ବାଳଗୋପାଳ ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ବାଲଗୋପାଲ ମିଶ୍ର
ସାଂସଦ: ୯ମ ଲୋକ ସଭା
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୧୧ଶ୧୨ଶ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୯୫ – ୨୦୦୪
ପୂର୍ବ ଅଧିକାରୀନରସିଂହ ମିଶ୍ର
ପର ଅଧିକାରୀନରସିଂହ ମିଶ୍ର
ନିର୍ବାଚନ ମଣ୍ଡଳୀଲୋଇସିଂହା
ବିଧାୟକ: ୮ମ୯ମ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୮୦ – ୧୯୯୦
ପୂର୍ବ ଅଧିକାରୀରାମପ୍ରସାଦ ମିଶ୍ର
ପର ଅଧିକାରୀନରସିଂହ ମିଶ୍ର
ନିର୍ବାଚନ ମଣ୍ଡଳୀଲୋଇସିଂହା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1941-11-05) 5 November 1941 (age 78)
ଟିଟଲାଗଡ଼, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରମୋଦିନୀ ମିଶ୍ର
ଧର୍ମହିନ୍ଦୁ

ବାଲଗୋପାଲ ମିଶ୍ର (ଜନ୍ମ: ୫ ନଭେମ୍ବର ୧୯୪୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନର ୮ମ, ୯ମ, ୧୧ଶ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଜନତା ଦଳର ପ୍ରତିନିଧି ଭାବରେ ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪]

ଜନ୍ମ ଓ ପରିବାର[ସମ୍ପାଦନା]

ବାଲୋଗୋପାଲ ମିଶ୍ର ୧୯୪୧ ମସିହାର ନଭେମ୍ବର ମାସ ୫ ତାରିଖରେ ଓଡ଼ିଶାବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ଠାରେ ଜନ୍ମ ହୋଇଥିଲେ ।[୫] ତାଙ୍କ ପିତା ହେଉଛନ୍ତି କେ.ପି. ମିଶ୍ର । ସେ ପ୍ରମୋଦିନୀ ମିଶ୍ରଙ୍କୁ ବିବାହ କରିଥିଲେ । ସେ ବିଜ୍ଞାନରେ ସ୍ନାତକୋତ୍ତର କରିବାପରେ ଓକିଲାତି ପଢ଼ିଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ବାଲଗୋପାଲ ୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭା୮ମ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରତିନିଧି ଭାବରେ ଲୋକ ସଭା୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ପରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବାଲଗୋପାଲ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ଆଧାର[ସମ୍ପାଦନା]

  1. My Neta
  2. Electorate sick of lying politicians in Bolangir
  3. Where families stand divided
  4. BJP legislator spearheads Koshal slogan
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Shri Bal Gopal Mishra". odishaassembly.nic.in. Odisha Assembly. Retrieved 10 February 2019.
  6. ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. ୨୪୩. Retrieved 10 February 2019.