ଟାର୍ଡିଭ ଡିସକାଇନେସିଆ

ଉଇକିପିଡ଼ିଆ‌ରୁ
ଟାର୍ଡିଭ ଡିସକାଇନେସିଆ (Tardive dyskinesia)
ଲିଙ୍ଗୁଓଫେସିଆଲ ଡିସକାଇନେସିଆ (Linguofacial dyskinesia), ଟାର୍ଡିଭ ଡିସଟୋନିଆ (tardive dystonia), ଟାର୍ଡିଭ ଓରାଲ ଡିସକାଇନେସିଆ (tardive oral dyskinesia)[୧]
Dopamine-3d-CPK.png
ନିଉରୋଟ୍ରାନ୍ସମିଟର ଡୋପାମିନକୁ (dopamine) ଟାର୍ଡିଭ ଡିସକାଇନେସିଆ ପ୍ରଭାବିତ କରୁଥିବା ବିଶ୍ୱାସ କରାଯାଏ ।
ଉଚ୍ଚାରଣ
ବିଭାଗମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣଅନିଚ୍ଛାକୃତ ପୁନଃପୌନିକ ଶରୀର ଚଳନ (Involuntary, repetitive body movements)[୧]
କାରଣନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide)[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ରୋଗ‌ଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]
ସଠିକ ରୋଗ ନିର୍ଣ୍ଣୟହଣ୍ଟିଙ୍ଗଟନସ ରୋଗ (Huntington's disease), ସେରେବ୍ରାଲ୍ ପାଲ୍‌ସି, ଟୁରେଟ ସିଣ୍ଡ୍ରୋମ (Tourette syndrome), ଡିସଟୋନିଆ (dystonia)[୨]
ପ୍ରତିକାରUsing lowest possible dose of neuroleptic medication[୩]
ଔଷଧଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin)[୧][୪]
ଚିକିତ୍ସାନିଉରୋଲେପ୍ଟିକ ଔଷଧ ସେବନ ତୁରନ୍ତ ବନ୍ଦ କରି କ୍ଲୋଜାପିନ ଦିଆଯାଏ । [୧]
Prognosisପରିବର୍ତ୍ତନଶୀଳ[୧]
ପୁନଃପୌନିକ୨୦% (atypical antipsychotics) ୩୦% (typical antipsychotics)[୫]

ଟାର୍ଡିଭ ଡିସକାଇନେସିଆ (ଇଂରାଜୀ ଭାଷାରେ Tardive dyskinesia ବା TD) ବେମାରୀରେ ଶରୀରର ଅନିଚ୍ଛାକୃତ ଚଳନ ହୁଏ ।[୧] ମୁହଁର ବିକୃତ ଭଙ୍ଗି, ଜିଭ ବାହାରକୁ ବାହାର ହୋଇଯିବା ଓ ଓଠ କାମୁଡ଼ିବା ଆଦି ହେବା ଦେଖାଯାଏ । [୧] ଅଧିକନ୍ତୁ କୋରିଆ (rapid jerking movements) ଓ ଆଥେଟୋସିସ (slow writhing movements) ରୋଗ ମଧ୍ୟ ହୋଇପାରେ ।[୧] ପ୍ରାୟ ୨୦% ରୋଗୀଙ୍କର କର୍ମ ଶକ୍ତି କମିଯାଏ ।[୩]

ଦୀର୍ଘ କାଳ ଧରି ନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide) ଔଷଧ ବ୍ୟବ‌ହାର କଲେ ଏହି ରୋଗ ହୁଏ । [୧][୨] ଏହି ଔଷଧ ଗୁଡ଼ିକ ସାଧାରଣତଃ ମାନସିକ ବେମାରୀ ନିମନ୍ତେ ଦିଆଗଲେ ମଧ୍ୟ ପାକଅନ୍ତନଳୀ ବା ସ୍ନାୟୁ ଜନିତ ବେମାରୀ ଗୁଡ଼ିକରେ ଦିଆଯାଇପାରେ ।[୧] ମାସ ମାସ ବା ବର୍ଷ ବର୍ଷ ଧରି ବ୍ୟବ‌ହାର କଲାପରେ ଏହି ରୋଗ ବାହାରେ ।[୧][୩] ସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ‌ଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ନିଉରୋଲେପ୍ଟିକ ଔଷଧ ଆବଶ୍ୟକ ସ୍ଥଳେ ଯେତେ ସମ୍ଭବ କମ୍ ମାତ୍ରାରେ ବ୍ୟବ‌ହାର କଲେ ଏହି ରୋଗର ପ୍ରତିଷେଧ ସମ୍ଭବ ହୋଇପାରିବ ।[୩] ଏହି ରୋଗର ଚିକିତ୍ସା ଆରମ୍ଭ କଲେ ଯଦି ସମ୍ଭବ ହୁଏ ନିଉରୋଲେପ୍ଟିକ ବନ୍ଦ କରି କ୍ଲୋଜାପିନ (clozapine) ଦିଆଯାଏ ।[୧] ଲକ୍ଷଣ କମ କରିବା ନିମନ୍ତେ ଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin) ଆଦି ଔଷଧ ଦିଆଯାଇପାରେ ।[୧][୪] ଔଷଧ ଦେବା ଫଳରେ କେତେକ ରୋଗୀଙ୍କର ଉପଶମ ହୁଏ ଓ ଅନ୍ୟ କେତେକଙ୍କର ଉପଶମ ହୁଏନାହିଁ ।[୧]

ଆଟିପିକାଲ ଆଣ୍ଟିସାଇକୋଟିକ ଦେବା ପରେ (atypical antipsychotics) ଓ ଟିପିକାଲ ଆଣ୍ଟିସାଇକୋଟିକ (typical antipsychotics) ପରେ 30% ଲୋକଙ୍କର ରୋଗ ପୁନର୍ବାର ହୁଏ ।[୫] ବୃଦ୍ଧ ଲୋକଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । [୩] ସନ ୧୯୬୪ରୁ ଏହି ଟାର୍ଡିଭ ଡିସକାଇନେସିଆ ଶବ୍ଦଟି ବ୍ୟବ‌ହାର ହୋଇଆସୁଛି ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Tardive dyskinesia". rarediseases.info.nih.gov (in ଇଂରାଜୀ). 1 June 2017. Archived from the original on 18 June 2017. Retrieved 10 June 2017.
  2. ୨.୦ ୨.୧ ୨.୨ "Tardive Dyskinesia". NORD (National Organization for Rare Disorders). 2015. Archived from the original on 28 August 2017. Retrieved 11 June 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  4. ୪.୦ ୪.୧ "Tardive Dyskinesia Information Page". National Institute of Neurological Disorders and Stroke. Archived from the original on 2017-07-04.
  5. ୫.୦ ୫.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