ଡୋପାମିନ୍

ଉଇକିପିଡ଼ିଆ‌ରୁ


ଡୋପାମିନ୍
Clinical data
Trade namesIntropin, Dopastat, Revimine, others
Synonyms2-(3,4-Dihydroxyphenyl)ethylamine; 3,4-Dihydroxyphenethylamine; 3-hydroxytyramine; DA; Intropin; Revivan; Oxytyramine; Prolactin inhibiting factor; Prolactin inhibiting hormone
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
Intravenous injection
ATC code
Legal status
Legal status
  • ℞ (Prescription only)
Pharmacokinetic data
MetabolismALDH, DBH, MAO-A, MAO-B, COMT
ExcretionKidney
Identifiers
  • 4-(2-Aminoethyl)benzene-1,2-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.101 Edit this at Wikidata
Chemical and physical data
FormulaC8H11NO2
Molar mass153.18 g/mol
3D model (JSmol)
Density1.26 g/cm3
Melting point128 °C (262 °F)
Boiling pointdecomposes
  • c1cc(c(cc1CCN)O)O
  • InChI=1S/C8H11NO2/c9-4-3-6-1-2-7(10)8(11)5-6/h1-2,5,10-11H,3-4,9H2 checkY
  • Key:VYFYYTLLBUKUHU-UHFFFAOYSA-N checkY
  (verify)

ଡୋପାମିନ୍, ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍‌ସ୍ପନ୍ଦନ ହାରହୃଦ୍‌ରୋଧ ଚିକିତ୍ସା ନିମନ୍ତେ ଏପିନେଫ୍ରିନ ନ ମିଳୁଥଲେ ଦିଆଯାଏ ।[୧] ନବଜାତ ଶିଶୁଙ୍କର ନିମ୍ନ ରକ୍ତଚାପ ଥିଲେ ଏହା ପସନ୍ଦ ଯୋଗ୍ୟ ଔଷଧ ହୁଏ ।[୨] ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବ‌ହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ ।[୩][୪] ଏହା ଶିରାଭ୍ୟନ୍ତର ଇଞ୍ଜେକସନ ବା ଇଣ୍ଟ୍ରାଓସିଅସ ଇନଫ୍ୟୁଜନ ଆକାରରେ ଦିଆଯାଏ । ଔଷଧ ପ୍ରଭାବ ୫ ମିନିଟ ମଧ୍ୟରେ ଆରମ୍ଭ ହୁଏ । ଡୋଜ ଆବଶ୍ୟକତା ଅନୁସାରେ ବଢ଼େଇ ଦିଆଯାଏ । [୧]

ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବୃକ୍କୀୟ କାର୍ଯ୍ୟ ସମସ୍ୟା, ଅନିୟମିତ ହୃତ‌ସ୍ପନ୍ଦନ, ଛାତି ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ବା ଉତ୍କଣ୍ଠା ଇତ୍ୟାଦି ଦେଖାଯାଏ । ଇଞ୍ଜେକସନ ଶିରା ମଧ୍ୟରୁ ବାହାରି ଯାଇ କୋମଳ ତନ୍ତୁରେ ମିଶିଲେ ତନ୍ତୁ ମୃତ୍ୟୁ ହୁଏ । ଏହି ସଙ୍କଟ କମେଇବା ନିମନ୍ତେ ଫେଣ୍ଟୋଲାମିନ ଦିଆଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ବିପଦ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନାହିଁ । ସ୍ୱଳ୍ପ ମାତ୍ରାରେ ଏହା ଡୋପାମିନ ରିସେପ୍ଟରβ1- ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ ଟ୍ରିଗର କରେ: ଉଚ୍ଚ ମାତ୍ରାରେ α- ଆଡ୍ରେନର୍ଜିକ ରିସେପ୍ଟର ମାଧ୍ୟମରେ କାମ କରେ ।[୧]

