ପଟ୍ଟାଡାକାଲ

ଉଇକିପିଡ଼ିଆ‌ରୁ
(ପଟ୍ଟାଡାକାଲୁରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପଟ୍ଟାଡାକାଲ
ପଟ୍ଟାଡାକାଲୁ
ସହର
Group of monuments At Pattadakal
Group of monuments At Pattadakal
ଦେଶଭାରତ
ରାଜ୍ୟକର୍ଣ୍ଣାଟକ
Districtବାଗଲକୋଟ
ଭାଷା
 • ସରକାରୀକନ୍ନଡ଼ ଭାଷା
Time zoneUTC+5:30 (IST)
ନିକଟତମ ସହରବଦମୀ

ପଟ୍ଟାଡାକାଲ( ପଟ୍ଟାଡାକାଲୁ) ହେଉଛି କର୍ଣ୍ଣାଟକର ଏକ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର । ରାଜଧାନୀ ବାଙ୍ଗାଲୋରଠାରୁ ୫୧୪ କି.ମି ଦୂର ବାଗଲକୋଟ ଜିଲ୍ଲାର ମାଳପ୍ରଭା ନଦୀ କୂଳରେ ଏହା ଅବସ୍ତିତ । ଏଠାରେ ରହିଛି ବହୁ ପ୍ରାଚୀନ ହିନ୍ଦୁ ମନ୍ଦିର । ସେଥିରେ ଦ୍ରାବିଡ଼ ଓ ନାଗର ସ୍ଥାପତ୍ୟ କଳାର ଅପୂର୍ବ ସମାହାର ଦେଖିବାକୁ ମିଳେ । ସପ୍ତମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଚାଲୁକ୍ୟ ବଂଶର ଶାସନ ବେଳେ ଏହି ସବୁ ମନ୍ଦିର ନିର୍ମିତ ହୋଇଥିଲା । ସର୍ବମୋଟ ୧୦ଟି ମନ୍ଦିର ଏଠାରେ ଦେଖିବାକୁ ମିଳେ । ସେଥି ମଧ୍ୟରୁ ୯ଟି ହେଉଛି ଶିବ ମନ୍ଦିର ଓ ଗୋଟିଏ ହେଉଛି ଜୈନ ମନ୍ଦିର । ୪ଟି ମନ୍ଦିର ଚାଲୁକ୍ୟ ଓ ଦ୍ରାବିଡ ଶୈଳୀରେ ନିର୍ମିତ ହୋଇଥିବା ବେଳେ ୪ଟି ନାଗର ଶୈଳୀ ଓ ଅନ୍ୟ ୨ଟି ମିଶ୍ରିତ ଶୈଳୀରେ ନିର୍ମିତ ହୋଇଛି । ୧୯୮୭ରେ ଜାତିସଂଘର ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । .[୧] [୨][୩][୪][୫]

Group of Monuments at Pattadakal*
ଇଉନେସ୍କୋ ସ୍ଥଳୀ

Virupaksha Temple, Dravidian style
ରାଜ୍ୟ ଦଳ India
ପ୍ରକାର Cultural
ନିୟମ iii, iv
ଆଧାର 239
ଅଞ୍ଚଳ** Asia-Pacific
ଲେଖ ଇତିହାସ
ଲେଖ 1987  (11th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଇତିହାସ[ସମ୍ପାଦନା]

