ତ୍ରିପାଠୀ ସାହି

ଉଇକିପିଡ଼ିଆ ରୁ
Jump to navigation Jump to search
ତ୍ରିପାଠୀ ସାହି
ଗାଁ
ତ୍ରିପାଠୀ ସାହି is located in ଓଡ଼ିଶା
ତ୍ରିପାଠୀ ସାହି
ତ୍ରିପାଠୀ ସାହି
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°12′57.14″N 86°10′44.89″E / 20.2158722°N 86.1791361°E / 20.2158722; 86.1791361Coordinates: 20°12′57.14″N 86°10′44.89″E / 20.2158722°N 86.1791361°E / 20.2158722; 86.1791361
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
ପଞ୍ଚାୟତ ସମିତିଜଗତସିଂହପୁର
ଗ୍ରାମ ପଞ୍ଚାୟତଖଇରଙ୍ଗ
ତହସିଲଜଗତସିଂହପୁର
IST (+୫.୩୦)
ପିନ କୋଡ଼୭୫୪୧୦୯[୧]
Area code(s)+୦୬୭୨୪
ଗାଡ଼ି ପଞ୍ଜିକରଣOD/22

ତ୍ରିପାଠୀ ସାହି ଗାଁ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ ।[୨] ଏହି ଗାଆଁଟି ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗାଁ ମଝିରେ ଥିବା ରାସ୍ତାଟି ଗାଁକୁ ଦୁଇ ଭାଗରେ ବିଭକ୍ତ କରିଥାଏ । ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ଥିବା ଅଧା ଗାଁ ପୁରଣ ମୌଜା ତଥା ଉତ୍ତର ପାର୍ଶ୍ୱ ଅଧା ଗାଁ ଓଡି଼ଶୋ ମୌଜା ଅନ୍ତର୍ଗତ ହୋଇଥାଏ । ଏକ ମାତ୍ର 'ମିଶ୍ର' ପରିବାରକୁ ଛାଡିଦେଲେ, ଗାଁରେ ରହୁଥିବା ଅନ୍ୟ ସମସ୍ତଙ୍କର ସାଙ୍ଗିଆ 'ତ୍ରିପାଠୀ' ହୋଇଥିବାରୁ ଗାଁଟିର ଏପରି ନାମକରଣ ହୋଇଛି । ଗାଁଟି 'ତିଆଡ଼ି ସାହି' ନାମରେ ମଧ୍ୟ ପରିଚିତ ।

ଓଡି଼ଶୋ ତ୍ରିପାଠୀ ସାହି ପ୍ରାଥମିକ ବିଦ୍ୟାଳୟ, ଓଡି଼ଶୋ , ଜଗତସିଂହପୁର
ଚମ୍ପେଶ୍ୱର ମହାଦେବ ମନ୍ଦିର, କୃତାମଚଣ୍ଡୀ ମନ୍ଦିର ଓ ତ୍ରିନାଥ ମନ୍ଦିର, ତ୍ରିପାଠୀ ସାହି, ଓଡି଼ଶୋ , ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାର,ଓଡି଼ଶୋ ମୌଜା ଅନ୍ତର୍ଗତ ତ୍ରିପାଠୀ ସାହିରେ ଥିବା ରାଧାକୃଷ୍ଣ ମନ୍ଦିର ଫଳକ
ଜଗତସିଂହପୁର ଜିଲ୍ଲାର ଓଡ଼ିଶୋ ତ୍ରିପାଠୀ ସାହିରେ ଥିବା ପୋଖରୀ


ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଜଗତସିଂହପୁର ଠାରୁ କି.ମି. ଦୂରରେ ଅବସ୍ଥିତ । ସଦର ମହକୁମାଠାରୁ ବସ୍, ଅଟୋରିକ୍ସାଦ୍ୱାରା ଗାଁକୁ ସୁବିଧାରେ ଯାତାୟାତ କରିହୁଏ ।

ଶିକ୍ଷା[ସମ୍ପାଦନା]

