Jump to content

ଟାର୍ଡିଭ ଡିସକାଇନେସିଆ

ଉଇକିପିଡ଼ିଆ‌ରୁ
ଟାର୍ଡିଭ ଡିସକାଇନେସିଆ (Tardive dyskinesia)
ଲିଙ୍ଗୁଓଫେସିଆଲ ଡିସକାଇନେସିଆ (Linguofacial dyskinesia), ଟାର୍ଡିଭ ଡିସଟୋନିଆ (tardive dystonia), ଟାର୍ଡିଭ ଓରାଲ ଡିସକାଇନେସିଆ (tardive oral dyskinesia)[]
ନିଉରୋଟ୍ରାନ୍ସମିଟର ଡୋପାମିନକୁ (dopamine) ଟାର୍ଡିଭ ଡିସକାଇନେସିଆ ପ୍ରଭାବିତ କରୁଥିବା ବିଶ୍ୱାସ କରାଯାଏ ।
ଉଚ୍ଚାରଣ
ବିଭାଗମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣଅନିଚ୍ଛାକୃତ ପୁନଃପୌନିକ ଶରୀର ଚଳନ (Involuntary, repetitive body movements)[]
କାରଣନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide)[][]
ରୋଗ ନିର୍ଣ୍ଣୟ ପଦ୍ଧତିସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ରୋଗ‌ଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । []
ସଠିକ ରୋଗ ନିର୍ଣ୍ଣୟହଣ୍ଟିଙ୍ଗଟନସ ରୋଗ (Huntington's disease), ସେରେବ୍ରାଲ୍ ପାଲ୍‌ସି, ଟୁରେଟ ସିଣ୍ଡ୍ରୋମ (Tourette syndrome), ଡିସଟୋନିଆ (dystonia)[]
ପ୍ରତିକାରUsing lowest possible dose of neuroleptic medication[]
ଔଷଧଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin)[][]
ଚିକିତ୍ସାନିଉରୋଲେପ୍ଟିକ ଔଷଧ ସେବନ ତୁରନ୍ତ ବନ୍ଦ କରି କ୍ଲୋଜାପିନ ଦିଆଯାଏ । []
Prognosisପରିବର୍ତ୍ତନଶୀଳ[]
ପୁନଃପୌନିକ୨୦% (atypical antipsychotics) ୩୦% (typical antipsychotics)[]

ଟାର୍ଡିଭ ଡିସକାଇନେସିଆ (ଇଂରାଜୀ ଭାଷାରେ Tardive dyskinesia ବା TD) ବେମାରୀରେ ଶରୀରର ଅନିଚ୍ଛାକୃତ ଚଳନ ହୁଏ ।[] ମୁହଁର ବିକୃତ ଭଙ୍ଗି, ଜିଭ ବାହାରକୁ ବାହାର ହୋଇଯିବା ଓ ଓଠ କାମୁଡ଼ିବା ଆଦି ହେବା ଦେଖାଯାଏ । [] ଅଧିକନ୍ତୁ କୋରିଆ (rapid jerking movements) ଓ ଆଥେଟୋସିସ (slow writhing movements) ରୋଗ ମଧ୍ୟ ହୋଇପାରେ ।[] ପ୍ରାୟ ୨୦% ରୋଗୀଙ୍କର କର୍ମ ଶକ୍ତି କମିଯାଏ ।[]

ଦୀର୍ଘ କାଳ ଧରି ନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide) ଔଷଧ ବ୍ୟବ‌ହାର କଲେ ଏହି ରୋଗ ହୁଏ । [][] ଏହି ଔଷଧ ଗୁଡ଼ିକ ସାଧାରଣତଃ ମାନସିକ ବେମାରୀ ନିମନ୍ତେ ଦିଆଗଲେ ମଧ୍ୟ ପାକଅନ୍ତନଳୀ ବା ସ୍ନାୟୁ ଜନିତ ବେମାରୀ ଗୁଡ଼ିକରେ ଦିଆଯାଇପାରେ ।[] ମାସ ମାସ ବା ବର୍ଷ ବର୍ଷ ଧରି ବ୍ୟବ‌ହାର କଲାପରେ ଏହି ରୋଗ ବାହାରେ ।[][] ସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ‌ଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[]

ନିଉରୋଲେପ୍ଟିକ ଔଷଧ ଆବଶ୍ୟକ ସ୍ଥଳେ ଯେତେ ସମ୍ଭବ କମ୍ ମାତ୍ରାରେ ବ୍ୟବ‌ହାର କଲେ ଏହି ରୋଗର ପ୍ରତିଷେଧ ସମ୍ଭବ ହୋଇପାରିବ ।[] ଏହି ରୋଗର ଚିକିତ୍ସା ଆରମ୍ଭ କଲେ ଯଦି ସମ୍ଭବ ହୁଏ ନିଉରୋଲେପ୍ଟିକ ବନ୍ଦ କରି କ୍ଲୋଜାପିନ (clozapine) ଦିଆଯାଏ ।[] ଲକ୍ଷଣ କମ କରିବା ନିମନ୍ତେ ଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin) ଆଦି ଔଷଧ ଦିଆଯାଇପାରେ ।[][] ଔଷଧ ଦେବା ଫଳରେ କେତେକ ରୋଗୀଙ୍କର ଉପଶମ ହୁଏ ଓ ଅନ୍ୟ କେତେକଙ୍କର ଉପଶମ ହୁଏନାହିଁ ।[]

ଆଟିପିକାଲ ଆଣ୍ଟିସାଇକୋଟିକ ଦେବା ପରେ (atypical antipsychotics) ଓ ଟିପିକାଲ ଆଣ୍ଟିସାଇକୋଟିକ (typical antipsychotics) ପରେ 30% ଲୋକଙ୍କର ରୋଗ ପୁନର୍ବାର ହୁଏ ।[] ବୃଦ୍ଧ ଲୋକଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । [] ସନ ୧୯୬୪ରୁ ଏହି ଟାର୍ଡିଭ ଡିସକାଇନେସିଆ ଶବ୍ଦଟି ବ୍ୟବ‌ହାର ହୋଇଆସୁଛି ।[]

  1. 1 2 3 4 5 6 7 8 9 10 11 12 13 14 15 16 17 "Tardive dyskinesia". rarediseases.info.nih.gov (in ଇଂରାଜୀ). 1 June 2017. Archived from the original on 18 June 2017. Retrieved 10 June 2017.
  2. 1 2 3 "Tardive Dyskinesia". NORD (National Organization for Rare Disorders). 2015. Archived from the original on 28 August 2017. Retrieved 11 June 2017.
  3. 1 2 3 4 5 6 Vijayakumar, D; Jankovic, J (May 2016). "Drug-Induced Dyskinesia, Part 2: Treatment of Tardive Dyskinesia". Drugs. 76 (7): 779–87. PMID 27091214.
  4. 1 2 "Tardive Dyskinesia Information Page". National Institute of Neurological Disorders and Stroke. Archived from the original on 2017-07-04.
  5. 1 2 Carbon, M; Hsieh, CH; Kane, JM; Correll, CU (March 2017). "Tardive Dyskinesia Prevalence in the Period of Second-Generation Antipsychotic Use: A Meta-Analysis". The Journal of Clinical Psychiatry. 78 (3): e264–e278. PMID 28146614.
[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