ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ଉଇକିପିଡ଼ିଆ‌ରୁ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଜନ୍ମ୧୯ ଜୁଲାଇ ୧୯୮୧ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବୃତ୍ତିକ୍ଷୁଦ୍ର ଗଳ୍ପ ଲେଖକ, କବି, ଶିକ୍ଷକ, ଲେଖକ Edit this on Wikidata
ନିଯୁକ୍ତିଦାତା
  • ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ
  • ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ Edit this on Wikidata

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର (ଜନ୍ମ: ୧୯ ଜୁଲାଇ ୧୯୮୧) ଜଣେ ଭାରତୀୟ ଓଡ଼ିଆ ଭାଷୀ ଅଧ୍ୟାପକ ଓ ଲେଖକ । ସେ ଗଳ୍ପ, କବିତା, ଆଲୋଚନା ଓ ଲଳିତ ନିବନ୍ଧ ଆଦି ଲେଖନ୍ତି । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ପର୍ବ, ଡମ୍ବରୁ ଓ ଅନ୍ୟାନ୍ୟ ଗଳ୍ପ, ଈଶ୍ୱର ମାଫକର, ଶବ୍ଦର ସୀମାରେଖା, ତାପମାତ୍ରା, ସାତବାର କଥା, ବାରମାସ କଥା ଇତ୍ଯାଦି ଅନ୍ୟତମ । ତାଙ୍କର ସାହିତ୍ୟ ରଚନା ପାଇଁ ସେ ରବି ପଟ୍ଟନାୟକ ସ୍ମୃତି ପୁରସ୍କାର (୨୦୦୦, ଡମ୍ବରୁ ଗଳ୍ପ ସଂକଳନ ପାଇଁ), ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଦତ୍ତ ରାଜ୍ୟ ଯୁବ ପୁରସ୍କାର, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପ୍ରଦତ୍ତ ଜୁନିଅର ଫେଲୋସିପ୍‌, କଳିଙ୍ଗ ପୃସ୍ତକମେଳା ପୁରସ୍କାର, କେଦାରନାଥ ଗବେଷଣା ପ୍ରତିଷ୍ଠାନ ସମ୍ମାନ, କଳିଙ୍ଗ ଲିଟରାରୀ ଫେଷ୍ଟିଭାଲ ଯୁବ ପୁରସ୍କାର, ଅନ୍ୱେଷା ସାହିତ୍ୟ ସଂସଦ ପ୍ରଦତ୍ତ ଶ୍ରୀକାନ୍ତ ଦାଶ ସ୍ମୃତି ସମ୍ମାନ ଆଦିରେ ସମ୍ମାନିତ । ସେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ସହକାରୀ ଅଧ୍ୟାପକ ଭାବେ କାର୍ଯ୍ୟରତ ।

ଜୀବନୀ[ସମ୍ପାଦନା]

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ୧୯୮୧ ଜୁଲାଇ ୧୯ରେ କେନ୍ଦୁଝର ଜିଲ୍ଲାର ପଣ୍ଡଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିପିନ ବିହାରୀ ଚକ୍ର । ସେ ବୃତ୍ତିଗତ ଭାବରେ ସାମ୍ବାଦିକତାରୁ ଆରମ୍ଭ କରି ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ୍ ପ୍ରକାଶିତ ପୌରୁଷର ସମ୍ପାଦନାରେ ସହାୟତା ଏବଂ ତା'ପରେ ଅଧ୍ୟାପନା ଆରମ୍ଭ କରିଥିଲେ ।[୧]

ସାହିତ୍ୟ ରଚନା[ସମ୍ପାଦନା]

