ତ୍ରିପାଠୀ ସାହି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ତ୍ରିପାଠୀ ସାହି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
ପଞ୍ଚାୟତ ସମିତିଜଗତସିଂହପୁର
ଗ୍ରାମ ପଞ୍ଚାୟତଖଇରଙ୍ଗ
ତହସିଲଜଗତସିଂହପୁର
Time zoneIST (+୫.୩୦)
ଡାକ କୋଡ଼
୭୫୪୧୦୯[୧]
Area code+୦୬୭୨୪
ଯାନବାହାନ ପଞ୍ଚୀକରଣOD/22

ତ୍ରିପାଠୀ ସାହି ଗାଁ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ ।[୨] ଏହି ଗାଆଁଟି ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗାଁ ମଝିରେ ଥିବା ରାସ୍ତାଟି ଗାଁକୁ ଦୁଇ ଭାଗରେ ବିଭକ୍ତ କରିଥାଏ । ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ଥିବା ଅଧା ଗାଁ ପୁରଣ ମୌଜା ତଥା ଉତ୍ତର ପାର୍ଶ୍ୱ ଅଧା ଗାଁ ଓଡ଼ିଶୋ ମୌଜା ଅନ୍ତର୍ଗତ ହୋଇଥାଏ । ଏକ ମାତ୍ର 'ମିଶ୍ର' ପରିବାରକୁ ଛାଡିଦେଲେ, ଗାଁରେ ରହୁଥିବା ଅନ୍ୟ ସମସ୍ତଙ୍କର ସାଙ୍ଗିଆ 'ତ୍ରିପାଠୀ' ହୋଇଥିବାରୁ ଗାଁଟିର ଏପରି ନାମକରଣ ହୋଇଛି । ଗାଁଟି 'ତିଆଡ଼ି ସାହି' ନାମରେ ମଧ୍ୟ ପରିଚିତ ।

ଓଡ଼ିଶୋ ତ୍ରିପାଠୀ ସାହି ପ୍ରାଥମିକ ବିଦ୍ୟାଳୟ, ଓଡ଼ିଶୋ , ଜଗତସିଂହପୁର
ଚମ୍ପେଶ୍ୱର ମହାଦେବ ମନ୍ଦିର, କୃତାମଚଣ୍ଡୀ ମନ୍ଦିର ଓ ତ୍ରିନାଥ ମନ୍ଦିର, ତ୍ରିପାଠୀ ସାହି, ଓଡ଼ିଶୋ , ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାର,ଓଡ଼ିଶୋ ମୌଜା ଅନ୍ତର୍ଗତ ତ୍ରିପାଠୀ ସାହିରେ ଥିବା ରାଧାକୃଷ୍ଣ ମନ୍ଦିର ଫଳକ
ଜଗତସିଂହପୁର ଜିଲ୍ଲାର ଓଡ଼ିଶୋ ତ୍ରିପାଠୀ ସାହିରେ ଥିବା ପୋଖରୀ

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଜଗତସିଂହପୁରଠାରୁ କି.ମି. ଦୂରରେ ଅବସ୍ଥିତ । ସଦର ମହକୁମାଠାରୁ ବସ୍, ଅଟୋରିକ୍ସାଦ୍ୱାରା ଗାଁକୁ ସୁବିଧାରେ ଯାତାୟତ କରିହୁଏ ।

ଶିକ୍ଷା[ସମ୍ପାଦନା]

ଗାଁର ପୂର୍ବ ମୁଣ୍ଡରେ, 'ଓଡ଼ିଶୋ ତ୍ରିପାଠୀ ସାହି ପ୍ରାଥମିକ ବିଦ୍ୟାଳୟ' ତଥା ଗାଁର ଅନତି ଦୂରରେ ଓଡ଼ିଶାଗଡ଼ଠାରେ ବୀଣାପାଣି ଉଚ୍ଚବିଦ୍ୟାଳୟ'[୩]ଆଶ୍ରମପାଟଣାଠାରେ 'ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ'[୪] ଏବଂ 'ଆଶ୍ରମପାଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟ' ରହିଛି ।

ସଂସ୍କୃତି[ସମ୍ପାଦନା]