ଚାଲୁକ୍ୟ ଶାସକମାନେ ଏହି ସ୍ଥାନରେ ରାଜଭିଷେକରେ ଅଭିଷିକ୍ତ ହେଉଥିଲେ । ସେମାନେ କେବଳ ଶାସକ ନଥିଲେ କଳା ଔ ସ୍ଥାପତ୍ୟର ପୃଷ୍ଠପୋଷକ ମଧ୍ୟ ଥିଲେ । ଯାହା କି ସେମାନଙ୍କଦ୍ୱାରା ପ୍ରତିଷ୍ଠିତ ଉକ୍ତ ମନ୍ଦିରରୁ ସ୍ପଷ୍ଟ ଭାବେ ଜଣାଯାଏ । ଏଠାରେ ଥିବା ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି ବିରୂପାକ୍ଷ, ସଙ୍ଗମେଶ୍ୱର, ମାଲ୍ଲକାର୍ଜୁନ, କାଶୀବିଶ୍ୱନାଥ,କଦା ସିଦ୍ଧେଶ୍ୱର, ଜମ୍ବୁଲିଙ୍ଗେଶ୍ୱର, ଗଲଗନାଥ, ଚନ୍ଦ୍ରଶେଖର ଓ ମହାମୁକ୍ତେଶ୍ୱର ମନ୍ଦିର । ଏହି ସବୁ ମନ୍ଦିର ଚାଲୁକ୍ୟ ବଂଶର ଶାସକମାନେ ନିର୍ମାଣ କରିଥିଲେ । ଗୋଟିଏ ଜୈନ ମନ୍ଦିର ଯାହା କି ,ରାଷ୍ଟ୍ରକୂଟ ବଂଶର ଶାସକ ଦ୍ୱିତୀୟ କ୍ରିଷ୍ଣ ନବମ ଶତାବ୍ଦୀରେ ନିର୍ମାଣ କରିଥିବା ଜଣାଯାଏ । ଏହାକୁ ଜୈନ ନାରାୟଣ ମନ୍ଦିର କୁହାଯାଉଛି । ତେବେ ଏହିସବୁ ମନ୍ଦିର ଭିତରେ ସବୁଠାରୁ ପ୍ରସିଦ୍ଧ ବିରୂପାକ୍ଷ ମନ୍ଦିର ଏବଂ ପ୍ରାଚୀନ ମନ୍ଦିର ହେଉଛି ସଙ୍ଗମେଶ୍ୱର ମନ୍ଦିର । ଚାଲୁକ୍ୟ ଶାସକ ବିକ୍ରମାଦିତ୍ୟଙ୍କ ପତ୍ନୀ ଲୋକମହାଦେବୀ ବିରୂପାକ୍ଷ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରରେ ଥିବା ଶିଳାଲିପିରୁ ଜଣାଯାଏ , ବିକ୍ରମାଦିତ୍ୟ ପଲ୍ଲଭ ଶାସକଙ୍କୁ ପରାଜିତ କରିବା ସହ କାଞ୍ଚି ଜୟ କରିଥିଲେ । ତାଙ୍କର ଏହି ବିଜୟ ଉପଲକ୍ଷେ ଲୋକମହାଦେବୀ ଉକ୍ତ ମନ୍ଦିର ନିର୍ମାଣ କରିଥିଲେ । ଏହା ଅଷ୍ଟମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମାଣ କରାଯାଇଥିଲା । ସେହି ପରି ଚାଲୁକ୍ୟ ବଂଶର ଶାସକ ବିଜୟାଦିତ୍ୟ ସତ୍ୟାଶ୍ରୟ ସଙ୍ଗମେଶ୍ୱର ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିରରେ କାନ୍ଥରେ ଉଗ୍ରନରସିଂହ ଓ ନଟରାଜଙ୍କ ଚିତ୍ର ଦେଖିବାକୁ ମିଳେ ।

ଆଧାର[ସମ୍ପାଦନା]

  1. "The Chalukyan magnificence". Archived from the original on 2009-05-10. Retrieved 2009-03-05.
  2. "Pattadakal". Retrieved 2009-03-05.
  3. "World Heritage Sites - Pattadakal, Group of Monuments at Pattadakal (1987), Karnataka". Retrieved 2009-03-06.
  4. "Group of Monuments at Pattadakal" (PDF). Retrieved 2009-03-09.
  5. "SECTION – II, STATE PARTY: INDIA PROPERTY NAME: GROUP OF MONUMENTS AT PATTADAKAL" (PDF). Retrieved 2009-03-09.

ବାହାର ତଥ୍ୟ[ସମ୍ପାଦନା]