ୍ନ ଧରଣର ରକ୍ତଚାପ, ସ୍ୱେଦ ନିର୍ଗତ ଆଦି ଲକ୍ଷଣ ଦେଖାଯାଏ ।[୨][୪]

ନିଉରୋଲେପ୍ଟିକ ପରିବାରର ଯେ କୌଣସି ଔଷଧ ଯୋଗୁ ଏହି ବେମାରୀ ହୋଇପାରେ କିନ୍ତୁ ଆଟିପିକାଲ ଆଣ୍ଟିସାଇକୋଟିକ (atypicals) ଅପେକ୍ଷା ଟିପିକାଲ ଆଣ୍ଟସାଇକୋଟିକ ଓଷଧର (typical antipsychotics) ଅଧିକ ରୋଗ ସଙ୍କଟ ଥାଏ ।[୨] ଔଷଧ ଆରମ୍ଭ କରିବାର କିଛି ସପ୍ତାହ ମଧ୍ୟରେ ଯେ କୌଣସି ମୂହୁର୍ତ୍ତରେ ଏହି ବେମାରୀ ଆରମ୍ଭ ହୋଇପାରେ ।[୨][୧] ନିର୍ଜଳନ (Dehydration), ସାଇକୋମୋଟୋର ଏଜିଟେସନ (agitation), କାଟାଟୋନିଆ catatonia ଆଦି ଏହି ରୋଗର ସଙ୍କଟ କାରକ ଅଟନ୍ତି ।[୩] ଦୃତ ଗତିରେ ଲେଭୋଡୋପା (levodopa) ଔଷଧ ବ୍ୟବ‌ହାର କରିବା ବନ୍ଦ କରିଦେଲେ ଏହି ଅବସ୍ଥା ଟ୍ରିଗର ହୋଇଯାଏ ।[୨] ଡୋପାମିନ ରିସେପ୍ଟର (dopamine receptors) ଅବରୋଧ ହୋଇଗଲେ ଏହା ଆରମ୍ଭ ହୋଇଯାଏ ।[୨] ଲକ୍ଷଣ ଅନୁଶୀଳନ କରି ରୋଗ ନିର୍ଣ୍ଣୟ କରାଯାଇପାରେ । [୪]

ଏହିର ଚିକିତ୍ସାରେ ମୂଖ୍ୟତଃ ରୋଗ ସୃଷ୍ଟିକାରୀ ଔଷଧ ବ୍ୟବ‌ହାର ବନ୍ଦ, ଦୃତ ଗତିରେ ଥଣ୍ଡା କରିବା ଓ ଅନ୍ୟ ଔଷଧ ଆରମ୍ଭ କରାଯାଏ ।[୪] ଡାନଟ୍ରୋଲିନ (Dantrolene), ବ୍ରୋମୋକ୍ରିପଟିନ (bromocriptine), ଡାଏଜେପାମ ଆଦି ଔଷଧ ଦିଆଯାଏ ।[୪] ପ୍ରାୟ ୧୦% ରୋଗୀ ମୃତ୍ୟୁ ବରଣ କରନ୍ତି ।[୩] ଅଳ୍ପ ମାତ୍ରାର ଆଣ୍ଟିସାଇକୋଟିକ ଔଷଧ ନେଇ ଅନେକ ଲୋକଙ୍କର ରୋଗ ଉପଶମ ହୁଏ । [୪][୧]

ମାନସିକ ରୋଗ ଚିକିତ୍ସାଳୟରେ (psychiatric hospitals) ନିଉରୋଲେପ୍ଟିକ ଔଷଧ ନେଉଥିବା ରୋଗୀଙ୍କ ମଧ୍ୟରୁ ବାର୍ଷିକ ପ୍ରତି ୧୦୦,୦୦୦ରୋଗୀରେ ୧୫ ଜଣ ଏହି ରୋଗାକ୍ରାନ୍ତ ହୁଅନ୍ତି । [୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ।[୨] ବିଂଶ ଶତାବ୍ଦୀରେ ଦ୍ୱିତୀୟ ଭାଗରେ ପ୍ରତି ବର୍ଷ ୨% ଅଧିକ ଲୋକ ଆକ୍ରାନ୍ତ ହେଉଥିଲେ । [୨] ଏହି ରୋଗ ବିଷୟରେ ପ୍ରଥମେ ସନ ୧୯୫୬ରେ ଲିଖିତ ବିବରଣୀ ଆସିଥିଲା । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Neuroleptic Malignant Syndrome Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 4 July 2017. Retrieved 1 July 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Berman, BD (January 2011). "Neuroleptic malignant syndrome: a review for neurohospitalists". The Neurohospitalist. 1 (1): 41–7. doi:10.1177/1941875210386491. PMC 3726098. PMID 23983836.
  3. ୩.୦ ୩.୧ ୩.୨ Strawn JR, Keck PE, Caroff SN (2007). "Neuroleptic malignant syndrome". The American Journal of Psychiatry. 164 (6): 870–6. doi:10.1176/ajp.2007.164.6.870. PMC 1548357. PMID 17541044.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Neuroleptic Malignant Syndrome - NORD (National Organization for Rare Disorders)". NORD (National Organization for Rare Disorders). 2004. Archived from the original on 19 February 2017. Retrieved 1 July 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