ସନ ୧୯୧୦ରେ ପ୍ରଥମେ ଇଂଲଣ୍ଡର ଜର୍ଜ ବାର୍ଜର (George Barger) ଓ ଜେମସ ଇୱେନ ଲାବୋରେଟରିରେ ଡୋପାମିନ ପ୍ରସ୍ତୁତ କରିଥିଲେ ।[୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (en:World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶରେ ସନ ୨୦୧୪ରେ ଏହାର ୪୦୦ମିଗ୍ରାର ହୋଲସେଲ ମୂଲ୍ୟ $୦.୨୮ରୁ $୦.୬୦ ଆମେରିକୀୟ ଡଲାର ଥିଲା ।[୭] ମାନବ ଶରୀରକ୍ରିୟାତ‌ତ୍ତ୍ୱରେ ଡୋପାମିନ ଏକା ଧାରରେ ଏକ ନିଉରୋଟ୍ରାନ୍ସମିଟର (neurotransmitter) ଓ ଏକ ହରମୋନ[୮]

ଡାକ୍ତରୀ ବ୍ୟବ‌ହାର[ସମ୍ପାଦନା]

ନିମ୍ନ ରକ୍ତ ଚାପ[ସମ୍ପାଦନା]

ନବଜାତ ଶିଶୁଙ୍କର ଅତି ନିମ୍ନ ରକ୍ତ ଚାପ ନିମନ୍ତେ ଏହା ସବୁଠାରୁ ପସନ୍ଦ ଯୋଗ୍ୟ ଔଷଧ ।[୨]ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବ‌ହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ ।[୩][୪]

ନିମ୍ନ ରକ୍ତ ପରିମାଣ ଥିଲେ ପ୍ରଥମେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ଓ ପରେ ଡୋପାମିନ୍ ଦେବା କଥା ଚିନ୍ତା କରାଯାଏ । [୧]

ବୃକ୍‌କ କାର୍ଯ୍ୟ[ସମ୍ପାଦନା]

ଆକ୍ୟୁଟ ବୃକ୍‌କ ଆଘାତ (acute kidney injury) ହେଲେ ନିମ୍ନ ମାତ୍ରାର ଡୋପାମିନ ରୁଟିନ ହିସାବରେ ଦିଆଯାଏ । କିନ୍ତୁ ସନ ୧୯୯୯ରେ ଅନେକ ଅନୁଶୀଳନ ପରେ ଦେଖାଗଲା, ନିମ୍ନ ମାତ୍ରାର ଔଷଧ ପ୍ରଭାବଶାଳୀ ନୁହେଁ ଓ ବେଳେବେଳେ ବରଂ କ୍ଷତିକାରାକ ହୁଏ । [୯][୧୦]

ଦେବା ପଦ୍ଧତି[ସମ୍ପାଦନା]

ପ୍ଲାଜ୍ମାର ବାୟୋଲୋଜିକାଲ ହାଫ ଲାଇଫ ଅତି ଅଳ୍ପ, ବଡ଼ ମଣଷଙ୍କର ପ୍ରାୟ ଏକ ମିନିଟ ଓ ନବଜାତଙ୍କର ୨ମିନିଟ ଓ ଅକାଳ ଜନ୍ମିତ ଶିଶୁର ୫ମିନିଟ- ଏହା ଶିରାଭ୍ୟନ୍ତର ଡ୍ରିପ ଆକାରରେ ଦିଆଯାଏ ।[୧୧]

ଅନ୍ୟାନ୍ୟ ବ୍ୟବ‌ହାର[ସମ୍ପାଦନା]

ନିଗ୍ରୋସ୍ଟ୍ରାଏଟାଲ ପାଥ‌ୱେର କାର୍ଯ୍ୟ ସମୀକ୍ଷା କରବା ନିମନ୍ତେ ବ୍ୟବ‌ହାର କରାଯାଉଥିବା ପଜିଟ୍ରନ ଏମିସନ ଟୋମୋଗ୍ରାଫିରେ ଡୋପାମିନ୍‌ର ଏକ ଫ୍ଲୋରିନେଟେଡ ଆକାରର ଏଲ-ଡୋପା ବ୍ୟବ‌ହାର କରାଯାଏ ।[୧୨]

ଅଣସୂଚନା[ସମ୍ପାଦନା]

ଫେଓକ୍ରୋମୋସାଇଟୋମା ବା ଅତି ଦୃତ ହୃତ୍‌ପିଣ୍ଡ ଗତି ରୋଗମାନଙ୍କରେ ଡୋପାମିନ ଦିଆଯାଏ ନାହିଁ ।[୧]

ପାର୍ଶ୍ୱ ପ୍ରତିକ୍ରିୟା[ସମ୍ପାଦନା]