ଗାଁର ପୂର୍ବ ମୁଣ୍ଡରେ, ପ୍ରାଥମିକ ବିଦ୍ୟାଳୟକୁ ଲାଗିକରି 'ଚମ୍ପେଶ୍ୱର ମହାଦେବ ମନ୍ଦିର,'କୃତାମଚଣ୍ଡୀ ମନ୍ଦିର' ଓ 'ତ୍ରିନାଥ ମନ୍ଦିର' ରହିଛି । କୃତାମଚଣ୍ଡୀଙ୍କୁ ଗ୍ରାମଦେବୀ ମାନ୍ୟତା ଦିଆଯାଏ । ଗାଁ ମଧ୍ୟରେ 'ରାଧାକୃଷ୍ଣ ମନ୍ଦିର'ଟିଏ ମଧ୍ୟ ରହିଛି । ଅନ୍ୟ ଏକ 'ହନୁମାନ ମନ୍ଦିର' ନିର୍ମଣାଧୀନ ଅବସ୍ଥାରେ ଅଛି ।

ଗାଁର ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ରଜ, ଦୋଳଯାତ୍ରା, ପାର୍ବଣ, ରାସ ପୂର୍ଣ୍ଣିମା ଏବଂ ଶୀତଳ ଷଷ୍ଠୀ ନୂତନ ଭାବରେ ଶ୍ରୀଜୀଉମାନଙ୍କର ଶ୍ରୀଗୁଣ୍ଡିଚା ରଥଯାତ୍ରା, ବାହୁଡ଼ା ଯାତ୍ରା ଅନ୍ୟତମ ।

ଜୀବନ ଜୀବିକା[ସମ୍ପାଦନା]

ଗାଁରେ ୩୯ଟି ପରିବାର ବସବାସ କରନ୍ତି ଓ ଲୋକସଂଖ୍ୟା ପ୍ରାୟ ୨୫୦ । ଗ୍ରାମବାସୀମାନେ ମୂଖ୍ୟତ କୃଷି ଓ ଗୋପାଳନ ଉପରେ ନିର୍ଭର କରି ଚଳନ୍ତି । ଗ୍ରାମର ପୂର୍ବ ଦିଗରେ ବହିଯାଇଥିବା ଅଳକା ନଦୀ ପଠା ପରିବା ଚାଷ ପାଇଁ ଖୁବ ଅନୁକୁଳ । ଜଳସେଚନ ପାଇଁ ଗ୍ରାମବାସୀମାନେ ଏକ ମାତ୍ର କେନାଲ ଉପରେ ନିର୍ଭର କରନ୍ତି । ଗ୍ରାମରେ ସରକାରଙ୍କଦ୍ୱାରା ବସାଯାଇଥିବା ନଳକୂପ ଗ୍ରାମବାସୀଙ୍କର ପାନୀୟ ଜଳର ଆବଶ୍ୟକତାକୁ ପୂର୍ଣକରିଥାଏ । ଗାଁରେ ଥିବା ଏକମାତ୍ର ପୋଖରୀକୁ ଗ୍ରାମବାସୀମାନେ ଗାଧୁଆ ପାଧୁଆ ଓ ମତ୍ସଚାଷ ପାଇଁ ବ୍ୟବହାର କରିଥାନ୍ତି । ଅଳ୍ପ କେତେକ ପରିବାର ଚାକିରି ଉପରେ ମଧ୍ୟ ନିର୍ଭର କରି ଚଳିଥାନ୍ତି ।

ଗାଁର ମହିଳାମାନେ 'ତ୍ରିନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ' ଗଢିଛନ୍ତି ।[୫]

ଆଧାର[ସମ୍ପାଦନା]

  1. onefivenine.com
  2. http://jagatsinghpur.nic.in/recruitment/cdmo_posting/mphwmerilist.htm
  3. http://jagatsinghpur.nic.in/Department/education/ciofschools.htm
  4. http://dheorissa.in/SAMS/ReportAdimittedDetailsColgwise.aspx?year=2013&did=12
  5. Price Shop Registration. . "Fair Price Shop Registration". Food Supplies and Consumer Welfare Department. ଓଡ଼ିଶା ସରକାର. Retrieved 29 June 2021. {{cite web}}: Check |url= value (help)