ଗାଁର ପୂର୍ବ ମୁଣ୍ଡରେ, 'ଓଡି଼ଶୋ ତ୍ରିପାଠୀ ସାହି ପ୍ରାଥମିକ ବିଦ୍ୟାଳୟ' ତଥା ଗାଁର ଅନତି ଦୂରରେ ଓଡି଼ଶାଗଡ଼ଠାରେ ବିଣାପାଣୀ ଉଚ୍ଚବିଦ୍ୟାଳୟ'[୩]ଆଶ୍ରମପାଟଣାଠାରେ 'ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ'[୪] ଏବଂ 'ଆଶ୍ରମପାଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟ' ରହିଅଛି ।

ସଂସ୍କୃତି[ସମ୍ପାଦନା]

ଗାଁର ପୂର୍ବ ମୁଣ୍ଡରେ, ପ୍ରାଥମିକ ବିଦ୍ୟାଳୟକୁ ଲାଗିକରି 'ଚମ୍ପେଶ୍ୱର ମହାଦେବ ମନ୍ଦିର,'କୃତାମଚଣ୍ଡୀ ମନ୍ଦିର' ଓ 'ତ୍ରିନାଥ ମନ୍ଦିର' ରହିଅଛି । କୃତାମଚଣ୍ଡୀଙ୍କୁ ଗ୍ରାମଦେବୀ ମାନ୍ୟତା ଦିଆଯାଏ । ଗାଁ ମଧ୍ୟରେ 'ରାଧାକୃଷ୍ଣ ମନ୍ଦିର'ଟିଏ ମଧ୍ୟ ରହିଅଛି । ଅନ୍ୟ ଏକ 'ହନୁମାନ ମନ୍ଦିର' ନିର୍ମଣାଧୀନ ଅବସ୍ଥାରେ ଅଛି ।

ଗାଁର ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ରଜ, ଦୋଳଯାତ୍ରା, ପାର୍ବଣ, ରାସ ପୂର୍ଣ୍ଣିମାଏବଂ ଶୀତଳ ଷଷ୍ଠୀ ଅନ୍ୟତମ ।

ଜୀବନ ଜୀବିକା[ସମ୍ପାଦନା]

ଗାଁରେ ୩୯ଟି ପରିବାର ବସବାସ କରନ୍ତି ଓ ଲୋକସଂଖ୍ୟା ପ୍ରାୟ ୨୫୦ । ଗ୍ରାମବାସୀମାନେ ମୂଖ୍ୟତ କୃଷି ଓ ଗୋପାଳନ ଉପରେ ନିର୍ଭର କରି ଚଳନ୍ତି । ଗ୍ରାମର ପୂର୍ବ ଦିଗରେ ବହିଯାଇଥିବା ଅଳକା ନଦୀ ପଠା ପରିବା ଚାଷ ପାଇଁ ଖୁବ ଅନୁକୁଳ । ଜଳସେଚନ ପାଇଁ ଗ୍ରାମବାସୀମାନେ ଏକ ମାତ୍ର କେନାଲ ଉପରେ ନିର୍ଭର କରନ୍ତି । ଗ୍ରାମରେ ସରକାରଙ୍କଦ୍ୱାରା ବସାଯାଇଥିବା ନଳକୂପ ଗ୍ରାମବାସୀଙ୍କର ପାନୀୟ ଜଳର ଆବଶ୍ୟକତାକୁ ପୂର୍ଣକରିଥାଏ । ଗାଁରେ ଥିବା ଏକମାତ୍ର ପୋଖରୀକୁ ଗ୍ରାମବାସୀମାନେ ଗାଧୁଆ ପାଧୁଆ ଓ ମତ୍ସଚାଷ ପାଇଁ ବ୍ୟବହାର କରିଥାନ୍ତି । ଅଳ୍ପ କେତେକ ପରିବାର ଚାକିରି ଉପରେ ମଧ୍ୟ ନିର୍ଭର କରି ଚଳିଥାନ୍ତି ।

'ତ୍ରିନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ' ଗଢି ଗାଁର ମହିଳାମାନେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟାକରୁଛନ୍ତି ।[୫]

ଆଧାର[ସମ୍ପାଦନା]