ଏଲଡି୫୦ ବା ୫୦% ଲୋକଙ୍କ ନିମନ୍ତେ ଘାତକ ସିଦ୍ଧ ହେଉଥିବା ମାତ୍ରା ହେଉଛି: ୫୯ ମିଗ୍ରା/କେଜି (ମୂଷା; ଶିରାଭ୍ୟନ୍ତର ଇଞ୍ଜେକସନ); ୯୫୦ ମିଗ୍ରା/କେଜି (ମୂଷା; ପେରିଟିନିଅମରେ ଦିଆଯାଇଥିବା); ୧୬୩ ମିଗ୍ରା/କେଜି (ମୂଷା;ପେରିଟୋନିଅମ ଭିତରେ ଦିଆଯାଇଥିବା); ୭୯ ମିଗ୍ରା/କେଜି (କୁକୁର; ଶିରାଭ୍ୟନ୍ତରରେ ଦିଆଯାଇଥିବା) ।[୧୩]

ବ‌ହିର୍ଗମନ[ସମ୍ପାଦନା]

ଶିରାଭ୍ୟନ୍ତର ଇଞ୍ଜେକସନ ବାହାରକୁ ଇଞ୍ଜେକସନ ନିର୍ଗତ ହେବା ଫଳରେ ତନ୍ତୁ ମୃତ୍ୟୁ ହୁଏ ।[୧] ଫେଣ୍ଟୋଲାମିନ ଇଞ୍ଜେକସନ ଉକ୍ତ ସ୍ଥାନରେ ଦେଲେ ତନ୍ତୁ ମୃତ୍ୟୁ ସଙ୍କଟ କମିଯାଏ । [୧]

କ୍ରିୟା ବିଧି[ସମ୍ପାଦନା]

ମାତ୍ରା ଅନୁସାରେ ଏହାର କାର୍ଯ୍ୟ ସାଧାନ ହୁଏ: ବୃକ୍‌କଦ୍ୱାରା ଅଧିକ ସୋଡ଼ିଅମ ନିଷ୍କାସନ ହୁଏ, ହୃତ୍‌ପିଣ୍ଡ ଗତି ଦୃତ ହୁଏ ଓ ରକ୍ତ ଚାପ ବୃଦ୍ଧି ପାଏ ।[୧୧] ନିମ୍ନ ମାତ୍ରାରେ ଏହା ସିମ୍ପାଥେଟିକ ସ୍ନାୟୁ ମଣ୍ଡଳ ମାଧ୍ୟମରେ ହୃତ୍‌ପିଣ୍ଡ ମାଂସପେଶୀ ସଂକୋଚନ ବଳ ଓ ହୃଦ୍‌ଗତି ବୃଦ୍ଧି ପାଏ, ଫଳରେ କାର୍ଡ଼ିଆକ ଆଉଟପୁଟ ବା ହୃତ୍‌ପିଣ୍ଡରୁ ବାହାରୁଥିବା ରକ୍ତ ପରିମାଣ ଓ ରକ୍ତ ଚାପ ବଢ଼େ ।[୧୪][୧୫]

ଡୋପାମିନ ରିସେପ୍ଟର ଉତ୍ତେଜକ ଭାବରେ କିଛି ଫଳ ମିଳୁଥିଲେ ମଧ୍ୟ ମୂଖ୍ୟତଃ α, ββ ଆଡ୍ରେନୋରିସେପ୍ଟର ଯୋଗୁ ହୃତ୍‌ପିଣ୍ଡରକ୍ତନଳୀ ଉପରେ ପ୍ରଭାବ ପଡ଼େ ।[୧୬][୧୭]



ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Dopamine Hydrochloride". drugs.com. American Society of Health-System Pharmacists. June 29, 2016. Retrieved 15 July 2016.
  2. ୨.୦ ୨.୧ Bhayat, SI; Gowda, HM; Eisenhut, M (8 May 2016). "Should dopamine be the first line inotrope in the treatment of neonatal hypotension? Review of the evidence". World journal of clinical pediatrics. 5 (2): 212–22. PMID 27170932.
  3. ୩.୦ ୩.୧ De Backer, D; Aldecoa, C; Njimi, H; Vincent, JL (March 2012). "Dopamine versus norepinephrine in the treatment of septic shock: a meta-analysis*". Critical care medicine. 40 (3): 725–30. PMID 22036860.
  4. ୪.୦ ୪.୧ Dellinger, RP; Levy, MM; Rhodes, A; Annane, D; Gerlach, H; Opal, SM; Sevransky, JE; Sprung, CL; Douglas, IS; Jaeschke, R; Osborn, TM; Nunnally, ME; Townsend, SR; Reinhart, K; Kleinpell, RM; Angus, DC; Deutschman, CS; Machado, FR; Rubenfeld, GD; Webb, SA; Beale, RJ; Vincent, JL; Moreno, R; Surviving Sepsis Campaign Guidelines Committee including the Pediatric, Subgroup (February 2013). "Surviving sepsis campaign: international guidelines for management of severe sepsis and septic shock: 2012". Critical care medicine. 41 (2): 580–637. PMID 23353941.
  5. Fahn S (2008). "The history of dopamine and levodopa in the treatment of Parkinson's disease". Movement Disorders. 23 Suppl 3: S497–508. doi:10.1002/mds.22028. PMID 18781671. According to Hornykiewicz,6 dopamine was first synthesized by George Barger and James Ewens in 1910 at the Wellcome labs in London, England.
  6. "WHO Model List of Essential Medicines" (PDF). World Health Organization. October 2013. Retrieved 24 September 2015.
  7. "Dopamine". International Drug Price Indicator Guide. Archived from the original on 14 April 2020. Retrieved 5 December 2015.
  8. Millar, Thomas (2002). Biochemistry explained : a practical guide to learning biochemistry. London: Routledge. p. 40. ISBN 9780415299411.
  9. Karthik S, Lisbon A (2006). "Low-dose dopamine in the intensive care unit". Seminars in Dialysis. 19 (6): 465–71. doi:10.1111/j.1525-139X.2006.00208.x. PMID 17150046.
  10. Power, DA; Duggan, J; Brady, HR (April 1999). "Renal-dose (low-dose) dopamine for the treatment of sepsis-related and other forms of acute renal failure: ineffective and probably dangerous". Clinical and experimental pharmacology & physiology. Supplement. 26: S23-8. PMID 10386250.
  11. ୧୧.୦ ୧୧.୧ Bhatt-Mehta V, Nahata MC (1989). "Dopamine and dobutamine in pediatric therapy". Pharmacotherapy. 9 (5): 303–14. PMID 2682552.
  12. Deng WP, Wong KA, Kirk KL (2002). "Convenient syntheses of 2-, 5- and 6-fluoro- and 2,6-difluoro-L-DOPA". Tetrahedron: Asymmetry. 13 (11): 1135–1140. doi:10.1016/S0957-4166(02)00321-X. {{cite journal}}: Cite has empty unknown parameter: |month= (help)
  13. Lewis RJ (2004). Sax's Dangerous Properties of Industrial Materials, 11th Ed. Hoboken, NJ.: Wiley & Sons. p. 1552. ISBN 0-471-47662-5.
  14. Bronwen JB, Knights KM (2009). Pharmacology for Health Professionals (2nd ed.). Elsevier Australia. p. 192. ISBN 0-7295-3929-6.
  15. De Backer D, Biston P, Devriendt J, Madl C, Chochrad D, Aldecoa C, Brasseur A, Defrance P, Gottignies P, Vincent JL (2010). "Comparison of dopamine and norepinephrine in the treatment of shock". The New England Journal of Medicine. 362 (9): 779–89. doi:10.1056/NEJMoa0907118. PMID 20200382.
  16. Moses, Scott. "Dopamine". Family Practice Notebook. Retrieved 1 February 2016. Dopamine binds to alpha-1 and beta-1 adrenergic receptors. Mediated through myocardial beta-1 adrenergic receptors, dopamine increase heart rate and force, thereby increasing cardiac output. Alpha-1 adrenergic receptor stimulation on vascular smooth muscle, leads to vasoconstriction and results in an increase in systemic vascular resistance
  17. Katritsis, Demosthenes G.; Gersh, Bernard J.; Camm, A. John (19 September 2013). Clinical Cardiology: Current Practice Guidelines (in ଇଂରାଜୀ). OUP Oxford. p. 314. ISBN 9780191508516. Dopamine binds to beta-1, beta-2, alpha-1 and dopaminergic receptors.