ସେ ସ୍କୁଲରେ ପଢ଼ିବା ଦିନରୁ ଓଡ଼ିଆରେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ପଞ୍ଚମ ଶ୍ରେଣୀରେ ପଢିବାବେଳେ ପାଠ୍ୟପୁସ୍ତକ ସାହିତ୍ୟ ବହି ଏବଂ ପତ୍ରପତ୍ରିକା ପଢ଼ିବା ଆରମ୍ଭ କରିଥିଲେ । ଏକ ସାକ୍ଷାତକାରରେ ସେ ରାମକୃଷ୍ଣ ମିଶନ ପ୍ରକାଶିତ ସ୍ୱାମୀ ବିବେକାନନ୍ଦଙ୍କ ବାବଦୀୟ ଚଟି ବହି, ପ୍ରେମଚନ୍ଦଙ୍କ କାହାଣୀମାଳା, ଦସ୍ୟୁ ରତନ ସିରିଜର ଡିଟେକଟିଭ ବହି ଆଦି ପଢ଼ିଥିଲେ ବୋଲି କହିଥିଲେ ।[୨] ତାଙ୍କର ପ୍ରଥମ ପ୍ରକାଶିତ ଲେଖା ଥିଲା ମୀନାବଜାର ୧୯୯୯ ମସିହା ସେପ୍ଟେମ୍ବର ସଂଖ୍ୟାରେ ପ୍ରକାଶ ଶିଶୁ କବିତା ସୁନାଝିଅ ମାମା ଏବଂ ତାହା ସେ ତାଙ୍କ ଭାଣିଜୀକୁ ଲେଖିଥିଲେ । ତାଙ୍କ ରଚିତ ସାହିତ୍ୟ ବିଭାବ ମଧ୍ୟରେ କବିତା, ଗପ, ପ୍ରବନ୍ଧ, ଫିଚର ଓ ସମାଲୋଚନା ଆଦି ଅନ୍ୟତମ । ତାଙ୍କ ରଚନା ପୌରୁଷକଥା ଆଦି ସାହିତ୍ୟ ପତ୍ରିକା ତଥା ସମ୍ବାଦପତ୍ରରେ ଏବଂ ପୁସ୍ତକ ଭାବେ ପ୍ରକାଶିତ । ତାଙ୍କ ଲେଖାର ବିଷୟବସ୍ତୁ ପ୍ରେମ, ବିରହ, ବିଷାଦ, ମାନବିକତା ଆଦିକୁ କେନ୍ଦ୍ରକରି ।[୧]

ରଚନାବଳୀ[ସମ୍ପାଦନା]

  • ପର୍ବ
  • ଡମ୍ବରୁ ଓ ଅନ୍ୟାନ୍ୟ ଗଳ୍ପ
  • ଈଶ୍ୱର ମାଫକର
  • ଶବ୍ଦର ସୀମାରେଖା
  • ତାପମାତ୍ରା
  • ସାତବାର କଥା
  • ବାରମାସ କଥା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ତାଙ୍କର ସାହିତ୍ୟ ରଚନା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରୁ ୨୦୦୩ ଓ ୨୦୦୪ ବର୍ଷ ପାଇଁ ସାହିତ୍ୟ ଶ୍ରୀ ସମ୍ମାନ, ରାୟବାହାଦୂର ଆର୍ତ୍ତବଲ୍ଲଭ ମହାନ୍ତି ସ୍ମୃତି ସମ୍ମାନ, ସମ୍ବାଦ ଓଡ଼ିଆ ଗପର ଆସନ୍ତା କାଲି ସମ୍ମାନ, ୨୦୦୦ରେ ଡମ୍ବରୁ ଗଳ୍ପ ସଂକଳନ ପାଇଁ ଭୁବନେଶ୍ୱର ପୁସ୍ତକମେଳାର ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ପି.କେ ମହାନନ୍ଦିଆ ଫାଉଣ୍ଡେସନ୍ ପୁରସ୍କାର ଆଦି ପୁରସ୍କାର ଲାଭକରିଛନ୍ତି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଶ୍ରୀ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର". ଆମେ ଓଡ଼ିଆ. ଆମେ ଓଡ଼ିଆ. Retrieved 2024-03-24.
  2. ପଣ୍ଡା, ସୁପ୍ରିୟା (2022-01-09). "ପ୍ରଶଂସାମୂଳକ ମତାମତ ଅପେକ୍ଷା ନକରାତ୍ମକ ମତାମତର ଓଜନ ଅଧିକ : ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର". Odisha Sambad. Retrieved 2024-03-24.
  3. "କଥା ଝରକା". ଓଡ଼ିଆ ଗଳ୍ପର ନବଜାତକ କଥା (ମାର୍ଚ୍ଚ ୨୦୨୪). ଭୁବନେଶ୍ୱର: Eastern Media Limited. ୨୦୦୪. pp. ୪୨-୪୩.